STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭକ୍ତବତ୍ସଳ ପ୍ରଭୁ ଶ୍ରୀବତ୍ସଲାଞ୍ଚନ   

ଭକ୍ତବତ୍ସଳ ପ୍ରଭୁ ଶ୍ରୀବତ୍ସଲାଞ୍ଚନ   

4 mins
12

      ଭକ୍ତବତ୍ସଳ ପ୍ରଭୁ ଶ୍ରୀବତ୍ସଲାଞ୍ଚନ   
       =================
ଦିନେ ପୁଣ୍ୟତୋୟା ସରସ୍ବତୀନଦୀ ତଟରେ ଯଜ୍ଞ ନିମନ୍ତେ ବହୁ ବ୍ରହ୍ମବେତ୍ତା ମୁନି, ତପସ୍ୱୀ ଆସି ମିଳିତ ହେଲେ l ସେମାନଙ୍କ ଭିତରେ ବ୍ରହ୍ମା, ବିଷ୍ଣୁ ଓ ଶିବ ଏହି ତ୍ରିଦେବଙ୍କ ମଧ୍ୟରେ କିଏ ବଡ଼ ଏ ନେଇ ଏକ ବଡ଼ ବିତର୍କ ହେଲା l କିଛି ନିଷ୍କର୍ଷ ନ ବାହାରିବାରୁ ତପସ୍ୱୀ ମାନେ ଶେଷକୁ ବ୍ରହ୍ମାଙ୍କ ପୁତ୍ର ଭୃଗୁ ମୁନିଙ୍କୁ ପରୀକ୍ଷା ନେବା ପାଇଁ ନିଯୁକ୍ତ କଲେ ଏବଂ ତାଙ୍କୁ ତିନି ଦେବତାଙ୍କ ନିକଟକୁ ପଠାଇଲେ l ମୁନି ଭୃଗୁ ପ୍ରଥମେ ଯାଇ ବ୍ରହ୍ମାଙ୍କ ସଭାରେ ପହଞ୍ଚିଲେ l ସେ ବ୍ରହ୍ମାଙ୍କ ଧୈର୍ଯ୍ୟ ପରୀକ୍ଷା କରିବା ପାଇଁ ତାଙ୍କୁ ନମସ୍କାର କଲେ ନାହିଁ କି ସ୍ତୁତି ମଧ୍ୟ କଲେ ନାହିଁ l ଭୃଗୁ କିଛି ସମୟ ନୀରିକ୍ଷଣ କରି ଦେଖିଲେ ଯେ ବ୍ରହ୍ମାଙ୍କ ଅନ୍ତରରୁ କ୍ରୋଧ ପ୍ରକାଶ ପାଉଛି l ଟିକିଏ ପରେ ଧ୍ୟାନରତବ୍ରହ୍ମା ଦେଖନ୍ତିତ ତାଙ୍କ ସମ୍ମୁଖରେ ତାଙ୍କରି ନିଜପୁଅ ଭୃଗୁ ଛିଡ଼ା ହୋଇଛନ୍ତି l ତେଣୁ ସେ ତାଙ୍କର କ୍ରୋଧକୁ ଶାନ୍ତ କରିନେଲେ l ବ୍ରହ୍ମାଙ୍କ ପାଖରୁ ଫେରି ଭୃଗୁ ମୁନି ଯାଇ କୈଳାଶ ପର୍ବତରେ ପହଞ୍ଚିଲେ l ଋଷିଙ୍କୁ ଦେଖି ମହାଦେବ ତାଙ୍କୁ ଆଲିଙ୍ଗନ କରିବା ପାଇଁ ଦୁଇ ହାତ ବଢ଼ାଇ ଦେଲେ l ମାତ୍ର ଭୃଗୁ ଶିବଙ୍କ ଆଲିଙ୍ଗନକୁ ସ୍ୱୀକାର ନକରି କହିଲେ, "ତୁମେ ଲୋକ ମର୍ଯ୍ୟାଦା, ବେଦ ମର୍ଯ୍ୟାଦା ଉଲ୍ଲଙ୍ଘନ କରି ଚାଲିଛ l ଏଣୁ ମୁଁ ତୁମକୁ ଆଲିଙ୍ଗନ କରିବି ନାହିଁ l" ମହାଦେବ ଏହା ଶୁଣି କ୍ରୋଧରେ ଲାଲ ହୋଇ ଗଲେ ଓ ତ୍ରିଶୂଳ ଉଠାଇ ସେ ଭ୍ରୁଗୁଙ୍କ ମାରିବାକୁ ଗୋଡ଼ାଇଲେ l କିନ୍ତୁ ମାଆ ଭଗବତୀ ଏତିକି ବେଳେ ଧାଇଁ ଆସିଲେ l ମାଆ ଶିବଙ୍କ ପାଦଧରି ବହୁ ଅନୁନୟ କରି ତାଙ୍କ କ୍ରୋଧ ଶାନ୍ତ କଲେ l ସେଠାରୁ ଫେରି ଭୃଗୁମୁନି ଚାଲିଲେ ବୈକୁଣ୍ଠ, ବିଷ୍ଣୁଙ୍କ ସାକ୍ଷାତ ପାଇଁ l ବୈକୁଣ୍ଠରେ ପହଞ୍ଚି ମୁନି ଦେଖିଲେ ଭଗବାନ ବିଷ୍ଣୁ ଲକ୍ଷ୍ମୀଙ୍କ କୋଳରେ ମୁଣ୍ଡ ରଖି ଶୋଇଛନ୍ତି l ଭୃଗୁ ଯାଇ ତାଙ୍କ ଛାତିରେ ଯୋରରେ ଲାତଟିଏ ମାରି ଦେଲେ l ଭକ୍ତ ବତ୍ସଳ ଭଗବାନ, ପଲଙ୍କରୁ ଓହ୍ଲାଇ ପଡ଼ି ମୁନିଙ୍କ ଚରଣରେ ମୁଣ୍ଡ ଲଗାଇ ତାଙ୍କୁ ପ୍ରଣାମ କଲେ l ଭଗବାନ କହିଲେ, "ହେ ବ୍ରହ୍ମନ୍ ! ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି, ଆପଣ ଏଠାକୁ ଆସିଲେ ବହୁତ ଭଲ ହେଲା l ଆପଣଙ୍କର ଶୁଭ ଆଗମନ ହେବବୋଲି ମୁଁ ଜାଣି ନଥିଲି ତେଣୁ ଆପଣଙ୍କୁ ମୁଁ ସ୍ୱାଗତ କରି ପାରିଲି ନାହିଁ l ମୋ ଅପରାଧ କ୍ଷମା କରନ୍ତୁ l ଆପଣ ଏଠାରେ ଟିକେ ବିଶ୍ରାମ କରନ୍ତୁ l ଆପଣଙ୍କ ଚରଣ କମଳ ଅତ୍ୟନ୍ତ କୋମଳ l ଏହି ପରି କହି, ଭଗବାନ ମୁନିଙ୍କ ପାଦ ମଞ୍ଚାଳିବାରେ ଲାଗିଲେ l ଭଗବାନ ବିଷ୍ଣୁ କହୁଥାନ୍ତି ଆହା, ଆପଣଙ୍କ କୋମଳ ପାଦପଦ୍ମକୁ କେତେ କଷ୍ଟ ନ ହୋଇଥିବ ସତେ l ଭଗବାନ ବିଷ୍ଣୁ ପୁଣି କହିଲେ, ହେ ମୁନି ! ଆପଣଙ୍କ ଚରଣ ଧୌତ ଜଳ, ତୀର୍ଥ ମାନଙ୍କୁ ମଧ୍ୟ ପବିତ୍ର କରି ଥାଏ l ସେହି ଜଳରେ, ଆପଣ ମୋ ବୈକୁଣ୍ଠ ଲୋକ, ମୋତେ ଓ ମୋ ମଧ୍ୟରେ ଥିବା ସମସ୍ତ ଲୋକ ପାଳ ମାନଙ୍କୁ ପବିତ୍ର କରି ଦିଅନ୍ତୁ l ଆପଣଙ୍କ ଚରଣ ସ୍ପର୍ଶ ପାଇ ମୋର ସକଳ ପାପ ଦୁର ହୋଇ ଗଲା l ଏବେ ଠାରୁ ମୁଁ ଲକ୍ଷ୍ମୀଙ୍କ ଏକ ମାତ୍ର ଆଶ୍ରୟ ହୋଇ ଗଲି l ଏବେ ଠାରୁ ଆପଣଙ୍କ ଚରଣ ଚିହ୍ନିତ ମୋର ବକ୍ଷ ସ୍ଥଳ ହେବ ଲକ୍ଷ୍ମୀଙ୍କର ନିବାସ ସ୍ଥାନ l ବ୍ୟାସ କୃତ ସଂସ୍କୃତ ଭାଗବତରେ ଏହା ବର୍ଣ୍ଣନା କରି କୁହା ଯାଇଛି :- ଅଦ୍ୟାହଂ ଭଗବଁଲ୍ଲକ୍ଷ୍ମୟା ଆସମେକାନ୍ତଭାଜନମ୍ l ବତ୍ସ୍ୟତ୍ୟୁରସି ମେ ଭୂତିର୍ଭବତ ପାଦହତାଂହସ ll
ଭଗବାନଙ୍କ କଥା ଶୁଣି ମହର୍ଷି ଭୃଗୁ ପରମ ତୃପ୍ତି ଅନୁଭବ କଲେ l ତାଙ୍କ ଚକ୍ଷୁଦ୍ବୟ ଅଶ୍ରୁ ଛଳ ଛଳ ହୋଇ ଗଲା l ମହର୍ଷି ସେଠାରୁ ଫେରି ସରସ୍ବତୀ କୁଳ ବ୍ରହ୍ମବେତ୍ତା ଋଷି ମାନଙ୍କ ସତସଙ୍ଗରେ ଆସି ପହଞ୍ଚିଲେ ଓ ସେଠାରେ ବ୍ରହ୍ମା, ଶିବ ଓ ବିଷ୍ଣୁଙ୍କ ସମ୍ବନ୍ଧରେ ତାଙ୍କର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ l ତାଙ୍କର ଏ ଅନୁଭୂତି ଶୁଣି ସମସ୍ତଙ୍କ ସନ୍ଦେହ ଦୁର ହୋଇଗଲା l ସେହିଦିନ ଠାରୁ ସମସ୍ତେ ଭଗବାନ ବିଷ୍ଣୁଙ୍କୁ ହିଁ ଶ୍ରେଷ୍ଠ ବୋଲି ମାନ୍ୟ କଲେ l ବିଷ୍ଣୁ ହେଉଛନ୍ତି ଶାନ୍ତି ଏବଂ ଅଭୟର ଉତ୍ପତ୍ତିସ୍ଥଳ l ସକଳ ଶାସ୍ତ୍ର କହି ଥାନ୍ତି ବିଷ୍ଣୁ ହେଲେ, ସମସ୍ତଙ୍କର ଅଭୟଦାତା l ସାଧୁସନ୍ଥ ମାନଙ୍କ ପାଇଁ ସେ ପରମ ଗତି l ତାଙ୍କ ତ୍ରିଗୁଣ ମୟ ମାୟାହିଁ ରାକ୍ଷସ, ଅସୁର ଦେବତା ଆଦି ନିର୍ମାଣକରିଛି, ସେ ସ୍ୱୟଂ ସକଳ ପୁରୁଷାର୍ଥର ସ୍ୱରୂପ l ସରସ୍ବତୀ ତଟରେ ସେ ଦିନ ମୁନି ଋଷି ମାନେ ଏହି ଉପାୟ କରିଥିଲେ, ସକଳ ମନୁଷ୍ୟଙ୍କର ସଂଶୟ ଦୁର କରିବା ପାଇଁ l ଭଗବାନ ଶ୍ରୀପୁରୁଷୋତ୍ତମଙ୍କ ଏହି କମନୀୟ କିର୍ତ୍ତୀ ଗାଥା ଜନ୍ମ ମୃତ୍ୟୁ ରୂପୀ ଏ ସଂସାରର ଭୟ ଦୂରକରି ଦିଏ l ଭଗବାନ ଏହି ଜଗତକୁ ତାଙ୍କର ସତ୍ୱଗୁଣ ଶିକ୍ଷା ଦେବାକୁ ଭୃଗୁ ମୁନିଙ୍କ ସେହି ପଦାଘାତ ଚିହ୍ନ, ଶ୍ରୀବତ୍ସଲାଞ୍ଚନ ନିଜ ବକ୍ଷ ସ୍ଥଳରେ ଧାରଣ କରିଛନ୍ତି l ତେଣୁ ଭଗବାନ ବିଷ୍ଣୁଙ୍କ ଏକ ନାମରହିଛି ଶ୍ରୀବତ୍ସ ଲାଞ୍ଚନ l ଦ୍ଵାପର ଯୁଗରେ, କଂସ କାରା ଗୃହରେ ଭଗବାନ୍ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ ଏହି ଶ୍ରୀବତ୍ସଲାଞ୍ଚନ ଚିହ୍ନ ହୃଦରେ ଧରି l ଶ୍ରୀମଦ ଭାଗବତରେ କୃଷ୍ଣଙ୍କ ରୂପ ବର୍ଣ୍ଣନା କରି କୁହା ଯାଇଛି :- ଶ୍ରୀବତ୍ସଚିହ୍ନ ହୃଦେ ଶୋହେ l ରତ୍ନପାଦୁକା ବେନି ପାୟେ ll ଅପୂର୍ବ ରୂପ ଯୋଗେଶ୍ୱର l ଦେବ ମାନବେ ଅଗୋଚର ll
ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧ ପଞ୍ଚନବତି ତମ ଅଧ୍ୟାୟରେ ଏହି ସୁନ୍ଦର ପୂଣ୍ୟମୟୀ ଗାଥା ବର୍ଣ୍ଣିତ ହୋଇଛି l ଭଗବାନ ବିଷ୍ଣୁଙ୍କ ନିକଟରୁ ଭ୍ରୁଗୁ ମୁନିଙ୍କ ବିଷ୍ଣୁ ଭାବ ଘେନି ବିଦାୟକୁ ଲକ୍ଷ୍ୟ କରି ଅତିବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି :-
 ବିଷ୍ଣୁ ମହିମା ଗୁଣ ଦେଖି l
           ଭୃଗୁ ବୁଜିଲେ ବେନି ଆଖି ll
 କଣ୍ଠ କୁଣ୍ଠିତ ମନ୍ଦ ସ୍ଵର l
            ରୋମ ପୁଲକ କଳେବର ll
 ବିଷ୍ଣୁର ଭାବ ହୃଦେ ବହି l
          ଭୃଗୁ ଚଳିଲେ ତୋଷ ହୋଇ ll
 ଓଁ ନମୋ ଭଗବତେ ବାସୁଦେବାୟଃ
                🙏🙏🙏
                    ଅର୍ଜୁନୀ
               ------------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational