STORYMIRROR

Barsha rani Nanda

Fantasy

3  

Barsha rani Nanda

Fantasy

ଭାଇ

ଭାଇ

1 min
288

ସେ ବହି ନୁହେଁ କିନ୍ତୁ ପ୍ରତ୍ୟେକ ଟି କଥାକୁ ବହୁତ ସରଳ ଭାଷାରେ ମତେ ବୁଝେଇବା ପାଇଁ ଚେଷ୍ଟା କରେ।ମୁଁ ଦୁଃଖରେ ନଇଁ ପଡ଼ିଲେ ବୋଧେ ତାକୁ କଷ୍ଟ ହୁଏ ସେ କେଉଁ ଲୁହା ଛଡ଼ କି ସିମେଣ୍ଟ ରେ ତିଆରି ଖୁଣ୍ଟ ନୁହେଁ ତଥାପି ବି ସିଏ ଭରସା ଆଉ ସାହାସ ଦେଇ ମତେ ଜାବୁଡି ରଖେ।ସିଏ ମୋ ଶତ୍ରୁ ନୁହେଁ କିନ୍ତୁ ମତେ ବେଳେବେଳେ ସେ ରାଗ ହୁଏ ହଁ ଏଥିପାଇଁ ରାଗ ହୁଏ କି ବେଳେ ବେଳେ ମୁଁ ଧର୍ଯ୍ୟ ହରେଇ ଦିଏ।ସିଏ ମୋ ବାପା ନୁହେଁ କିନ୍ତୁ ବାପାଙ୍କ ପରି ସେ ମତେ ବହୁତ ଭଲପାଏ।ସାନ ହେଇଥିଲେ ବି ବଡ଼ଭାଇ ପରି ବହୁତ ଯତ୍ନବାନ ସିଏ। ଏମିତି ଟିକେ ଟିକେ କଥାକୁ ନେଇ ସବୁ ଭାଇ ଭଉଣୀ ଙ୍କ ଭିତରେ ଝଗଡ଼ା ହୁଏ ଆଉ ହଁ ଆମର ବି ଟିକେ ଝଗଡ଼ା ହୁଏ କିନ୍ତୁ ସେଇଟା ତ ଝଗଡ଼ା ନୁହେଁ ବୋଧେ ସେଇ ଭିତରେ ବି କିଛି ସ୍ନେହ ଥାଏ ବେଳେ ବେଳେ ଏମିତି ବି ହୁଏ କିଛି କଥା କୁ ନେଇ ମୁଁ କାନ୍ଦିଦିଏ ସେ ଜାଣି ଜାଣି ହାରିଯାଏ।ସିଏ ଆଉ କିଏ ନୁହେଁ ମୋ ସାନଭାଇ। ଭଗବାନ କରନ୍ତୁ ମୋ ଭାଇ ସବୁବେଳେ ଏମିତି ମୋ ପାଖରେ ଓ ସଦା ସର୍ବଦା ମୋ ସାଙ୍ଗରେ ଥାଉ। ସାନ ଭାଇକି ଭଉଣୀ ଟେ ନଥିଲେ ଜୀବନ ପୂରା ବେକାର୍। ରାଗ ଋଷା, ସ୍ନେହ, ଭଲପାଇବା ରେ ବନ୍ଧା ହୋଇଥାଏ ଭାଇ ଭଉଣୀ ଙ୍କ ସମ୍ପର୍କ।

" ବାୟା "ହେଇଥାଇ ପାରେ ମୁଁ ତୋ ବଡ ଭଉଣୀ କିନ୍ତୁ ତୁ ତ ବଡ଼ ଭାଇ ପରି ମୋର ଯତ୍ନ ନେଉ😁😁ସବୁବେଳେ ମତେ ଏମିତି ଭଲ ପାଉ ଥା। କିନ୍ତୁ ତୁ ଶପଥ କର ମତେ ଛୋଟ ବେଳୁ ଯେମିତି ଭଲ ପାଉଛୁ କାହାର ବେକାର୍ କଥା କି କାନ ଶୁଣା କଥା କୁ ନେଇ ମତେ  ଭୁଲ୍ ବୁଝି ଏଡେଇ ନଦେଉ ।ଆମର ଏଇ ସୁନ୍ଦର ସମ୍ପର୍କ କୁ ସୁନ୍ଦର ଭାବେ ନିଭେଇବା ବୋଝ ଭାବି ନୁହେଁ ବରଂ ଦାୟିତ୍ଵ ଭାବି।

behen bhai ki yaari sabse pyari...🥰🥰🥰ଜାଣିନି ତତେ ମୁଁ କେତେ ଭଲପାଏ କିନ୍ତୁ ତୁ ଯଦି ଥରେ ବି ଜିଦି କରିକି ମାଗିବୁ ମୁଁ ମୋ ଜୀବନ ବି ତୋ ହାତରେ ଧରେଇ ଦେବା ପାଇଁ ଚେଷ୍ଟା କରିବି ।

🥰🥰🥰


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy