Rasmita Hembram

Others

5.0  

Rasmita Hembram

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
561


ବନ୍ଧୁ...ଶବ୍ଦଟି ଯେପରି ଆପଣାର ଲାଗେ ସେହିପରି କାହିଁକି କେଜାଣେ ଆଜି ଏ ଶବ୍ଦ ପ୍ରତି ଗୋଟେ ଚିଡିଚିଡା ଭାବ ମନରେ ଆଙ୍କି ହୋଇଯାଏ । ଜୀବନରେ ବନ୍ଧୁ ପ୍ରତି ଥିବା କର୍ତ୍ତବ୍ଯକୁ ନିଭାଇବା ବ୍ଯତୀତ ବନ୍ଧୁ ବାନ୍ଧିବା ମାୟା ଜାଲ ରେ ଆଉ ଫସିବାର ଇଚ୍ଛା ହିଁ ନାହିଁ । କାରଣ ଯୋଉ ସାଙ୍ଗ ସାଥୀ ମାନଙ୍କ ପାଇଁ ଆମେ ଆମର ସୁବର୍ଣ୍ଣ ସମୟ କୁ କିଛି ନବୁଝି ନ ବିଚାରି ବିନିଯୋଗ କରିଦେଉ ନିଜର ଆବେଗ,ସ୍ନେହ,ଶ୍ରଦ୍ଧାକୁ ଅଜାଡି । ସମୟର ସ୍ରୋତରେ ଯେବେ ଟିକେ ଆଗକୁ ଭାସିଯାଉ ସେତେବେଳେ ସେଇ ବନ୍ଧୁ ମାନେହିଁ ଆମକୁ ହେୟ ମଣନ୍ତି , ବନ୍ଧୁତ୍ୱର ପବିତ୍ର ସମ୍ପର୍କ କୁ ଲାଞ୍ଛନା ଦେବାକୁ ପଛାନ୍ତି ନାହିଁ, ଅପମାନିତ କରାନ୍ତି । ଯିଏ କି ଦିନେ ବନ୍ଧୁତ୍ୱର ଦ୍ୱାହି ଦେଇ ମିଛ କହିଥାନ୍ତି କି ଆଜୀବନ ତୁମ ବନ୍ଧୁତ୍ୱ ର ସମ୍ମାନ ରଖିବି । ଜୀବନ ମାନେ ହିଁ ତ ପରିବର୍ତ୍ତନ ନିଶ୍ଚିତ ମାତ୍ର ତାର ଅର୍ଥ ନୁହେଁ ବନ୍ଧୁ ର ବନ୍ଧୁତ୍ୱ କୁ ଗୋଡ ରେ ଆଡେଇ ଦେବା । ସେଥିପାଇଁ ହିଁ ତ ମନ କହେ ଅବୁଝା ହୋଇ "ଏପରି ବନ୍ଧୁତ୍ୱ ତ ଏକ ସ୍ୱାର୍ଥ ର,ଯିଏକି ସ୍ୱାର୍ଥ ସରିଗଲାପରେ କହେ ତୁ କିଏ ବୋଲି...ପ୍ରଶ୍ନ କରେ !!!"


ପ୍ରକୃତ ବନ୍ଧୁ ତ ସିଏ ଯିଏ ଅନୁକୂଳ ପ୍ରତିକୂଳ ସମୟ ରେ ବି ବନ୍ଧୁକୁ ବୁଝିଥାଏ ବୁଝାଇ ପାରିଥାଏ । ଯେତେ ଦୂର ରେ ଥିଲେ ମଧ୍ଯ ସୁଖ ଦୁଃଖ ରେ ଆ କହିଲେ ଆହା ବୋଲି ଟିକେ ପ୍ରତି ଉତ୍ତର ଦିଏ । ବନ୍ଧୁତ୍ୱ ର ସୁନ୍ଦର ପରିଭାଷାକୁ ଓ ବନ୍ଧୁକୁ ପରିବାର ରେ ପରିଚିତ କରାଇବାକୁ କୁଣ୍ଠାବୋଧ କରେନା । ବନ୍ଧୁତ୍ୱ କୁ ଜାତି,ଧର୍ମ,ବର୍ଣ୍ଣ, ନିର୍ବିଶେଷ ରେ ଶ୍ରଦ୍ଧା ସମ୍ମାନ ଦେଇ ପାରେ । କେବେ ହେଉ ନ ହେଉ ବିପଦ ଆପଦ ରେ ସାହା ହୋଇପାରେ... । ନଚେତ ସେ କ'ଣ ବନ୍ଧୁ ??? ଯିଏ ଏତିକି ରୁ ଗୋଟାଏ କରିପାରେନା....l


రచనకు రేటింగ్ ఇవ్వండి
లాగిన్