ବାପାଙ୍କ ରୋଜଗାର
ବାପାଙ୍କ ରୋଜଗାର
ଚାକିରି ମୋର ଦରକାର୍ ନାହିଁ। ବଜାର ଉପରେ ଥିବା ସେ ଜାଗା ରେ market building ଟା ତିଆରି କରି ଭଡା ଲଗାଇ ଦେଲେ ଯେତିକି ପଇସା ଆସିବ ଆରାମରେ ପରିବାର ଚଳିଵ। ଚାକିରି କରି ପର ପାଖରେ ମୁଣ୍ଡ ନୁଆଇଁବାକୁ ମୋର ଇଛା ନାହିଁ। ଏକଥା ବାପାଙ୍କ ମୁହଁ ଉପରେ ରୋକ୍ ଠୋକ୍ ଶୁଣାଇ ଦେଲା ବିନୟ । market building ପାଇଁ ଏତେ ପଇସା ଏବେ କୋଉଠୁ ଆସିବ ? ବାପା ଚିଡି ଉଠି କହିଲେ ।ଅଜୟ ବିଜନେସ ପାଇଁ ତା ନାଁ ରେ ଯେତେବେଳେ ଦୁଇଟି ଗାଡ଼ି ବାହାର କରି ଦେଲ ସେତେବେଳେ ପଇସା କୋଉଠୁ ଆସିଲା ?
କ'ଣ ହେଲା ତୁ ମତେ ହିସାବ ମାଗୁଛୁ ?ବିନୟ ଆଡ଼କୁ ଉହୁଁକି ଯାଇ ବାପା କହିଲେ!
ତମେ ଯାହା ବି ଭାବି ପାର ! ଏତେ ବର୍ଷର ଚାକିରୀ କାଳରେ ତୁମେ ମୋ ପାଇଁ କ'ଣ କରିଛ କି ? ତାପରେ ରିଟାୟେଡ୍ ରେ ମିଳିଥିବା ପଇସା ସଵୁ ଗଲା କୁଆଡେ ? ବଡ଼ ପାଟିରେ କହିଲା ବିନୟ !
କ'ଣ ହେଲା !!ନ କହି ନ କହି ତୁ ତ ବହୁତ ବଡ଼ ବଡ଼ କଥା କହୁଛୁ । ଏ ନିର୍ମଳା କୁଆଡେ ଗଲ ? ଆଣ ଆଣ ମୋ'ର ସେ ଡାଏରୀ ଟା ଓ ମୋ ଚଷମା ଟା ଆଣି ଆସ। ତୁମ ବଡ ପୁଅ ଆଜି ମୋ ଜୀବନ ଭରି ଇନକମ୍ ର ହିସାବ ନେବ। ପତ୍ନୀ ଙ୍କ ଉଦ୍ଦେଶ୍ୟରେ ତାତ୍ସଲ୍ୟ ଭରା ସ୍ୱରରେ କହିଲେ ଦିବାକର ବାବୁ !
ହିସାବ ଫିସାବ ମୋର କିଛି ଦରକାର ନାହିଁ। ମୋତେ କିଛି ପଇସା ଦେଇ ଦିଅ ମୁଁ ମୋର ବିଜିନେସ୍ ଷ୍ଟାର୍ଟ କରିବି। ତୁମ ହିସାବରୁ ମୋତେ କ'ଣ ମିଳିବ ? ରାଗରେ ଏକଥା ବିନୟ କହୁଥିଲା।
ସ୍ୱାମୀ ଙ୍କ ହାତକୁ ଡାଏରୀ ବଢାଇ ଦେଇ ନିର୍ମଳା କହିଲେ - ଆରେ ହେ,ତୁମଠୁ ଆଜି ଏଇ ପୁରସ୍କାର ପାଇବା ପାଇଁ ତୋ ବାପା ତମ ମାନଙ୍କ ପାଇଁ ଦିନ ରାତି ଏକ କରି ଦେଇଥିଲେ। ତୋର ଏତେ ସାହସ ଯେ ତୁ ବାପାଙ୍କୁ ହିସାବ ମାଗୁଛୁ।ତୁମ ମାନଙ୍କୁ ଭଲରେ ରଖିବା ପାଇଁଁ ଖାଇବା,ପନ୍ଧିବା ଯୋଗାଇ ସାରିବା ପରେ ନିଜେ ଗୋଟିଏ ସାର୍ଟକୁ ଧୋଇ ଶୁଖେଇ ବର୍ଷ କାଟି ଦେଉଥିଲେ।ଚପଲ ହଳକ ଘୋରି ହୋଇ ଗୋଇଠି ଖଣ୍ଡିଆ ହେବା ଯାଏଁ ବାପା ତୋର ସେଇ ଛିଣ୍ଡା ଚପଲ ହଳକ ରେ ଖରା ବର୍ଷା କାଟି ଦେଉଥିଲେ। ଆଉ ତୁମ ମାନଙ୍କର ମୁଣ୍ଡ କୁ ହାତ ପାଇଗଲା ବୋଲି ଏତେ ବଡ଼ ବଡ଼ କଥା କହୁଛ ! ଘର ତୋଳିବା ଠାରୁ ଆରମ୍ଭ କରି, ଦୁଇ ଭଉଣୀ ଙ୍କର ବାହାଘର ତୁମର ପାଠ ପଢା ଏସବୁ କ'ଣ ଖାଲି ମାଗଣା ହୋଇଯାଇଥିଲା ? ଆରେ ତମ ମାନଙ୍କୁ ବଢେଇ କୁଢେଇ ମଣିଷ କରିଥିଲୁ କ'ଣ ବୁଢା ବୟସରେ ତୁମକୁ ଆମ ଟଙ୍କା ପଇସାର ହିସାବ ଦେବାକୁ।ଥାଉ ନିର୍ମଳା ତା ସହିତ ପାଟି କରି ତୁମେ ତୁମର ବ୍ଲଡ଼ ପ୍ରେସର ବଢ଼ାଇ ଦିଅନି। ମୁଁ କ'ଣ କରିଛି କିମ୍ବା ଖାଇ ପିଇ ଅୟସ୍ କରିଛି ସେଇଟା ର ଟିକିନିଖି ଖବର ଆଜି ଏଇ ଡାଏରୀ ପାଖରେ ହିଁ ମିଳିବ।ଏହା କହି ବିନୟ ଆଡ଼କୁ ଡାଏରୀ ବଢାଇ ଦେଲେ ଦିବାକର।
-- ହାତ କୁ ଛାଟି ଦେଇ ବିନୟ କହୁଥିଲା ମୋର ଏସବୁ ଥିରୁ କ'ଣ ମିଳିବ । ମୋତେ ବାସ୍ କିଛି ପଇସା ଦରକାର ଯାହକୁ ନେଇ ମୁଁ ମୋର ଭବିଷ୍ୟତ ଗଢି ପାରିବି। ଚାକିରି କରି ଅନ୍ୟ ଆଗରେ ଗୋଡ଼ ଭାଙ୍ଗି ଛିଡ଼ା ହେବି ଏକଥା କଦାପି ହୋଇ ପାରିବ ନାହିଁ। ମୁଁ ଚିନ୍ତା କରି ନେଇଛି କରିବି ତ ବିଜିନେସ୍ ହିଁ କରିବି। ଅଜୟ ଆଉ ମୋ ଭିତରେ ଏତେ ପାତର ଅନ୍ତର କ'ଣ ପାଇଁ ?? ତା ବେଳକୁ ତୁମ ହାତ ଖୋଲି ଗଲା ବେଳେ ମୋ ପାଇଁ ତୁମ ରୋଜଗାର ବୁଜି ହୋଇ ଯାଉଛି।
-- ହଇରେ ପେଟରୁ କାଟି ତୁମ ପାଟିରେ ଦେଇଥିଲୁ।ଅନ୍ତ ଫାଡି ଜନ୍ମ ଦେଇଛି ଯେତେବେଳେ ପାତର ଅନ୍ତର କରିବି କାହିଁକି ? ତୋର ସେ ସାନ ଭାଇ ପାଠଶାଠ ଠିକରେ ପଢି ନ ଥିଲା। ଆଉ ସେ ଯେତେବେଳେ ଅନ୍ୟ ଗାଡ଼ିରେ କାମ କରି ଗଲା ସେତେବେଳେ ବାପା ତୋ ପାଇଁ ଗାଡ଼ି ଦୁଇଟି ବାହାର କରି ସେଇ ଲାଇନରେ ତାକୁ ଢଳେଇ ଦେବାକୁ ଚେଷ୍ଟା କଲେ।ଆଉ ତୁ!ମାସକ ପୂର୍ବରୁ ବାପା ତୋ ପାଇଁ ଲାଗି ଲାଗି ଏଡେ ଭଲ ଚାକିରୀ ଟେ କରେଇ ଦେଇଥିଲେ। ଆଉ ତୋତେ ଚାକିରି ଟା ଗନ୍ଧେଇଲା ଯେ ଆଜି ପଇସା ପାଇଁ ତୋ ବାପା କୁ ଆଘାତ ଉପରେ ଆଘାତ ଦେଇ ଚାଲିଛୁ । ଜୀବନ ସାରା ତୁମ ମାନଙ୍କ ପଛରେ ସମସ୍ତ ପଇସା ଉଡେଇ ସାରିଲା ପରେ ସେ ଆଜି ନିଃସ୍ୱ। ହଁ ଯଦି ଏମିତି ଭାବୁଛୁ କି ତୋ ବାପା "ଟଙ୍କା ଗଛ" ଲଗାଇଛନ୍ତି ଆଉ ସେଥରୁ ତୋଳ ଆଣି ତୋ ହାତରେ ଧରାଇ ଦେବେ ଆଉ ତୁ ଵିଜିନେସ ନାଁ ରେ ସାଙ୍ଗ ସାଥି ମେଳରେ ଅୟସ୍ ଓ କରିବୁ ? ନାଇଁ ତୋର ଏ ଆଶା କେବେ ପୂରଣ ହୋଇ ପାରିବ ନାହିଁ।
-- ହଁ, ମୁଁ ଜାଣିଛି ଆଜି ଆମର ଏ କୋଠର କଥା ଵା ଦୃଢ ନିଷ୍ପତ୍ତି ତୋତେ କଷ୍ଟ ଦେଇପାରେ। ହେଲେ ସେଦିନ ଆମ କଥାକୁ ତୁ ହୃଦୟଙ୍ଗମ କରି ପାରିବୁ ଯୋଉଁ ଦିନ ତୁ ତୋର ବାପାର ସ୍ଥାନ ଅଳଙ୍କୃତ କରିଥିବୁ।ଆଉ ଯେଉଁ ଚାକିରି କୁ ତୁ ପାଦରେ ଆଡେଇ ଦେଇ ବାପା ଙ୍କ ଠାରୁ ପଇସା ଝଡାଇବା ର ହୀନ ଚକ୍ରାନ୍ତ ମୁଣ୍ଡରେ ପାଳୁଛୁ......
-- ଦିନ ଆସିବ ଦେଖିବୁ ସେଇ ଚାକିରି ତୋ ଛୁଆ ମାନଙ୍କ ପାଇଁ "ଟଙ୍କାର ଗଛ"ହୋଇ ଛିଡା ହୋଇଥିବ। ବାପା ମାଆ ସବୁବେଳେ ପିଲା ମାନଙ୍କ ର ମଙ୍ଗଳ ଚାହାଁନ୍ତି। ଏବେ ଖଟା ଲାଗୁଥିବା ଆମ କଥା ତୋତେ ଦିନେ ନା ଦିନେ ମିଠା ଫଳ ଦେବ। ସେତେବେଳେ ହୁଏତ ଆମେ ନ ଥିବୁ ।ଆମ କଥା ସେଦିନ ତୁ ନିଶ୍ଚୟ ମନେ ପକାଇବୁ !!
-- ନିର୍ମଳା ଙ୍କ ଲମ୍ବା ଚଉଡା ଉପଦେଶ ରେ ନିରବ ଥିଲେ ଦିବାକର। ପୁଅ ଅଜୟ ଯଦିଓ ଚୁପ୍ ଥିଲା ତଥାପି ତା ମୁହଁରୁ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ଡେରି ରେ ହଉ ପଛେ ସେ ନିଶ୍ଚିତ କିଛି ବୁଝି ପାରିଛି ।