ଭାଷା ସୁନ୍ଦର ସାହିତ୍ୟ ସରସ
ଭାଷା ସୁନ୍ଦର ସାହିତ୍ୟ ସରସ


ସକାଳୁ କା କା ଡାକେ କାଉ
ଏହାଠୁ ବଳିକି ଭାଷା ଅଛି ଆଉ
ସାହିତ୍ୟ ସାର୍ବଜନୀନ ମହୁ
ଭାଷା ଆଞ୍ଚଳିକ ହେଇ ରହିଥାଉ
ସକାଳ ସୂର୍ଯ୍ୟଙ୍କ ପହିଲି ପ୍ରକାଶ
ନେଇଆଣି ଥୋଉ ଥାଉ
ଦିନ ଓ ରାତିର ସୂର୍ଯ୍ୟ ଚନ୍ଦ୍ର ଗତି
ଦେଖିବାର କଥା ଏହୁ
ରଚନା ସାରଳାର୍ଥ ବୁଝେଇ କହୁ
ଲେଖି ଶିଖି ପଢି କହି ଦିନଚର୍ଯ୍ୟା
ଲେଖୁ ଲେଖୁ ଭାଷା ଶିଖିଯାଉ
ଆମ ରାଇଜର ପୁରାତନ ରାଜା ଯେତେ
ଭାଷାରେ ଉର୍ନ୍ନତି ହେଉ
ଛଡାଇ ଆଣିଲେ ଅନ୍ୟ ଭାଷାଭାଷୀଙ୍କଠୁ
କୋଇଲିର ମିଠା କୁହୁ ଓଡ଼ିଆ ମର୍ଯ୍ୟାଦା ରହୁ
ଖାରବେଳ ରାଜା ଓଡ଼ିଆ ଭାଷାର ମଜା
ନେଇ ଆଣି ଥୋଉ ଥୋଉ
ମଧୁବାରିଷ୍ଟର, ଗୋପବନ୍ଧୁଆଦି
ଭରିଦେଲେ ଲୁହ ଲହୁ
ଗଜପତି କୃଷ୍ଣଚନ୍ଦ୍ର କୋରାପୁଟ ଜମିଦାର
ସଙ୍ଗେ ଥିଲେ ଜଗା ମହାବାହୁ
ବଳରାମ ଦାସ ଲଷ୍ମୀ ପୁରାଣ
ଭୀମଭୋଇ ସାଲବେଗଙ୍କ ଜଣାଣ
ଆଜି ବି ଜାଗାଏ ପ୍ରାଣରେ କୁହୁ
କେ କେତେ ଗଲେଣି ଅଛି ପାଦ ଚି
ହ୍ନ
ସାହିତ୍ୟ ସଭାରେ ତାଙ୍କରି ଭାଉ
ବଖାଣି ପରାପିଢ଼ି କହି ଶିଖି ଲେଖି
ଜାଣୁଛି ବୁଝୁଛି ଭାଷା ସାହିତ୍ୟର ମହୁ
ଜଣାଣ ଭଜନ ବନ୍ଦନାରେ ଭାଷା ଥାଉ
କବିତା ଗଳ୍ପରେ ସତରେ ଯକ୍ଷ ଜହୁରୀ କେହୁ
ଫକୀରମୋହନଙ୍କ ଉପନ୍ୟାସରେ କହି ଉହୁ
କାହା କଥା ଆଉ ଲେଖିବା ଜଣଙ୍କୁ
ଜଣେ ତ ବଳିଆର ଭାଷା କିମ୍ବଦନ୍ତୀ ଗାଉ
ସାହିତ୍ୟ ମର୍ଯ୍ୟାଦା ଭିତରେ ଓଢଣା
ଦିଶୁଛି ମାଆ ମୁହଁ ଦାଉ ଦାଉ
ଖରା ହଉ ଶୀତ ବର୍ଷା ବୈଶାଖ ବସନ୍ତ
ଭାଷା ବଞ୍ଚିରହିଥାଉ ଯୁଗ ଆସୁ ଯାଉ
ପରାପିଢ଼ି ପାଇଁ ପୁସ୍ତକ ରଖୁ ଥୋଉ
ସମୟ ସୁଅରେ କେତେ ଯେବେ ଆସିବେ
ଥିବେ ନୀଳାଚଳେ ମହାବାହୁ
ପ୍ରଭୁ ତଵ ଇଛା ପୂର୍ଣ୍ଣହେଉ
ଗୀତଗୋବିନ୍ଦରୁ ଅଧ୍ୟାୟେ ଲେଖାଏଁ
ନଶୁଣି ତୁମେ ପା ଚେଇଁ ରହିଥାଉ
କଳଗାଉଣା ବାଜଣାରେ ଗୀତା ଭାଗବାତ
ପଦେ ଅଧେ ଶୁଣି ନିଶ୍ଚିନ୍ତ ଶୋଇ ରହୁ
ଛାମୁହେ ଏତିକି ସୁଦୟା ହେଉ
ଜୟ ଭାଷା ଜୟ ସାହିତ୍ୟ ଆମର
ତା ଚରଣ ଛୁଁ ଛୁଁ ପ୍ରାଣ ଯାଉ.