ଫର୍ଦ୍ଦ
ଫର୍ଦ୍ଦ
ଘଣ୍ଟା କଣ୍ଟା ୧୧ ଆଡ଼କୁ ଆସିଲାଣି କିନ୍ତୁ ସେ ମିଲି ଆସିବ ନା ପୁଣି ତା ସାଙ୍ଗ ଘରେ ରହିବ ଜାଣି ପାରୁନି । ଠିକ୍ ସମୟରେ ଫୋନ୍ ବି ଲାଗୁନି । ଆଜି ଆସୁ ତା'ର ଦିନକୁ ମୋର ଦିନେ । ତୁ ଯଦି କହିଲୁ ଆଜି ପୁରୁଣା ବର୍ଷ ସରିଗଲା ଆଉ କ'ଣ ଆସିବ ବୋଲି ମୁଁ ତ କିଛି କହିଲିନି କିନ୍ତୁ ଏତିକି କହିଥିଲି କୁଆଡେ଼ ଯାଉଛୁ ଯାଆ; ସହଳ ଫେରି ଆସିବୁ ଏ କଣ କେବେ ଶୁଣିଛି ନା ଶୁଣିବ, ଏମିତି କହି କହି ବିରକ୍ତ ହେଇ ପଡ଼ି ଦାଣ୍ଡ ଘୋରେ ଥିବା ସୋଫା ଉପରେ ବସି ପଡିଲେ ମିଲି ର ବାପା ଦାମ ବାବୁ । ରାତି ପ୍ରାୟ ୧୨ ହେବ । ମିଲି ଦୌଡ଼ି ଦୌଡ଼ି ଆସି କାହାକୁ କିଛି ନ କହି ନିଜ ଶୋଇବା ଘରକୁ ଯାଏ କବାଟ କିଲି ଦେଇ କାନ୍ଦିବାକୁ ଲାଗିଲା । ମାଆ ଛେଉଣ୍ଡ ମିଲି କଣ ହେଲା କହି ବାପା ପଛେ ପଛେ ଦୈଡ଼ି ଆସି କବାଟକୁ ଭିତରପଟୁ ବନ୍ଦ ଥିବା ଦେଖି ବାରଂବାର ବାଡେଇଲେ । ଆରେ କଣ ହେଲା କହୁନୁ କହି କବାଟକୁ ବାଡ଼େଇ ଚଳୁଥିଲେ ବାପା । ପ୍ରାୟ ୩୦ ମିନିଟ୍ ପରେ କବାଟ ଖୋଲି କଇଁ କଇଁ କାନ୍ଦି ବାପାକୁ ଜାବୁଡ଼ି ପକାଇଲା ମିଲି ।
ବାପା: ରେ ମା କ'ଣ ହେଇଛି ରେ ତୋର ।
ମିଲି : ବାପା,ସେମାନେ ଭଲ ଲୋକ ନୁହନ୍ତି ।
ବାପା : ଆରେ କୌମନେ ।
ମିଲି : ବାପା, ଦଳେ ଅସାମାଜିକ ଲୋକ ମୋତେ ଛୁଇଁବା ପାଇଁ ଚେଷ୍ଟା କରୁଥିଲେ .....
ବାପା : ତୋ'ର କିଛି ହେଇନି ତ....
ମିଲି : ନା ବାପା କିନ୍ତୁ ତାଙ୍କ ଭିତରୁ ଜଣକ ମୁଣ୍ଡକୁ ମୁଁ ଫଟେଇଦେଇ ଚାଲିଆସିଛି ।
ବାପା(ଉଚ୍ଚସ୍ୱରରେ) : ସାବାସ ବେଟା । ତ ତୁ ହସିବା କଥା କାନ୍ଦୁଛୁ କାହିଁକି ?
ମିଲି : ମୁଁ ତ ମୋ ଜୀବନ ବଞ୍ଚାଇବା ପାଇଁ ଏ ସବୁ କଲି କିନ୍ତୁ ଏ ଦୁନିଆ କହିବ ସେ ଝିଅଟା ଏତେ ରାତିରେ କାଇଁ ବାହାରେ ବୁଲୁଥିଲା । ଏହା ତ ହେବା ସହଜ କଥା । ପୁଣି ପୋଲିସ ଅଧିକାରୀ ଆସି ସତ୍ୟାସତ୍ୟ ନ ଜାଣି ମୋତେ ବାନ୍ଧି ନବ ସେଥିପାଇଁ ଦୁଃଖ ଲାଗୁଛି । କଣ କରିବି କୁହ ବାପା... । ଏମିତି ସମାଜରେ ହୋଇ ଥିବାର ମୁଁ ଦେଖି ଚାଲିଛି । ଅଜି ମୋର, କାଲି ଆଉ କାହାରି । ଏମିତି କେତେ ବଞ୍ଚିବେ ଆଉ କେତେ ବଞ୍ଚାଇବା ପାଇଁ ଚେଷ୍ଟା କରିବେ । କୁହ ବାପା ଏମିତି ଆଉ କେତେ ଦିନ ଏ ମହିଳା ସମାଜ ବଞ୍ଚିବ । ତାର କଣ ସ୍ୱାଭିମାନ ନାହିଁ....
ବାପା : ଏ କଥା ଶୁଣି ବାପା ହତଚକିତ ହେଇଗଲେ । ସତରେ ଆଜି ପୁଣି ଗୋଟେ ନୂଆ ଫର୍ଦ୍ଦ ବାପାଙ୍କ ଡାଏରୀରେ ଯୋଡ଼ି ହେଇଗଲା ଯେ ମାନସିକତା ହିଁ ମନୁଷ୍ୟର ମୃତ୍ୟୁର ଦ୍ଵାର ।