STORYMIRROR

Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ବାପା ହେଲା ପରେ

ବାପା ହେଲା ପରେ

2 mins
162


ଜୀବନ ଯାତ୍ରାରେ ଏମିତି କିଛି ଘଟଣା ଘଟିଯାଏ ଯାହାକି କେବେ କହି ନପାରି ଅନ୍ୟ ର ଖୁସି ପାଇଁ ସେ ନିଜକୁ ସମର୍ପିତ କରିଦିଏ। ଏମିତି ଏକ ଛୋଟ ଘଟଣାକୁ ନେଇ ଏ ଗଳ୍ପ। 

ସପନ ସହଳ ସହଳ ବାହାରି ପଡି ଅଫିସ ଚାଲିଯାଆନ୍ତି, ନିୟମିତ ଓ ନିରନ୍ତର ଭାବେ ଅଫିସ ରେ ଯୋଗଦାନ କରନ୍ତି, ସଚ୍ଚୋଟ ମଣିଷ ର ଉଦାହରଣ ଅଟନ୍ତି, ଥରେ ଅଫିସ ରେ ସପନ କଥା ହେଉ ହେଉ ତାଙ୍କ ପାଖରେ ବସି ଥିବା ସହକର୍ମୀ ଭାଇ ପ୍ରଭାତ , ପଚାରିଲେ ସପନ ତମର ପିଲାପିଲି କଣ? କ'ଣ ସବୁ କରନ୍ତି ସେମାନେ? ଆଜ୍ଞା ମୋତେ ପଚାରିଲେ କି? ଅନ୍ୟମନସ୍କ ଥିଲା ଭଳି ଲାଗୁ ଥିଲେ, କହିଲେ , ମୋର ଜଣେ ମାତ୍ର ପୁଅ, ପ୍ରଭାତ ବାବୁ, ପୁଣି କହିଲେ ସେ ତ ପାଠୂ ପଢୁିଥିବ, କେଉଁ କ୍ଲାସ ରେ ପଢୁଛି? ସପନ ବାବୁ କହିଲେ ସେ ଦ୍ବାଦଶ ଶ୍ରେଣୀ ରେ ପଢ଼େ, ସ୍କୁଲରେ ପଢ଼ିବା ସମୟରେ ତାର ଜଣେ ଶିକ୍ଷକ ତାକୁ ପ୍ରାୟ ସବୁ କିଛିରେ ଯଥାଚିତ ସାହାଯ୍ୟ କରିଥାନ୍ତି, ନ ହେଲେ କ'ଣ ଆଜି କାଲି ଆମ ପରି ମଣିଷ ଏମାନଙ୍କୁ ପାଠ ପଢ଼ାଇ ପାରନ୍ତେ ? ପ୍ରଭାତ ଭାଇନା କହିଲେ ହଁ ସେଟା ତ ସତ କଥା। ଆମର କି ବା ଦରମା ? ମାସକୁ ଦଶ ହଜାର ଟଙ୍କା , ସେଥିରେ ପୁଣି କେତେ କଥା, ଖାଲି ସରକାରୀ ଚାକିରୀ ବୋଲି ପଡିରହିବା କଥା, ନହେଲେ......!

ବୁଝିଲେ ପ୍ରଭାତ ଭାଇନା ! ଘରେ ତ ଅନେକ ପ୍ରଶ୍ନ ! ସେସବୁ ପ୍ରଶ୍ନ ଶୁଣିଲେ ମନ ଯେମିତି ଖଟା ହୋଇଯାଏ। ମୋ ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜି କାଲି ଅଫିସରୁ ଏତେ ବିଳମ୍ବରେ ଫେରୁଛନ୍ତି କାହିଁକି? ଏ ଅଭିଯୋଗ ସହିତ ତା'ର ମାଆ ମଧ୍ୟ ସ୍ୱର ମିଳାଇ ପ୍ରଶ୍ନର ପାହାଡ଼ ଉପରେ ଛିଡା କରାଇ ଦିଅନ୍ତି। କିନ୍ତୁ ମୁଁ ଏହି ଅଭିଯୋଗ କୁ ବିଭିନ୍ନ ବାହାନା ଭିତରକୁ ଟାଣି ନେଇ ଏ କଥା ଟିକୁ ଏଡାଇ ଦିଏ! କେତେ ଦିନ ଏମିତି ପ୍ରଶ୍ନବାଚୀ ଅଡ଼ୁଆ ସୁତାରେ ଛନ୍ଦି ହେବୁ? 

ମାଆ ପୁଅଙ୍କ ଅଭିଯୋଗର ଲମ୍ବା ତାଲିକା ନିକଟରେ ମୋର କିଛି ବିକଳ୍ପ ନଥାଏ। ଥରେ ପୁଅ ବସଷ୍ଟାଣ୍ଡ ରେ ମୋ ଅଜାଣତରେ ଲୁଚି କରି ଅପେକ୍ଷା କରିଥାଏ। ପ୍ରଶାନ୍ତ ଦେଖିଲା ଯେ ବାପା ବସରୁ ଓହ୍ଲାଇ ସିଧା ଘର ଆଡ଼କୁ ଚାଲି ଚାଲି ଚାଲିଛନ୍ତି। ପ୍ରଶାନ୍ତ ସଙ୍ଗେ ସଙ୍ଗେ ନିଜ ବାଇକ୍ ଷ୍ଟାର୍ଟ କରି ପଛେ ପଛେ ଯାଇ ମୋତେ ତା ଗାଡିରେ ବସାଇ ଘରକୁ ନେଇ ଗଲା, ପ୍ରଶାନ୍ତ ପଚାରିଲା ବାପା ! ତମେ ଅଟୋ ରିକ୍ସା ଥାଉଁ ଥାଉଁ ଚାଲି ଚାଲି ଘରକୁ ଫେରୁଛ? ମୁଁ କିଛି ବୁଝି ପାରୁନି ବାପା। ଆପଣ ଏମିତି ଚାଲି ଚାଲି ଯିବାର ରହସ୍ୟ କ'ଣ? ବାପା (ସପନ)କହିଲେ - ତୋ ମାଆ ଏବଂ ତୋର ଗୋଟିଏ ଜିଦ୍ ଥିଲା ଯେ, ତୋ ପାଇଁ ଏକ ବାଇକ୍ କିଣା ହେବ! ତୁମ ଦୁଇଜଣଙ୍କ ଇଛାକୁ ମୁଁ ଜମା ଏଡାଇ ପାରିଲି ନାହିଁ, ପାଖରେ ଟଙ୍କା ପଇସାର ଅଭାବ ସତ୍ତ୍ୱେ ମୁଁ ୠଣ କରି ବାଇକ୍ ଟେ କିଣିଲି, ତେଣୁ ପ୍ରତି ମାସର କିସ୍ତି ଦେବା ପାଇଁ ନିଷ୍ପତ୍ତି ନେଲି ଯେ, ମୋ ଯିବା ଆସିବା ପାଇଁ ଅଟୋ ରିକ୍ସା ବ୍ୟବହାର କରିବି ନାହିଁ, ଏହିଥିରୁ ଯେଉଁ ପଇସା ବଂଚିବ ସେଥିରେ ହିଁ ତୋ ବାଇକ୍ କିସ୍ତି ମୋତେ ଦବା ପାଇଁ ସହଜ ହେବ। ଖାଲି ତୋ ମୁହଁକୁ ଚାହିଁ ଏସବୁ ମୋତେ କରିବାକୁ ପଡୁଛି, ପ୍ରଶାନ୍ତ ଏ କଥା ଶୁଣି ଅବାକ୍ ହେଇଗଲା, ସତରେ ବାପା ଆପଣ ମହାନ, ଏଥିପାଇଁ ଆପଣ ନିଜକୁ କଷ୍ଟ ଦେଇ ମୋ ପାଇଁ ଖୁସି କିଣି ଆଣିଲେ, ବାପା ହେଲା ପରେ ଅନେକ କିଛି ସହିବାକୁ ପଡ଼ିଥାଏ। ସନ୍ତାନ ମାନଙ୍କ ସୁଖ ଦେଖିବାକୁ ବାପା ମାଆ ଅନେକ କିଛି କଷ୍ଟ କରିବାକୁ ସହିବାକୁ ପଡ଼ିଥାଏ। ହେଲେ ଆଜିର ପିଲା ମାନେ ଏ ଦୁଃଖ ବୁଝିପାରିଲେ ତ......? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract