Bishwaranjan Tripathy

Drama Tragedy Inspirational

3  

Bishwaranjan Tripathy

Drama Tragedy Inspirational

ବାଦସାହା

ବାଦସାହା

3 mins
258


ଆଜିର ଦୁନିଆ ହେଉଛି ସ୍ୱାର୍ଥପର, ମଣିଷ ଏତେ ସ୍ୱାର୍ଥପର ହେଇଗଲାଣି ଯେ ନିଜର ଜନ୍ମ କଲା ବାପା ମା ଙ୍କୁ ବି ଭୁଲିଯାଉଛି। ସେ ଭୁଲିଯାଉଛି ଯେ ଯିଏ ତାକୁ ଜନ୍ମଦେଇ ଏଦୁନିଆକୁ ଆଣିଲା, ହାତ ଧରି ଚାଲିବା ଶିଖେଇଲା, କଥା କହିବା ଶିଖେଇଲା, ନିଜ ରକ୍ତକୁ ପାଣିକରି ଯାହାର ଶରୀରର ଶିରାପ୍ରସିରା ରେ ରକ୍ତ ସଞ୍ଚାଳନ କରେଇଲା, ପିଲାଦିନର ସବୁ ଅଳି ଅରଦଳି କୁ ସହି ଏଡ଼େ ରୁ ଏଡ଼େ କରିଲା, ପାଠ ଦୁଇ ଅକ୍ଷର ପଢେଇ ଶିକ୍ଷିତ କରିବା ସହ ରୋଜଗାର କ୍ଷମ କରେଇଲା, ଶେଷରେ ହାତକୁ ଦୁଇହାତ କରେଇବା ପରେ ଟିକେ ଶାନ୍ତିରେ ଶେଷଯିବନକୁ କାଟିବାକୁ ଚାହିଁଲା ବେଳକୁ ଆଜି ସେହି ରକ୍ତ ନିଜର ବାପା ମା ଙ୍କୁ ପରକରି ଦାଣ୍ଡକୁ ଠେଲିଦେଉଛି। କଣ ଏସବୁ? ଏ କଣ ମାନବିକତା? ଏ କଣ ପୁରୁଷତ୍ୱ?, ନା ଏ ହେଉଛି ଭୀରୁତା, କାପୁରୁଷତା,ଅମଣିଷପଣିଆ। ଏହାକୁ ଆପଣ ଯାହାବି କହିବେ ତାହା କମ ପଡିବ। ଆଜି ଆମେ ପଢିବା ସେମିତି ଏକ କାହାଣି ଢେଙ୍କାନାକ ର ନାଥ ସାହୁ (ନାଥ) ମଉସାଙ୍କ ବିଷୟରେ।


ନାଥ ମଉସା (୯୦), ବୟସ ର ଅପରାହ୍ନ ରେ ପହଂଚିସାରିଲେଣି କିନ୍ତୁ ନିଜର ପେଟ ସହ ତାଙ୍କ ସ୍ତ୍ରୀ ଙ୍କ ପେଟ ପୋଷିବା ପାଇଁ ଆଜି ବି ସେ ସଂଘର୍ଷରତ। ସବୁଦିନ ସକାଳୁ ଉଠି ନିଜର ନିତ୍ୟକର୍ମ ସହ ଘର କାମରେ ବୁଢ଼ୀକୁ ସାହାଯ୍ୟ କରି, କଣ ଦୁଇଟା ଖାଇଦେଇ ନଇଁ ନଇଁ ହାତରେ ଖେଳଣା ପୁଟୁଳି ଧରି ବାହାରିପଡନ୍ତି ଢେଙ୍କାନାଳ ବଜ଼ାରକୁ ବିକ୍ରି କରିବାପାଇଁ । ତାଙ୍କୁ ଏ ବୟସରେ ଏମିତି କାର୍ଯ୍ୟ କରୁଥିବାର ପଚାରିଲେ ସେ କୁହନ୍ତି,

ବାପରେ ମୁଁ ହେଲି ଗରିବ ଲୋକ, ମୁ ଭିକ ମାଗିବା ଲୋକାନୁହଁ, ମୁ ଖଟିବା ଲୋକ।


ପୁଣି ଦମ୍ଭର ସହକାରେ କୁହନ୍ତି ଯେ ମୁଁ ମରଦ ପୁଅ ଖଟିବି ଖାଇବି,ବଳ ବୟସ ହେଇଗଲା ବୋଲି କଣ ଭିକ ମାଗିବି, ମୋଦେଇ ସେତକ ହେଇପାରିବନି। ବୟସ ହେଇଗଲା ବୋଲି ପୁଅ ପଚାରିଲାନି,ତା ବୋଲି କଣ ହାରମାନିବି? ମୋ ଜାତକରେ ସେତକ ହେଇନାହିଁ କି ହେବନାହିଁ। ପୁଣି କୋହଭାର ସ୍ୱରରେ କୁହନ୍ତି ଯେ କିଏ ଦବ ଖାଇବାକୁ? କେହିଦେବେନି ପୁଅ। ସମସ୍ତେ ଏଠି ସ୍ୱାର୍ଥପର। ଆଉ ବେସିବାଟ ଯାଇପାରୁନି ଏଇ ଢେଙ୍କାନାଳ ଟାଉନରେ ଯାହା ଯେତିକି ବେପାର ହେଲା। କୋଉଦିନ ୨୦୦,୩୦୦,୧୫୦,୧୦୦ ଏମିତି ବେପାର ହଉଛି। ଟାଉନ ବାହାରେ ଲୋକ ଚିନ୍ହିଛନ୍ତି,ଡାକୁଛନ୍ତି ବଳପାଉନି ବୋଲି ଯାଇପାରୁନି। ବାହାରକୁ ଗଲେ ଆଉ ଟିକେ ବେପାର ହୁଅନ୍ତା। ପରିବାର ବିଷୟରେ ପଚାରିଲେ କୁହନ୍ତି,

ମୋର ଦୁଇ ଦୁଇଟା ପୁଅ ସେମାନଙ୍କୁ ଏମିତି ବୁଲି ବୁଲି ବେପାର କରି ପାଠ ପଢେଇ ମଣିଷ କରିଲି। ସେମାନେ ଯେବେ ଦୁଇଅକ୍ଷର ପଢି ନିଜ ଗୋଡରେ ଛିଡାହେଲେ, ତାପରେ ତାଙ୍କୁ ହାତରୁ ଦୁଇ ହାତ କରେଇଲି। ସେମାନଙ୍କ ବିବାହର ପ୍ରଥମ ୧୦ ବର୍ଷ ଯାଏଁ ସବୁ ଠିକ ଠାକ ଥିଲା। ସେମାନେ ଆମର ଖାଇବା ପିଇବା ଠୁ ଆରମ୍ଭ କରି ଜାବତ୍ୟ କଥା ପାଳିକରି ବୁଝୁଥିଲେ। କୋଉ ମାସରେ ମୁ ବଡ଼ପୁଅ ପାଖରେ ତ ବୁଢ଼ୀ ମୋର ସାନପୁଅ ପାଖରେ, ଏମିତି ଦୁଃଖେ କଷ୍ଟେ ଚଳି ଯାଉଥିଲୁ।


କିନ୍ତୁ ଯେବେ ତାଙ୍କର ପିଲା ଟିକେ ବଡ ବଡ ହୋଇଗଲେ ସେମାନେ ନିଜ ରୋଜଗାର ରେ ଅଲଗା ଜାଗାରେ ଘର ୪ ବଖରା କରିଦେଲେ ସେବେଠୁ ଆମ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। କହିଲେ ବସିକି ଖାଉଛ କିଛି କାମ ଧନ୍ଦା ନାହିଁ। ଆମ ପିଲା ବଡ ହେଲେଣି ଆମେ ପୁଣି ଆମ ଭବିଷ୍ୟତ ଦେଖିବୁ କି ନାହିଁ। ଆମର ଘର ବୋଲି ୪ବଖରା କରିଛୁ, ତୁମେ ଯଦି ଏଠି ଗୋଟେ ଘର ଧରିକି ବସିବ ଆମେ ଚଳିବୁ କେମିତି? ତାପରେ ଗୋଟେଦିନ ମତେ କହିଲେ ତୁମେ ଏଠୁ ପଲାଅ ସେହି ତୁମ ପୁରୁଣା ଘରକୁ, ଯଦି ନଯିବ ପାଣି ଢାଳିଦେବୀ ଆପେ ପଳେଇବୁ। ତାପରଠୁ ବାହାରେ ଆସି ଏମିତି ବେପାର କରି ଚଳୁଛି।


ସେ ପୁଣି ଦୁଖଭରା କଣ୍ଠରେ କୁହନ୍ତି ଯେ, ତାଙ୍କୁ ଏଠି ସମସ୍ତେ ଚିନ୍ହିବେ। ଛୁଆଠୁ ବୁଢା ଯାଏଁ, କୁଆଁରୀ ଠୁ ବୁଢ଼ୀ ମାଉସୀ ଯାଏଁ ଏ ନାଥ ମଉସାର ମନୋହରି ସାମାନ୍ ରେ ସମସ୍ତଙ୍କ ମନ। ହେଲେ ଏ ନାଥ ମଉସା ର ଦୁଃଖର କାହାଣି କେହି ଜାଣିଲେନି। ସେମିତି ରହିଗଲା ସବୁ ଦୁଃଖ ମନଭିତରେ। କେବେ ନଇଁ ପଡିନି କି ଭାଙ୍ଗି ବି ପଡିନି, ମରଦ ପୁଅ ମୁଁ, ପୁଣି ମୁହଁକୁ ଟାଣକରି କୁହନ୍ତି ଏବେ ବି ଦମ୍ଭ ଅଛି ତେଣୁ ଖଟୁଛି ଖାଉଛି। ଦମ୍ଭ ଭାଙ୍ଗିଲେ ସେହି କାଳିଆ ଭରଷା। ଏମିତି କଥା କହୁ କହୁ ଆଖିରୁ ତାଙ୍କର ଝର ଝର ହୋଇ ଅମାନିଆ ଲୁହ ଗୁଡା ସବୁ ଝରିଆସୁଥାଏ। ପୁଣି ସେ ଆକାଶକୁ ଚାହିଁ ହାତ ଯୋଡି କହୁଥାନ୍ତି ହେ ପ୍ରଭୁ ତୁହିଁ ବୁଝିବୁ।


ନାଥ ମଉସାଙ୍କ ଏମିତି ବେଫିକର ଜୀବନ ଦେଖିଲେ ଯିଏନାହିଁ ସିଏ କହିବ ନାଥ ମଉସା ତାଙ୍କ ଜୀବନର ବେଫିକର ବାଦସାହା।



Rate this content
Log in

Similar oriya story from Drama