STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ବାପାଙ୍କ ରେଡ଼ିଓ

ବାପାଙ୍କ ରେଡ଼ିଓ

2 mins
213


     ଅଡିଓ ଯନ୍ତ୍ର ହିସାବରେ ରେଡ଼ିଓ ଥିଲା ବାପାଙ୍କର ଅତି ପ୍ରିୟ। ପ୍ରକୃତରେ ଆଜିକାଲି ଘରେ ଘରେ ଥିବା ଟେଲିଭିଜନ, ଲାପଟପ୍, କମ୍ପ୍ୟୁଟର ଇତ୍ୟାଦି ଅତ୍ୟାଧୁନିକ ଉପକରଣରେ ଉଭୟ ଅଡିଓ ଓ ଭିଡ଼ିଓ ଅର୍ଥାତ ଶୁଣିବା ଓ ଦେଖିବା ଉଭୟ ପ୍ରକ୍ରିୟା ଉପଲବ୍ଧ ହୋଇପାରୁଥିଲେ ମଧ୍ୟ ବାପାଙ୍କ ରେଡ଼ିଓ ରୁ ଶୁଣି ଶୁଣି ଅନେକ କଥା ଶୀଘ୍ର ମନେ ରହିଯାଉଥିଲା । ଶିକ୍ଷାର ଚାରିଗୋଟି ସୋପାନ ପ୍ରଣାଳୀ ଯଥା, ଶୁଣିବା, ଦେଖିବା, ପଢ଼ିବା ଓ ଲେଖିବା ଭିତରୁ ଶୁଣିବା ଓ ଶୁଣି ମନେରଖିବା, ଶିକ୍ଷାର ନିଶ୍ଚୟ ପ୍ରଥମ ସୋପାନ କହିଲେ ଅତ୍ୟୁକ୍ତି ହେବନାହିଁ। ସେଇଥିପାଇଁ ତ ମାଆ ପିଲାଟିର ପ୍ରଥମ ଗୁରୁ ଓ ଏଠାରେ ମାଆଟି ପିଲାର ରେଡ଼ିଓ କହିଲେ ଦ୍ଵିରୁକ୍ତି ରହିବନାହିଁ। ଶୁଣି ଶୁଣି ମାଆ ଠାରୁ ଶିକ୍ଷା ପାଏ ଶିଶୁ। ମହାଭାରତର ଅଭିମନ୍ୟୁ ହିଁ ଏହାର ଜ୍ୱଳନ୍ତ ଉଦାହରଣ।

  ରେଡିଓରୁ ବିଭିନ୍ନ କାର୍ଯ୍ୟକ୍ରମ ଶୁଣିବା ଦ୍ଵାରା ମସ୍ତିଷ୍କ ସକ୍ରିୟ ହୋଇ କଣ୍ଠସ୍ୱର ସାବଲୀଳ ଓ ଅତ୍ୟନ୍ତ ସୁମଧୁର ହୁଏ। ପିଲାଦିନେ ପାଠ ପଢାର ଦ୍ୱାହି ଦେଇ ବାପା, ତାଙ୍କ ରେଡ଼ିଓ ଶୁଣିବାକୁ ଦେଉ ନଥିଲେ ମଧ୍ୟ, ଶିଶୁସଂସାର କାର୍ଯ୍ୟକ୍ରମ ନିହାତି ଶୁଣିବାକୁ ଦେଉଥିଲେ।ନଦିଆ ବିହାରୀ ମହାନ୍ତିଙ୍କ ଦ୍ଵାରା ପରିଚାଳିତ, ସୁପରିକଳ୍ପିତ ଯୋଜନାର ରୂପରେଖରେ , ଶିଶୁ ଗୀତ ଗଳ୍ପ ଆଦି ଶୁଣି ଶିଖି, ଆଜି ଅନେକ ଗୀତିକାର, ଗାଳ୍ପିକ ଗାଳ୍ପିକା, ସୁସାହିତ୍ୟିକ ସାହିତ୍ୟିକା, ପ୍ରାବନ୍ଧିକ ପ୍ରାବନ୍ଧିକା, ସୁଲେଖକ ଲେଖିକା ଇତ୍ୟାଦି ମୁଣ୍ଡଟେକି ନିଜର ପରିଚୟ ସୃଷ୍ଟି କରିବା ସହ ଦେଶ ଓ ଜାତିର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିପାରିଛନ୍ତି। ଶିଖା ମଧ୍ଯ ବାପାଙ୍କ ରେଡ଼ିଓରୁ ଅନୁପ୍ରାଣିତ ହୋଇ ଜାତୀୟ ସ୍ତରରେ ନହେଲେ ମଧ୍ଯ ଆଞ୍ଚଳିକ ସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା ଚରିତ୍ର ଜାରି ରଖିଛନ୍ତି।

    ବାପାଙ୍କ ରେଡିଓ ତାଙ୍କର ଅତିପ୍ରିୟ। ରେଡିଓରୁ, ଆପଣ କଣ କହୁଛନ୍ତି କୁହନ୍ତୁ ନା, ଯୁବବାଣୀ, ଗୀତିନାଟ୍ୟ, ବିନାକା ଗୀତମାଳା, ଧାରାବାହିକ ନାଟକ, ଗୀତ, ଗଳ୍ପ ସହିତ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତାର ଧାରା ବିବରଣୀ ସହ ରଥଯାତ୍ରା ସମୟର ଧାରାବିବରଣୀ ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ଶିଖା ଶୁଣିଥାନ୍ତି ଓ ସେତେବେଳେ ଏସବୁ କାର୍ଯ୍ୟକ୍ରମ ଯିଏ ଶୁଣିଛି ସେ ଆଜିକାର ଯୁଗରେ ନିଶ୍ଚିନ୍ତ ଭାବରେ ଜଣେ ଦକ୍ଷ କଳାକାର ରୂପେ ନିଜକୁ ପ୍ରତିଷ୍ଠିତ କରିବା ସହ, ଉଚ୍ଚକୋଟୀର ସୁଲଳିତ କଣ୍ଠ ସାଙ୍ଗକୁ ସୁଗାୟିକା, ସୁବକ୍ତା, ସଂଜୋଜିକା ହୋଇ ନିଜର ବ୍ୟକ୍ତିଗତ, ଆଞ୍ଚଳିକ ଓ ଜାତୀୟ ସ୍ତରରେ ନିଜକୁ ସୁପ୍ରତିଷ୍ଠିତ କରିବା ବେଳେ ବାପାଙ୍କ ରେଡ଼ିଓ ଏସବୁ ପାଇଁ ଏକାନ୍ତ ଦାୟୀ ବୋଲି ମୁକ୍ତ କଣ୍ଠରେ ସ୍ବୀକାର କରିଛି। ଶିଖା ମଧ୍ଯ ତାଙ୍କ ସ୍ଵଳ୍ପ ସୁଗୁଣାବଳୀ ଗୁଣ ପାଇଁ ବାପାଙ୍କ ସହ ତାଙ୍କ ରେଡ଼ିଓକୁ ଶ୍ରେୟ ଦେଇଥାନ୍ତି ଅଧିକ।

    ଦୁଇହଜାର ଷୋହଳ ମସିହା ଜାନୁଆରି ମାସର କୋଡିଏ ତାରିଖ, ବାପା ଚାଲିଗଲେ। ବାପା ଯିବା ପରେ ପରେ,ଦେଖାଶୁଣା ଅଭାବରୁ କି କୋଉ କାରଣରୁ କେଜାଣି ରେଡ଼ିଓଟି ବାଜୁନଥିଲା। ଶୁଭୁନଥିଲା, ଧାରାବାହିକ ଗୀତିନାଟ୍ୟ, ଶ୍ରୀହରିଙ୍କ ସଂସାର, ଶ୍ରୀମତୀ ସମାର୍ଜନୀ,ଗଣେଶ ଗୀତିନାଟ୍ୟ ବା ମହିଷାସୁର ବଦ୍ଧ ଗୀତିନାଟ୍ୟ। କି ଶୁଭୁନଥିଲା, ପାଲା, ଦାଶକାଠିଆ, ଘୋଡାନାଚ, କି ଶୁଭୁନଥିଲା,ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଚିତ୍ତ ଜେନା, ସିକନ୍ଦର ଆଲାମଙ୍କ ଗୀତ ଅବା ଗୀତା ପଟ୍ଟନାୟକ, ତୃପ୍ତି ଦାସ ,ନିର୍ମଳା ମିଶ୍ର,ଶ୍ୟାମାମଣି ଦେବୀ ଙ୍କ ସୁଲଳିତ ଗୀତ,ଭଜନ, ଚମ୍ପୁ ଓ ଛାନ୍ଦ,ଶିଶୁ ସଂସାରରେ ରାମାୟଣ ଗାଉ ଗାଉ ପ୍ରସିଦ୍ଧି ଲାଭ କରିଥିବା ,ଶିଖା ଙ୍କ ସମସାମୟିକ ସୁଚିତ୍ରା ଓ ସଂଗୀତା ଦୁଇଭଉଣୀଙ୍କ କଣ୍ଠ ସଙ୍ଗିତ ସହ ନୀରବି ଯାଇଥିଲା ବାପାଙ୍କ ରେଡ଼ିଓ। ଶିଖାଙ୍କ ବୋଉ କେବଳ, ତାଙ୍କ ବାପାଙ୍କ ଜିନିଷ ପତ୍ର ସହ ସଜାଡ଼ି ରଖୁଥାନ୍ତି ଅଲୋଡ଼ା ରେଡ଼ିଓଟିକୁ ସଯତ୍ନରେ।

    ଆଜି ଦୁଇହଜାର ତେଇଶି ମସିହାରେ, ବାପାଙ୍କର ଶ୍ରାଦ୍ଧ ବାର୍ଷିକୀ। ସମସ୍ତେ ସମସ୍ତଙ୍କ କାମ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ, ଶିଖା ଙ୍କ ବୋଉ ପ୍ଳକ ସାହାଯ୍ୟରେ ରେଡ଼ିଓଟିକୁ ଲଗାଇଦେଇଥିଲେ ତ ରେଡିଓରୁ ଭାଷି ଆସୁଥିଲା ଆଞ୍ଚଳିକ ସମ୍ବାଦ ପରିବେଷଣର ସୁଲଳିତ ସ୍ବର। ସମସ୍ତେ ସ୍ତବ୍ଧ, ଚକିତ ଓ ହତବମ୍ୱ। ଶିଖା ଖୁସିରେ ଆତ୍ମହରା ହୋଇଯାଇଥିଲେ ।


Rate this content
Log in

Similar oriya story from Abstract