AMRITA PANI

Inspirational

3  

AMRITA PANI

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

2 mins
332



ସବୁ ଦିନେ କଲେଜ ଯିବା ଆସିବା କଥା ଚିନ୍ତା କରି ଗୀତା ର ମୁଣ୍ଡ ଖରାପ ହୋଇ ଯାଉଥିଲା | କଣ କରିବ ,ଦିନ କୁ ଦିନ ସାହି ମୁଣ୍ଡ ଛକ ପାଖ ପାନ ଦୋକାନ ପାଖରେ ଛତରା ବାବୁନା ଆଉ ତା ସାଙ୍ଗମାନଙ୍କର ଦୌରାତ୍ମ୍ୟ ବଢ଼ି ବଢ଼ି ଗଲାଣି | କିଛି କାମ ନଥିବା ହେତୁ ଦିନ ରାତି ସେ ଦୋକାନରେ ବସି ଝିଅ ବହୁ ମାନଙ୍କୁ ଟୀକ୍କା ଟିପ୍ପଣୀ ,ଅଶ୍ଳୀଳ ଇଙ୍ଗିତ କରିବା ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ ଥିଲା | ସରପଞ୍ଚର ଭାଇ ହେତୁ ,ତା ମୁହଁରେ କିଏ ଲାଗିବାର ସାହସ ବି କରିପାରୁ ନଥିଲେ | ବୋଉ ସାମ୍ନାରେ ଫେରାଦ ହେଲେ ସିଏ ସବୁବେଳେ ଗୋଟିଏ ହିଁ ଉପଦେଶ ଦିଏ ,"ପାଠ ପଢ଼ି କଣଟା କରିପକେଇବୁ ଯେ  ,ଏଥର ଘରେ ରହ,କାମଦାମରେ ସାହାଯ୍ୟ କରେ " |  ଯେହେତୁ ଗୀତା  ର  ଆଗକୁ   ବଢ଼ିବାର ଅଦମ୍ୟ  ଇଚ୍ଛା ,   ସେ   ବାତରା  ପିଲା ଙ୍କ ର ଜୁଲୁମ କୁ  ମୁଣ୍ଡ ପୋତି ସହିବା ଛଡ଼ା ଆଉ କିଛି ଉପାୟ ନାହିଁ  | ଆଜି ରାକ୍ଷୀ ପୂର୍ଣ୍ଣିମା , ତାର ନିଜର ଭାଇ କିଏ ନାହିଁ ତେଣୁ ମାଉସୀ ପୁଅ ମନୋଜକୁ ରାକ୍ଷୀ ବାନ୍ଧେ | ଭାବିଲା ଏଥର ଭାଇଙ୍କୁ ସବୁ କଥା କହିବ |  ରାକ୍ଷୀଟିଏ କିଣି ଘରକୁ ଫେରି ଦେଖେ , ମନୋଜ ଭାଇ କେତେ ବେଳୁ ଆସି ତାଙ୍କ ଘରେ | ଖୁସିରେ ଉଚ୍ଛୁଳି ତାଙ୍କ ହାତରେ ରାକ୍ଷୀଟିଏ ବାନ୍ଧି ସାରି ସବୁଥର ପରି ଉପହାର ପାଇଁ ହାତ ବଢ଼ାଇଲା ଗୀତା  | ମନୋଜ ଭାଇ କହିଲେ , ତୋ ପାଇଁ ଏଥର ମୁଁ କିଛି ଆଣିନି| ଗୋଟିଏ କାମ କରିବା ,ଚାଲେ ମୋ ଗାଡ଼ି ପଛରେ ବସ , ବଜାର ଯିବା ଆଉ ମୁଁ ସେଠି ତୋ ଲାଗି ତୋ ମନପସନ୍ଦର ଉପହାର ଦେଇ ଦେବି | ଗୀତା    ଚୁପ ଚାପ ଗାଡି ପଛରେ ବସି ଗଲା | ରାସ୍ତାରେ ପଡ଼ିଲା ସେହି ପାନ ଦୋକାନ | ଗୀତା ର ଛାତି ଭିତର ତ କେମିତି କେମିତି ହୋଇ ଗଲା |   ସେ  ଭୟରେ ସାଂକୁଡି ହୋଇ ଯାଉଥିଲା | କିନ୍ତୁ ,ଭାଇ ସହ ଥିବାରୁ ବୋଧ ହୁଏ କିଛି ଅଘଟଣ ଘଟିଲା ନାହିଁ | ମନେ ମନେ ଧନ୍ୟବାଦ ଦେଲା ଭଗବାନଙ୍କୁ  | କିଛି ସମୟ ପରେ ସେମାନେ ପହଁଚିଲେ ଗୋଟିଏ ଘର ପାଖ ରେ ,ଗୀତା  ଦେଖିଲା 'ଓଡିଶା କରାଟେ ସ୍କୁଲ'   |  ମନୋଜ କହିଲା କିଲୋ ବଲ ବଲ କରିକି ଚାହିଁଚୁ କଣ ? ଆଜିଠୁ ତୁ ଏ ସଂସ୍ଥାରେ ଆତ୍ମ ରକ୍ଷା କୌଶଳ କରାଟେ ଶିଖିବୁ | ମୁଁ ମାଉସୀଠାରୁ ସବୁ ଶୁଣିଛି , ତତେ ଆଗକୁ ବଢ଼ିବାକୁ ହେଲେ ପ୍ରଥମେ ନିଜ ମନରୁ ଭୟ ବାହାର କରିକି ଫୋପାଡ଼ିବାକୁ ହେବ | ଦୁନିଆରେ ବାବୁନା ଭଳିଆ ଲୋକ ବହୁତ ମିଳିବେ ,ତା ବୋଲି ତୁ କଣ ଘର କୋଣରେ ବସି ରହିବୁ କି ? ନିଜ ରକ୍ଷା ତତେ ନିଜକୁ ହିଁ କରିବାକୁ ହେବ ,କଣ ସବୁ ବେଳେ ତୋ ରକ୍ଷା କରିବାକୁ ଭାଇ ଥିବ କି ? ଆଖିରୁ ବହି ଯାଉ ଥିବା ଲୁହ ପୋଛି କରାଟେ ସ୍କୁଲ ଭିତରେ ପ୍ରବେଶ କଲା ବେଳେ ଗୀତା  ଭାବୁଥିଲା ଏହା ଠାରୁ ଭଲ ରକ୍ଷା ବନ୍ଧନ ଉପହାର ଆଉ କଣ ହେଇ ପାରିଥାନ୍ତା ?



Rate this content
Log in

Similar oriya story from Inspirational