STORYMIRROR

Nrusingha Panigrahi

Classics Inspirational

4.7  

Nrusingha Panigrahi

Classics Inspirational

ପ୍ରେମ ବନାମ ଭକ୍ତି

ପ୍ରେମ ବନାମ ଭକ୍ତି

2 mins
679



 କୁଞ୍ଜବନରେ ଗୋପୀନାରୀ ଓ କୃଷ୍ଣ ଲୀଳା ଦେଖି ନାରଦ ସ୍ବର୍ଗ ପୁରରେ ବିଷ୍ଣୁଙ୍କୁ ଯାଇ ପଚାରିଲେ....

: ପ୍ରଭୂ ; ସତରେ ସହସ୍ତ୍ରଗୋପୀକୃଷ୍ଣଙ୍କ ପ୍ରେମ ଅପାର ଆଉ ଅଦ୍ୱିତୀୟ । ଏ ଗୋପୀ ନାରୀ ପ୍ରେମରେ କାହିଁକି ଏତେ, ମୁଁ କିଛି ବୁଝି ପାରୁନି ସତରେ ନଟିଆ କୃଷ୍ଣ କଣ ଗୋପୀ ମାନଙ୍କୁ ଏମିତି ଭଲ ପାଇ ବସିଛନ୍ତି।

        ଭଗବାନ ବିଷ୍ଣୁ ମୁରୁକି ହସି ନୀରବ ହୋଇ ରହିଗଲେ। l  କିଛି କ୍ଷଣ ପରେ ଦେଖନ୍ତି ତ ମୀରା ଡାକରେ ବିହୋର ହୋଇ ମୀରାଙ୍କ ବିନା ଶବ୍ଦର ଲୟ ଧରି ବଂଶୀ ବଜାଉଛନ୍ତି ବ୍ରହ୍ମାଣ୍ଡର ଶ୍ରେଷ୍ଠ ବଂଶୀ ବାଦକ ନାଟୁଆ ରସିକ କାଳିଆ କାହ୍ନୁ। ନାରଦଙ୍କ ଏ ଦୃଶ୍ୟ ଦେଖି ହତବାକ୍ ହେଇଗଲେ । କିଛି ବୁଝିପାରିଲେ ନାହିଁ କାହୁଁ ଙ୍କ ରହସ୍ୟକୁ।

ପୁଣି ଯାଇ ବିଷ୍ଣୁଙ୍କ ପାଖରେ ପହଞ୍ଚି ପଚାରିଲେ..

:ପ୍ରଭୂ; ଆଜି ସତରେ ଆପଣଙ୍କ କୁହନ୍ତି ଆପଣଙ୍କ ପ୍ୟାରା କିଏ। ଗୋପୀନାରୀ ନା ମୀରା । ପ୍ରେମ ନା ଭକ୍ତି ।ବିଷ୍ଣୁ ଏଥର ନାରଦଙ୍କ କଥା ନ କାଟି ନାରଦଙ୍କୁ କହିଲେ....

: ନାରଦ, ଏବେ ଚାଲ ଛୋଟ ପରୀକ୍ଷା କରିବା । ତୁମେ ଗୋପୀଙ୍କୁ ଯାଇ କୁହ ମୁଁ ଜ୍ବରରେ ପୀଡ଼ିତ । ମୋ ଦେହ ଭଲହେବାରେ ନା ବି ଧରୁନି । ବଇଦ ପାଖକୁ ଗଲେ ସେ କହୁଛି ତୁମେ ଯାହାକୁ ଅଧିକ ଭଲପାଉଥିବ ତାର ପାଦ ଧୂଳି ତୁମ ମୁଣ୍ଡରେ ମାରିଲେ ଯାଇ ଭଲ ହେବ। 

    &nb

sp;    ସବୁ କଥା ଯାଇ ଗୋପୀମାନଙ୍କୁ କହିଲେ ନାରଦ। ଏବେ ସମସ୍ତ ନାରୀ କିଂକର୍ତ୍ତବ୍ୟମୂଢ ହୋଇଗଲେ । ଯଦି ଦେବେ ତେବେ , ତାଙ୍କୁ ଦୋଷ ଲାଗିବ ଆଉ ନ ଦିଅନ୍ତୁ ତ ଦେହ ଭଲ ହେବନି । କାନ୍ଦି କାନ୍ଦି ହତାଶ ହୋଇପଡିଲେ । କିନ୍ତୁ କଣ ମନରେ ଆସିଲା କେଜାଣି କହିଲେ ହଉ ଆମେ ଆଉ କିଛି ବୈଦଙ୍କୁ ପଠେଇଦେଉଛି ତାଙ୍କ ଦେହ ଭଲ ହୋଇଯିବ । କିଛି ହେବନି ତାଙ୍କର । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ନାରଦ ।

ଗୋପୀମାନେ: କଣ ଏମିତି ଦେଖୁଛ ଆଗରୁ ଦେଖିନ ନା କଣ 

         କିଛି ନ କହି ଚାଲିଗଲେ ନାରଦ ମୁନି । ଏଥର ଯାଇ ପହଞ୍ଚିଲେ ମୀରାଙ୍କ ପାଖରେ । ରାଧାଙ୍କୁ ଯେମିତି କହିଥିଲେ ମୀରାଙ୍କୁ ବି କହିଚାଲିଲେ । କିନ୍ତୁ ମୀରାଙ୍କ କଥା ଥିଲା ଟିକେ ଅଲଗା । ମୋ ଧନ କାଇଁ କାଇଁ କହି କାନ୍ଦିବା ଆରମ୍ଭ କରିଦେଲେ ମୀରା । କହିଲେ....

: ମୋ ପାଦର ଧୂଳିରେ ଯଦି ମୋ ଧନର ଦେହ ଭଲ ହୋଇଯାଏ ମୁଁ ଜାଣେ ଯଦି ପାଦ ଧୂଳି ମଥାରେ ମାରିବାକୁ ଦେବି ନିଅତି ମୋତେ ଅଧର୍ମ ହେଲା କହି ଦଣ୍ଡ ଦେଇପାରେ କିନ୍ତୁ ମୋ ଧାନର ଦେହ ତ ଭଲ ହୋଇଯିବ । ଏହା କହି ସଙ୍ଗେ ସଙ୍ଗେ ପାଦ ଧୂଳି ଦେଇଦେଲେ ମୀରା। ନାରଦ ବିଷ୍ଣୁଙ୍କ କହିବା ତାତ୍ପର୍ଯ୍ୟକୁ ବୁଝି ପାରିଲେ । 

ଗୋପୀ, କୃଷ୍ଣ ଓ ମୀରା କାହାଣୀ ଥିଲା ଏକ କାଳ୍ପନିକ କିନ୍ତୁ ମର୍ମ ହେଉଛି ଅଧୁନା ସମାଜରେ ଭଗବାନଙ୍କୁ ପାଇବାର ଏକମାତ୍ର ମାଧ୍ୟମ ହେଉଛି ଭକ୍ତି ।



Rate this content
Log in

Similar oriya story from Classics