Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଭକ୍ତି ରଙ୍ଗ

ଭକ୍ତି ରଙ୍ଗ

2 mins
13



    ଜେଜେମା କହିଚାଲିଥିଲେ. ଗୋଟିଏ ଗାଁରେଥିବା ବୁଢ଼ୀମାଉସୀଙ୍କ ଦୁରଦୃଷ୍ଟି ଭଗବାନଙ୍କ ଯାଏଁ ସମର୍ପିତ ହୋଇ ରହିଥାଏ . ଅଭାବୀ ନିର୍ଦ୍ଧନୀ ବୁଢ଼ୀମାଉସୀଙ୍କର କେହି ନଥିଲେ ମଧ୍ୟ ଭଗବାନ ଅଛନ୍ତି ବୋଲି ବିଶ୍ୱାସରୁ ଦିନ କଟିଯାଏ କେମିତି କେମିତି. ରୋଗ ନଥାଏ କି ନଥାଏ ଋଣ. କିନ୍ତୁ ଯାହା ଯେଉଁଠୁ ପାଇଲେ ବି ବୁଢୀମାଉସୀ ପାଟିକୁ ନିଏନା ବିନା ଠାକୁରଙ୍କୁ ସମର୍ପଣରେ. ନିଶ୍ଚିତ ଭୋଗ ଲଗାଇ ସରିବା ପରେ ଯାଇ ଖାଏ ବୁଢ଼ୀମାଉସୀ. ଏମିତି ସବୁଦିନ ଭଲରେ ଯାଉ ଯାଉ ଦୁଇ ଚାରିଦିନ ଧରି ବୁଢୀକୁ କିଛି ମିଳିଲା ନାହିଁ. ପଞ୍ଚମ ଦିନ ବୁଟଭଜା କିଛି ମିଳିଲା ତାହା ପୁଣି ରାତିକୁ. ବୁଢ଼ୀମାଉସୀ ମନେ ମନେ ଠାକୁରଙ୍କୁ କହିଲେ ପ୍ରଭୁ ତିନି ଚାରି ଦିନ ହେଲାଣି ମୁଁ କିଛି ଖାଇନି କି ତୁମକୁ କିଛି ଖାଇବାକୁ ଦେଇ ପାରିନି. ମୋର ଯେମିତି କ୍ଷୁଧାରେ ଦେହ ମୁଣ୍ଡ ଅବଶ ଲାଗୁଛି ତୁମକୁ ମଧ୍ୟ ସେମିତି କଷ୍ଟ ହେଉଥିବ. ତେଣୁ ଏ ବୁଟଭଜା ରହିଲା କାଲି ସକାଳେ ତୁମକୁ ଦେଇ ମୁଁ ଖାଇବି. ଏକଥା କହି ବୁଢୀଟି ଶୋଇଯିବା ପରେ ଚୋର ପଶିଲେ ବୁଢୀମାଉସୀ ଘରେ.କୋଉଠି କିଛି ଧନ, ସୁନା, ଟଙ୍କା ନପାଇ ଜରିରେ ଓହଳିଥିବା ବୁଟଭଜାକୁ ସୁନା ଗହଣା ଭାବି ନେଇ ଚାଲିଗଲେ.

  ବାଟରେ ଠିକ ସନ୍ଦୀପନିଙ୍କ ଆଶ୍ରମ ପାଖାପାଖି ସକାଳ ପାହିଲା. କୃଷ୍ଣ, ସୁଦାମାଙ୍କ ପରି ଅନେକ ଛାତ୍ର ଉଠିପଡ଼ିଥିଲେ. ସନ୍ଦୀପନିଙ୍କ ପତ୍ନୀ ମଧ୍ୟ ଉଠି ବାହାର ଖରକି ପରିସ୍କାର କରିବା ପାଇଁ ଆସିବା ଦେଖି ଭୟରେ ଚୋରମାନେ ସେହି ଜରିଟିକୁ ସେହିଠାରେ ଫିଙ୍ଗିଦେଇ ଚାଲିଗଲେ. ଓଳାଉ ଓଳାଉ ମାତା ସେ ଜରିରେ ବୁଟଭଜା ଦେଖି ତାହା ସୁଦାମାଙ୍କୁ ଦେଇ କହିଲେ ବଣରେ କାଠ ହାଣିବାକୁ ଗଲାବେଳେ ଭୋକ ହେଲେ ଏହାକୁ କୃଷ୍ଣଙ୍କ ସହ ଦୁହେଁ ବାଣ୍ଟି ଖାଇନେବ. ସେପଟେ ସକାଳୁ ବୁଢ଼ୀମାଉସୀ ଦେଖିଲେ ବୁଟଭଜା ଜରି କେହି ନେଇଯାଇଛି ତ ସେ ଭୋକର ଦାଉରେ ଅଭିଶାପ ଦେଲେ ପ୍ରଭୁ ମୋ ବୁଟ ଭଜା ଯିଏ ଖାଇବ ସିଏ ତିନିଲୋକକୁ ଗଲେ ମଧ୍ୟ ନିର୍ଦ୍ଧନ ହୋଇ ରହିବ.ଦାରିଦ୍ର୍ୟ ତାର ପିଛା ଛାଡିବ ନାହିଁ.

  ଦୁରଦୃଷ୍ଟି ଓ ଦିବ୍ୟଦୃଷ୍ଟି ସମ୍ପନ୍ନ ସୁଦାମା ବୁଟଭଜାର ସମସ୍ତ ବୃତ୍ତାନ୍ତ ଜାଣିବା ସହ ଜାଣିଗଲେ କି ଏହାକୁ କୃଷ୍ଣଙ୍କୁ ଦେଲେ ସେ ଦରିଦ୍ର ହୋଇ ରହିବେ ତେଣୁ କୃଷ୍ଣଙ୍କ ସହ କୋଉ ସାଙ୍ଗର ଅମଙ୍ଗଳ ନକରିବା ପାଇଁ ସେ ନିଜେ ସେ ବୁଟଭଜାତକ ଖାଇନେଇଥିଲେ. ଆନ୍ତର୍ଯ୍ୟାମୀ କୃଷ୍ଣ ଏକଥା ଦୁରଦୃଷ୍ଟି ବଳରେ ଜାଣି ବୁଝିଗଲେ କି ଯେମିତି ଶତ ମୂର୍ଖ ପୁତ୍ର ଅପେକ୍ଷା ଗୋଟିଏ ଗୁଣୀ ଓ ବିଦ୍ୱାନ ପୁତ୍ର କୂଳ ରକ୍ଷାକରିପାରେ ସେହିପରି ଶହେ ମିତ୍ର ବଦଳରେ ଏକାନ୍ତ ପ୍ରିୟ ସହଚରଟିଏ, ଠିକ ସୁଦାମାଙ୍କ ପରି ବନ୍ଧୁଟିଏ ଜୀବନରେ ଅତ୍ୟନ୍ତ ଜରୁରୀ. ବୁଟଭଜା ଉପାଖ୍ୟାନ ଭୁଲିନଥିଲେ ଶ୍ରୀକୃଷ୍ଣ ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ଖୁଦଭଜା ଆଣି ଆସିଥିବା ବନ୍ଧୁଙ୍କର ସମସ୍ତ ଦାରିଦ୍ର୍ୟ ହରଣ କରି ତାଙ୍କୁ ଘର, ଟଙ୍କା ସୁନା ରୂପା ଦାନ କରିଥିଲେ.ସେପଟେ ବୁଢ଼ୀମାଉସୀ ଭକ୍ତିରେ ପ୍ରୀତ ହୋଇ ତାହାର ଦାରିଦ୍ର୍ୟ ଦୁରକରି ତାକୁ ଅନ୍ନ ବସ୍ତ୍ର ଓ ଭୋଜନ କିପରି ମିଳିବ ତାହାର ବ୍ୟବସ୍ଥା କରିଥିଲେ ଠାକୁର ଶ୍ରୀକୃଷ୍ଣ ମହାପ୍ରଭୁ ।



Rate this content
Log in

Similar oriya story from Classics