Maheswar sahoo

Inspirational Thriller

4  

Maheswar sahoo

Inspirational Thriller

ଭାରି ଲୋଭି

ଭାରି ଲୋଭି

8 mins
22.8K


ନଟିଆ ବୋଲି ପିଲାଟିଏ । ଦିନ ରାତି ୟା ଘର ତା'ଘର ହୋଇ ବୁଲିବା ଛଡା କୌଣସି କାମ କରେ ନାହିଁ । ବାପା ଯେତେ ଗାଳି କଲେ ବି ସୁଧୁରିବାର ନାହିଁ । ସବୁବେଳେ ଚାଲି ଯାଉଥିବା ଲୋକ ସାଥିରେ ମଜାକି କରିବାର ଲକ୍ଷଣ ଲୋକ ମାନଙ୍କୁ ବହୁତ ବିରକ୍ତି ଦେଇ ଥାଏ ହେଲେ ଉପକାରୀ ପିଲାଟିଏ । ନଟିଆର ବାପା ଧତାଲି ଦାସ ଓ ମାଆ ଦୁଖୁଲି ଦାସ ଏକ ଅଜବ ପ୍ରକାରର ଲୋକ । ଭାରି ଲୋଭ ତାଙ୍କର । କେମିତି ଲୋକଙ୍କୁ ଠକେଇ ଦୁଇ ପଇସା ଆଦାୟ କରିବା ସୁଧ ଆକାରରେ ଆଦାୟ କରିବା,ସେଇ ଚକର ରେ ରହି ଥାନ୍ତି ।

ପୁଅ ନଟିଆ ପାଠ ପଢିଲେ ପଇସା ଖର୍ଚ୍ଚ ହେବ ଭାବି ସେମାନେ ତୃତୀୟ ଶ୍ରେଣୀରୁ ନଟିଆକୁ ପଢ଼ା ବନ୍ଧ କରିଦେଲେ । କହିଲେ ନଟିଆ ବୁଝିଲୁ ପାଠ ପଢିଲେ ମାଷ୍ଟର ପଇସା ଖାଇବ । ବହିଦୋକାନି ପଇସା ଖାଇବ । ହେଲେ ଦିନେ ନଟିଆ କହିଲା ବାପା,"ତୁ ଟିକେ ଦେଖ ଆମ ସାହିରେ ସେଇ ଜଉ ଗୁଡୁ ଦୈନିକ ସ୍କୁଲ ବ୍ୟାଗ ଧରି ସକାଳେ ବାହାରି ଯାଉଛି ଯେ ଯାଇଛି ପୁଣି ଫେରିଲା ବେଳକୁ ସଞ୍ଜ ! କେତେ ପଇସା ତା ବାପା ମାଆ ତା ପାଇଁ ଖର୍ଚ୍ଚ କରୁଛନ୍ତି ଦେଖୁନୁ ! ହେଲେ ମୋର କୌଣସି ଖର୍ଚ୍ଚ ନାହିଁ, ଆମ ଗାଁ ରେ ତ ଯଉଁଠି ମାଇକି ବାଜୁଛି ତୁ କହୁଛୁ ହଇରେ ନଟିଆ ତାଙ୍କର ଆଜି ବାହାଘର, ତାଙ୍କର ଆଜି ଶନି ମେଳା ଜା ସେଇଠି ବୁଲି ହେବୁ ଆଉ ତାଙ୍କୁ ଟିକେ କାମରେ ସହଯୋଗ କରିବୁ, ପୁଣି ଖାଇବା ସମୟ ହେଲେ ବୋହେ ଖାଇବୁ ଓ କିଛି ମାଗିକି ନେଇ ଆସିବୁ, ଆମ ଦୁଇ ଜଣ ଖାଇବୁ ଓ ରାତି ପାଇଁ ବି କିଛି ରଖି ଦେବୁ । ବାପା ତୋ କହିବା ଅନୁସାରେ ମୁଁ ଆମ ଗାଁ ଆଉ ପାଖ ଗାଁ ରେ ପ୍ରସିଦ୍ଧ ହେଇଗଲିଣି । ଯାହାର ଯଉଁଠି କିଛି କାମ ହେଉଛି ସବୁ ପରା ଡାକୁଛନ୍ତି । ମୁଁ ଏବେ ଆଉ ଗାମୁଛା ନେଇକି ଯାଉନି ଏବେ ଗୋଟେ ଝୁଲା ନେଇକି ଯାଉଛି ଆଉ ପୁରା ଦୁଇ ତିନି ଦିନ ପାଇଁ ଖାଇବା ନେଇ ଆସୁଛି ।"

ବାପା ଟିକେ ଖୁସିରେ, " ହଁ ସେଇ କଥା ଭାବିଲୁ ଗୁଡୁ ପାଠ ପଢୁଛି ନା ।"

ନଟିଆ ହସିକି କହି ପକାଇଲା," ହଁ ବାପା ଜାଣିଛୁ ତା ମାଆ ତାକୁ ଦୈନିକ ଗୋଟେ ବଡ଼ ପାତ୍ରରେ ଖାଇବା ଭରି ଦେଉଛି । ମାଷ୍ଟର କୁ ଟିଉସନ ପଇସା ଦେଉଛି ଆଉ ବହି କିଣୁଛି, ଖାତା କିଣୁଛି ଓ ସ୍କୁଲ ବାଲାଙ୍କୁ ବି ପଇସା ଦେଉଛି । ହା ହା ହା..."

ବାପା ଧତାଲି ଟିକେ ଗର୍ବରେ," ମୋ ପୁଅ ମୋର ନାଁ ରଖିବ । ଏବେ ଠାରୁ ଗାଁ ଗହଳିରେ ଫିମସ ହେଇ ଗଲା ।"

ନଟିଆ ହସି ହସି," ବାପା ଫିମସ ନୁହେଁ ଲୋ ଫେମସ ।"

ବାପା ," ହଁ ହଁ ସେଇ ଫେମସ ! ତୋତେ ଏହି ଖଣ୍ଡ ମଣ୍ଡଳରେ କିଏ ନ ଜାଣେ କହିଲୁ । ଜା ମୁହଁରେ ଦେଖ ନଟିଆ ନଟିଆ..କିଏ ଉପକାରୀ କହୁଛି ତ କିଏ ବଦମାସ କହୁଛି । ଆଉ କାହାର କିଛି କରମ କାଯ୍ୟ ହେଲେ ମୋ ଘରକୁ ଧାଇଁ ଆଉଛନ୍ତି । ଆଉ ନଟିଆ ଟିକେ ବଡୀ ଭୋରୁ ପଳେଇ ଆଇବୁ କହୁଛନ୍ତି । ବାଃ ବାଃ ତୋ ଭଳି ପୁଅ ଜନ୍ମ କରି ମୁଁ ଧନ୍ୟ ହେଇଗଲି ରେ ।"

ନଟିଆ ଟିକେ ମନ ଦୁଃଖରେ କହିଲା , " ବାପା ଜାଣିଛୁ କାଲି ଜଉ ଯାଇଥିଲି ସେଇ ବ୍ରତଘରରେ ।"

ବାପା ଟିକେ ମୁହଁ ସୁକେଇ," କଣ ହେଲା କିରେ?? ସେମାନେ ତ ଝୁଲା ଭରି ଖାଇବା ପଠେଇ ଥିଲେ ।"

ନଟିଆ ରୁଦ୍ଧ ଗଳାରେ," ହଁ ଯେ ! ହେଲେ ଜାଣିଛୁ ଲୋ ବାପା ସେମାନେ ସକାଳୁ ପହରୁ ପତ୍ର କଟିବା ଠାରୁ କାମ କରେଇ କରେଇ ଶେଷରେ ମୋତେ ସବୁ ଖାଇକି ଗଲା ପରେ ଖାଇବାକୁ ଦେଲେ । ଆଉ ଗୋଟେ କଥା ଜାଣିଛୁ ଲୋ ମାଆ ତାଙ୍କର ଗୋଟେ ବୁଢା ଅଛି , ଦେଖିଲେ ହାଡ଼ ଜଳି ଯାଉଛି ।"

ମାଆ,"କଣ ହେଲାକିରେ ଧନ ।"

ନଟିଆ କାନ୍ଧି ପକେଇଲା," ମାଆ ସେ ବୁଢା ସବୁ କାମ କରେଇଲା ଆଉ ଜଉ ଲୋକ ମାନେ ଆସନ୍ତି ଜାଣିଛୁ ତାଙ୍କୁ ଗେଷ୍ଟ କୁହାଯାଏ । ତାଙ୍କ ପାଇଁ ସରବତ ହୋଇ ଥିଲା, ମୋତେ ବହୁତ ଭୋକ ଲାଗିଲାଣି ତେଣୁ ସରବତ ମୁନ୍ଦେ ପିଇଦେଲି । ସେଇଠୁ ବୁଢ଼ାଟା ଆସିକି ଗୋଟେ ବାଡ଼ି ରେ ଦୁଇ ପାହାର ମୋ ପିଠିରେ ଦେଇ ଦେଲା । ମୁଁ ପାଞ୍ଚ ମିନିଟ ସିଧା ହେଇ ପାରିଲି ନାହିଁ । ମାଆ ଲୋ ତାଙ୍କ ଘରକୁ ଜଣେ ବାବୁ ଲୋକ ଆସିଥିଲେ । ସେ ମୋ କାମ ଦେଖିକି କହିଲେ ବହୁତ କାମ କଲୁଣି ଗଣ୍ଡେ ଖାଇଦେ । ମୁଁ ଯାଇକି ଖାଇଲି ଆଉ କହିଲି ମୋତେ କିଛି ତରକାରୀ ଆଉ ଖାଇବା ଦିଅ ମୁଁ ମୋ ବାପା ଓ ମାଆଙ୍କ ପାଇଁ ନେବି କହିବାରୁ ସେ ଲୁଚେଇକି ଏତିକି ଦେଇଥିଲେ ।"

ନଟିଆର ବାପା ବୁଝେଇଲା ଭଳି, " ଆରେ ନଟିଆ ହାତରେ କଣ ପାଞ୍ଚ ଆଙ୍ଗୁଳି ସମାନ ଥାଏ । ଦୁନିଆରେ କଣ ସବୁ ଏକା ପ୍ରକାର ଥାଆନ୍ତି । ତେଣୁ ଜଣେ ଜଣେ ଟିକେ ଟାଣୁଆ ମିଳିବେ ତୁ ଅଡୁଜଷ୍ଟ କରିବୁ ନା ।"

ନଟିଆ ହସିଦେଇ, "ପୁଣି ଅଡୁଜଷ୍ଟ ହା ହା ଆଡ଼ଜଷ୍ଟ କହୁନୁ । ମୁଁ ଲୋକଙ୍କ ଘରେ ବୁଲି ବୁଲି ପୁରା ଖଣ୍ଡି ଇଂଲିଶ ଶିଖି ସାରିଲିଣି ।"

ନଟିଆ ବାପା ଟିକେ ହସି ଦେଇ,"ଦେଖ ତୁ ମାଗଣାରେ ଏତେ କଥା ଶିଖି ଗଲୁଣି । ହଉ ମୁଁ ଆଜି ଯାଉଛି ଗୋଟେ ବଡ଼ ଝୁଲା ଆଣିବି ।"

ନଟିଆ ଟିକେ ଆଶ୍ଚଯ୍ୟ ହୋଇ,"କାହିଁକି ଲୋ?"

ନଟିଆ ବାପା," ଏବେ ତୁ ଫେମସ ହେଇ ଯାଇଛୁ ଆଉ ଯୁଆଡେ ଯିବୁ ବଡ଼ ଝୁଲା ଭରିକି ଆଣିବୁ ଓ ରାତି ପାହିଲେ କଉଁଠି ମାଇକି ବାଜୁଛି ଲକ୍ଷ କରିବୁ ହେଲା ! ଯାହା ଛୁଆ ପଢୁଛି ପଢୁ ।ପଢିଲେ ତ ସରଗକୁ ଚାଲିଯିବେ । ଆମର ଜଉ ପଇସା ଅଛି ସବୁ ସୁଧ ଆସିକି ବଢୁଛି ଆଉ ବଢିବ । ମୁଁ କାମ କରୁଛି ଆଉ ସୁଧ ଲାଗେଇଛି । ତୋ ମାଆ ଦେଖ ଛେଳି, ଗୋରୁଗାଈ ଓ କୁକୁଡ଼ା ବତକ ପାଳି ବହୁତ ରୋଜଗାର କରୁଛି । ଆମର ଧନ ବଢିବ କେବଳ ବଢିବ । ଆମ ଘର ପାଖରେ ଜଉ ପଣ୍ଡା ଘର ଅଛି ତାଙ୍କ ବିଜୁଳି ବଲର ଆଲୁଅରେ ଆମ ଦାଣ୍ଡ ଆଉ ଆମ ଘର ପୁରା ଆଲୋକିତ ହେଇ ଯାଉଛି ଆମେ ଆଉ , ବିଜୁଳି ଘରକୁ ଆଣିବା ନାହିଁ । ବୁଝିଲୁ?"

ନଟିଆ ହସି ଦେଲା ଫେଁ କିନା," ହଁ ବାପା, ମୋ ବାପା ଭଳି ଆଉ କିଏ ଅଛି ୟେ ଦୁନିଆରେ କହିଲୁ ! ହଉ ମାଆ ମୋ କପଡା ଧୋଇ ଦେଇଛୁ କି ନାହିଁ ? ବହୁତ ଗନ୍ଧ ଆଉଥିଲା !"

ମାଆ ," ହଁ କାଲି ଠାରୁ ବତୁରେଇ ରଖିଛି । ବତୁରେଇ ଗୋଟେ ଦିନ ରଖିଲେ ଆଉ ସାବୁନ ଦରକାର ହେବନି ଏବେ ଧୋଇ ସୁଖେଇ ଦେବୀ ।"

ବାପା ମାଆ ଓ ପୁଅ କଥା ହେଉଥିବା ସମୟରେ ଗୋଟେ ସାହିରୁ ମାଇକି ବାଜିବା ଶବ୍ଦ ଆସିଲା ଓ ବାପା ପୁଅ ଦୁଇଜଣ ହସି ଦେଲେ । ବାପା କହିଲେ ନଟିଆ ବାଜିଲାଣି..ବାଜିଲାଣି..

ନଟିଆ ,"ହା..ହା..ହଁ ହଁ ଆସିଯିବେ କେହି ଏଇନେ ଆଉ ତୁ ଯାଉନୁ ଗୋଟେ ବଡ଼ ଝୁଲା ନେଇ ଆସିବୁ । "

ବାପା, " ହଁ ଝୁଲା ଆଣିବି କଣ ଯେ, ସେଇ ଜଉ ସାହୁ ଘର ବାଡିରୁ ଗୋଟେ ସିମେଣ୍ଟ ବ୍ୟାଗ ଆଣିଛି । ତାକୁ ତ ମାଆ ସିଲେଇ କରିଦେବ ଓ ତୁ ନେଇଯିବୁ, ବୁଝିଲୁ?"

ଏଇ ସମୟରେ ହରିଆ ଭାଇ ଧାଇଁ ଧାଇଁ ଆସି ପହଞ୍ଚି ଗଲେ ଆଉ କହିଲେ, ନଟିଆ ଏଇଠି ଠିଆ ହେଇଛୁ । ତୁ ଏଇନେ ମୋ ସହିତ ପଳେଇ ଚାଲ । "

ନଟିଆ," ଦେଖ ହରିଆ କକା ମୁଁ ଦାନ୍ତ ସଫା କରିନି ତେଣୁ ଦୋକାନକୁ କୋଲଗେଟ ଆଣିବାକୁ ଯିବି ଆଉ ସାବୁନ ଆଣିବି, ଆଉ ସାମ୍ପୁ ଆଣିବି ତା ପରେ ଗାଧୋଇ ପାଧୋଇ ଯିବି ନା !"

ହରିଆ ଭାଇ," ଆରେ ତୁ ଚାଲ ମୁଁ ସବୁ ଦେବୀ ଆମ ଘରେ ତୁ ସଫା ହେଇଯିବୁ ।"

ନଟିଆ , " ଏଂ ୟେ କି କଥା ମ, ତମେ ସିନା ଆଜି ପାଇଁ ଦେଇ ଦେଵ ହେଲେ କାଲି ପହର ଦିନ କଉଠୁ ଆଣିବି ଯେ?"

ହରିଆ, " ହଉ ସାବୁନ, ସେମ୍ପୁ ଆଉ କୋଲଗେଟ ବ୍ରସ ଜିଭ ଛାଲି ସବୁ କିଣିକି ଦେଇ ଦେବୀ ଏଇନେ ଚାଲ ମୋ ସହିତ। " କହି ହରିଆ କକା ନେଇ ଗଲେ ନଟିଆକୁ ତାଙ୍କ ସହିତ । ବାପା ଧତାଲି ଦାସ ମାଆ ଦୁଖୁଲିକୁ ଅନାଇ କହିଲେ ଦେଖିଲ ମୋ ପୁଅର ବୁଦ୍ଧି । ବାପା ମାଆଙ୍କୁ ଗୋଟେ ସାବୁନ ବି କିଣିବାକୁ ଦେଲାନି । ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ହଉ ଚାଲ କାଲି ଜଉ ତରକାରୀ ଥିଲା ଓ ପଖାଳ ଭାତ ଥିଲା ଖାଇଦେବା ।

ନଟିଆ ଯାଇ ହରିଆ କକାଙ୍କ ସହିତ ସବୁ କିଛି କିଣି ପକେଇଲା ତା ପରେ କାମ କରିବା ଆରମ୍ଭ କଲା । ଆଜି ବହୁତ ଖୁସି ଥିଲା ସେ । ସେଥିପାଇଁ ଗଧ ଭଳି ଖଟିବାରେ ଲାଗିଲା । କୌଣସି କାମରେ ସହଯୋଗ ନ କରିବାର ଦେଖି ନଥିବ କିଏ । ଲୋକେ କୁହନ୍ତି ଦେଖ ବାପା ସୁଧ ଲଗେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି ହେଲେ ଛୋଟିଆ ପୁଅଟା ତାର କେମିତି ୟା ଘର ତା ଘର ହୋଇ ପତ୍ର ଉଠା କାମ କରୁଛି । ଗୋଟିଏ ଝିଅ ହୋଇଥିଲା ଯେ, ବଢିଲେ ବାହାଘର କରିବାକୁ ପଡିବ ବୋଲି ତାକୁ ଚାହିଁଲେ ନାହିଁ । ଜ୍ବରରେ ପଡି ପଡି ମରିଗଲା । ଆଉ ଏହି ପୁଅଟା ବି ବାରବୁଲା କୁକୁର ଭଳି ହେଉଛି । ଏମିତି ଗାଁ ଲୋକ ବହୁତ କୁହ କୁହି ହୁଅନ୍ତି । 

ବାପା ଧତାଲି ବି ଶୁଣନ୍ତି ଲୋକଙ୍କ କଥା ହେଲେ ସେ କୁହନ୍ତି ମୋତେ କେହି ଦେଇ ଦେବେନି କିନ୍ତୁ କହିବେ । 

ଆଜି ନଟିଆ ଟିକେ ଅଧିକ କାମ କରି ବହୁତ ଥକି ପଡିଥାଏ । ଗାଧୋଇବା ତ ଦୂରର କଥା ପାଣି ପିଇବା ବି ଭୁଲି ଯାଇଥାଏ । ଖାଇବା ସମୟ ହେଲା ପତ୍ର ଉଠା କାମ କରୁଥାଏ ହଠାତ ତା ପେଟରେ ଦରଦ ଆରମ୍ଭ ହେଲା । ପେଟରେ କିଛି ନଥିବାରୁ ପିତ ବାନ୍ତି ହେବାକୁ ଲାଗିଲା । କାହାରିକୁ କିଛି ନ କହି ଗୋଟିଏ ପୋଖରୀ ନିକଟକୁ ଯାଇ ସେଠାରେ ମୁହଁ ଧୋଇଲା ଆଉ ବହୁତ ଥକି ଯାଇଥିବାରୁ ଟିକେ ଶୋଇଗଲା । ହରିଆ କକା ଖୋଜି ଖୋଜି ଯାଇ ଦେଖିଲେ ନଟିଆ ପୋଖରୀ କୂଳରେ ସୋଇଛି । ଡାକିଲେ ନଟିଆ ନଟିଆ ! ସୋଇଛୁ କାହିଁକି । ନଟିଆ ଉଁ କିଣା କହି ଆଖି ବୁଜିଦେଲା । ହରିଆ କକା ତା ଦେହରେ ହାତ ଲଗେଇ ଜାଣିପାରିଲେ ଭୀଷଣ ଜ୍ୱର । ପିଲାଟାକୁ ନେଇ ଆସି ତା ଆଡ଼କୁ ଆଉ ଧ୍ୟାନ ଦେଲି ନାହିଁ । କିଛି ସକାଳ ଠାରୁ ଖାଇ ନାହିଁ ବୋଧେ ତେଣୁ ତାକୁ ବାନ୍ତି ହୋଇଛି ଓ କମଜୋରି ପାଇଁ ଜ୍ୱର ଆସିଯାଇଛି । ହରିଆ କକା ଉଠେଇ ନେଇଥିଲେ ଘରକୁ । ମୁଣ୍ଡରେ ପାଣି ଦେଇ ଭଲିକି ଧୁଆ ଧୋଇ କରିଦେବାରୁ ଟିକେ ଜ୍ୱର କମିଥିଲା । ଖାଇବାକୁ ଯାଚିବାରୁ ଖାଇଲା ନାହିଁ । ହରିଆ କକା କିଛି ଖାଦ୍ୟ ସହ ତା ପାଇଁ କିଣିଥିବା ସାବୁନ ଆଉ ସେମ୍ପୁ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସିଲେ ।

ବାପା ଧତାଲି ପୁଅର ଅବସ୍ଥା ଦେଖି କହିଲେ ବ୍ୟସ୍ତ ହଅନା ବାପା ତୋର ଜ୍ୱର ହେଇଛି ଛାଡି ଯିବ । ଟିକେ ସୋଇପଡ଼ । ଆଉ ଜଣେ ଆଇଥିଲା କହି ଯାଇଛି କାଲି ଯିବା ପାଇଁ । ଏମିତି କହି ସ୍ୱାଦିଷ୍ଟ ଖାଦ୍ୟରୁ ବୋହେ ବୋହେ ଗିଳି ପକେଇଲେ ବାପା ଆଉ ମାଆ । ପୁଅ ସେମିତି ରାତି ଯାଏ ସୋଇଥାଏ । ମାଆ ଯେତେ ଲୋଭି ହେଲେ ବି ମାଆ ! ମାଆ କିନ୍ତୁ ପୁଅର ଜ୍ୱର ହୋଇଛି ଜାଣି ଦେହରେ ବାରମ୍ବାର ତେଲ ମାଲିସି କରୁଥିଲେ । ଗୋଡ଼ ହାତ ଦବେଇ ଦେଉଥିଲେ । ପୁଅକୁ ଡାକ୍ତର ପାଖକୁ ନେବାକୁ ବାପାଙ୍କୁ କହୁଥିଲେ, ହେଲେ ବାପା କହୁଥିଲେ " ଜ୍ୱର ଆସିଛି କଣ ସେମିତି ରହିଥିବ ଛାଡି ଯିବନି "।

ରାତି ଦଶଟା ହେଲା ଜ୍ୱର ବଢି ବଢି ଚାଲିଥାଏ । ଜ୍ୱର ବଢି ବଢି ମୁଣ୍ଡ ଧରିନେଇଥାଏ । ମୁଣ୍ଡ ବିଚଳିତ ହେବାରେ ଲାଗିଲା । ପିଟି ଛାଟି ହୋଇ କହୁଥାଏ ମାଆ ମାଆ... ହେଲେ ମାଆ ବା କଣ କରିପାରିବ । ବାଡିରୁ ଯାଇ ଗଙ୍ଗଶିଉଳି ପତ୍ର କିଛି ଆଣି, ଛେଚି ତା ରସକୁ ପିଆଇଲା । ହେଲେ ଆଜି କାଲି ପାରାସିଟାମୋଲ ନ ମାନୁଥିବା ଜ୍ୱର କଣ ପତ୍ର ରସରେ କମିବ । ଏମିତି ଉଁ ଉଁ ହେଉଥାଏ ପୁଅ । ବାପା ସୋଇଯାଇଥିଲେ ସ୍ୱାଦିଷ୍ଟ ବଳକା ଖାଦ୍ୟ ଖାଇ । ହେଲେ ମାଆ ପୁଅ ପାଖରେ ବସି ମୁଣ୍ଡ ଦବେଇ ଦେଉଥାନ୍ତି । ମୁଣ୍ଡରେ ଓଦା କପଡା ପକେଇ ପୋଛି ଦେଉଥାନ୍ତି । ଜ୍ୱର ଏବେ ପ୍ରବଳ ରୂପ ଧାରଣ କଲା ଓ ଦେହ ବିଚଳିତ ହେବାକୁ ଲାଗିଲା । ପେଟରେ ଟିକେ ଦାନା ନ ଥାଏ ତା ସହିତ ଯାହା ବି ପତ୍ର ରସ ପାଣି ପିଆଇଲେ ସବୁ କିଛି ବାନ୍ତି ହୋଇ ବାହାରି ଯାଉଥାଏ । 

ରାତି ପାହିଲା, ଗାଁ ଲୋକ ନଟିଆକୁ ବହୁତ ଭଲ ପାଆନ୍ତି କାରଣ ଉପକାରୀ ପିଲାଟା । ନଟିଆର ଜ୍ୱର କମିନି ଡାକ୍ତର ଖାନା ନେବାକୁ କହିବାରୁ ବାପା ଧତାଲି କହିଲା ହରିଆକୁ ଡାକ ସେ ନେଇକି ମୋ ପୁଅକୁ ଜ୍ୱର ଦେଇଛି । ସେ ଭଲ କରିବ । ଯେତେ ଯିଏ ନେହୁରା ହେଲେ ବି ଧତାଲି ଦାସ ଶୁଣିବାର ନାହିଁ । ଗାଁ ଲୋକ ହରିଆକୁ ଖବର ଦେଲେ ଓ ହରିଆ ଆସିଲା । ହରିଆକୁ ଧତାଲି କହିଲା ତୁ ନେଇ ମୋ ପୁଅକୁ ଜ୍ୱର ଦେଇଛୁ । ତୁ ଭଲ କରିବୁ ନ ହେଲେ ମୁଁ ଥାନାକୁ ଯିବି । ହରିଆ ବାଧ୍ୟ ହେଇ ନଟିଆକୁ ଡାକ୍ତର ପାଖକୁ ନେଇକି ଗଲା । ଡାକ୍ତର ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରି କହିଲେ ଯେ ନଟିଆକୁ ଟାଇଫୋଏଡ଼ ହୋଇ ମୁଣ୍ଡକୁ ଜ୍ୱର ଉଠି ଯାଇଛି ତେଣୁ ଜ୍ୱରରୁ ନଟିଆକୁ ବଞ୍ଚେଇବା ବହୁତ କଷ୍ଟ । ଗାଁ ଲୋକ ମାନେ ଡାକ୍ତରଙ୍କୁ ବହୁତ ନେହୁରା ହୋଇଥିଲେ କି ନଟିଆକୁ ଭଲ କରିଦିଅନ୍ତୁ । ହେଲେ ପରିସ୍ଥିତି ଏମିତି ଥିଲା ତିନିଦିନ ଡାକ୍ତର ଖାନାରେ ରହି ନଟିଆର ମୃତ୍ୟୁ ହୋଇ ଯାଇଥିଲା । 

ପିଲାଟିଏ ଯେତିକି ଶ୍ରମ ଓ ଯେତିକି ସଂସ୍କାର ମଧ୍ୟରେ ରହି ନିଜକୁ ବିକଶିତ କରି ପାରିବ ସେତିକି ବାତାବରଣ ତା ପାଇଁ ଯୋଗେଇ ଦେବା ଆବଶ୍ୟକ । ନ ହେଲେ କଡ଼ିଟିଏ ପ୍ରସ୍ପୁଟିତ ହେବା ପୁର୍ବରୁ ନଷ୍ଟ ହୋଇଯିବ । ଏଣୁ ଅର୍ଥଲୋଭ ମଣିଷକୁ ଦିଗହରା କରିଥାଏ ।


Rate this content
Log in

Similar oriya story from Inspirational