Nrusingha Panigrahi

Inspirational

4.0  

Nrusingha Panigrahi

Inspirational

।। ସମୟ - ବଡ଼ ବଳବାନ।।

।। ସମୟ - ବଡ଼ ବଳବାନ।।

3 mins
12.1K


"ବୋଉ ଲୋ... ଏ ବୋଉ... ମୋତେ ଖାଇବାକୁ ଦେ ଲୋ ବୋଉ , ମୋତେ ବହୁତ୍ ଜୋରରେ ଭୋକ ଲାଗିଲାନି"; ଏ ଥିଲା ଏକ କରୁଣା ନିଷ୍ପ।ପ ହୃଦୟର ଏକ ଛୋଟ ପିଲାର ବ୍ୟାକୁଳତା । ଠିକ୍ ଏ କଥାଟି ଆଜି ଶୁଣି ମୋର ବହୁତ କିଛି ମନେ ପଡ଼ିଯାଏ । ଆଜକୁପ୍ରାୟ ୫୦ ବର୍ଷ ତଳର କଥା ମୁଁ ଭୂମିଷ୍ଠ ହେଉହେଉ ବାପା ମୋତେ ଛାଡ଼ି ଚାଲିଗଲେ ବହୁତ୍ ଦୂରକୁ ସେତେବଳକୁ ମୁଁ ଥିଲି ୩ ବର୍ଷର ଦରିଦ୍ର ଭୋକିଲାରେ ବଞ୍ଚିଥିବା ଏକ ଅଜଣା ଅଚିହ୍ନା ପିଲାଟିଏ। ବାପାଙ୍କ ଅନ୍ତେ ଆମ ପରିବାରରେ ମୁଁ ଆଉ ବୋଉ ଛଡ଼ା ୪ ଭଉଣୀ । ରୋଜଗାରର ପନ୍ଥା କହିଲେ ବୋଉ ସବୁ ଗାଁ କୁ ବଡ଼ ବଡ଼ ଘରକୁ ଯାଇ କାମ କରି ଦି ପଇସା କମାଇ ଆମ ୫ ଜଣଙ୍କୁ ପ୍ରତିପୋଷଣ କରୁଥିଲା ।କିନ୍ତୁ ଦଇବ ଦଉଡ଼ି ପୁଣି ବାନ୍ଧି ନେଲା ମୋ ବୋଉକୁ। ଯେତେବେଳେ ମୁଁ ଥିଲା ୧୪ ବର୍ଷର। ଏବେ ମୁଁ ଅନାଥ ଭଳି ।୪ ଜଣକୁ ବେକରେ ବାନ୍ଧି କୁଆଡେ ଯିବି ମୁଁ ?। ଜନ୍ମରୁ ମୂରୁଖ ପିଲାକୁ କିଏ ବା କାମ ଦେବ । ମନେ ମନେ ଭଗବାନଙ୍କୁ ଅଭିମାନ କରି ନିଜକୁ ଜଣେ ଅଭାଗା ମଣିଷର ଆଖ୍ୟା ବି ଦେଇସାରିଥିଲି । ଏପଟେ ୪ କୁଆଁରୀ ଭଉଣୀଙ୍କୁ ନେଇ ମୁଁ ଯିବି କୁଆଡ଼େ । ବାହାରି ପଡ଼ିଲି କାମ କରିବାକୁ । ଜାତିରେ ବ୍ରାହ୍ମଣ ହେତୁ ଗାଁ ଆଖ ପାଖ ମନ୍ଦିରରେ ପୂଜା କରୁଥିବା ବ୍ରାହ୍ମଣ ମାନଙ୍କ ଦ୍ଵାରା ପରିବେଷ୍ଟିତ ମନ୍ତ୍ର ମୋ ଗୋଟେ ପଟ କାନରେ ସବୁବେଳେ ବାଜୁ ଥିବା ବେଳେ ଆଉ ଗୋଟେ ପଟେ ବିରହ ଯାତନରେ କାଳାତିପାତ କରୁଥିବା ମୋ ୪ ଭଉଣୀର କ୍ରନ୍ଦନ । କିନ୍ତୁ ଧର୍ୟହରା ନ ହୋଇ ସବୁବେଳେ ଯାଇ ମନ୍ଦିର ପାଖରେ ବସିଯାଏ । ଯିଏ ଯାହା ଭିକ ହିସାବରେ ଦେଉଥିଲା ମୁଁ ଖୁସିରେ ଘରକୁ ଫେରି ଭଉଣୀଙ୍କ ସହ ଖୁସିରେ ରହିଯାଏ। କିନ୍ତୁ ସେମାନଙ୍କ ବୟସ ବଢିବା ସହିତ ଆମ ଦୁଃଖ ବି ବଢ଼ି ଚାଲିଥିଲା । କିନ୍ତୁ ମୁଁ ଅନୁପସ୍ଥିତିରେ ମୋ ୪ ଭଉଣୀ ନିଷ୍ପତ୍ତି ମୋତେ ଆଜି ପର୍ଯ୍ୟନ୍ତ ବି ବ୍ୟସ୍ତବିବ୍ରତ କରିଦେଉଛି । କାହାକୁ କିଛି ନ କହି ଘର ଛାଡ଼ି ଚାଲିଗଲେ ସେମାନେ ତାଙ୍କ ଦୁନିଆକୁ । ସେ କୁଆଡେ ଗଲେ ଯେ ଆଜି ପର୍ଯ୍ୟନ୍ତ ବି ମୁଁ ତାଙ୍କ ଠିକଣା ପାଇନି । ଏବେ ମୁଁ ଯାଯାବର । ଧର୍ୟାହରା ନ ହୋଇ ମୁଁ ସବୁବେଳେ ପରି ଯାଇଥିଲି ମନ୍ଦିର ପାଖକୁ । ସେଦିନ ଜଣେ ସାଧୁ କିଛି ପୂଜା କରିବା ଉଦ୍ଦେଶ୍ୟରେ ଆସିଥିଲେ । ତାଙ୍କ ଆଖି ପଡ଼ିଲା ମୋ ଉପରେ। କିଛି କହିବା ଆଗରୁ ନେଇଗଲେ ତାଙ୍କ ରହୁଥିବା ଆଶ୍ରମକୁ । ମୋତେ ପଚାରିବାରୁ ସବୁକଥା କହିଲି । 

କୁହନ୍ତିନି ଭଗବାନ କେତେବେଳେ କୋଉ ରୂପରେ ଆସିବେ କାହାକୁ ବା ଜଣା ଅଛି । ସେ ସାଧୁ ଜଣକ ମୋ ଇତିହାସକୁ ବାଦଳେଇ ଦେଇଥିଲେ । ମୋତେ ତାଙ୍କ ଆଶ୍ରମରେ ରଖି ମନ୍ତ୍ର ଉଚ୍ଚାରଣ ଶିକ୍ଷା ଦେଇଥିଲେ । ଧୀରେ ଧୀରେ ମନ୍ତ୍ର ଉଚ୍ଚାରଣ କଲି ଆଉ ସାଧୁ ଜଣକ ମୋତେ ନେଇ ରଖିଥିଲେ ଏକ ଛୋଟ ମନ୍ଦିରରେ ପୂଜା ପାଉଥିବା ନୃସିଂହ ମହାପ୍ରଭୁଙ୍କ ପାଖରେ। ଏମିତି କିଛି ଦିନ ବିତିଗଲା । ଏବେ ସାଧୁ ଜଣକ ମୋତେ ବିବାହ ବନ୍ଧନରେ ବାନ୍ଧିଦେଲେ । ମୋର କିଛି ଆପତ୍ତି ନ ଥିଲା । ବଡ଼ ଦଣ୍ଡର ଭିକରିକୁ ଯେ ନିଜ ପାଖେ ଆଶ୍ରୟ ଦେଇ ବଞ୍ଚିବାର ପ୍ରେରଣା ଦେଇଥିଲେ ମୁଁ ତାଙ୍କ ଉବାଚକୁ ଅବଜ୍ଞା କରିବି କିପରି। ଧନରେ ସିନା ଗରିବ ଥିଲି ମନରେ କାହିଁକି ହେବି?।

ବିବାହ ସୁରୁଖୁରୁରେ ପରିଚାଳନା ହେଇଗଲେ। ବାପା ମା ଙ୍କ ଆଶୀର୍ବାଦ ଦେଇଥିଲେ ସାଧୁ ଜଣକ। କିଛି ବର୍ଷ ପରେ ମୋର ଦୁଇ ଝିଅ ହେଇଯିବ। ଦେଖି ଗାଁ ଲୋକଙ୍କ ଟାହି ଟପରା ଆରମ୍ଭ ହେଇଗଲା। ସମସ୍ତେ କହିଲେ

:ଏଇ ଦେଖରେ ପ୍ରଭୁଙ୍କ ଧନ ଖାଉଛି ଝିଅ ହବନି ତ ଆଉ କଣ ହବ । ସେତେବେଳେ ବୁଝି ଯାଇଥିଲି ପରମ୍ପରା ରେ ରହିଯାଇଥିବା ଝିଅ ମାନଂକ ଜନ୍ମ ଏକ ଅଭିଶପ୍ତ ବୋଲି ଆଜି ପୁଣି ହୃଦୟଙ୍ଗମ କରିପାରିଥିଲା । ଶେଷରେ ସାଧୁଙ୍କ ପାଖରେ ଶରଣ ଗଲି । ସେ ମି ଅର୍ଦ୍ଧାଙ୍ଗିନୀ କୁ କିଛି ନୀତି ନିୟମ ମାନି ରହିବାକୁ କହି ସାରି ଶେଷରେ କହିଥିଲେ

: ଯା ଆଜିଠାରୁ ୨୧ ଦିନ ଭିତରେ ମୁଁ ତୋତେ କିଛି ଫଳ ଦେଇଥିବାର ଦେଖିବୁ ।

ଗପ ଭଳି ଲାଗୁଥିଲେ ବି ସତ ଠିକ୍ ୭ ଦିନ ପରେ ସାଧୁ ଗୋଟେ କାକୁଡି ଦେଉଥିବାର ଦେଖିଥିଲେ ମୋ ଅର୍ଦ୍ଧାଙ୍ଗିନୀ । ମୋତେ ପୁରା ବିଶ୍ୱାସ ଥିଲା ଏଥର ମୋର ପୁଅ ହିଁ ହବ । ସେଇୟା ହିଁ ହେଲା । ଦୁଃଖର ଇତିହାସ ପୁନରାବୃତ୍ତି ହେଉ ହେଉ ନିମିଷକ ମଧ୍ୟରେ ଲୋପ ପାଇଗଲା । ପୁଅ ହେଲା ମୋର । ତାର ନାମ ଥିଲା ନୃସିଂହ। ମୁଁ ତା ଭବିଷ୍ୟତରେ ତାକୁ ଭୋକିଲା ନ ରଖିବା ପାଇଁ ପ୍ରତିଜ୍ଞା କରିଥିଲି। କାହିଁକି ନ। ଭୋକ ଧନର ହେଉ କି ମନର ପରିଣାମ ଭୟଙ୍କର ଥାଏ । ଆଜି ସେ ବହୁତ୍ ଖୁସିରେ ଗୋଟେ ବଡ଼ ଚାକିରି କରିଛି ଆଉ ମୁଁ ଆଜି ଯାଏଁ ତା ମୁହଁ ଚାହିଁ ପିଲାଦିନର ଇତିହାସକୁ ଭୁଲିଯାଏ । ସତରେ ସମୟ ବଦଳିବା ସହିତ ଅନେକ କିଛି ବଦଳିଯାଏ । ଆଜି ମୁଁ ଜାଣି ପାରିଛିସମୟ - ବଡ଼ ବଳବାନ ।


Rate this content
Log in

Similar oriya story from Inspirational