Himalini Hota

Fantasy

3  

Himalini Hota

Fantasy

ଭାଲୁ ପିଲା

ଭାଲୁ ପିଲା

2 mins
164


ବାବା ଙ୍କ ସହ ଯାଉଥାଏ କୁର୍ତ୍ତମ ଗଡ ସ୍କଲରେ ସ୍କଲାର ଶିପ ଏକଜାମ ଦେବା ପାଇଁ। ଫୁଲବାଣୀ ରେ ପହଞ୍ଚିଲା ବେଳକୁ ଭୋର ୪ ଟା।ବସ ଷ୍ଟେଣ୍ଡ ରେ ଠିଆ ହୋଇଥାଉ ବାପା ଝିଅ।ନିଦ ପ୍ରବଳ ଲାଗୁଥାଏ। ଫୁଲବାଣୀ ରୁ ବସ ଧରିଲେ ଆମେ କୁର୍ତ୍ତମ ଗଡ଼ ଯିବୁ ,ଏକଜାମ ଥାଏ ଦିନ ୯ ରେ।


ଏ ସମୟରେ ବସ ଷ୍ଟେଣ୍ଡ ରେ କୋଳାହଳ ଶୁଭିଲା । ଯେହେତୁ ମତେ ସାଥିରେ ନେଇ ଆସିଥାନ୍ତି ବାବା କୋଳାହଳ ଭିତରେ ପଶିବାକୁ ଉଚିତ ମନେ କଲେ ନାହିଁ।


ଗୋଟେ ଲୋକ କୁ ପଚାରି ବୁଝିଲେ ଘଟଣା ସମ୍ବନ୍ଧରେ ଲୋକ ଟି କହିଲା।  ଆଜ୍ଞା ଭାଲୁ ପିଲା ଆସିଛି।


ମୁଁ ବୁଝିଲି ମାଳ ଡିଙ୍ଗର ଏ ରିଆ ତ ଭାଲୁ ଛୁଆ ଟି କୁ କିଏ ଜଙ୍ଗଲ ରୁ ପାଇଥିବ,ତାକୁ ସାଙ୍ଗରେ ନେଇ ଅସୁଥିବ।


ମୋର ଭାବନା କୁ ଭୁଲ ପ୍ରମାଣିତ କରି ଲୋକ ଟି ବାବା ଙ୍କୁ କହିଲା।  ଜଙ୍ଗଲ ର ଭାଲୁ ଛୁଆ ନୁହେଁ ଆଜ୍ଞା ମଣିଷ ଭାଲୁ ପିଲା। ଆସିଛି।ସେଥିପାଇଁ ତାକୁ ଦେଖିବାକୁ ବସ ପାଖରେ ଏତେ ଭିଡ଼ ଜମିଛି।


ବାବା ଙ୍କ ର ବି କୌତୁହଳ ଜାତ ହେଲା ଭାଲୁ ପିଲା କଣ? ସମସ୍ତେ କୁହା କୁହି ହେଉଥାନ୍ତି ବାପା ଭାଲୁ ଆଉ ପୁଅ ଭାଲୁ ଆସିଛନ୍ତି ବସ ରେ।ମୁଁ ବି ବାବା ଙ୍କୁ କହିଥିଲି ଆମେ ବି ଟିକେ ଦେଖିବାକୁ ଯିବା।(ତା ପୂର୍ବରୁ ମୁଁ ନନ୍ଦନ କାନନ ରେ ଭାଲୁ ଦେଖିଥିଲି।)  


ଭାଲୁ ପିଲା ଦେଖିବା କୁ ମନରେ ପ୍ରବଳ ଉତ୍କଣ୍ଠା।


ବାବା ଙ୍କ ସହ ବସ ପାଖକୁ ଗଲା ପରେ ଦେଖିଲି ୨ ଟା ଲୋକ ।(ଇତିହାସ ବହିରେ ପଢିଥିବା ଆଦିମ ମଣିଷ ପରି ଲାଗୁଥାନ୍ତି।)ଗୋଟିଏ ବଡ଼ ଲୋକ ଆଉ ଗୋଟିଏ ପିଲା (ସେ ଲୋକ ର ପୁଅ)

ପୁରା ଦେହ ଲୋମ ରେ ଭର୍ତି ଠିକ ଭାଲୁ ପରି।ମୁହଁ ଭାଲୁ ପରି ହେଲେ ମଧ୍ୟ ଲାଗୁଥାଏ ଅଧା ଭାଲୁ ଅଧା ମଣିଷ ପରି ଗଢ଼ଣ।ମୁଣ୍ଡ ର ଚୁଟି କାଟି ସାଇଜ କରିଥାନ୍ତି ।ବାପା ଟି ଗୋଟିଏ ମସିଆ ଧୋତି ପିନ୍ଧିଥାଏ କାନ୍ଧ ରେ ଗାମୁଛା।ପୁଅ ଟି ବି ହାଫ ପେଣ୍ଟ ସହ ସାର୍ଟ ପିନ୍ଧି ଥାଏ।ହାତରେ ଗୋଟିଏ ବ୍ୟାଗ।


ଲୋକ ଗହଳି ଦେଖି ଭାଲୁ ପିଲା ଟି ଟିକେ ଭୟ ପାଇଯାଇଥାଏ ।ବାପା ର ଧୋତି ଟି କୁ ହାତରେ ଧରି ଜୁଳୁ ଜୁଳୁ ହୋଇ ଚାହିଁ ଥାଏ।


ସେମାନଙ୍କୁ ପଚାରିବା ରେ ଜଣାଗଲା ସେମାନେ ବାଲିଗୁଡା ନିକଟବର୍ତ୍ତୀ ଗୋଟିଏ କାନ୍ଧ ଗ୍ରାମ ବାଟା ଗୁଡା ର ବାସିନ୍ଦା।ଦିନ ବେଳା ଆସିଲେ ଲୋକମାନେ ଗହଳି ହୋଇ ବ୍ୟତି ବ୍ୟସ୍ତ କରିପକାଉଛନ୍ତି ବୋଲି ରାତିରେ ବାହାରି ଆସିଥିଲେ ଫୁଲବାଣୀ। କିଛି କାମ ରେ।


ସେମାନଙ୍କ ରୂପ ସାଧାରଣ ମଣିଷ ଠାରୁ କାହିଁକି ଭିନ୍ନ ପଚାରିବାରୁ ଜଣା ପଡିଲା ଯେ ସେମାନେ ବଣ ଡିଙ୍ଗର ରୁ କେନ୍ଦୁ ପତ୍ର ,କେନ୍ଦୁ ସଂଗ୍ରହ କରି ହାଟ ରେ ବିକି ଜୀବିକା ନିର୍ବାହ କରିବା ଲୋକ।ମା ତାଙ୍କର ଦିନେ କେନ୍ଦୁ ପତ୍ର ତୋଳି ଆଣିବା କୁ ବଣ କୁ ଯାଇଥିଲା।(କେନ୍ଦୁ ପତ୍ର ଯାହା ବିଡ଼ି ତିଆରି କରିବାରେ ଦରକାର ହୁଏ।)


କେନ୍ଦୁପତ୍ର ସଂଗ୍ରହ କରୁ କରୁ କେତେବେଳେ ସନ୍ଧ୍ୟା ହୋଇଯାଇଥିଲା।ତରବର ରେ ଘର କୁ ଫେରୁ ଫେରୁ ଗୋଟିଏ ବିଶାଳ କାୟ ଭାଲୁ ହାବୁଡ଼ ରେ ପଡ଼ି ଯାଇଥିଲେ ।ଭାଲୁ ଟି ଗର୍ଜନ କରି ମାଡି ଆସିବା ଦେଖି ମା ତାର ମୂର୍ଚ୍ଛା ଯାଇଥିଲା। ତା ପରେ ମା ଆଉ କିଛି ଜାଣି ନାହିଁ । ସେ ଘଟଣା ପରେ ଭାଲୁ ବାପା ର ଜନ୍ମ ଅଧା ଭାଲୁ ଓ ଅଧା ମଣିଷ।ତା ପରି ତା ପୁଅ ବି ସେମିତି ହେଲା।


ପିଲା ମୁଣ୍ଡ ରେ ମୋର ସେତେବେଳ କୁ କିଛି ପସୁନଥାଏ।କିନ୍ତୁ ଏବେ ଜଣା ପଡିଲା ସେ ଲୋକ ଟି ଓ ତା ପୁଅ କୌଣସି ଭାଲୁ ର ପିଲା ନଥିଲେ।


ତାହା ଏକ ରୋଗ ଥଲା ଯାହା ଭାଲୁ ବାପା ଟି ମାତୃ ଗର୍ଭ ରୁ ପୀଡିତ ଥିଲା।ସେ ରୋଗ ର ନା ହେଉଛି Hypertricosis(were wolf Syndrom)


ଯେହେତୁ ଭାଲୁ ହାବୁଡ଼ ରେ ପଡିବା ପରେ ଏ ଛୁଆ ଟି ର ଜନ୍ମ ହୋଇଥିଲା ତେଣୁ ଜନ ସମାଜ ମଧ୍ୟରେ ଭାଲୁ ପିଲା ନାଁ ରେ ପରିଚିତ ହୋଇଥିଲା।ଆଦିବାସୀ କନ୍ଧ ମାନେ ବା ଏ ରୋଗ ବିଷୟରେ ଜାଣିବେ କିପରି। ?



Rate this content
Log in

Similar oriya story from Fantasy