Rasmita Hembram

Tragedy

5.0  

Rasmita Hembram

Tragedy

ଦି ବୁନ୍ଦା ଲୁହ

ଦି ବୁନ୍ଦା ଲୁହ

3 mins
318


ଟିକି ଟିକି ଟୋପା ପାଣି ରେ ଗଢା ହୁଏ ସନ୍ଧୁ , ଯେଉଁ ସିନ୍ଧୁ ଗର୍ଭରେ ରହେ ଅସଂଖ୍ଯ ମଣି ମୁକୁତା l ଠିକ୍ ସେପରି ସୁଖ ଦୁଃଖର ସଂସାରରେ କେବେ ଆନନ୍ଦରେ ବିଭୋର ହୋଇ ଲୋତକରୁ ଆନନ୍ଦାଶ୍ରୁ ଝରିଯାଏ ତ କେବେ ମଜା କଥା ରେ ହସି ହସି ବେଦମ୍ ହୋଇ ଝରିଯାଏ ତ ଆଉ କେବେ ଦୁଃଖ ର ଲୁହରେ ନିଜକୁ ନିଜେ ଆମେ ଭସାଇ ଦେଉ l ଜଣା ନାହିଁ ହୃଦୟର କେଉଁ ଏକ ଗହନ ବନରୁ ଏ ଅଶ୍ରୁ ଝରି ଆସେ ଯିଏ ସମସ୍ତଙ୍କର ଭାରି ପରିଚିତ l ତା ସାଥେ ଭାରସାମ୍ଯ ରଖି ଚାଲିଲେ ଜୀବନର ନାଆଟି ଖୁସିରେ ଖୁସିରେ କୂଳରେ ଲାଗିଯିବ ନଚେତ ମଝି ନଈରେ ବୁଡିବାକୁ ହେବ l

ଏମିତି ଏକ ହୃଦୟସ୍ପର୍ଶୀ କାହାଣୀଟି ମନକୁ ବେଳେ ଆନ୍ଦୋଳିତ କରେ l ସ୍କୁଲ ଛୁଟି ପରେ ଘରକୁ ଫେରିବା ବାଟରେ ଜଣେ ଛାତ୍ରୀ ଘରକୁ ଗଲି ବୁଝିବାକୁ କି ଛୁଆ ସ୍କୁଲ ଯାଉନି କାହିଁକି ତେଣେ ଚାରି ଦିନ ପରେ ତାର ସ୍କଲରସିପ୍ ପରୀକ୍ଷା l ଘରକୁ ଗଲାରୁ ଜାଣିବାକୁ ପାଇଲି ତା ଦେହ ଖରାପ l ଔଷଧ ଆଣିବାକୁ ଟଙ୍କାର ଅଭାବ ଥିଲେ ସୁଦ୍ଧା ପିଲାକୁ ଭଲ କରିବାରେ ବାପା ,ମା' ଲାଗିଥାନ୍ତି l ତାଙ୍କ ମା' କହିଲେ ଭଲ ହେଇ ଆସିଲାଣି ଦିଦି କାଲି ଠୁ ଯିବ ତାକୁ ଟିକେ ଦେଖିବେ l ଯା ହୋଉ ଏତିକି ଶୁଣି ଆଶ୍ୱସ୍ତ ଲାଗିଲା ଆଉ ଖୁସି ବି ଲାଗିଲା କି ତାଙ୍କ ମା' କହିଲେ ଦିଦି ପିଲା ମାନଙ୍କୁ ମଣିଷ କରିବା ପାଇଁ ଅଭାବ ଭିତରେ ରହିଲେ ବି ଆମେ ସ୍ୱାମୀ ,ସ୍ତ୍ରୀ ଆମ ଜୀବନ ଲଗେଇ ଦବୁ l କାସ୍ ଆମ ଅଞ୍ଚଳରେ ସବୁ ପିଲାଙ୍କ ବାପା ,ମା' ଏମିତି ଭାବନ୍ତେ କି ମନେ ମନେ ମୁଁ ଭାବିଲି l ସେ ଗାଁ ରୁ ଯେତିକି ପିଲା ଆମ ସ୍କୁଲ୍ କୁ ଯା'ନ୍ତି ଅନେଶତ ଭାଗ ପରିବାର ଗରିବ ଶ୍ରେଣୀର l ଇଟା ଭାଟିରେ ଅଥବା ବାଲି ଖାଦାନ୍ ରେ କାମ କରି ଚଳନ୍ତି l ଆଖିର ଲୁହକୁ ଓଠରେ ପିଇ ଦିନ କାଟନ୍ତି l

ସେ ପିଲା ଘରୁ ବାହାରି ପଡିଛି ଆଉ ଜଣେ ଲୋକଟିଏ ଆସି ଦିଦି ନମସ୍କାର ଟିଏ ଜଣାଇଲା l ତ ତାଙ୍କ ସହ କଥା ହେବା ପାଇଁ ଅଟକି ଗଲି l

ଛଳ ଛଳ ଆଖିରେ କହିବାକୁ ଲାଗିଲେ l ଦିଦି ମୁଁ ତ ମୁର୍ଖ ଲୋକ ପାଠ କ'ଣ ଜାଣେନି l ବାଲି ଟ୍ରକ ଚଲେଇ ଘର ଚଳଉଥିଲି l ବର୍ଷେ ଆଗରୁ ଗାଡିରୁ ପଡି ଅଣ୍ଟା ଭାଙ୍ଗିଗଲା l ଆଉ ଏବେ କିଛି କରିପାରେନି l ବଡଝିଅ କୁ ବାହା ଦେଇଛି ଯେ ସେ ବି ଦୁଃଖ ସୁଖ ରେ ଚଳୁଛି ,ପୁଅ ଟା ତ ମଣିଷ ହେଲାନି l ବିଛଣାରୁ ପଡିଲା ଦିନୁ ସ୍ତ୍ରୀ ଛାଡି କୁଆଡେ ପଳାଇଲା ଏବେ ମୋ ମଥା ରେ ଆଉ ଦୁଇ ଛୋଟ ପୁଅ ,ଝିଅ l ଝିଅ ମାମୁଁ ଘରେ ରହି ପଢୁଥିଲା ଚାର କିଲାସ ରେ ତାକୁ ଆଉ ପଢେଇଲେନି lତାକୁ ନେଇ ଆସିଲି l ସାନ ପୁଅ ଟା ଏଇ ୬,୭ ବର୍ଷ ର ହବ l

ଏତିକି କହୁ କହୁ କେଇ ବୁନ୍ଦା ଲୁହ ଆଖିରୁ ଝରି ଆସି ମାଟିରେ ମିଶିଗଲା l ଅନୁଭବ କରିପାରୁଥିଲି ସେ ହୃଦୟର କୋହ l


ଦୀର୍ଘ ନିଃଶ୍ୱାସଟେ ଛାଡି ତାଙ୍କୁ କହିଲି l କାଲି ତୋମେ ଯାଇ ହେଡ୍ ଦିଦିଙ୍କୁ ଦେଖା କରି ପିଲାଙ୍କର ଏଡ୍ମିଶନ୍ କରି ଦବ ଆମ ସ୍କୁଲ ରେ l ମନରେ ଆଶଙ୍କା ରଖି କହିଲା ମା ମୋର ତ ଏଠି ଜମି ପଟା କିଛି ନାହିଁ ! ପିଲା ମାନଙ୍କୁ କ'ଣ ଭର୍ତ୍ତି କରିପାରିବି l ତ ତାଙ୍କୁ ମୁଁ କହିଲି କାଲି ସ୍କୁଲ କୁ ଯାଅ ସବୁ ଠିକ୍ ହେଇ ଯିବ l ଦିଦିଙ୍କ ସହ କଥା କରେଇ ଦେବି l ସ୍କୁଲ ପରା ପିଲାଙ୍କର ସେଠିକି ଯିବା ତାଙ୍କ ଅଧିକାର l ତୋମେ ଖାଲି କାଲି ଯାଅ l ଓଃ ! ଏତିକି ଶୁଣି ଯେମିତି ତାଙ୍କ ଗୋଟେ ଚିନ୍ତା ମୁକ୍ତି ହେଲାଭଳି ଲାଗିଲା l ଓଠ କୋଣେ ଟିକେ ହସି କହିଲେ, ଜାଣେନି ଦୁଇ ଜଣଙ୍କ ପାଠ ହବ କି ନାଇ ବାସ୍ ଗୋଟେ ଓଳି ତ ଖାଇବାକୁ ପାଇବେ l ମୁଁ ତ ନିକମା ହେଇ ବସିଲି l ତାଙ୍କୁ ମୁଁ କହିଲି ତୋମେ ଭର୍ତ୍ତି ପିଲା ମାନଙ୍କୁ କରିଦିଅ - ଜାମା,ଜୋତା,ବହି,ଖାତା ସବୁ ପାଇବେ l ମଉସା ମୁଁ ଆସୁଛି କାଲି କି ଯିବ କହି ଗାଡି ସ୍ଟାଟ କଲି ତ ହସି ଦେଇ କହିଲେ ମା ମୁଁ କାଲି ଯିବି ତୋମେ ଥିବ l ହଁ ଟିଏ ମାରି ମୁଁ ଆସିଲି l


ରାସ୍ତାରେ ଆସୁ ଆସୁ ଭାବୁଥାଏ 'ଦୁଇ ଟୋପା ଲୁହ 'ର ଅର୍ଥ କାହାର କେଉଁ କାହାଣୀକୁ କହେ l

ପରଦିନ ୧୦.୩୦ ରେ ଯାଇ ପହଞ୍ଚି କାଗଜ ପତ୍ର ହାତକୁ ବଢାଇ ଦେଲା l ଦିଦି ଙ୍କୁ ଦିଅ ଏସବୁ ସେ ପିଲାଙ୍କୁ ଭର୍ତ୍ତି କରିଦେବେ l

ବାସ୍ ଆଜି ଭାଇ ଭଉଣୀ ସ୍କୁଲ ଆସନ୍ତି l ଭାରି ସୁନ୍ଦର ନା ଟିଏ ଝିଅ ର krishna l କିଛି ଦିନ ତଳେ ବାପା କେମିତି ଅଛନ୍ତି ପଚାରିଲା ରୁ କହେ ବାପାଙ୍କ ଦେହ ଭଲନାହିଁ lଅଣ୍ଟା ବଥା ପାଇଁ ଉଠିପାରୁନାହାନ୍ତି l ୯ ବର୍ଷର ଝିଅଟେ ବାପାଙ୍କ ଯତ୍ନ ସହ ଘରର ସବୁ କାମ ତା ଟିକି ହାତରେ ସେ କରେ l ଦି ଖଣ୍ଡ ଜାମା ଦେଇଥିଲି ବୋଲି ସେ ଭାରି ଖୁସି l ସୁଖ ଦୁଃଖ ତାର ବଖାଣିଯାଏ ମୋ ଆଗରେ l

କ'ଣ କହିବେ ଦୁଃଖ ଯା କପାଳେ ଲେଖା ,ଦୁଇ ଦୁଇ ବୁନ୍ଦା ଲୁହ ଝରି ଝରି ସାଗରଟେ ହୋଇ ଯାଏ ଆଉ ଉବୁଡୁବୁ ହୋଇ ସେଥିରେ ଜୀଁ ଜୀଁ ମରିବାକୁ ହୁଏ ପ୍ରତି ମୁହୂର୍ତ୍ତରେ l


Rate this content
Log in

Similar oriya story from Tragedy