Nrusingha Panigrahi

Abstract

4.0  

Nrusingha Panigrahi

Abstract

ବାପାଙ୍କ ସାଇକେଲ

ବାପାଙ୍କ ସାଇକେଲ

3 mins
328


 


ଆଜି ରଜ ସଂକ୍ରାନ୍ତି । ସେଦିନ କଥା ଭାରି ମନେ ପଡ଼େ ଆଜି । ବାପାଙ୍କ ସାଇକେଲ ଆଜକୁ ୨୫ ବର୍ଷ ହେଇଗଲାଣି ତଥାପି ସେ ଛାଡ଼ୁ ନାହାଁନ୍ତି। ବାପା ମୋତେ (୧୧)ଆଉ ମୋ ୨ ନାନୀଙ୍କୁ(୧୨,୧୭) ସାଇକେଲ ରେ ବସେଇ ନେଇଥାନ୍ତି ମା ବାଲି ହରଚଣ୍ଡି ପୀଠ କୁ । ରଜ ପର୍ବ ସେଠି ବହୁତ୍ ଧୁମ୍ ଧାମରେ ପାଳନ କରାଯାଏ । ମା ବାଲି ହାରଚଣ୍ଡି ଆମ ଘର ବରପଦା ଗ୍ରାମ ଠାରୁ ପ୍ରାୟ ୭ କିଲୋମିର ହବ । ପିଲା ମାନଙ୍କ ଖୁସି ପାଇଁ ସେଇ ପୁରୁଣା ସାଇକେଲ ରେ ନେଇଯାଆନ୍ତି ଆମକୁ । ମୁଁ ଆଉ ମୋ ନାନୀ ମାନଙ୍କୁ ପୀଠ ରେ ଚାଲିଥିବା କୁସ୍ତି ଯୁଦ୍ଧ ଆଉ ବୋଦା ଲଢେ଼ଇ ଦେଖିବାକୁ ଭାରି ଭଲ ଲଗେ । ବସିଥାଉ ସେଇ ପୀଠରେ । କେତେ ବୋଦା ମାନଙ୍କୁ ବଳି ଦିଆଯାଏ ମା ଙ୍କ ପାଖରେ। ପ୍ରକାଶ ଥାଉ କି ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । 

     କହିବା ଦୁର୍ଭାଗ୍ୟ ଯେ କିଛି ଅସାମାଜିକ ଲୋକ ରଜ ପର୍ବକୁ ନିଶା ପରବ ରୂପେ ପାଳନ କରନ୍ତି। ସେଦିନ ଆମ ସବୁ ଦେଖୁ ବେଲୁନି ନେଇ ଫେରିବା ବେଳକୁ ସଂଧ୍ୟା। ସେଇ ସାଇକେଲ ରେ ଫେରିଥାଉ ରାସ୍ତାରେ। କିଛି ଅସାମାଜିକ ଲୋକ ବାଇକ ରେ ଆସି ଆମ ଆଗରେ ଚାଲି ଚାଲି ଯାଉଥିବା ଜଣେ ପିଲାଟିକୁ (୧୪) ପଛରୁ ଧକ୍କା ଦେଇଥିଲା ନିଶାସକ୍ତ ଅବସ୍ଥାରେ। ଆମେ ପିଲାଟିକୁ ଦେଖି କାନ୍ଦିବାକୁ ଲାଗିଲୁ। ଆରେ ଏ କଣ ବାପା ଆମକୁ ସାଇକେଲ ରୁ ଓହ୍ଲାଇ ସେ ପିଲାଟିକୁ ନେଇଯାଇଥିଲେ ନୁଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ । ପିଲାଟିର ଅବସ୍ଥା ସଙ୍କଟପନ୍ନ ଥିଲା । କାହାକୁ କିଛି ନ କହି ମୋ ବାପା ସେଇ ସାଇକେଲ ରେ ବସେଇ କଷ୍ଟେ ମଷ୍ଟେ ନେଇଯାଇଥିଲେ ହସ୍ପିଟାଲକୁ। ଯେତେବେଳେ ବାପା ସେ ପିଲାଟିର ଜୀବନ ବଞ୍ଚାଇବା ପାଇଁ ଆମ୍ବୁଲାନ୍ସ ନ ଡାକି ନେଇଯାଇଥିଲେ ହସ୍ପିଟାଲ କୁ। କାହିଁକି ନା ସେ ଜାଣିଥିଲେ ୨ କିଲୋମିଟର ଦୂରରେ ଥିବା ହସ୍ପିଟାଲ ପାଇଁ ଆମ୍ବୁଲାନ୍ସ କୁ ଆସିବାକୁ ପ୍ରାୟ ୩୦ ମିନିଟ୍ ଲାଗିଯିବ ପୁରୀରୁ ଯିବାକୁ। ଭଗବାନଙ୍କଆଶୀର୍ବାଦରୁ ପିଲାଟି ସୁସ୍ଥହୋଇଗଲା । ସେଠି ମୋ ବାପାଙ୍କୁ ଦେବଦୂତରୂପକାହିଁ ଭୂୟସ ପ୍ରଶଂସା କରିଥିଲେ ଲୋକମାନେ। ବାପାଫେରି ପୁଣି ସେ ରାସ୍ତାମଝିରୁ ଆମକୁ ଘରକୁ ନେଇଥିଲେ ସେଇ ସାଇକେଲରେ ।କିନ୍ତୁ ମୁଁ ବାପାଙ୍କ ଉପରେ ଭାରି । ଘରେ ପହଞ୍ଚି କାନ୍ଦିକାନ୍ଦି ମୁଁ ବୋଉକୁ ସବୁକଥା କହିଲି । ବୋଉତା କୋଳରେ ବସାଇ ମୋତେ ତୁନେଇଥିଲା ।ବାପାଙ୍କ ଯୋଗୁଁ ଆମ ବେଲୁନୀ ଫାଟିଗଲା, ବାପା ଆମକୁ ରାସ୍ତାରେ ଛାଡି ପଳେଇଲେ ଏମିତି କହି ମୁଁ କନ୍ଦୁଥାଏ । ମୋ ବଡ଼ ନାନୀ(୧୭) ସେଦିନ ମୋତେ ସବୁ ବୁଝେଇ ଥିଲା । ନାନୀ କହିଥିଲାଆରେ ଦେଖ ବାପା ତାଙ୍କ ମନ ବଳ ଯୋଗୁଁ ସେଇ ସାଇକେଲ ରେ ନେଇ ପିଲାଟିକୁ ବଞ୍ଚେଇ ଥିଲା । ସେ ପିଲାଟି ବି ଆମ ଭାଈ ବଳି ନା ମୁଁ : କିନ୍ତୁ ମୋ ବେଲୁନୀ ଫାଟିଗଲା ଯେ.. ଅରେ ପ୍ରତି ବର୍ଷ ରଜ ଆସିବ ବେଳୁନି ବି କିଣିବୁ କିନ୍ତୁ ଜୀବନ ଗଲା ପରେ ଆଉ ପାଇବୁ କି?ବୋଉ: ସେଦିନ ମୋ ପାଇଁ ବାପାଙ୍କୁ ରହିଥିଲା । ରାସ୍ତା ମଝିରେ ମୋ ପିଲାକୁ କାଇଁ ଛାଡ଼ି ଆସିଲ କହି କଲି ବି ଲଗେଇଥିଲା। କିନ୍ତୁ ତା ମନରେ ଥିଲ। ଯା ହଉ ଏ ସାଇକେଲ ତ ଗୋଟେ ଜୀବନ ବଞ୍ଚେଇ ଦେଲା ।    ଅଜ୍ଞାତ ଥିବା ହେତୁ ସେଦିନ ସିନା ବୁଝି ପରି ନଥିଲି କିନ୍ତୁ ଆଜି ଠିକ୍ ବୁଝି ପାରୁଛି । ଆଜି ଭଳି ଦିନରେ ବାପାଙ୍କ ସାଇକେଲ ଅଛି ଆଉ ଆମ ରଜ ପର୍ବ ବି ଅଛି କିନ୍ତୁ ସରିଯାଇଚି ସେ ପିଲାଟି ଦିନର କିଛି ସ୍ମୃତି ।



Rate this content
Log in

Similar oriya story from Abstract