Anita Jena

Abstract Fantasy Inspirational

4.0  

Anita Jena

Abstract Fantasy Inspirational

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

4 mins
183



  ସେଦିନ ସକାଳୁ ସକାଳୁ ଅଜା ଶୀଘ୍ର ଉଠି ପଡ଼ି ଖଟିଆ ଉପରେ ବସି ପାରା ମାନଙ୍କୁ ଦାନା ଦେଉ ଥାନ୍ତି। ସପନ ଅଜା ଙ୍କ ପାଖକୁ ଦଉଡ଼ି ଆସି କହିଲା ଅଜା ଏଇ ଦେଖ ମୁଁ ତମ ପାଇଁ କଣ ତିଆରି କରିଛି? 


- ଆରେ ନାତି ଟୋକା ଦେଖେଇଲୁ କ'ଣ ଆଣିଛୁ ? 


- ଏଇ ଦେଖୁନ ଅଜା ମୁଁ କେମିତି କାଗଜ ରେ ଫୁଲ ତିଆରି କରିଛି । 


- ଆରେ ଦେଖେଇଲୁ । ଏ ତ ଭାରି ବଢିଆ ହେଇଛି । ଆଉ ଏଥିରେ ରଙ୍ଗ ଦେଲୁ ନାହିଁ । 


- ଅଜା ମୋତେ ପରା ରଙ୍ଗ ଦେଇ ଆସେ ନାହିଁ । ତମେ ଟିକେ ଆସିଲ ରଙ୍ଗ ଦେଇ ଦବ ଭଲ ରଙ୍ଗ ବାଛି କରି । 


- ହଉ ହଉ ତୁ ଭିତରକୁ ଯାଇ ସବୁ ରଙ୍ଗ ବାହାର କରି ରଖ ମୁଁ ଯାଉଛି । 


- ହଉ ଅଜା ଶୀଘ୍ର ଆସିବ । 


  ସପନ କାଗଜ ଫୁଲ କୁ ଧରି ଖୁସି ରେ ଡେଇଁ ଡେଇଁ ଘର ଭିତରକୁ ଚାଲିଗଲା । ଅଜା ତାକୁ ଏତେ ଖୁସି ଦେଖି କହିଲେ ବାୟା ଟା । ବିଚରା ପିଲା ଟା । ମୁଁ ସିନା ତୋର ଏ ନିର୍ଜୀବ କାଗଜ ଫୁଲରେ ରଙ୍ଗ ଭରି ଦେବି ହେଲେ ତୋର ଜୀବନ ରେ ଖୁସି ର ରଙ୍ଗ ଟିକେ ମୁଁ ମାଖି ପାରିଲି ନାହିଁ । ବାର୍ଦ୍ଧକ୍ୟ ମୋତେ ଏତେ ଦୁର୍ବଳ କରି ଦେଇଛି ଯେ ମୁଁ ଆଜି ଅ ସହାୟ ପାଲଟି ଯାଇଛି । ଇଚ୍ଛା ଥାଇ ବି ଟିକେ ଖୁସି ଦେଇ ପାରୁନି ତତେ । ଯଦି ମୁଁ ଆଗ ଭଳି ଯୁବ ଅବସ୍ଥାରେ ଥାଆନ୍ତି ତାହେଲେ ତତେ ତୋ ମାମୁଁ ଭଳି ଗୋଟିଏ ଭଲ ସ୍କୁଲ୍ ରେ ପାଠ ପଢାଇ ଥାନ୍ତି । ତୁ ବି ଭଲ ପାଠ ପଢି ଚାକିରୀ ଖଣ୍ଡିଏ କରି ଥାନ୍ତି । ଯୋଉ ବାପା ତତେ ଅଯୋଗ୍ୟ ଆଉ ପଙ୍ଗୁ କହି ଘରୁ ବାହାର କରି ଦେଇଛି ସେଇ ବାପା ଆସି ତତେ ନିଜ ହାତ ରେ ପାଛୋଟି ନେଇ ଥାଆନ୍ତା ଘରକୁ । ହେଲେ ଭାଗ୍ୟ ର ବିଡମ୍ବନା , ସବୁ କିଛି ଓଲଟ ପାଲଟ ହେଇଗଲା । ତତେ ଜନ୍ମ ଦେଇ ସାରି ତୋ ମା ଆର ପାରିକୁ ଚାଲିଗଲା । ତୋ ବାପା ଆଉ ତାଙ୍କ ଘର ଲୋକ ତତେ ଆପଣେଇ ନେଲେ ସତ ହେଲେ ଯେତେବେଳେ ଜାଣିଲେ ତୋର ବାମ ହାତ ଆଉ ବାମ ଗୋଡ ଅଚଳ ଆଣି ଛାଡ଼ି ଦେଇ ଗଲେ ମୋ ପାଖରେ ଆଉ କହିଲେ ଆମେ ଏ ପଙ୍ଗୁ କୁ ପାଖରେ ରଖି ପାରିବୁ ନାହିଁ । ତମ ଝିଅ ୟାକୁ ଜନ୍ମ କରିଛି ତମେ ପାଳି ପୋଷି ବଡ଼ କର । କେତେ କାକୁତି ମିନତି ହେଇ କହିଲି ହେଲେ କିଛି ଶୁଣିଲେ ନାହିଁ । କେତେ ପଥର ହୃଦୟ ତୋ ବାପା ର ।ବାପା ନୁହେଁ ତ ଗୋଟିଏ କଂସେଇ କହିଲେ ଚଳେ । ଏବେ ବାପା ତୋର ଆଉ ଜଣ କୁ ବିବାହ କରି ସାରିଛି ହେଲେ ଭଗବାନ୍ ତାକୁ ନିଃସନ୍ତାନ କରି ରଖିଛନ୍ତି ଆଜି ଯାଏଁ । କେମିତି ବା ଛୁଆ ଟିଏ ଦେଇ ଥାନ୍ତେ ତାକୁ ଭଗବାନ୍ ! ଯିଏ ନିଜ ଛୁଆ କୁ ଏମିତି ପଙ୍ଗୁ, ନିକମା କହି ଘରୁ ଫୋପାଡ଼ି ଦିଏ ସେ କୋଉଠୁ ବୁଝିବ ଗୋଟିଏ ପିଲା କେତେ ଗୁରୁତ୍ୱପୂର୍ଣ୍ଣ ତା ମା ଆଉ ବାପା ଙ୍କ ପାଇଁ ! ଯିଏ ନିଜ ପିଲା କୁ ଘରୁ ବାହାର କରି ଦେଲା ସେ କୋଉ ଭଳି ବାପା ! ପିଲା ଯେମିତି ହେଇ ଥାଉ ନା କାହିଁକି ସବୁ ପିଲା ହେଉଛନ୍ତି ଭଗବାନ୍ ଙ୍କ ର ଗୋଟିଏ ଗୋଟିଏ ଉପହାର । ସେ ପିଲା କୁ ଅପଦସ୍ତ କରିବାର ଅର୍ଥ ଭଗବାନ୍ ଙ୍କୁ ଅପଦସ୍ତ କରିବା ହେଲେ ତୋ ବାପା ତ ଗୋଟିଏ ଅମଣିଷ । 

  ଛାଡ଼ ପର ପୁଅ କୁ କହି କଣ ବା ଲାଭ । ତୋ ମାମୁଁ ମାନେ ମୋ ପୁଅ ବି ଶେଷ କୁ ତତେ ଅଲୋଡା କହି ଘରେ ରଖିବାକୁ ମନା କରିଦେଲା । କଣ ବା ଆଉ କରି ଥାନ୍ତି , ଶେଷରେ ସମ୍ପତି ବାଡ଼ି ସବୁ ବିକ୍ରି କରିଦେଲି ଯାହା ତୋ ମା ଭାଗ ରେ ଥିଲା । ତୋ ମାମୁଁ ତା ଭାଗ ତକ ନେଇ ଯାଇ ଶଶୁର ଘରେ ରହିଲା ଆଉ ତୋ ଆଈ ଆଉ ମୁଁ ତତେ ପାଖରେ ରଖି ତୋର ଦେଖାଶୁଣା କରୁଛୁ । ତୁ ଜମା ବି ବ୍ୟସ୍ତ ହବୁନି ଯେତେ ଦିନ ଯାଏଁ ତୋ ଅଜା ତୋ ପାଖରେ ଅଛି ତୋର କେହି କିଛି କରି ପାରିବେ ନାହିଁ । ଖାଲି ଠାକୁର ଙ୍କୁ ଡାକୁଛି ମୋର ଏ ବାର୍ଦ୍ଧକ୍ୟ ଟା ଏଇଠି ସ୍ଥିର ହେଇ ରହିଯାଉ ଆଉ ଆଗକୁ ନ ବଢୁ । ତତେ ନେଇ ଯୋଉ ସ୍ବପ୍ନ ଆଉ ଆଶା ବାନ୍ଧିଛୁ ଆମେ ଦୁଇ ପ୍ରାଣୀ ତାକୁ ଟିକେ ଦେଖି ଦଉ ତା ପରେ ଏ ଦୁନିଆ ଛାଡ଼ିବୁ । ନହେଲେ ତୁ କହିବୁ ଅଜା ଆଈ ବି ସ୍ୱାର୍ଥପର ମୋତେ ସେମାନେ ବି ଅଧା ବାଟ ରେ ଏକା କରି ଛାଡ଼ି ଚାଲିଗଲେ । 

   ମୋର ଏ ବୟସ ଟା ଯଦି ଟିକେ ଅଟକି ଯାନ୍ତା ତାହେଲେ ମୁଁ ବି ତୋ ବାପା ଆଉ ମାମୁଁ ଙ୍କୁ କହି ପାରିବି ଯେ ଗୋଟିଏ ପଙ୍ଗୁ ଆଉ ନିକମା ପିଲା ବି ନିଜ ଗୋଡ଼ ରେ ଛିଡ଼ା ହେଇ ପାରେ ନିଜର ଉଦ୍ୟମ ଆଉ ଇଚ୍ଛା ଶକତି ବଳ ରେ । ତୋ ଭିତରେ ଥିବା ଇଚ୍ଛା ଶକ୍ତି ଆଉ ପ୍ରଚେଷ୍ଟା ତତେ ନେଇ ଦିନେ ସଫଳତା ର ଶୀର୍ଷ ରେ ପହଞ୍ଚେଇ ଦବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । କିନ୍ତୁ ତୋର ସଫଳତା ପଛରେ ରହି ତତେ ପ୍ରେରଣା ଦବା ପାଇଁ ବି କେହି ଜଣେ ରହିବା ନିହାତି ଦରକାର । ଆଉ ମୁଁ କଥା ଦଉଛି ନାତି ଟୋକା ମୁଁ ସବୁବେଳେ ତୋ ପଛରେ ରହି ତତେ ତୋ ସଫଳତା ର ଶୀର୍ଷ ରେ ପହଞ୍ଚେଇ ବାରେ ସାହାଯ୍ୟ କରିବି । ତତେ ସିନା ଭଲ ସ୍କୁଲ୍ ରେ ପଢ଼େଇ ପାରିଲି ନାହିଁ ହେଲେ ତୁ ବି ଏଇ ସାଧାରଣ ସ୍କୁଲ୍ ରୁ ଅସାଧାରଣ ଦକ୍ଷତା ର ଅଧିକାରୀ ହେଇ ପାରିବୁ ମୋର ବିଶ୍ବାସ ।


  ଏତିକିବେଳେ ସପନ ପଛ ପଟରୁ ଆସି ଅଜା ଙ୍କୁ ହଲେଇ ଦେଇ କହିଲା ଅଜା ଭଲ ଆଉ ମୁଁ ସିଆଡେ ବସିଛି ଆଉ ତମେ ଏଠି ବସି ସକାଳ ଖରା ଖାଉଛ । ଆସ ମ ଶୀଘ୍ର ରଙ୍ଗ ଦେବା ମୁଁ ପୁଣି ମୋର ସ୍କୁଲ୍ ପାଠ ସବୁ ସାରିବି । ଅଜା ତରବର ହେଇ ସପନ ପଛେ ପଛେ ଚାଲିଗଲେ ଘର ଭିତରକୁ । । । 



Rate this content
Log in

Similar oriya story from Abstract