Nrusingha Panigrahi

Children Stories Drama Tragedy

3  

Nrusingha Panigrahi

Children Stories Drama Tragedy

ମୋ ଜେଜେ

ମୋ ଜେଜେ

2 mins
154



ପୁଅ ଏ ପୁଅ ଚାହା କପେ ଦେଲୁ ଏମିତି ଡାକି ଡାକି ଯେତେବଳେ ମୋ ଜେଜେ ତାଙ୍କ ବଙ୍କୁଲି ବାଡି ଧରି ମୋ ବାପା ଙ୍କ ପାଖକୁ କହି କହି ଆସନ୍ତି , ବାପା କାହିଁକି ଏତେ ବିରକ୍ତ ହୁଅନ୍ତୁ ଯେପରି ମୋ ଜେଜେ ଗୋଟେ ଅଲୋଡ଼ା, ଅଚିହ୍ନା ମଣିଷ ଟେ ଆଉ ଆମ ପାଇଁ ସେ ଯେମିତି ଏକ ମୂଲ୍ୟହୀନ। ହଁ କିନ୍ତୁ ମୋ ଜେଜେ ଙ୍କ ଠାରୁ ବହୁତ୍ କିଛି ଶିଖିଚି ଯେମିତି ସମ୍ପର୍କର ଅର୍ଥ।

ଚନ୍ଦନ କାଠ ଆଉ ସମ୍ପର୍କ ଠିକ୍ ଏକା ଭଳି ।ବାସ ନ ଥିଲେ ଚନ୍ଦନକାଠ କୁ ଶୁଖିଲା କାଠ କହି ଲୋକ ଯେମିତି ଗୋଡ଼ ରେ ଆଡେଇ ଦିଅନ୍ତି ଠିକ୍ ସେଇଭଳି ସଂପର୍କରେ ହୃଦୟର ବାସ୍ନା ନ ଥିଲେ ଲୋକେ ଛି ଛି କହି ଚାଲି ଯାଆନ୍ତି । 

  କିନ୍ତୁ ସବୁବେଳେ ଚନ୍ଦନ ଭଗବାନ ଙ୍କ ମୁଣ୍ଡରେ ନ ଲାଗିଲେ ଭଗବାନଙ୍କୁ ଶାନ୍ତିର ନିଦ ହୁଏନି । ଠିକ୍ ସେଇଭଳି ସମ୍ପର୍କ ଏମିତି ଏକ ଶଦ୍ଦ ଯାହା ମୋ ବାପା ଙ୍କ ପକ୍ଷେ ଏ ଜନ୍ମରେ କଣ ସାତ ଜନ୍ମରେ ବି ତିଆରି କରି ପାରିବେନି । ମୁଁ ଯାହା ଜାଣିଚି,ଜଣେ ଅନ୍ୟ ଜଣଙ୍କ ହୃଦୟକୁ ବିନା କଥାରେ ଯାହା ଦ୍ଵାରା ଜିଣି ପାରେ ସେ ହେଉଛି ସମ୍ପର୍କ। 

    ଜେଜେ ଏ ଜେଜେ ମୋତେ ମୋ ଜେଜେ କୁଆଡେ ବି ଯିବେନି। ହୁଏ ତ ସେ ବୟସର ଅପରାହ୍ନରେ ଉପନୀତ । ହୁଏତ ବାପ।ଙ୍କ। ବ୍ୟବହାର ତାଙ୍କୁ ଆଘାତ ଦେଇପ।ରେ । ସେ କଣ କରିବ, କେମିତି ରହିବ ମୁଁ ଜାଣେନା । ସେ ଦୂରରେ ଥାନ୍ତି କି ପାଖରେ କଥା ହୁଅନ୍ତି କି ନା ସେ ଆଉ ସମ୍ପର୍କ ରଖିବ ନା ନାହିଁ ମୁଁ ଜାଣେନା , କିନ୍ତୁ ମୋ ହୃଦୟର କୋଣ ଅନୁକୋଣରେ ସଦା ସର୍ବଦ। ରହିଥିବେ ସେ । ଏ ଅଧମ, ଆକିଞ୍ଚନ, କଦାକର ନାତି ଆଲୋକର ସେ ଦିଗନ୍ତ ଦିଗବଳୟରେ ଅସୀମ ଆକାଶ ଟିଏ ଆଉ ମୁଁ ସେ ଆକାଶେ ଉଡୁଥିବା ଗୋଟେ କୋପତ। ମୁଁ ଜାଣେନା ଅନନ୍ତ ଅବ୍ୟକ୍ତ କରୁଣା ତାଙ୍କ କେବେ ଶେଷ ହେବ ,,, କିନ୍ତୁ ଏଇଟା ଜାଣିଚି ତୁମେ ମୋ ପାଖରେ ରହୁଥିଲେ , ରହିଛନ୍ତି ଆଉ ରହିବେ ମଧ୍ୟ । ସେ ଆଉ କିଏ ନୁହେଁ , ହେଉଛ ସେଇ ମୋ ଜେଜେ। ।

 I love you ଜେଜେ,I love you so much।


Rate this content
Log in