AMRITA PANI

Tragedy Others

2  

AMRITA PANI

Tragedy Others

ଫ୍ରେଣ୍ଡସିପ୍ ଡ଼େ

ଫ୍ରେଣ୍ଡସିପ୍ ଡ଼େ

1 min
446


ତୁ ଏତେ ଦିନ ଲାଗି ଆମେରିକା ଯାଉଛୁ, ସତରେ ନା ମୁଁ ବହୁତ ଏକୁଟିଆ ହୋଇ ଯିବିରେ । ପିଲା ଦିନରୁ ଆଜି ପର୍ଯ୍ୟନ୍ତ କେବେ ବି ଅଲଗା ହୋଇ ନଥିବା ବେଷ୍ଟ୍ ଫ୍ରେନ୍ଡ ସୁଜୟକୁ ପଚାରୁଥିଲା ଅନନ୍ୟା । 

ଆଜି ଫ୍ରେଣ୍ଡସିପ୍ ଡ଼େରେ ଦେଖା କରିବାକୁ ଆସିଲା ବେଳକୁ ମୋ ପାଇଁ ଯେମିତି କିଛି ସ୍ପେଶାଲ୍ ଗିଫ୍ଟ୍ ଆଣିବାକୁ ନଭୁଁଲୁ । ବୁଝିଲୁ ନା ଯଦି ଖାଲି ହାତରେ ଆସିବୁ, ତୋର ମୋର କଟି, ଆଖିରୁ ବୋହି ଯାଉଥିବା ଲୁହକୁ ଅଟକାଉ ଅଟକାଉ ଫୋନ୍ ରଖିଲା ଅନନ୍ୟା ।

ନେ’ ତୋ ଫ୍ରେଣ୍ଡସିପ୍ ଡ଼େ ଗିଫ୍ଟ; ଖୋଲି ଦେଖ୍ ତ । ଅନନ୍ୟା ଅତ୍ୟନ୍ତ ଆଗ୍ରହରେ ସୁଜୟର ଉପହାରଟି ଏକ ପ୍ରକାରର ଝାମ୍ପିନେଲା । ଏ କ’ଣ !  ଏକ ସୁନ୍ଦର ମଖମଲ ବାକ୍ସ; ଖୋଲି ଦେଖିଲା ତା’ ଭିତରେ ଏକ  ହୀରା ଖଚିତ ମୁଦି ? ଆଶ୍ଚର୍ଯ୍ୟ ହୋଇ ଅନନ୍ୟା ଚାହିଁଲା ସୁଜୟ ଆଡ଼େ । ସୁଜୟ ଆଖିରେ ଥିଲା ଚିର ବନ୍ଧୁତାର ନିର୍ଭର ପ୍ରତିଶ୍ରୁତି । 


Rate this content
Log in

Similar oriya story from Tragedy