AMRITA PANI

Romance

2  

AMRITA PANI

Romance

ଭାଲୁଆଣ୍ଟିନ

ଭାଲୁଆଣ୍ଟିନ

2 mins
176


ଲକ୍ଷ୍ମୀ ଜଲ୍ଦି ଜଲ୍ଦି ପାଇଟି ସାରୁ ସାରୁ କାନେଇଲା , ମାଲିକାଣି ଫୋନ ରେ ଭାରି ଖୁଶି ରେ କାହା ସହ  ଗପ ଲମ୍ବାଇଛନ୍ତି  , ଆଉ ଘଡ଼ି ଘଡ଼ି କାନ ର ଦୁଲ କୁ ଡ୍ରେସିଂ ଟେବୁଲ ପାଖ ରେ ଦେଖି ପକାଉଛନ୍ତି | କଅଣ ଗୋଟିଏ ଭାଲୁଆଣ୍ଟିନ ନା ଫାଲୁଆଣ୍ଟିନ  ପରବ ଲାଗି ବାବୁ ନୂଆ ହୀରା ର କାନ ଫୁଲ ହଳ ଟିଏ କୁଆଡ଼େ ଉପହାର ଦେଇଛନ୍ତି | ରଜ ,ସାବିତ୍ରୀ , କୁଆଁର ପୁନେଇ କଥା ଜାଣି ଥିଲା ,କିନ୍ତୁ ସହର ରେ ପୁଣି ଏ କି ନୂଆ ପରବ ପାଳନ ହୁଏ ଲକ୍ଷ୍ମୀ କାନ ଉଠିଲା ଠାରୁ ଶୁଣି ନଥିଲା | ହଁ.. , ବେଲ ପାଚିଲେ କାଉ ର କି ଯାଏ ଆସେ ମ , ଆମର ତ ଦିନେ ନ ଖଟିଲେ ଆର ଘଡ଼ି ଉପାସ , ଏ ସବୁ ବଡ଼ ବଡ଼ିଆ ଙ୍କ ସଉକ | ମନେ ମନେ ବିଡ ବିଡ ହୋଇ ଘର ପୋଛା ରେ ମନ ଦେଲା ଲକ୍ଷ୍ମୀ | ହେ ଲକ୍ଷ୍ମୀ ତୋର କେତେ ଡେରି ହେବ ଯେ , ମତେ ପୁଣି ବାହାରକୁ ଯିବାର ଅଛି ,ଡେରି ହେଉଛି | ପାଟି କଲେଣି ମାଡାମ I  ବାବୁ ଙ୍କ ସହ ବଜାର ଯିବେ କିଣା କିଣି ଲାଗି ,ପୁଣି କୋଉ ହୋଟେଲ ରେ ଖିଆ ପିଆ  ,ସିନେମା ଦେଖା ଆହୁରି କେତେ କଣ  ତେଣୁ ତର ବର ରେ କାମ ଶେଷ କରୁଥିଲା ଲକ୍ଷ୍ମୀ I

 ଘରେ ପହଂଚି ଭାତ ଫୁଟାଇବାକୁ ଚୁଲି ଲଗାଉଛି କି ନାହିଁ ଦୁଆର ରେ ଖଡ଼ ଖଡ଼ ହେଲାI ଦେଖିଲା , ରତନା ପହଂଚି ଗଲାଣି|ଲୁଗା ରେ ହାତ ପୋଛୁ ପୋଛୁ , ପଚାରିଲା ଲକ୍ଷ୍ମୀ ,କଅଣ ଆଜି ଏତେ ଜଲ୍ଦି ପଳାଇ ଆସିଲ ? ରତନା ପୁଡ଼ିଆ ଟେ ତା ହାତ କୁ ବଢ଼ାଇ କହିଲା , ଆକୁ ନେ , ଆଜି କିଛି ରୋଷେଇ ବାସ କରେନା | ଆଜି ବେପାର ଭଲ ହେଲା , ସଅଳ ସଅଳ ସବୁ ବିକ୍ରି ହୋଇ ଗଲା ,ତେଣୁ ଫେରିବା ବେଳେ ମୁଁ ଆମ ଦୁହିଁ ଙ୍କ ଲାଗି କରିମ ଦୋକାନ ରୁ ସ୍ପେଶାଲ ବିରିଆନୀ , ଆଉ ପାହାଳ ରସଗୋଲା ନେଇ ଆସିଲି ପରା | ସବୁ ଦିନେ ସେଇ ସେଇ ଖାଦ୍ୟ ଖାଇ ପାଟି ଟା ଚିଟା ହୋଇ ଯାଇଥିଲା | ଯାଆ ଯାଆ ଶୀଘ୍ର ଖାଇବାକୁ ବାଢ଼େ , ପେଟ ରେ ମୂଷା ଦୌଡ଼ିଲେଣି | ଲକ୍ଷ୍ମୀ , ଖାଇବା ଥାଳି ଆଣୁଥିବା ବେଳେ ରତନା ତା କାନ ପାଖେ ଛୁଆଇଁ ଦେଲା ହଳେ ଝୁମୁକା | କହିଲା ,  ଗତ ଥର ମେଳା ରେ ତୁ ଏଇମିତି ଝୁମୁକା ହଳ ଟିଏ ଲାଗି ମତେ କହିଥିଲୁ , ମୁଁ ଆଣିପାରିନଥିଲି ପଇସା ଅଭାବ ରୁ | ଏଥର ଖୁଶି ତ ? ପଚାରିଲା ରତନା | ଝୁମୁକା ଟି ପିନ୍ଧି କାନ୍ଥ ରେ ଝୁଲୁଥିବା ଛୋଟ ଆଇନା ରେ ନିଜକୁ ଦେଖି ମନେ ମନେ କୁରୁଳି ଉଠୁଥିବା ଲକ୍ଷ୍ମୀ ଉତ୍ତର ଦେଲା , ହଁ ,ହଁ ମୁଁ ବହୁତ ଖୁଶି , ୟା ମାନେ ଆଜି ଆମର ବି ଭାଲୁଆଣ୍ଟିନ ପରବ| ଆଁ କରି ଚାହିଁ ଥିବା ରତନା ମୁହଁ ରେ ରସଗୋଲା ଟିଏ ଗୁଂଜି  ଦେଲା ଲକ୍ଷ୍ମୀ |


Rate this content
Log in

Similar oriya story from Romance