Nrusingha Panigrahi

Inspirational

4.0  

Nrusingha Panigrahi

Inspirational

ପୁରୁଷ ଓ ପ୍ରକୃତି

ପୁରୁଷ ଓ ପ୍ରକୃତି

1 min
207


"ଆରେ କୁଆଡେ ଯାଉଛ ?? ବାହାରେ ପରା ପ୍ରକୃତିର ବୁକୁ ଚିରି ତରଙ୍ଗାୟିତ ଗତିରେ ଖଗ ସମୂହ ଗତି କରିବାରେ ଲାଗିଛନ୍ତି।ତୁମେ ଯଦି ଯିବ ସେମାନଙ୍କ ପ୍ରତିଷ୍ଠା ,ପରମ୍ପରା ଓ ଅନୁଶାସନରେ ବାଧାବିଘ୍ନ ଆସିପାରେ ।ଆଜି କାଲି ସେ ମୁକ୍ତାକାଶରେ ମୁକ୍ତ ହୋଇ ଉଡିପରୁଛନ୍ତି । ଆଉ ଦେଖ ପତିତ ପାବନ ବାନା ଦକ୍ଷିଣ ଦିଗକୁ ପ୍ରବାହ ହେଉଛି , ସତେ ଯେପରି କହୁଛି ଆରେ ମୂର୍ଖ , ପାପିଷ୍ଠ ଅଧିବାସୀ ତୁମେ କେତେଦିନ ଏ ତମସାରର ବୁକୁଚିରି ବଞ୍ଚିରହିବାର ବାହାନା ଖୋଜିବ।ଦିନେ ନା ଦିନେ ତ ଯମ ଦଉଡ଼ି ରେ ବାନ୍ଧି ହେବାକୁ ପଡିବ। ଯିବାପାଇଁ ଏତେ ଅଧର୍ଯ୍ୟ କାରଣ??।" ଏ ଥିଲା ନିଷ୍ପାପ ହୃଦୟର ଥିବା ମୋ ସୁତର ବାର୍ତ୍ତା। ମୁଁ ତତ୍କ୍ଷଣାତ୍ ସ୍ତବ୍ଧ ହୋଇରହିଗଲି ଆଉ ଆକାଶ ମାର୍ଗକୁ ଦେଖିଲି, ଭାବିଲି ଆରେ ସତେ ତ ଗଗନରେ ଭାସି ଯାଉଥିବା ଘନ କୁହୁଡି ଆଉ ଅସୀମ ନୀଳ ସମୁଦ୍ରରେ ତରଙ୍ଗଉଥିବ ଜଳରାଶି ମଧ୍ୟରେ ଅନ୍ତରାଳ ତ ଆଜି କାଇଁ ଅନୁଭବ କରିପାରୁନି ।

କିନ୍ତୁ ଏ ସବୁ ନବକଳେବର ଲାଗେ ....?? ଓଃ କିଛି ଦିନ ହେବ ପଶୁରୂପକ ମାନବ ଜାତି ନିଜକୁ ବଞ୍ଚେଇବାରେ ବୋଧେ ବ୍ୟସ୍ତ । ସେଥିପାଇଁ  ପ୍ରକୃତିକୁ ବଧ କରିବା କ୍ରୁରତ କିଛି କାଂଶରେ କମିଯାଇଛି । ଯଦି କିଛି ଦିନ ମାନବ ସମାଜ ଏଭଳି ନିଜକୁ ରକ୍ଷା କରିଦିଏ , ଆପେ ଆପେ ଏ କବିତା ବନିତା ଲତା ବୋଧେ ବିନାଶ୍ରୟରେ ବଞ୍ଚି ଯାଇ ପାରନ୍ତି । ଆଉ ଏ ଧରା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିବନି ।



Rate this content
Log in

Similar oriya story from Inspirational