Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

AMRITA PANI

Thriller Others

3  

AMRITA PANI

Thriller Others

ହାପି ନିଉ ୟର

ହାପି ନିଉ ୟର

4 mins
663


ମନୀଷା ର ହାତ ଘଡ଼ି ସମୟ ସୂଚାଉ ଥିଲା ରାତି ଆଠ ଟା | ଶୀତ ଦିନ ହେତୁ କେତେ ଶୀଘ୍ର ଅନ୍ଧାର ହେଇ ଯାଉଛି ଜଣା ପଡ଼ୁନି | ହାତ ଗୋଡ଼ ହେମାଳ ହୋଇ ଗଲାଣି |ଅଫିସ ଲାପଟପ ବନ୍ଦ କଲା  ମନୀଷା | ସମସ୍ତେ ଯାଇ ସାରିଲେଣି , କିଏ କାହିଁକି ବି ରହିଥାନ୍ତା , ମନୀଷା ର ପ୍ରୋଜେକ୍ଟ ଦାଖଲ ର ଶେଷ ଦିନ ଆଜି ଥିଲା , କାମ ନସାରିକି ବାହାରିବାର ଯୁ ନଥିଲା | ନୂଆ ବର୍ଷ ପାଳନ ଲାଗି ସମସ୍ତେ ବ୍ୟସ୍ତ , କିନ୍ତୁ ତାକୁ ହିଁ କାମ ରୁ ଫୁରସତ ନାହିଁ | ପୁଣି ନିକିତା ର ପାର୍ଟି କୁ ଯିବାର ଅଛି | ଅଫିସ ବାଥ ରୁମ ରେ ଅନ ଲାଇନ ଅର୍ଡର କରିଥିବା ୱାନ ପିସ ଡ୍ରେସ ଟା ପିନ୍ଧି ନେଲା , ବାହାରିବା ପୂର୍ବ ରୁ ଦର୍ପଣ ରେ ନିରେଖି ଦେଖିଲା ; କୌଣସି ଫିଲ୍ମ ତାରକା ଠାରୁ କିଛି କମ ଦେଖା ଯାଉନି ତ , ମନେ ମନେ କହିଲା ମନୀଷା |ଜଲ୍ଦି ଜଲ୍ଦି କାମ ସାରି ବାହାରକୁ ଆସିଲା ମନୀଷା କିଛି ଅଟୋ କି ଗାଡ଼ି ମଟର ଦେଖା ଯାଉନଥିଲେ କଣ ପାଇଁ କେଜାଣି ? ମୋବାଇଲ ରେ ବ୍ୟାଟେରୀ ମାତ୍ର ପନ୍ଦର ପ୍ରତିଶତ ବାକି ଅଛି | କେତେ କହିଲେ ବି ତାର ସବୁ ବେଳେ ଗୋଟିଏ ଭୁଲ ହୋଇ ଯାଏ ଫୋନ ଚାର୍ଜ ନକରିବାକୁ | ତଥାପି ଉବେର ରେ ଟାକ୍ସି ବୁକ କରିବାକୁ ଚେଷ୍ଟା କଲା ମନୀଷା | କାହିଁ କିଛି ଗାଡ଼ି ଦେଖାଉନି ସେଥିରେ ? ହେଃ ଭଗବାନ କଣ କରିବ ଏବେ ? ମୋବାଇଲ ଫୋନ ଟି ବାଜି ଉଠିଲା , ଆର ପଟୁ ବ୍ୟସ୍ଥ ହୋଇ ପଡ଼ୁ ଥିଲା ରିମା ,ମନୀଷା ର ରୁମ ମେଟ | କଣ କରୁଛୁ ,ମନୀଷା ଏତେ ବେଳ ହେଲାଣି କୋଉଠି ଅଛୁ , କଣ କିଛି ଜାଣିନୁ କି ,ବିରାଟ ଦଙ୍ଗା ହୋଇ ଗଲାଣି |ରାସ୍ତା ଘାଟ ଜାମ ହେଲାଣି , ତୁ କେମିତି ଘରକୁ ଆସିବୁ ଏତେ ରାତି ରେ ,ଗୋଟିଏ କାମ କରେ ପାଖା ପାଖି କୋଉଠେ ସୁବିଧା ହେଲେ ରାତି ରହିଯା |ଆଉ ଆଜି ଘରକୁ ଫେରେନା ,ପରିସ୍ଥିତି ଖରାପ| କଣ ଯେ କହୁଛୁ ରିମା ,ତୋର ମୁଣ୍ଡ ଫୁଂଡ଼ ଠିକ ଅଛି ତ , ଏତେ ରାତି ରେ କୁଆଡ଼େ ଯିବି? ରାଜୀବ ବି ଦୁଇ ଦିନ ହେଲା ପୁନେ ଯାଇଛି , ହୋଟେଲ କି ଲଜିଂ ରେ ରହିବାକୁ ହେଲେ ଅତି କମ ରେ ପାଞ୍ଚ କିଲୋ ମିଟର ଯିବାକୁ ହେବ | ୟାଠାରୁ ଭଲ ମୁଁ ଚାଲିକି ଘରକୁ ଆସି ଯିବି | ରାଗି ଯାଉଥିଲା ମନୀଷା | ତୋର ଯାହା ଇଛା କର ,ତତେ ସାବଧାନ କରାଇଦେବା ଥିଲା ମୋର କର୍ତ୍ତବ୍ୟ |ଫୋନ କାଟି ଦେଲା ରିମା | ଅନ୍ୟୋପାୟ ହୋଇ ମନୀଷା ଛାତି କୁ ଦମ୍ଭ କରି ଗୋଟିଏ ଗୋଟିଏ ପାଦ ପକାଇଲା | ଏ ଉଚା ହାଇ ହିଲ ଜୋତା ରେ କୋଉ ଜୋର ରେ ଚାଲି ହେଉଛି କି | ରାସ୍ତା ପୁରା ଶୂନଶାନ |  ବାଇକ ରେ କିଛି ନବଯୁବକ ଦ୍ରୁତ ଗତି ରେ ଆସିବା ଦେଖିଲା ମନୀଷା , କ୍ୟା ହୁଆ ମାଡ଼ାମ ,ଅକେଲି ଅକେଲି କାହାଁ ଯା ରହେ ହୋ …ମନୀଷା କୁ ଲାଗିଲା ଆଉ ନୁହେଁ ,ଆଜି ସବୁ ସରିଲା ,କାନ୍ଦ କାନ୍ଦ ହୋଇ ଗଲାଣି ସେତେବେଳକୁ | ତରବର ରେ ଏକ ଅଚିନ୍ହା ଘର ଗେଟ ଭିତରକୁ ପଶି ଶାନ୍ତି ରେ ନିଶ୍ୱାସ ମାରିଲା |ଉଙ୍କି ମାରିଲା ସେ ପିଲା ଗୁଡ଼ାକ ଚାଲି ଗଲେଣି ବୋଧେ | ପୁଣି ବାହାରକୁ ଆସି ,ଉବେର ଦେଖିଲା , ଥ୍ୟାଙ୍କ ଗଡ଼ , ଚଟାପଟ ବୁକ ହୋଇ ଗଲା , ଡ୍ରାଇଭର ଅବଦୁଲ ରେହେମାନ ପାଞ୍ଚ ମିନିଟ ରେ ପହଂଚିବ | ହାଲୁକ ଶୁଖି ଗଲା ମନୀଷା ର , ଆଜି କାହା ମୁହଁ ଚାହିଁ ସକାଳୁ ଉଠି ଥିଲା କେଜାଣି | ମୁଣ୍ଡ ରେ ଟୋପି , ଆଖିରେ ସୁରମା ,ଆଉ ମୁହଁ ରେ ଦାଢ଼ି ଭର୍ତି ,ଏ ତ ଏକ ଆତଙ୍କବାଦୀ ପରି ଦେଖାଯାଉଛି | ଗାଡ଼ି ହର୍ନ ରେ ତନ୍ଦ୍ରା ଭାଙ୍ଗିଲା ମନୀଷା ର | କିଧର ଜାନା ହେ ଜି ? ଜଲ୍ଦି କିଯିଏ , ଉଧର ଝମେଲା ଚଲ ରାହା ହେୟ  | ତରବର ରେ ମନୀଷା ଗାଡ଼ି ଟି ଭିତରେ ବସି ଗାଡ଼ି ଚାଲି ଥାଏ ମନୀଷା ,ମିଛ ମିଛ ରେ ଫୋନ ରେ କଥା ହେବାର ବାହାନା କରୁଥାଏ | ଦେଖିଲା ତାକୁ ଗାଡ଼ି ମିରର ରୁ ଦେଖୁଛି ସେ ଡ୍ରାଇଭର | କି ବିପଦ ରେ ମଣିଷ ନପଡ଼ିଲା ଆଜି | ଫୁଙ୍ଗୁଳା ଦିସୁ ଥିବା ଜଙ୍ଘ ଦୁଇଟି କୁ ଭାନିଟି ବ୍ୟାଗ ରେ ରେ ଘୋଡ଼ାଇବାକୁ ଚେଷ୍ଟା କଲା ମନୀଷା | ହଟାତ ଦୂରରୁ ରୁ କୋଳାହଳ ଆଉ ପୋଲିସ ର ସାଇରନ ଶୁଭିଲା , ଡ୍ରାଇଭର ତତ୍କ୍ଷଣାତ ଗାଡ଼ି କୁ ଅନ୍ୟ ଦିଗ ଆଡ଼େ ମୁହେଁଇଲା | ମନୀଷା ପାଟି କଲା କୁଆଡ଼େ ନେଉଛ ଗାଡ଼ି ,ମୋର ଘର ରାସ୍ତା ତ ବିପରୀତ ଦିଗ ରେ | ଗମ୍ଭୀର ସ୍ୱର ରେ ଅବଦୁଲ ଉତ୍ତର ଦେଲା ଚୁପଚାପ ବସନ୍ତୁ , ଆପଣଙ୍କୁ ପହଁଚେଇଲେ ଗଲା | ସେତେ ବେଳକୁ ଝାଳ ରେ ବୁଡି ଗଲାଣି ମନୀଷା |ଫୋନ ରେ ଆଉ ମାତ୍ର ଦୁଇ ପ୍ରତିଶତ ଚାର୍ଜ | କୋଉ ଏକ ଅଜଣା ରାସ୍ତା ରେ ଗାଡ଼ି ଚାଲିଛି ଫୁଲ ସ୍ପିଡ଼ ରେ |ଆଉ ବୋଧେ ନୂଆ ବର୍ଷ ଦେଖିବା ଭାଗ୍ୟ ରେ ନାହିଁ ମନୀଷା କୁ ବାପା ମାଁ ଙ୍କ କଥା ମନେ ପଡ଼ିଲାଣି ବହୁତ ଜୋର ରେ , କେତେ ଥର ବାପା କହିଛନ୍ତି ,ଫୋନ ଫୁଲ ଚାର୍ଜ କରିବାପାଇଁ , ନିଉଜ ଅପଡେଟ ଦେଖିବାକୁ ,ବ୍ୟାଗ ରେ ପେପର ସ୍ପ୍ରେୟ ରଖିବାକୁ ଆଜି ସବୁ ଭୁଲ ର ଦଣ୍ଡ ତାକୁ ମିଳିବାକୁ ଯାଉଛି | ଅଣନିଶ୍ଵାଶି ଲାଗୁ ଥିଲା ମନୀଷାକୁ |  କିଂକର୍ତ୍ତବ୍ୟବିମୁଢ ହୋଇ ଭଗବାନ ଙ୍କୁ ଡାକି ଚାଲି ଥାଏ ମନୀଷା | ଭାବୁଥାଏ ଆଜି ଏହି ନୃଶଂଷ ଆତଙ୍କବାଦୀ ହାତ ରେ ଜୀବନ ଯିବା ସୁନିଶ୍ଚିତ | ସ୍ଥିର କଲା ,ଗାଡ଼ି ଡୋର ଖୋଲି କୁଦି ଯିବ ନହେଲେ | ଗାଡ଼ି ଡୋର ଟି ଖୋଲି ବାକୁ ହାତ ବଢ଼ାଉଛି ଗାଡ଼ି ଟି ଜୋର ରେ ବ୍ରେକ ମାରିଲା | ଆଖି ବୁଜି ହୋଇ ଗଲା ମନୀଷା ର ,ଚେତା ବୁଡ଼ି ଯିବ କି କଅଣ | ଓ ମାଡ଼ାମ ,ଉଠନ୍ତୁ ,  ଚମକି ପଡିଲା ମନୀଷା ଦେଖିଲା ଏ ତ ତାରି ଆପାର୍ଟମେଣ୍ଟ ଗେଟ | ପଛକୁ ଅନାଇ ଡ୍ରାଇଭର ଟି କହିଲା , ଆପଣଙ୍କ ଲୋକେସନ ଆସି ଗଲା , ଓହୋଃ , କି ବେଳା ରେ ଆଜି ଘରୁ ବାହାରି ଥିଲି | ଘରେ ସିଆଡେ ବିବି ବଚ୍ଚା ଅପେକ୍ଷା କରୁଥିବେ |ମୁଁ ଗାଡ଼ି ବନ୍ଦ କରିବାକୁ ବାହାରୁ ଥିଲି , ଠିକ ସେତିକି ବେଳେ ଆପଣଙ୍କ ବୁକିଂ ଆସିଲା ,ଦେଖିଲି , ଝିଅ ପିଲା ,ତେଣୁ ବାଧ୍ୟ ହୋଇ ଗାଡ଼ି ଆଣିଲି | ନହେଲେ ସହର ର ଯୋଉ ପରିସ୍ଥିତି ଆପଣ ଆଜି ବହୁତ ବିପଦ ରେ ପଡ଼ି ଥାନ୍ତେ | ଏ ରାଜନୀତି କୁ ନେଇ ଗଣ୍ଡଗୋଳ ରେ ଆମେ ସାଧାରଣ ଜନତା ଫସି ଯାଉଛେ | ସେପଟ ରାସ୍ତା ରେ ଜଳାପୋଡ଼ା ଚାଲିଥିଲା ତେଣୁ ଏହି ନିଛାଟିଆ ରାସ୍ତା ରେ ଆପଣଙ୍କୁ ନେଇ ଆସିଲି | ଆପଣଙ୍କୁ ସୁରକ୍ଷିତ ଭାବେ ପହଂଚାଇବା ମୋର କର୍ତ୍ତବ୍ୟ ଥିଲା ନହେଲେ କ'ଣ ଯେ ହୋଇ ଥାନ୍ତା | ସବୁ ଈଶ୍ବରଙ୍କ ଦୟା; ହେଲେ ଗୋଟିଏ କଥା କହିବି ମାଡ଼ାମ , ରାତି ରେ ନା ଟିକିଏ ସାବଧାନ ରେ ଘରୁ ବାହାରିବେ | ମନୀଷା ପାଞ୍ଚଶ ଟଙ୍କିଆ ନୋଟ ଟିଏ ବଢ଼ାଇ ଦେଲା ଅବଦୁଲ କୁ |  ଛୁଟଟା ନାହିଁ ମାଡ଼ାମ , ଚେଞ୍ଜ ଦିଅନ୍ତୁ | ରଖ ଲିଜିଏ ନା ଭୈୟା , ଏହା ମୋ ତରଫ ରୁ ଆପଣଙ୍କୁ ନୂଆ ବର୍ଷ ଭେଟି , ପିଲା ମାନଙ୍କ ଲାଗି ମିଠାଈ ନେଇ ଯିବେ | ଅବଶ ପାଦ ରେ ଗେଟ ଭିତରକୁ ପଶି ଯାଉ ଯାଉ ମନୀଷା ଉତ୍ତର ଦେଲା ସେହି ଆତଙ୍କବାଦୀ ଭଳି ଦିଶୁଥିବା ଦେବଦୁତ କୁ | ଦୂର ରୁ ବାଣ ଫୁଟିବା ଶବ୍ଧ ସୂଚନା ଦେଉ ଥିଲା ନୂତନ ବର୍ଷ ଆଗମନ ର |


Rate this content
Log in

More oriya story from AMRITA PANI

Similar oriya story from Thriller