Lata Behera

Abstract

4  

Lata Behera

Abstract

ବାମନ ଜନ୍ମ

ବାମନ ଜନ୍ମ

3 mins
242


ସତ୍ୟ ଯୁଗର କଥା । ବଳୀ ଯେମିତି ଶକ୍ତିଶାଳୀ , ସେମିତି ଦାନୀ ମଧ୍ୟ ଥିଲେ । ତାଙ୍କ ପାଖରୁ କେହି ବି କେବେ ନିରାଶ ହେଇ ଫେରନ୍ତିନି । ଏମିତି କେହି ବି ଜଣେ ନ ଥିଲେ ଯିଏ କି ତାଙ୍କ ପାଶରୁ ତିକ୍ତ ହସ୍ତରେ ଫେରି ଥିଲେ । ମହାଦାନୀ ବଳୀ ଭାବରେ ଗଗନ ପବନ ସ୍ତମ୍ଭୀଭୂତ ହେଇଗଲା । ଚାରିଆଡ ଜୟ ଜୟକାର ଧ୍ୱନିରେ ମୁଖରିତ ହେଇ ଉଠିଲା । ତାଙ୍କ ଯଶ, ଖ୍ୟାତି ସ୍ୱର୍ଗ ,ମର୍ତ୍ତ୍ୟ, ପାତାଳ ବ୍ୟାପି ଗଲା । ସ୍ୱର୍ଗର ଦେବତା ଇନ୍ଦ୍ରଙ୍କ ସହିତ ପିତାମହ ବ୍ରହ୍ମା ଓ ଶିବ ମଧ୍ୟ ବିଚଳିତ ହେଇଗଲେ । କାହିଁକି ନା ସମସ୍ତଙ୍କର ଭୟ ଥିଲା ନିଜ ନିଜର ପଦବୀ ଯେମିତି ଦୈତ୍ୟ ରାଜ ବଳୀ ହାତକୁ ନ ଯାଉ । ନିଜର ଆସନ ଚାଲି ଯିବା ଭୟରେ ସେମାନେ କ୍ଷୀର ସାଗର ବିହାରୀ ଚତୁର୍ଦ୍ଧାମୂରତୀ ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚି ଗଲେ । ଭଗବାନ ବିଷ୍ଣୁ ଅନନ୍ତ ଶୟନ ତେଜି ସବୁ ଦେବତାଙ୍କୁ ଆଶ୍ବାସନା ଦେଇ କହିଲେ , ତୁମେମାନେ ଆଦୌ ଭୟଭୀତ ହୁଅ ନାହିଁ । ନା ସିଏ ଇନ୍ଦ୍ର ପଦ ନେଇ ପାରିବ , ନା ବ୍ରହ୍ମ ପଦ , ନା କପିଳାସ ପୁର । ତୁମ୍ଭେମାନେ ନିଜ ନିଜ ସ୍ଥାନକୁ ନିର୍ଭୟରେ ଯାଅ । ମୁଁ ତାର ପ୍ରତିକାର କରୁଛି । ଏହା ଶୁଣି ସରାବ ଦେବ ନିଜ ନିଜ ସ୍ଥାନକୁ ଫେରି ଗଲେ ।

      ଭଗବାନ ବିଷ୍ଣୁ ନିଜ ରୂପ ତ୍ୟାଗ କରି ଏକ ବାମନ ରୂପ ଧାରଣ କଲେ । ହାତରେ କମଣ୍ଡୁଳ ସହ ମୁଖରେ ବେଦ ଧ୍ୱନି ଊଚାରଣ କରି ଦୈତ୍ୟ ରାଜ ବଳୀ ରାଜ ଦରବାରରେ ପ୍ରବେଶ ହେଲେ । ମହାରାଜା ବଳୀ ଅତିଥି ସେବାର ଯଥୋଚିତ ସମ୍ମାନ କଲେ ଏବଂ କି ଦାନ ମାଗୁଛ ମାଗ ବୋଲି କହିଲେ । ଏହି ସମୟରେ ବାମନ ରୂପୀ ଭଗବାନ ବିଷ୍ଣୁ କହିଲେ , ହେ ମହିଦାନୀ ବଳୀ । ତୁମର ଯଶ ଖ୍ୟାତି ଟାରିଆଡ ପୂରିଛି । ତାହା ଶୁଣି ଆମ୍ଭେ ତୁମ୍ଭ ପାଖକୁ ଆସିଲୁ । କିନ୍ତୁ ତୁମ୍ଭେ ଖୋଲା ହୃଦୟରେ , ମୁକ୍ତ ହସ୍ତେରେ ଦାନ ଦେଲେ ଆମ୍ଭେ ତାହା ଗ୍ରହଣ କରିବୁ ।ବଳୀ ହାତ ଯୋଡି କହିଲେ ହେ ମହାତ୍ମା, ଆପଣ ଯାହା ମାଗିବେ ଅବଶ୍ୟ ତାହା ମୁଁ ନିଶ୍ଚତ ତ ଦେବି । କିନ୍ତୁ ବାମନ ରୂପୀ ଭଗବାନ ବିଷ୍ଣୁ କହିଲେ ଆପଣଙ୍କ ଶଙ୍ଖରେ ଜଳ ଟେକି ଶପଥ କରିଲେ ଯାଇ ମୁଁ ଆପଣଙ୍କୁ ଦାନ ମାଗିବି । ନ ହେଲେ ମୁଁ ଫେରି ଯିବି । ମହାଦାନୀ ବଳୀ କହିଲେ ଆପଣଙ୍କର ଇଚ୍ଛା ଯାହା , ତାହା ହିଁ ହେବ । ହେଲେ ମୋ ପାଖରୁ ଖାଲି ହସ୍ତରେ ଆପଣ ଫେରି ପାରିବେନି । ଏହା କହି ବଳୀ ଶଙ୍ଖରେ ଜଳ ଟେକିବା କଥା କହିବା ସମୟରେ ରାକ୍ଷାସମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମନା କଲେ । କହିଲେ ଇଏ ହେଉଛନ୍ତି ଭଗବାନ ବିଷ୍ଣୁ । ନିଶ୍ଚିତ ବହୁତ ବିପଦ ଘଟିବ । ଆପଣ କେବେବି ଶଙ୍ଖରେ ଜଳ ଟେକି ଶପଥ କରନ୍ତୁନି ।ଏହା ଶୁଣି ଅସୁରମାନଙ୍କ ରାଜା ବଳୀ ଅତ୍ୟନ୍ତ ପ୍ରୀତ ହେଲେ । କହିଲେ ମୋ ପରି ସାମାନ୍ୟ ଦୈତ୍ୟ ପାଖରୁ ସ୍ବଂୟ ପ୍ରଭୁ ଦାନ ନେବାକୁ ଆସିଛନ୍ତି, ତାହା ତ ମୋର ସୌଭାଗ୍ଯ । ଏହା କହି ବଳୀ ଭଗବାନଙ୍କ ହାତରେ ଶଙ୍ଖରେ ଜଳ ଟେକି ଦେବା ସମୟରେ ଗୁରୁ ଶୁକ୍ରାଚାର୍ଯ୍ୟ ଧୈର୍ଯ୍ୟ ଧରି ରହି ପାରେଲେନି । ଗୁରୁ ଆଗରେ ଶିଷ୍ୟର ଏମିତି କ୍ଷତି ହେଉ ସିଏ ଚାହିଁଲେନି ।ଗୁରୁର ଧର୍ମ ରକ୍ଷା କରି ବଳୀକୁ ବଞ୍ଚେଇବାର ଉପାୟ ଚିନ୍ତା କରି ଏକ ମାଛି ରୂପ ଧାରଣ କଲେ । ଏବଂ ଶଙ୍ଖ ଭିତରେ ପ୍ରବେଶ କରି ଜଳ ବାହାର କରିବା ପଥ ରୋଧ କଲେ । ଏ କଥା ବାମନ ରୂପୀ ନାରାୟଣ ଜାଣି କୁଶ ଗେଞ୍ଜି ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଗୋଟାଏ ଆଖିକୁ ଫୁଟେଇ ଦେଲେ । ଦାନବମାନଙ୍କ ଗୁରୁ ବିକଳ ହେଇ ଉଡି ପଳେଇ ଗଲେ । ତାପରେ ବଳୀ ହସ୍ତରେ ଜଳ ଟେକି ତ୍ରିବାର ଶପଥ କରିବା ପରେ ବାମନ ରୂପୀ ଭଗବାନ ବଳୀକୁ ତିନି ପାଦ ଭୂମି ମାଗିଲେ ।

    ଏହା ଶୁଣି ବଳୀ ରାଜା ହସି ଥିଲା । କହିଲା ଏଇ କଥାକୁ ତୁମ୍ଭେ ଅକାରଣଟାରେ ମୋତେ ଶପଥ କରାଇ ଦେଲ । ଏହି ବ୍ୟତୀତ ତୁମ୍ଭେ ମୋତେ ଆଉ କିଛି ମାଗ । ବାମନ ରୂପୀ ଭଗବାନ କହିଲେ ମୋର କେବଳ ତିନି ପାଦ ଭୂମି ଦରକାର । ଆଉ କିଛି ମୋର ଲୋଡା ନାହିଁ । କେବଳମୋ ପାଦରେ ତିନି ପାଦ ଭୂମି ଦରକାର । ଏହା ଶୁଣି ବଳୀ ରାଜା କହିଲେ , ଠିକ୍ ଅଛି ତାହାହେଲେ ତିନି ପାଦ ଭୂମି ଦେବାକୁ ମୁଁ ପ୍ରସ୍ତୁତ । ଏହା ଶୁଣି ବାମନ ରୂପୀ ଭଗବାନ ପ୍ରଥମ ପାଦରେ ସ୍ୱର୍ଗ ପୁର ନେଲେ । ଦ୍ୱିତୀୟ ପାଦରେ ମର୍ତ୍ତ୍ୟପୁର ନେଲେ । ଏହା ପରେ ବାମନ ରୂପୀ ଭଗବାନ କହିଲେ , ମୋର ତୃତୀୟ ପାଦ ପାଇଁ ସ୍ଥାନ କାହିଁ । ଏହା ଶୁଣି ବଳୀ କହିଲେ ତୁମ୍ଭର ତୃତୀୟ ପାଦ କାହିଁ ପ୍ରଭୁ ? ଦୈତ୍ୟ ରାଜା ବଳୀ କଥା ଶୁଣି ବାମନ ରୂପୀ ନାରାୟଣ ନିଜ ନାଭିରୁ ଏକ ପାଦ ବାହାର କଲେ । ଆଉ କହିଲେ କୁହ ଏଇ ପାଦ ମୁଁ କେଉଁଠି ରଖିବି । ବଳୀ ସାଙ୍ଗେ ସାଙ୍ଗେ ନିଜ ମୁଣ୍ଡ ଦେଖେଇ କହିଲେ ହେ ପ୍ରଭୁ , ତୁମ୍ଭର ତୃତୀୟ ପାଦ ମୋ ମୁଣ୍ଡରେ ରଖନ୍ତୁ । ବାମନ ରୂପୀ ଭଗବାନ ବଳୀର ମୁଣ୍ଡରେ ପାଦ ରଖି ତାଙ୍କୁ ପାତାଳକୁ ଚାପି ଦେଲେ । ସେହି ଦିନ ଠାରୁ ବଳୀ ପାତାଳ ପୁରର ରାଜା ହେଲେ । କେବଳ ଦାନବ ରାଜା ବଳୀ ପାଇଁ ପ୍ରଭୁ ନାରାୟଣ ବାମନ ଅବତାର ନେଇ ଥିଲେ ।


Rate this content
Log in

Similar oriya story from Abstract