AMRITA PANI

Others

3  

AMRITA PANI

Others

ବଡ଼ ଦିନ

ବଡ଼ ଦିନ

1 min
597


ବଡ଼ ଦିନ ପାଇଁ ନୂଆ କାମଟିଏ ପାଇଛି ହେନରୀ । ସାଂଟା କ୍ଲଜ୍ ସାଜି କୁନି କୁନି ପିଲା ମାନଙ୍କର ମନୋରଞ୍ଜନ କରିବ । ବାପା ମାଙ୍କ ଠାରୁ ଦାମୀ ଉପହାର ସାଂଟା ହାତରେ ପିଲାଙ୍କୁ ଦିଆ ଯିବ ।ରଙ୍ଗୀନ୍ ଜରିରେ ଲୁଚି ରହିଥିବ ଖେଳନା , ଚକଲେଟ୍ , କଣ୍ଢେଇ , ଆହୁରି କେତେ କଣ , ଘର ବାହାର ଚିମିନି ସବୁରୁ ଭାସି ଉଠୁଥିବ ସୁଆଦିଆ କେକ୍ , ପାଇ ଆଉ ପୁଡ଼ିଙ୍ଗ୍ ର ମନମୋହକ ବାସ୍ନା ।ସହର ସାରା କୋଳାହଳମୟ ।


ଗୀର୍ଜା ଘର ସବୁ ଆଲୋକମୟ ।କିନ୍ତୁ ,ହେନରୀର ଟିକିଏ ବି ଫୁରସତ ନାହିଁ , ବରଫ ମୟ ରାତିରେ ଥରି ଥରି ଉପହାର ଆଉ ଖୁଶି ବାଣ୍ଟି ଘରକୁ ଫେରିଲା ବେଳେ ହେନରୀ ପାଦ ଅଟକି ଗଲା ଏକ ବେକେରି ଦୋକାନ ସାମ୍ନାରେ । ଅପେକ୍ଷାକୃତ କମ୍ ଦାମ୍ ରେ ବିକ୍ରି କରାଯାଉଥିବା ତିନି ଦିନର ବାସି ପାଉଁରୁଟି ଏବଂ ପାଷ୍ଟ୍ରି କିଛି ପାକିଙ୍ଗ୍ କଲା , ତା ଅପେକ୍ଷାରେ ଚାହିଁ ବସିଥିବା ଚାରୋଟି ଭୋକିଲା ମଣିଷଙ୍କ ପାଇଁ ।


Rate this content
Log in