jyotsna mayee panda

Classics

4.0  

jyotsna mayee panda

Classics

ବାନ୍ଧବୀ

ବାନ୍ଧବୀ

7 mins
181


କରୋନା ଯେବେ ଠୁ ଆସିଲା ମଣିଷ ହୋଇଗଲା ବାଟ ବଣା l ମଣିଷ ତା ର ମାନବିକତା ବି ଭୁଲିଗଲାଣି ଏ କରୋନା ପାଇଁ l ନିଜେ ଭଲ ଥିଲେ ପଡୋଶୀ କଥା ରେ ମୁଣ୍ଡ ପୂରେଇବାର କି ଦରକାର? ତାକୁ କରୋନା ହେଲା ତା ଘରେ ନାଲି କାଗଜ ଲାଗିଲା,ତା ଗେଟ ସିଲ ହେଲା ସେଥିଲେ ଆମର କଣ ଗଲା? ସେ ଜାଣିନି କରୋନା ପାଇଁ କମ ସେ କମ କୋଡିଏ ଦିନ ର ରାସନ ରଖିଥିବା କଥା?? ଏ ପରିସ୍ଥିତି ରେ ରାସନ, ପରିବା , ଦୁଧ ନେଇ କିଏ ଯିବ? ପନ୍ଦର ଦିନ ସେମିତି ଚାଲନ୍ତୁ ତା ପରେ ନେଗେଟିଭ ହେଲେ କଥା ବାର୍ତ୍ତା କରିବା l ନ ହେଲେ ତା ଘରକୁ ଯାଇ କଣ କରୋନାକୁ କୁଣିଆଁ କରିବାକୁ ଅଛି.. ନାଁ ବାବା ନା ?

            ଏହା ହେଉଛି ଆଜିର ପଡୋଶୀ ମାନଙ୍କ ଚିନ୍ତାଧାରା l କିନ୍ତୁ ଗୋଟେ କରୋନା ରୋଗୀ କହେ "ହେ ପ୍ରଭୁ ଏ ରୋଗ କାହାକୁ ନ ଦେବୁ "। ସରକାର କହୁଛନ୍ତି ସାହାଯ୍ଯ କର କିନ୍ତୁ ଲୋକ କଣ କରୁଛନ୍ତି, ଖାଲି ଘୃଣା l ଏ ହେଉଛି ସେ କରୋନା ପୀଡିତଙ୍କ ଦୁଃଖ l ବାସ୍ତବ ଚିତ୍ର କିଛି ଏମିତି l ସେଦିନ ଅଫିସରୁ ଆସି ଶୁଭଲଗ୍ନାକୁ ଜର ହେଲା l ଛାତିରେ ଅସହ୍ୟ ଯନ୍ତ୍ରଣା l ଟେଷ୍ଟ କଲା ପରେ ଜାଣିଲା ସେ କରୋନା ପଜିଟିଭ l

ସହଜରେ ଉଚ୍ଚ ରକ୍ତଚାପ l ସ୍ୱାମୀ ସୁଗାର ପେସେଣ୍ଟ l ହେ ପ୍ରଭୁ ତୁହି ରକ୍ଷା କରିବୁ l ଲଗ୍ନା ପୁରା ଭାଙ୍ଗି ପଡିଲା କରୋନାରେ ଯେତେ ନୁହଁ ମାନସିକ ଅବସାଦରେ ସେତେ.. ଅନ୍ୟ ମାନଙ୍କ ବ୍ୟବହାର ବି l ଅବସ୍ୟ ଘର ଭଡାଟିଆ ଭଗବାନ ଭଳି ସାହାଯ୍ୟ କରେ l ଆଉ ଭାଇ ବନ୍ଧୁ ବି ଜାଣିଲା ପରେ ମୁହଁ ମୋଡି ଦେଲେ lକଥାରେ ଅଛି "ସମ୍ପଦ କାଳେ ସର୍ବେ ସଖା ବିପଦେ ନ ଦିଅନ୍ତି........। "

କାଳେ ତାଙ୍କୁ ଡେଇଁ ଯିବ? ଏକା ଏକା ଖୁବ ଦୁର୍ବିସହ ହୋଇ ଗଲା ଶୁଭଲଗ୍ନାର ଜୀବନ l ସ୍ୱାମୀ ଙ୍କୁ ବି ପୋଜିଟିଭ l ଘରେ ଛୋଟ ଝିଅ l ସେ ଏକା ନେଗେଟିଭ l କାମ ବାଲି ବି ଆସିଲାନି l ସବୁ କାମ ନିଜେ କରିବାକୁ ପଡିବ l କେମିତି ତାକୁ ଖାଇବାକୁ ଦେବେ ନିଜେ l ଖାଇବାକୁ ନ ଦେଲେ ପାଖ ପଡୋଶୀ ବି ଦେବେନି l ବାରମ୍ବାର ଗରମ ପାଣି ଲେମ୍ବୁ ଦେଇ ପିଇ ବାକୁ ଦେଲେ l କାରଣ ନାଲି କାଗଜ ଛପା ହେଇଛି l ବହୁତ କଷ୍ଟରେ ଶୁଭଲଗ୍ନା l କିଛି ରୋଷେଇ କରି ଭଗବାନଙ୍କୁ ଡାକି ଝିଅକୁ ଖାଇବାକୁ ଦେଲେ l ବାରମ୍ବାର ତୁଳସୀ, ଅଦା, ଗୋଲମରିଚ, ତେଜ ପତ୍ର ଦେଇ କଢ଼ା ସ୍ୱାମୀଙ୍କୁ ଦେଲେ lଏପଟେ ସ୍ୱାମୀ କହୁଛନ୍ତି କୁଆଡେ ତୁଣ୍ଡରେ ଟେଷ୍ଟ ନାହିଁ l ବହୁତ ଦୁର୍ବଳ ଲାଗୁଛି l ସେ ପୁରୁଷ ସେ ଶୋଇଲେ ବି ଚଳିବ କାରଣ ଗୋଟେ ନାରୀ ସବୁ ଦୁଃଖରେ ମଧ୍ୟ କାମ କରିବାର ଶକ୍ତି ଥାଏ l ବୋଧେ ସେଥିପାଇଁ ନାରୀ ଶକ୍ତି ସ୍ୱରୂପିଣୀ l ନିଜ ପରିବାର ବି ଦୁଃଖ ସମୟ ପାଖ ମାଡ଼ନ୍ତି ନି ହେଲେ ଗୋଟେ ନାରୀ ନିଜ ସ୍ୱାମୀ ପାଇଁ ଜୀବନ ବି ଦେଇପାରେ l ଡ଼କ୍ଟରଙ୍କ କହିବା ଅନୁସାରେ ଔଷଧ ଖାଇଲେ l ବହୁତ କଷ୍ଟରେ ସେ ଦିନ ସବୁ ବିତିଲା l ଭଗବାନଙ୍କ ଦୟାରୁ ଝିଅକୁ କିଛି ହେଲାନି l ନେଗେଟିଭ ହୋଇ ପୁଣି ଚାକିରୀରେ ଯୋଗ ଦେଲେ l ହେଲେ ଦୁଃଖ ଯେତେବେଳେ ଆସେ ସାଥି ସହୋଦର ଧରି ଆସେ l ଦିନେ ନିଜ ଗାଡିରେ ଯିବା ବେଳେ ଲଗ୍ନା କୁ ପଛରୁ କିଏ ଧକ୍କା ଦେଇ ପବନ ଗତିରେ ଚାଲିଗଲା l ଲଗ୍ନା ଯେତେବେଳେ ଆଖି ଖୋଲେ ତା ଗୋଡ଼ ଗାଡି ଚକରେ ଫସି ଯାଇଛି l ଆଉ ବହୁତ କଷ୍ଟ ହେଉଛି ନିଜେ ଚାହିଁଲେ ବି ସେ ଉଠି ପାରୁନି କି ପର୍ସ ଆଣି ଫୋନ ଲଗେଇ ପାରୁନି l ଏହି ସମୟରେ ଜଣେ ସହୃଦୟ ଯୁବକ ନିଜ ଗାଡି ଅଟକାଇ ତାକୁ ସାହାଯ୍ୟ କଲେ l ବହୁତ କଷ୍ଟରେ ଫସି ଯାଇଥିବା ପାଦ ବାହାର କଲେ l କିଛି ପାଣି ଦେଇ ସାନ୍ତ୍ଵନା ଦେଲେ l କିନ୍ତୁ ଲଗ୍ନା ଆଉ ଛିଡା ହୋଇ ପାରିଲାନି l ବୋଧେ ଗୋଡ଼ ର ହାଡ଼ ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଛି l ଘରେ କଲ କରି ଯୁବକ ଜଣେଇ ଦେଲେ l ସାଙ୍ଗେ ସାଙ୍ଗେ ସ୍ୱାମୀ ଓ ତା ଭାଇ ଭଉଣୀ ଆସି ମେଡିକାଲ ନେଇ ଗଲେ l ମୁଣ୍ଡ ବି ଗୋଟେ ପଥରରେ ଛେଚି ହୋଇ ଫୁଲିଗଲା l ଡ଼କ୍ଟର କହିଲେ ୧ ଲକ୍ଷ ଡିପୋଜିଟ କର ଆଉ ମୋ ନରସିଂହୋମ ରେ ଆଡମିଟ ହୁଅ ନ ହେଲେ ଚାଲି ପାରିବନି l ଲଗ୍ନା କହିଳା ଦେଖନ୍ତୁ ସାର ଏବେ ଏବେ କରୋନାରୁ ଭଲ ହୋଇଛି ସେଥିପାଇଁ ବହୁତ ଦୁର୍ବଳ ହୋଇ ପଡିଛି ସେଥିରେ ଏ ଘଟଣାରେ ଭୟରେ ମୋ ରକ୍ତ ଚାପ ବି ବଢିଯାଇଛି ଏ ପରିସ୍ଥିତି ରେ ଅପେରସନ ମୋ ଜୀବନ ପ୍ରତି ବିପଦ ହେବ l ଏହାର କିଛି ବିକଳ୍ପ ନାଇଁ କି? ଡ଼କ୍ଟର କହିଲେ ନା ଅପେରସନ ହିଁ ଏହାର ସମାଧାନ l ଲଗ୍ନା ଆଉ ବେସି ଯୁକ୍ତି ତର୍କ ନ କରି ଭଉଣୀକୁ କହିଲା l ଭଉଣୀ ବହୁତ ଚାଲାକ ସେ କହିଲା ତୁ ଜାଣିନୁ ଏ ଡ଼କ୍ଟରକୁ ପଇସା ପାଇଁ ସେ ସମସ୍ତଙ୍କୁ ଅପେରସନ କହେ l ଅଲଗା ଡ଼କ୍ଟର ଦେଖେଇବା l ଲଗ୍ନା କହିଲା ଏ କରୋନା ପରିସ୍ଥିତିରେ ଆଉ କୋଉ ଡ଼କ୍ଟର ଦେଖିବ l ସେ କହିଲା ଚେଷ୍ଟା କରିବାରେ କଣ ଅଛି l ଆମେ ତ ତାକୁ ଘଣ୍ଟେ ସମୟ ମାଗିଛୁ ପଇସା ଆଣି ଡିପୋଜିଟ କରିବାକୁ l ଭଗବାନ ବଡ଼ ଯେ ବିନା ନମ୍ବରରେ ଦେଖନ୍ତିନି ଲଗ୍ନା ଅବସ୍ଥା ଦେଖି ସେ ଠିକ ଅଛି ଆଜି ତୁମେ ଲାଷ୍ଟ ପେସେଣ୍ଟ l ପୁଣି ଏକ୍ସରେ ହେଲା ଡ଼କ୍ଟର କହିଲେ ଅପେରସନ ଦରକାର ହେଲେ ପେସେଣ୍ଟ ସାରଭାଇବ କରି ପାରିବନି l ଏବେ ବିପି ହାଇ ଅଛି, ସେଥିରେ ରକ୍ତ ନାହିଁ ଏ ପରିସ୍ଥିତିରେ ଗୋଟେ ପେସେଣ୍ଟ ଜୀବନକୁ ନେଇ ମୁଁ ଖେଳ ଖେଳି ପାରିବିନି l ପଇସା ପାଇଁ ମୋ ପେସା ନୁହଁ ମୋ ପେସା ଜୀବନ ରକ୍ଷା କରିବା l ଏ ସବୁ କଥା ଡ଼କ୍ଟର ଭଉଣୀକୁ ଡାକି ଏକାନ୍ତରେ କହିଲେ l ଭଉଣୀ କହିଲା ଏହାର ବିକଳ୍ପ ଉପାୟ କହନ୍ତୁ l ଡ଼କ୍ଟର କହିଲେ ପ୍ଳାଷ୍ଟର l ମୁଁ ଭାବୁଛି ଠିକ ଔଷଧ ଖାଇଲେ ଓ ଦୁଇ ମାସ ସମ୍ପୂର୍ଣ୍ଣ ରୂପେ ବେଡ଼ ରେଷ୍ଟ ନେଲେ ଆଉ ଅପେରସନ ଦରକାର ହେବନି l

ସେ କହିଲେ ସାଙ୍ଗେ ସାଙ୍ଗେ ପ୍ଳାଷ୍ଟର କରୁଛି କାରଣ ସକାଳୁରୁ ସନ୍ଧ୍ୟା ହେଲାନି ଆପଣ ବହୁତ କଷ୍ଟ ପାଇଲେଣି l ମୋ ପାଖରେ ସମୟ ବହୁତ କମ ମୋ ଫ୍ଲାଇଟ ଟାଇମ ହେଲାଣି କହି ଆଉ ଏକ୍ସରେ ରିପୋର୍ଟକୁ ଅପେକ୍ଷା କଲେନି l ନିଜେ କୋମ୍ପୁଟରରେ ଦେଖି ଆସି ଟ୍ରିଟମେଣ୍ଟ ଆରମ୍ଭ କରିଦେଲେ l କିଛି ସମୟ ପରେ ଦରଜ ବି କମିଗଲା ସେ ଡ଼କ୍ଟର ବହୁତ ବ୍ୟସ୍ତ ଥିଲେ ତଥାପି ଲଗ୍ନା କହିଲା ଆପଣ ଡ଼କ୍ଟର ନୁହନ୍ତି ମୋପାଇଁ ଦେବତା ସାର.... ଡ଼କ୍ଟର ହସିଦେଲେ ଓ କହିଲେ ଧନ୍ୟବାଦ ସେ ଉପର ଵାଲାକୁ ଦିଅ ଯେ ତୁମକୁ ମୋ ପାଖକୁ ପଠେଇଛନ୍ତି କାରଣ ଦଶ. ମିନିଟ ଲେଟ କରିଥିଲେ ହୁଏ ତ ଆପଣ ମୋତେ ଭେଟି ନ ଥାନ୍ତା l ମୁଁ ସାତ ଆଠ ଦିନ ପାଇଁ ବାହାରକୁ ଯାଉଛି l ସେ ଦିନ ଶୁଭଲଗ୍ନା ଦୁଇ ଡାକ୍ତର ଭିତରେ ଆକାଶ ପାତାଳ ତଫାତ ଅନୁଭବ କଲେ ଜଣେ ଭଗବାନ ଆଉ ଜଣେ ପଇସା ପାଇଁ ପେସେଣ୍ଟର ଜୀବନକୁ ବି ବାଜି ଲଗେଇ ଦେଉଥିଲା l ବୋଧେ ସେ ଅପେରସନ କରିଥିଲେ ଲଗ୍ନା ଆଉ ଦୁନିଆ ଦେଖି ପାରି ନ ଥାନ୍ତେ l ସବୁଦିନ ପାଇଁ ଦୁନିଆ ରୁ ସମ୍ପର୍କ ତୁଟାଇ ଦେଇ ଚାଲି ଯାଇଥାନ୍ତେl

ସେ ଭଗବାନ ବଡ଼ l କିନ୍ତୁ ଦୁଃଖ ସାରିଲା ନି... ମୁଣ୍ଡରେ ଆଘାତ ହେତୁ ଧୀରେ ଧୀରେ ସ୍ମୃତି ଶକ୍ତି କମିବାକୁ ଲାଗିଲା l ଟିକେ କଥାର ଭାରସାମ୍ୟ ରହିଲାନି l ଧୀରେ ଧୀରେ ଲୋକ ଚିହ୍ନି ବାରେ ଭୁଲ କଲେ l ପୁଣି ନ୍ୟୁରୋଲୋଜିଷ୍ଟ କୁ ଦେଖାଗଲା ସେ କହିଲେ ମୁଣ୍ଡ ଭିତରେ ରକ୍ତ ଜମି ଯାଇଛି ଆଉ କୌଣସି ଜିନିଷକୁ ଡରି ଏମିତି ହୋଉଛି ମେଡ଼ିସିନ ରେ ଭଲ ହୋଇଯିବ l ଦିନେ ଏମିତି ଅବସ୍ଥାରେ ଲଗ୍ନାର ବାନ୍ଧବୀ ଆସିଲା ତାକୁ ଦେଖିବାକୁ l ସେ କହିଲେ ମୁଁ କିଏ.... ଲଗ୍ନା କହିଲେ ମୁଁ ଜାଣିଛି କିନ୍ତୁ ନାଁ ମନେ ପଡୁନି ସେ ଲଗ୍ନାର ଏ ଅବସ୍ଥା ଦେଖି କାନ୍ଦି ପକାଇଲେ l ଭାବ ବିହ୍ୱଳ ହୋଇ କହିଲେ "ମନେ ପଡୁନି ସେ ମକର ସଂକ୍ରାନ୍ତି... ମୋ ନୂଆ ଫ୍ରକ ତୁମର ସବୁବେଳେ ପସନ୍ଦ ଆଉ ତୁମ ନୂଆ ଫ୍ରକ ମୁଁ ପିନ୍ଧେ... ମନେ ପଡୁନି ସେ ଗାଁ ଦାଣ୍ଡ... ସେ ବର୍ଷାରେ ଭିଜିବା, ସେ ପ୍ରଜାପତି ଧରିବା, ଆମ୍ବ ଚୋରି କରି ଖାଇବା l ଲଗ୍ନା ସବୁ ଶୁଣିବା ପରେ ବି ନିରବ ରହିଲା l

ବାନ୍ଧବୀଙ୍କୁ ଆଉ ବୁଝିବାକୁ ବାକି ରହିଲାନି ଲଗ୍ନାର ଅବସ୍ଥା l ସେ କହିଲା ଭଉଣୀକୁ ଆଜି ମୁଁ ରାନ୍ଧିବି ତା ପାଇଁ କେମିତି ମୋ ନାଁ ଭୁଲିଗଲା ଦେଖିବି l ଛୋଟ ମାଛରେ କାଲସିୟମ ଅଛି ସେଥିପାଇଁ ଭଉଣୀ ସବୁଦିନ ଦେଇଛି l କିନ୍ତୁ ଆଜି ତା ବାନ୍ଧବୀ ଟିକେ ସୋରିଷ ତେଲ ଦେଇ ଚୁନା ମାଛ ଭାଜି ଦେଲା l ପରେ କିଛି ଲାଲ ଟମାଟୋ ଦେଇ କରଡ଼ି (bamboo shoot ) ଦେଇ କିଛି ହଳଦୀ ଗୁଣ୍ଡ, ଲୁଣ, କାଶ୍ମିରୀ ଲଙ୍କା ଗୁଣ୍ଡ, ଦେଲା l

ତା ପରେ କିଛି ବେସର ଦେଇ ଦୁଇ ତିନି ମିନିଟ ଭାଜି ତା ପରେ ପାଣି ଦେଇ ମାଛକୁ ଦେଇଦେଲା l ବେସର ବେସି ଭାଜିଲେ ହେଲେ ପିତା ଲାଗେ l ସେଥିପାଇଁ କିଛି ସମୟ ଫୁଟିବା ପରେ ତା ଉପରେ ଧନିଆ ପତ୍ର ଦେଇ ଗ୍ୟାସ ଅଫ କରିଦେଲା l ମାଛ ବେସର ରେଡି l ଏହା ପରେ କିଛି କଖାରୁ ଟିକେ ବଡ଼ ସାଇଜରେ କାଟିଦେଲା, ଭେଣ୍ଡି କୁ ଟିକେ ଲମ୍ବା ଲମ୍ବା କରି କାଟିଲା l ମୂଳା, ବାଇଗଣ, ସାରୁ, କୁ ବି ସେମିତି କାଟିଲା l ପ୍ରଥମେ ଲୁଣ, ହଳଦୀ ଦେଇ ପରିବା ସବୁ ଶିଝେଇ ଦେଲା l କିଛି ଟମାଟର ଛୋଟ ଛୋଟ କରି କାଟି ଦେଲା କଢେଇ ରେ ତେଲ ଦେଇ କିଛି କରଡ଼ି ଭାଜି ହେଲା ପରେ ଟମାଟର ଦେଇ ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଟିକେ ଲଙ୍କା ଗୁଣ୍ଡ କଲର ପାଇଁ ଦେଲା l ସବୁ ଭଲ ଭାବେ ଭାଜି ହେଲା ପରେ ଗୋଟେ ଗିନା ରେ ଦହି ଆଣି କିଛି ବେସନ ତା ଦେହ ରେ ଗୋଳେଇ ପାଣି ଦେଇ କଢେଇ ରେ ଢ଼ାଳି ଦେଲା l ପୂର୍ବରୁ ଭାଜି ଥିବା ଭେଣ୍ଡି ପକାଇଦେଲା l ସବୁ ପରିବା ସିଝା ହୁଏ କିନ୍ତୁ ନାଳ ପାଇଁ ଭେଣ୍ଡି ଭଜା ହୁଏ l ତାପରେ ସବୁ ପରିବା ଦେଇ କିଛି ଆମ୍ଭୁଲ ଦେଲା l ବେସି ଖଟା ପାଇଁ ଦିଆଯାଏ l ସବୁ ଫୁଟି ଗଲା ପରେ... ଭୃସଙ୍ଗ ପତ୍ର, ରସୁଣ, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ ଦେଇ ଭଲ ଭାବେ ଛୁଙ୍କ ଦେଇ ଗ୍ୟାସ ବନ୍ଦ କରି ଘୋଡେଇ ଦେଲା l ପ୍ରସ୍ତୁତ ହୋଇଗଲା ଦେଶି ଆମ୍ବିଳା l କଥା ରେ ଅଛି "ଡହ ଡହ ଆମ୍ବିଳ ଶୀତଳ ଭଜା, ତେବେ ତୁ ଜାଣିବୁ ତିଅଣ ମଜା " ତାପରେ ସମସ୍ତେ ଏକା ସାଥିରେ ଖାଇଲେ l ବାନ୍ଧବୀ କହିଲା ଏବେ ଖାଅ ମୋ ଆମ୍ବିଳ ଆଉ ଚୁନା ମାଛ ବେସର l ଆଶ୍ଚର୍ଯ୍ୟର କଥା ଖାଇବା ପରେ ଲଗ୍ନା କହିଠିଥିଲା ତୁମେ ମୋ ସାଙ୍ଗ ଶୁଭ୍ରା ତ l ଶୁଭ୍ରା ର ଆଖିରେ ଆନନ୍ଦାଶ୍ରୁ ଝରି ପଡିଲା l ଏମିତି କିଛି ସମୟ ଗଲା l ସନ୍ଧ୍ୟାରେ ହ୍ଵିଲ ଚେୟାର ରେ ବସାଇ ଭଉଣୀର ବିରାଟ ବଗିଚା, ଲନ ସବୁ ବୁଲେଇ ଦେଇ ବିଭିନ୍ନ ରଙ୍ଗର ଗୋଲାପ ରୁ ଗୋଟେ ଧଳା ଗୋଲାପ ଖୋସି ଦେଲା ବାନ୍ଧବୀ ବେଣୀରେ l ଲଗ୍ନାକୁ ଧଳା ଗୋଲାପ ଖୁବ ପସନ୍ଦ l ଲଗ୍ନା କହି ଉଠିଲା ଆଉ ମୁଁ ତୁମକୁ ମୋ ବାଡ଼ିର ନାଲି ଗୋଲାପ ଖୋସି ଦେଇଥିଲି ମନେଅଛି ମୋର l ମୋତେ ଗୋଟେ ନାଲି ଗୋଲାପ ଦିଅ ତୁମ ବେଣୀରେ ମୁଁ ଲଗେଇ ଦେବୀ l ଶୁଭ୍ରା ଆଜି ବହୁତ ଖୁସି ତା ସାଙ୍ଗର ସ୍ମୃତି ଶକ୍ତି ଫେରି ଆସିଛି l ଭଗବାନଙ୍କୁ କୋଟି ଧନ୍ୟବାଦ ଦେଲା ସେ ସାଙ୍ଗ ପାଇଁ ଗୋଟେ ସାଙ୍ଗ କଣ ନ କଲା ସେଥିପାଇଁ କଥା ରେ ଅଛି... ରାଜ ଦ୍ଵାରେ, ଶ୍ମାଶନେ, ଦୁର୍ଭିକ୍ଷେ , ରାଷ୍ଟ୍ର ବିପ୍ଲବେ... ଯହ ତିଷ୍ଟିତି ଶଃ ବାନ୍ଧଵଃ ll



Rate this content
Log in

Similar oriya story from Classics