STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ଭକ୍ତର ଭଗବାନ

ଭକ୍ତର ଭଗବାନ

2 mins
0

ହଠାତ ଦିନେ ଆସି ପହଞ୍ଚିଥିଲେ ସେହି ସ୍କୁଲ ପରିଚାଳକ. କହିଥିଲେ ଆପଣଙ୍କ ଟଙ୍କା ତ ମୁଁ ଦେଇପାରୁନି କିନ୍ତୁ ମୋର ଗୋଟେ ଅମାନତ ଆପଣଙ୍କ ଘରେ ରହିଯାଇଛି. ଏକଥା ଶୁଣିବା ପରେ ପ୍ରଥମ ଥର ସ୍ବାମୀ ନିଖିଲ ବିରକ୍ତି ପ୍ରକାଶ କରିଥିଲେ. ଭିତରେ ଭିତରେ ସବୁ ଜିନିଷ ନେଇଯାଇ ଆଉ କୋଉ ଅମାନତ ଛାଡ଼ିଗଲେ ଆପଣ? ସ୍କୁଲ ପରିଚାଳକ କହୁଥିଲେ ଆମ ସ୍କୁଲର ବାର୍ଷିକ ଉତ୍ସବ ପାଇଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ମୂର୍ତ୍ତି ତିନୋଟି ଆମେ ଠାକୁର ଘରେ ଛାଡ଼ି ଯାଇଥିଲୁ. ସ୍ୱାମୀ କହିଥିଲେ ଯାଆନ୍ତୁ ଯାଆନ୍ତୁ, ଜଗନ୍ନାଥଙ୍କୁ ଆଉ ଦେଇହେବନି. ଅରୁ ବୁଝାଇଥିଲେ ସ୍ୱାମୀଙ୍କୁ ଯେ ସେ ଜଗତର ନାଥ ସମସ୍ତଙ୍କର. ତାଙ୍କୁ ବାନ୍ଧି ରଖିବାକୁ ଆମେ କିଏ? ଅରୁଙ୍କ ଏହି ବକ୍ତବ୍ୟ ସ୍ୱାମୀଙ୍କୁ ବିସ୍ମିତ କରିଥିଲେ ମଧ୍ୟ ସେ ସେହି ସ୍କୁଲ ପରିଚାଳକ ବ୍ୟକ୍ତିଙ୍କୁ ଡାକି ଜଗନ୍ନାଥଙ୍କୁ ହସ୍ତାନ୍ତର କରିଥିଲେ. ସେଇ କିଛି ଦିନ ଅରୁଙ୍କୁ ଖୁବ ଜର ହେଲା. ସ୍ୱାମୀ ବ୍ୟସ୍ତ ହୋଇ କହିଥିଲେ ବ୍ୟସ୍ତ ହୁଅନାହିଁ ମୁଁ ଏଠି କାରିଗରଙ୍କୁ କହି ଲିମ୍ବ କାଠରେ ସ୍କୁଲର ମୂର୍ତ୍ତିଙ୍କ ଠାରୁ ଆହୁରି ବଡ଼ ମୂର୍ତ୍ତି ଗଢ଼ିଦେବା ପାଇଁ ବରାଦ କରିଛି. ଜ୍ୱର ତଥାପି ଛାଡ଼ୁନଥାଏ ଅରୁଙ୍କର. ପୁଅ ବୋହୁ ଦିଲ୍ଲୀରୁ, ଝିଅ ଜୋଇଁ କୋରାପୁଟରୁ ଆସି ପହଞ୍ଚି ଯାଇଥାଆନ୍ତି. ମାଆ କାଳେ ମରିଯିବ ବୋଲି ଭାବିଲକି? କାହିଁ ଅସମୟରେ ଚାକିରିରୁ ସବୁ ଛୁଟି ନେଇ ଆସିଲ ବୋଲି ଅରୁ ବ୍ୟସ୍ତତା ପ୍ରକାଶ କରୁଥାନ୍ତି ଏହି ସମୟରେ ନୂଆ ବରାଦମୂର୍ତ୍ତି ଧରି ପହଁଚିଲେ ସ୍ୱାମୀ. କହିଲେ ନିଅ ତୁମ ହାତରେ ପଞ୍ଚାମୃତ ସଞ୍ଜିବନୀ ଦେଇ ଠାକୁର ଘରେ ପ୍ରତିଷ୍ଠା କର.

   ଏହି ସମୟରେ ଦଉଡି ଆସିଲେ ସେହି ପୂର୍ବ ସ୍କୁଲ ପରିଚାଳକ ତଥା ଭଡାଟିଆ ରାଜୁ ବାବୁ. କହିଲେ ଆଜ୍ଞା ଆପଣଙ୍କ ହାତରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ କାଷ୍ଠ ନିର୍ମିତ ମୂର୍ତ୍ତି ମୁଁ ନିଜେ ଗ୍ରହଣ କରି ନେଇ ସ୍କୁଲ ଘର ଅଫିସରେ ରଖିଥିଲି. ରାତି ପାହିଲେ ଉତ୍ସବ. କାହିଁ ତିନି ମୂର୍ତ୍ତି ମିଳୁନାହାଁନ୍ତି. ତ ଅନେକ ଦିନର ରାଗକୁ ଭାଷାରେ ପରିପ୍ରକାଶ କରିନପାରି କେତୋଟି ଶବ୍ଦରେ ପୁଅ କହୁଥିଲା ତ ଆମେ କଣ କରିବୁ?ଝିଅ କହୁଥିଲା ଘରଭଡା ବାକି ପଇସା ସବୁ ନଦେଇ ଜଗନ୍ନାଥଙ୍କୁ ନେବାର ପରିମାଣ ଏହା. ଛାତ ଉପର ଠାକୁର ଘରୁ ଅରୁ ଡାକ ପକେଇଲେ ଦେଖ ଦେଖ ସମସ୍ତେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତାଙ୍କ ନିଜ ଆସ୍ଥାନରେ ଉପବେଶନ କରିଛନ୍ତି. ସ୍ୱାମୀ ନିଖିଲ ନୂଆ ଆଣିଥିବା ମୂର୍ତ୍ତି ତ୍ରୟ ରାଜୁ ବାବୁଙ୍କ ହସ୍ତରେ ସମର୍ପଣ କରି ଦେଇଥିଲେ ତ ନିଜ ଆଖିକୁ କାନକୁ ବିଶ୍ୱାସ କରିପାରୁନଥିଲେ ରାଜୁବାବୁ. ଲମ୍ବ ହୋଇ ନିଖିଲ ବାବୁଙ୍କ ଗୋଡ଼ ତଳେ ପଡି କ୍ଷମା ମାଗୁଥିଲେ କହୁଥିଲେ ଖୁବ ଶୀଘ୍ର ଆପଣଙ୍କ ବାକି ଟଙ୍କା ଦେଇଦେବାର ବନ୍ଦୋବସ୍ତ କରୁଛୁ ଆମେ. ପୁଅ କହିଲା ତମେ ଯାହା ଦେବ ଆମେ ଜାଣିଛୁ କିନ୍ତୁ ଆଉ କାହାକୁ ଏମିତି ଠକିବନି. ଝିଅ କହୁଥିଲା ଠକ ମୁହଁ ବଡ଼ ଟାଣ.

  ଉପର ପୂଜାଘରୁ ଅରୁ କହୁଥିଲେ ହଉ ଯାହା ହେବାର ହେଲାଣି ଭଗବାନ ତ ଆମର ହୋଇ ଅଛନ୍ତି ରାଜୁ ବାବୁଙ୍କୁ ଛାଡ଼ ସେ ଯାଆନ୍ତୁ ତାଙ୍କ ଉତ୍ସବ ପାଇଁ ଯୋଗାଡ଼ ଓ ଆୟୋଜନ କରନ୍ତୁ. ସେ ଚାଲିଗଲା ପରେ ଅରୁ କହିଲେ ମୋ ପ୍ରଭୁ ତିନିଙ୍କ ପାଇଁ ପୂର୍ବ ପରି ଗୋଟେ ନୀଳା ମୁକୁଟ ଆଣିଦେବ. ପୁଅ କହୁଥିଲା ଦେଖିବ ଆସ ଦେଖିବ ଆସ. ସମସ୍ତେ ଦଉଡି ଆସି ଦେଖୁଥିଲେ ନାତି ନାତୁଣୀ ଦୁହେଁ ସେଇ ନୀଳା ମୁକୁଟଟିକୁ ନେଇ ଛଡ଼ିଆ ଛଡ଼ି ହେଉଛନ୍ତି. ପୁଅର ପୁଅ ନାତି କହୁଛି ମୋର ତ ଝିଅର ଝିଅ ନାତୁଣୀ କହୁଛି ମୋର.ଅରୁ କହିଲେ ଯିଏ ଆଗ ଯାଇ ଠାକୁରଙ୍କୁ ସେଇଟିକୁ ପିନ୍ଧେଇଦେବ ସେଇ ମୁକୁଟ ତାର ତ ଦୁହେଁ ଯାଇ ପିନ୍ଧେଇ ଦେଉଥିଲେ ଠାକୁର ତିନିହେଁଙ୍କୁ ତ ସଜାଡି ଦେଇ ଅରୁ କହୁଥିଲେ କିଏ ମୁକୁଟ ନେବ କିଏ ଠାକୁରଙ୍କୁ ନେବ କୁହ ତ ଦୁହେଁ ଚିନ୍ତାରେ ପଡିଯାଇଥିଲେ. ନିଖିଲ ହସୁଥିଲେ ଖୁବ.



Rate this content
Log in

Similar oriya story from Classics