AMRITA PANI

Inspirational Thriller

5.0  

AMRITA PANI

Inspirational Thriller

ଏ.ସି.

ଏ.ସି.

1 min
437


ଏଥର ମେ' ମାସରେ ଅସମ୍ଭାଳ ଗରମ ହେଉଛି । ସେଥିରେ ଦେଖିଲା ବେଳକୁ ପୁରୁଣା ହେଇ ଯାଇ ଥିବା ଉଇଣ୍ଡୋ ଏସିଟି ଠିକ ସେ କାମ କରୁନି । ରାଜେଶ ବାବୁ ବିନା ଏସିରେ ମୋଟରୁ ଚଳିପାରନ୍ତିନି । ସେ ଭାବିଲେ ଏ ପୁରୁଣା ଏସିଟିକୁ ବଦଳାଇ ଦେଇ ଗୋଟିଏ ନୂଆ ଦାମିକିଆ ଏସି ଆଣିବେ ।

ସେ ସଂଗେ ସଂଗେ ଫୋନ କରିକି ନୂଆ ମଡେଲର ଗୋଟିଏ ଏସି କିଣି ଘରେ ଲଗାଇ ଦେଲେ । ହେଲେ ପୁରୁଣା ଏସିଟିକୁ କରିବେ କଣ । ତାଙ୍କ ଏକମାତ୍ର ପୁଅ ଵଂଟି ତତକ୍ଷଣାତ ଉତ୍ତର ଦେଲା କାହିଁକି ଡାଡି ତାକୁ ଆମ ଘର ପଛରେ ଥିବା ସର୍ଭେନ୍ଟ କ୍ୱାର୍ଟରରେ ଲଗେଇ ଦିଅ । ଚିହିଁକି ପଡି ରାଜେଶ ବାବୁଙ୍କ ସ୍ତ୍ରୀ ଆଉ ଵଂଟିର ମମ୍ମି ପଚାରିଲେ କିରେ କ'ଣ ପାଇଁ ସେଠି ଲଗାଇବାକୁ କହୁଚୁ ? ସେଠି କିଏ ରହୁଛି କି? ବଂଟୀ କହିଲା ,କାହିଁକି ତମେ ଦୁଇ ଜଣ ଯେତେ ବେଳେ ବୁଢା ବୁଢ଼ୀ ହେଇଯିବ ଆଉ କୋଉଠି ରହିବ ? ସେ ଘରେ ତ ରହିବ ନା । ମୁଁ ଦେଖିଚି, ସେ ଘରେ ଜେଜେ ବାପା ରହିଥିବା ବେଳେ ଖରା ଦିନେ କେତେ ଗରମ ହୁଏ । ଵଂଟି, ବୁଝିପାରିଲାନି ନୂଆ ଏସି ୨୪ ଡ଼ିଗ୍ରୀରେ ଚାଲିଥିବା ବେଳେ ତା ଡାଡିଙ୍କ ମୁହଁରୁ କଣ ପାଇଁ ଏତେ ଝାଳ ବାହାରୁଛି ।


Rate this content
Log in

Similar oriya story from Inspirational