STORYMIRROR

PRIYANKA PRIYADARSINI

Abstract Inspirational Others

3  

PRIYANKA PRIYADARSINI

Abstract Inspirational Others

ବାପା

ବାପା

2 mins
229

ପିତା ଧର୍ମ ପିତା ସ୍ବର୍ଗ, ପିତା ହିଁ ପରମ ତପ

ପିତରୀ ପ୍ରୀତିମା ପର୍ଣ୍ଣେ, ପ୍ରୀୟନ୍ତି ସର୍ବ ଦେବତା।


      ବାପା! ଆହାଃ କେଡେ ସୁନ୍ଦର ଶଦ୍ଦ ଟିଏ ସତେ! ମାଆ ନଅ ମାସ ଗର୍ଭରେ ଧାରଣ କରେ ସିନା ବାପା ତ ସାରା ଜୀବନ ହୃଦୟରେ ଧରି ରଖିଥାନ୍ତି ଆମ ବୋଝକୁ ସବୁବେଳେ ନିଜ ମୁଣ୍ଡରେ ଧରିଥାନ୍ତି। ପିତା ତ ଧର୍ମ ସେ ସ୍ବର୍ଗ , ସେ ହିଁ ତ ପରମ ତପ, ସେ ଖୁସି ହେଲେ ସର୍ବ ଦେବଦେବୀ ପ୍ରିତ ହୁଅନ୍ତି। ପିଲାଟି ଦିନରୁ ଆମ ପୁରାଣରେ ଅନେକ ପିତାଙ୍କ ବିଷୟରେ ଶୁଣି ଆସିଛନ୍ତି.....ସେ ଅହଙ୍କାରୀ ଦକ୍ଷ ହୁଅନ୍ତୁ ଅଥବା ରାଜଶ୍ରୀ ଜନକ, ଅବା ସେ ହୁଅନ୍ତୁ ପୁତ୍ର ଅନ୍ଧରେ ଅନ୍ଧ ଧୃତରାଷ୍ଟ୍ର। ସମସ୍ତଙ୍କର କିଛି ସ୍ଵତନ୍ତ୍ର ଚରିତ୍ର ରହିଛି।

       ଏ ତ ଗଲା ପୁରାଣ ଯୁଗ, ଆଜିର ଆଧୁନିକ ଯୁଗରେ ମଧ୍ୟ ଦେଖୁନାହାନ୍ତି, କେଉଁଠି ବାପ ପୁଅକୁ ହାଣି ପ୍ରତିଶୋଧ ନେଲାନି ତ , କୋଉଠି ପୁଅ ବାପକୁ ଦାଣ୍ଡରେ ବେସାହାରା କରି ଛାଡ଼ି ଦେଲାଣି। ବାପ କେତେବେଳେ ହିଂସାର ପ୍ରତିମୂର୍ତ୍ତି ହୋଇ ଯାଉଛି ତ ପୁଣି କେବେ ବେସାହାରା ପ୍ରାଣୀ ଟିଏ ହୋଇ ଯାଉଛି। 

        ଏବେ ମୋ କାହାଣୀ ଶୁଣନ୍ତୁ। ମୋର ଜଣେ ଖୁବ୍ ଅନ୍ତରଙ୍ଗ ବନ୍ଧୁ ଥିଲେ ଆଉ ସେ ହେଉଛନ୍ତି ମୋ ବାପା। ମୋ ବାପାଙ୍କ ପାଖରେ ସବୁ ଗୁଣ ଭରି ରହିଥିଲା। ସେ ଥିଲେ ରାଗି, କଠୋର, ନିର୍ଭୟ, ଗର୍ବୀ, ସ୍ଵାଭିମାନୀ । ହଁ ସେ ରାଗନ୍ତି, ଆମେ ଭୁଲ କଲେ, ସଠିକ୍ ରାସ୍ତାରୁ ଟିକେ ଓହରି ଗଲେ। ସେ କଠୋର, ଆମକୁ ଶାସନ କରିଲା ବେଳେ ସଭାରେ ନ୍ୟାୟ ସପକ୍ଷରେ ଛିଡ଼ା ହେଲା ବେଳେ। ସେ ନିର୍ଭୟ କାରଣ ସେ କେବେ ଭୁଲ ବିଚାର କରନ୍ତି ନାହିଁ। ହଁ ସେ ଗର୍ବି ତାଙ୍କ ପିଲା ମାନଙ୍କର ସଫଳତା ହେତୁ। ସେ ସ୍ଵାଭିମାନୀ ଠିକ୍ କାଉଁରିଆ କାଠି ପରି, ଭାଙ୍ଗି ଯିବେ ପଛେ ନଇଁବେ ନାହିଁ। 

      ଆଉ ହଁ ମୋ ବାପା ଦୁନିଆରେ ସବୁଠୁ ଭଲ ବାପା। ସେ ଖୁବ୍ ସ୍ନେହୀ । ତାଙ୍କୁ ଆକାଶର ଚାନ୍ଦ ମାଗିଲେ ସେ ହାତରେ ଆଣି ଥୋଇଦେବେ। ଥରେ ମୁଁ ରସଗୋଲା ତିଆରି କରିବି ବୋଲି ତିନି ଚାରି ଲିଟର କ୍ଷୀର ଆଣିଦେବା ପାଇଁ ଗଉଡ଼ ଘରେ ବରାଦ ଦେଇ ଆସିଲେ। କହିଲେ, ‘ ମୋ ଝିଅ ରସଗୋଲା ଶିଖିବ..... ମାଣେ କ୍ଷୀରରେ କଣ ହବ?........ ’ । ପିଲା ଦିନେ ମୋ ଭାଇ କ୍ଷୀର ଖାଇବ ବୋଲି ଦୁଇଟା ଦୁହଁଳିଆ ଗାଈ ଆଣି ଘର ଆଗରେ ବାନ୍ଧି ଦେଲେ। ଆମର ପାଳନ ପୋଷଣରେ କେବେ ହେଳା କରି ନଥିଲେ।

       ମୁଁ ତାଙ୍କ ଭିତରେ ଦେଖିଛି ରାଜଶ୍ରୀ ଜନକଙ୍କୁ, ପୁତ୍ର ଅନ୍ଧରେ ଅନ୍ଧ ଧୃତରାଷ୍ଟ୍ରଙ୍କୁ, ମୁଁ ତାଙ୍କ ଭିତରେ ଦେଖିଛି ଭଗବାନଙ୍କୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract