KSHIRADRI SAHU

Romance Inspirational

3.9  

KSHIRADRI SAHU

Romance Inspirational

ଏମିତି ବି ପ୍ରେମ ହୁଏ

ଏମିତି ବି ପ୍ରେମ ହୁଏ

5 mins
264



  


       ନୂଆ ସକାଳ ରେ ଏକ ନୂଆ ରୂପ ନେଇ ଦୁହେଁ ଉଭା ହୋଇଥିଲେ ନୂଆ ଜୀବନର ଆରମ୍ଭ ଆଶା ରେ ।

                     ଆରେ ମା ଉଠିବୁ ନି କି ? ଶାଶୁ ଙ୍କ ଡାକରେ ଧଡ଼ ପଡ଼ ହୋଇ ଉଠି ବସିଲା ଜିନୁ। ହଁ ମାଆ ଆସୁଛି । ଘଣ୍ଟା ଦେଖିଲା ଆଠଟା ବାଜି ସାରିଥିଲା। ଏହେ , ସେ ଏତେ ଲେଟ୍ ଯାଏଁ  ଶୋଇ ପଡ଼ିଲା ! ଛିଃ! ଘରେ ସମସ୍ତେ କ'ଣ ଭାବୁଥିବେ ତାକୁ.ହେଉ ଯାଏ ଜଲଦି ଜଲଦି କାମ ସାରିଦିଏ ।ତର ତର ହୋଇ ବେଡ ରୁ ଓହ୍ଲାଇ ଆସିଲା ବେଳକୁ ବାମ ହାତକୁ ଧରି ନେଲେ ଅରୁନ୍.ଓୟେ ମୋତେ ଏଠି ଏକା ଛାଡ଼ି କୁଆଡେ ଭାଗୁଛ ? ଆସ ମ ଆଉ ଟିକେ ଶୋଇ ପଡ। ଅରୁନ୍ ଙ୍କ ହାତ ମୁଠାରୁ ନିଜ ହାତକୁ ଛଡାଇ ନେଇ ଜିନୁ କହିଲା - ଯାଅ ମ ଆସିକି ଆଠଟା ବାଜିଲାଣି ମାଆ ତେଣେ ଡାକିଲେଣି ତୁମେ ତୁମର ଶୋଇଥାଅ ମୁଁ ଯାଉଛି କହି ହସି ହସି ଘରୁ ବାହାରି ଗଲା।

                                ଶାଶୁ ଘରେ ତା'ର ଆଜି ପ୍ରଥମ ଦିନ ।ମନ ଭିତରେ ଅନେକ ଡର ନେଇ ବାରଣ୍ଡାକୁ ପାଦ ବଢାଇଲା। କ'ଣ କରିବାକୁ ହୁଏ, କେମିତି ଚଳିବାକୁ ହୁଏ ସେସବୁ କିଛି ଜଣା ନ ଥିଲା ତାକୁ। ପ୍ରଥମ କରି ଶାଢ଼ୀ ପିନ୍ଧିଥିବାରୁ ଶାଢ଼ୀ ର କୁଞ୍ଚିରେ ଗୋଡ଼ ଟା ତା'ର ବାରମ୍ବାର ଛନ୍ଦି ହୋଇ ଯାଉଥିଲା। ମୁଣ୍ଡରୁ ଓଢ଼ଣା ଟା ଖସି ପିଠି ଉପରକୁ ଆସିଯାଉଥିଲା। ସେ ଶାଢ଼ୀ ର କୁଞ୍ଚି ଓ କାନି କୁ ଗୁଡେ଼ଇ ତୁଡେଇ ଦୁଇ ହାତରେ ଜାବୁଡ଼ି ଧରୁଥିଲା।ସାରା ଘର ଟା ଖାଲି ଖାଲି ଲାଗୁଥିଲା।ସେ ମନେ ମନେ ଭାବୁଥିଲା ଏତେ ସକାଳୁ ସମସ୍ତେ କୁଆଡେ ବା ଗଲେ ? କାହାକୁ ନ ପାଇ ପୁଣି ରୁମ୍ କୁ ଫେରି ଆସିଲା। ଅରୁନ୍ ଶୋଇଥିଲେ ଗଭୀର ନିଦରେ।ଭାରି ଶାନ୍ତ ଓ ସୁଧାର ଲାଗୁଥିଲେ। ମନେ ମନେ ଭାବୁଥିଲା ଜିନୁ ଯାହା ହେଉ ଏବେ ଟିକେ ସୁଯୋଗ ଅଛି ମନଭରି ଦେଖି ନେବି ତାଙ୍କୁ କାହିଁକି ନା ଏତେ ବର୍ଷର ଭଲପାଇବା ଭିତରେ ସେ କେବେ ତାଙ୍କୁ ଠିକ୍ ରେ ଦେଖି ନ ଥିଲା ହଁ ଯଦି ବି ଦେଖୁଥିଲା ଲୁଚାଇ ଲୁଚାଇ ଫଟୋକୁ ତାଙ୍କର। ହେଲେ ସେଥିରେ ମନ ଭରେ ନା। ହେଲେ ମୁହଁ ଖୋଲି କେବେ କିଛି କହି ନ ଥିଲା।ଅରୁନ୍ ଙ୍କ ମୁହଁ ସିନା ଦେଖିପାରି ନ ଥିଲା କିନ୍ତୁ କଲେଜ ଟାଇମ୍ ରେ ସେଦିନ ତା'ର ସାଇକେଲ ସଜାଡ଼ିଲା ବେଳେ ସେ ତାଙ୍କ ପାଦ ଦୁଇଟି ର ପୂଜାରୀ ସାଜିଥିଲା । ସେହିଦିନ ଠାରୁ ତା ହୃଦୟ ମନ୍ଦିରେ ସେ ପଦ ଯୁଗଳକୁ ସେ ପୂଜା କରି ଚାଲିଥିଲା। ଯାହା ହେଉ ଆଜି ମନ ଭରି ଦେଖି ନେଲା ସେ ଶାନ୍ତ,ସରଳ ଓ ଅନନ୍ତ ପ୍ରେମର ସ୍ବରୂପ ଙ୍କୁ ମନେ ମନେ ଭାବୁଥିଲା ମୁଁ କେତେ ଭାଗ୍ୟବତୀ ସତେ ଏମିତି ଦେବତାଙ୍କୁ ସ୍ୱାମୀ ରୂପେ ପାଇଥିବାରୁ। ଅଜଣାତେ ତା'ର ହାତ ଦୁଇଟା ଅରୁନ୍ ଙ୍କ ପାଦ ଆଡ଼କୁ ଲମ୍ବି ଗଲା ସେ ଦୁଇ ହାତରେ ତାଙ୍କ ପାଦ ଛୁଇଁ ପ୍ରଣାମ କଲା ଓ ତାଙ୍କରସେ ନିଦ୍ରିତ କପାଳରେ ଏକ ଛୋଟ ସା ଚୁମା ଆଙ୍କି ଦେଇ ଉଠିଗଲା। ନିଜ ପ୍ରେମକୁ ସଫଳ କରିବାର ଚିନ୍ତା ରେ ଅନେକ ରାତି ଅନିଦ୍ରା ରହିଥିବା ଲୋକ ଟି ଆଜି ନିଶ୍ଚିତ ରେ ଶୋଇ ରହିଥିଲା ।

                                         ଜିନୁ ଗାଧୋଇ ସାରି ରୋଷେଇ ଘରକୁ ଗଲା। ସେଠାରେ ବି ଶାଶୁ ମାଆ ନ ଥିଲେ। କିନ୍ତୁ ରୋଷେଇ ଘର ବିଲକୁଲ ସଫା ସୁତୁରା ଦିଶୁଥିଲା। ରୋଷେଇ ପ୍ରାୟ ସରି ଯାଇଥିଲା। ସେତିକିବେଳେ ଶଶୁର ବାହାରୁ ଡାକଦେଲେ - ଆରେ କୁଆଡେ ଗଲେ କି ? ଆଉ କପେ ଚା ଦେଇଥାନ୍ତ।ଜିନୁ ଦେଖିଲା ସସପେନସ୍ ରେ ଚା ହୋଇ ରଖା ହୋଇଛି ସେ ତାକୁ ଗରମ କରି କପ୍ ରେ ଢାଳିଲା ଓ ଡରି ଡରି ଆସିଲା। ଶଶୁରଙ୍କ ପାଖରେ ଆସି ଥରିଲା କଣ୍ଠରେ - ବାପା,ଚା ଆଣିଥିଲି।ତୁ କାହିଁକି ଆଣିଲୁ ,ତୋ ମାଆ କୁଆଡେ ଗଲେ କି ? ଶାଶୁ ଠାକୁର ଘରୁ ବାହାରି ଆସି ହଁ କ'ଣ ହେଲାକି ? କାହିଁକି ଖୋଜୁଥିଲ ? ଶଶୁର କହିଲେ - ଚା ମାଗୁଥିଲି ଯେ ବୋହୂ ଆଣି ଦେଲା। ଆଉ ଶୁଣ ତାକୁ କ'ଣ ଖାଇବାକୁ ଦେଲଣି କି ନାହିଁ ? ତୁମେ ସେତେବେଳେ ଠାରୁ ତୁମ ପୂଜା ରେ ଲାଗିଛ। ଆରେ ମାଆ ତୋ ପାଇଁ ଗରମ ଗରମ ଶିଙ୍ଗେଡା ଆଣିଥିଲି ଯିବୁଟି ଖାଇ ଦେବୁ।ତୋ ଶାଶୁମା ର କ'ଣ ସହଜେ କାମ ସରିବ ଯେ ସେ ତୋତେ ଖାଇବାକୁ ଦେବ।ତୁ ଯା ନିଜେ ନେଇ ଖାଇ ଦେ। ଆଉ ଅରୁ ଏତେବେଳେ ଯାଏ ଉଠିନି କି ? ଜିନୁ ଧୀରେ ଭାବେ କହିଲା - ନାଇଁ ସେ ଉଠି ନାହାନ୍ତି। ଶଶୁର ବ୍ୟସ୍ତ ହୋଇ ପଡି କହିଲେ - ହଇ ହୋ,ବିନୋଦିନୀ ତୁମେ କେମିତି କା ମାଆ କିହୋ, ଏତେବେଳେ ଯାଏ ପୁଅଟା ମୋ'ର ଉଠିନି ବୋହୂ ଟା କିଛି ଏଯାଏ ଖାଇନି ତୁମେ କରୁଛ କ'ଣ ? କି କାମ କରୁଛ କହିଲ ? ଶାଶୁ କହିଲେ - ହଁ, ମୁଁ ଯାଉଛି ଅରୁ କୁ ଉଠାଏ ସେ ଦୁଇ ଜଣ ସାଙ୍ଗ ହୋଇ ଖାଇବେ।ଜିନୁ ଏବେ ଧୀର ଗଳାରେ କହିଲା - ମାଆ ମୁଁ କ'ଣ କହୁଥଲି କି ମୋତେ କ'ଣ କାମ ଦେଉ ନାହାନ୍ତି ମୁଁ କରି ଦେବି । ମାଆ ସରି...... ଶାଶୁ ତା ମୁଣ୍ଡ କୁ ଆଉଁସି ଦେଇ କ'ଣ କିଲୋ ମା ସରି କାହିଁକି କହୁଛୁ ? ଲୁହ ଛଳଛଳ ଆଖିରେ ଜିନୁ କହିଲା - ମାଆ ମୁଁ ଜାଣିପାରିଲି ନାହିଁ ଏତେ ଲେଟ୍ ଯାଏଁ ଶୋଇ ପଡିଲି। ଶାଶୁ ମା ହସି ଦେଇ କହିଲେ - ଓଃ ଏଇ କଥା ପାଇଁ ତୋ ଆଖିରେ ଲୁହ, କ'ଣ ହେଲା ସେଇଠୁ ଶୋଇପଡ଼ିଲୁ ? ତୁ ଛୁଆଟା ଆପେ ଆପେ ଅଭ୍ୟାସ ହୋଇ ଯିବନି ।ତୁ କାହିଁକି ବ୍ୟସ୍ତ ହେଉଛୁ ? ମୁଁ ତୋତେ ସବୁ ଶିଖେଇ ଦେବି।କାମ କରିବା ଟାଇମ୍ କ'ଣ ତୋର ଗଲାଣି ତୁ ସବୁ କରିବୁ ଯେ କିନ୍ତୁ ଏବେ ନୁହେଁ। ମୁଁ କ'ଣ ବୁଢ଼ୀ ହୋଇଗଲେଣି ଯେ ତୁ କାମ କରିବାକୁ ବ୍ୟସ୍ତ ହୋଇ ପଡୁଛୁ। ଜିନୁ ହସି ହସି ଶାଶୁ ଙ୍କ କୋଳକୁ ଆଉଜି ଯାଇ କହିଲା - ତୁମେ ଏମିତି ରହିବ ମାଆ କେବେ ବୁଢ଼ୀ ହେବନି ହେଲା। ଶାଶୁ ମା ହସି ଦେଇ ଜିନୁ କୁ କୋଳେଇ ନେଲା ବେଳେ ଅରୁନ୍ ଆସି କହିଲେ  - ଓଃ, ଶାଶୁ ବୋହୂ ଙ୍କର ତାହେଲେ ଏଇଠି ଗେଲ ଚାଲିଛି ମୁଁ ଭାବିଲି କୁଆଡେ ଗଲେ ସବୁ।ଶାଶୁ ମା ଅରୁନ୍ ଆଡ଼କୁ ଦୁଇ ହାତ ବଢାଇଲା ବେଳକୁ ଅରୁନ୍ ଆସି ମାଆ କୋଳରେ ଶୋଇ ଯାଇଥିଲେ ।

                                                 ଅରୁନ୍ କୁ ଉଠାଇ ଦେଇ ମାଆ କହିଲେ - ଯା ରେ ପୁଅ ନିତ୍ୟକର୍ମ ସାରି ଦେଇ ଆ ଛୁଆ ଟା ସେତେବେଳେ ଠାରୁ ଗାଧୋଇ ସାରିଲାଣି କିଛି ଖାଇନି ତା ଦେହ ଖରାପ ହୋଇଯିବ।ଅରୁନ୍ ଅଭିମାନ ସ୍ୱରରେ ଓଃ,ତୋ ଛୁଆଟା ଖାଇନି ସେଇଥିପାଇଁ ତୋର ଏତେ ଚିନ୍ତା।ହେଉ ହେଉ ମୁଁ ଫ୍ରେସ୍ ହୋଇ ଆସୁଛି। ମାଆ ଖାଇବା ବାଢି ଡାକ ପକାଇଲେ ଆରେ ମାଆ ଜିନୁ ଆ ଜଲଦି।ଜିନୁ ଆସିଲା ତା ପଛେ ପଛେ ଅରୁନ୍ । ଏକା ସାଙ୍ଗରେ ଦୁଇ ଜଣ ଙ୍କ ପାଇଁ ଖାଇବା ବଢ଼ା ହୋଇଥିଲା। ଖାଇବା ପାଖରେ ବସୁ ବସୁ ଜିନୁ ଆଖିରୁ ଲୁହ ଗୁଡା ବହିବାକୁ ଲାଗିଲା। ଶାଶୁ କହିଲେ - ଆଲୋ ମାଆ କ'ଣ ହେଲା କାଇଁ କାନ୍ଦୁଛୁ ? ଅରୁ କିଛି କହିଲା କି ?କୋହ ଭରା କଣ୍ଠରେ ଜିନୁ କହିଲା - ନାଇଁ ମାଆ,ଏ ଖାଇବା ଦେଖି .... କଦଳୀ ପତ୍ରରେ ଅରୁଆ, ଡାଲମା, ସଜନା ଶାଗ ଭଜା, ଆଳୁ ଭଜା ତା ସହିତ ଆମ୍ବୁଲ ଖଟା ର ପାଗ ଏସବୁ ମୋ'ର ପସନ୍ଦ ବୋଲି ଆପଣ କେମିତି ଜାଣିଲେ ? ଶାଶୁ ହସି ହସି କହିଲେ - ଓଃ,ଏଇ କଥା ଏସବୁ ମୋତେ ଅରୁନ୍ କହିଥିଲା।ତୋ ପସନ୍ଦ ନା ପସନ୍ଦ ଆମେ ସବୁ ଜାଣିଛୁ।ତୁ ଏ ଘରକୁ ଯମା ଶାଶୁ ଘର ବୋଲି ଭାବେ ନା।ତୋ ଘର ତୁ ଯେମିତି ଇଛା ସେମିତି ଚଳ। କେହି ତୋତେ କିଛି କହିବେ ନାହିଁ। ବାସ୍ ତୁମ ଦୁଇ ଜଣଙ୍କ ଖୁସି ରେ ଆମ ଖୁସି। ଶାଶୁ ଙ୍କ କଥା ଶୁଣି ଖୁସି ରେ ଆହୁରି କାନ୍ଦି ପକାଉଥିଲା ଜିନୁ ‌। ଏତିକି ବେଳେ ଅରୁନ୍ ଭାତ ଡାଲମା ଗୋଳେଇ ଦେଇ ଜିନୁ କୁ କହୁଥିଲେ -- ଏଇ ,ଜଲଦି ଆଁ କଲ, ମୋତେ ଜୋରରେ ଭୋକ ଲାଗଲାଣି କିନ୍ତୁ ସେ ନିଜେ ଖାଇବେ କଣ ଗୋଟେ ପରେ ଗୋଟେ ଗୁଳା ଜିନୁ ର ଆଁ କୁ ସେ ଦେଇ ଚାଲିଥିଲେ ।

                                                 ଜିନୁ ମନେ ମନେ ଭାବୁଥିଲା ସତରେ କ'ଣ "ଏମିତି ବି ପ୍ରେମ ହୁଏ" .? 

କେଉଁ ଏକ ଅଦୃଶ୍ୟ ଶକ୍ତି ର ଅପାର ଆଶୀର୍ବାଦ ରେ, ସେମାନେ ଏକ ନିଯୋଡ ଇଠାରେ ଯୋଡ଼ି ହୋଇ ଯାଇଥିଲେ ଜନମ ଜନମ ପାଇଁ ।


 

   


Rate this content
Log in

Similar oriya story from Romance