Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

suchitra pradhan

Crime Thriller Others

4  

suchitra pradhan

Crime Thriller Others

ଅପରାଧୀ

ଅପରାଧୀ

3 mins
23.3K


ଆଜି ମୁଁ ଅପରାଧୀ । କଣ ଏହି ଅପରାଧୀ ପାଇଁ ମୁଁ ହିଁ ଦାୟୀ??କେତେ ବା ସହି ଥାଆନ୍ତି??କଣ ପାଇଁ ସହିଥାନ୍ତି?ଝିଅ ବୋଲି କଣ ମୋର କିଛି ବଞ୍ଚିବାର ଅଧିକାର ନାହିଁ?ସବୁବେଳେ ଅନ୍ୟର ଖୁସି ପାଇଁ ବଂଚିବା ଅପେକ୍ଷା ନିଜର ହକ ପାଇଁ ଆଜି ଯଦି ମୁଁ କାହା ଉପରକୁ ହାତ ଉଠେଇ ଯଦି ମୁଁ ଭୁଲ କରିଛି ତାହେଲେ ମୁଁ ଦଣ୍ଡ ପାଇଁ ପ୍ରସ୍ତୁତ । ଏମିତି କିଛି କହୁଥିଲା ପୋଲିସ ଆଗରେ ପଡ଼ିଶା ଘରର ବୋହୁ ପ୍ରିୟା । ଆଉ ପ୍ରିୟା ର କଥା ଶୁଣି ମତେ ମୋର ସାନ ଭଉଣୀ ରୀମା କଥା ମନ ଭିତରେ ଆସିଗଲା ।


    ବହୁତ ଭଲ ପାଉଥିଲି ମୁଁ ମୋ ସାନ ଭଉଣୀ ରୀମା କୁ । କାର ଆକ୍ସିଡେଣ୍ଟ ପରେ ବାପା,ବୋଉ ଚାଲିଗଲା ପର ଠାରୁ ଆମେ ଦି ଭଉଣୀ ଦୁହିଁଙ୍କର ଜୀବନ ଥିଲୁ । କିଏ କାହାକୁ ମୁହୂର୍ତ୍ତଟେ ନ ଦେଖିଲେ ରହି ପାରୁନଥିଲୁ । ଆମେ ଦୁଇ ଭଉଣୀ କମ ସାଙ୍ଗ ଅଧିକା ଥିଲୁ । ଦିନ ସାରା ସବୁ କଥା ରୀମା ଆସି ମତେ କହେ ଏମତି ହେଇଥିଲା ସେମିତି ହେଇଥିଲା କେତେ କଣ । ସତରେ ରୀମାର ଏମିତି ବକ ବକ ପାଇଁ ବୋଧେ ମୁଁ ମୋର ସବୁ କଷ୍ଟ ଭୂଲି ଯାଉଥିଲି । ଧୀରେ ଧୀରେ ରୀମା ଆଉ ଆଗ ପରି ମୋ ସହ କଥା ହେଲାଣି । ମନ ମାରି ବସେ । ଯେତେ ପଚାରିଲେ ବି ଗୁମ ସୁମ ରହେ ।


  ଦିନେ ଅଫିସ ଗଲାବେଳେ ରୀମାକୁ ମୁଁ ଦୀପକ ସହ ଦେଖିଲି । ଆଉ ଯେବେ ଘରକୁ ଆସି ରୀମାକୁ ପଚାରିଲି ସେ କିଛି ନ କହି ଚୁପ ଚାପ ତା ରୁମକୁ ଚାଲିଗଲା । ରୀମା ତା ଜୀବନର ଏତେ ବଡ଼ କଥା କଣ ପାଇଁ ମତେ ଲୁଚେଇଲା ମୁଁ ନିଜେ ଜାଣିପାରିଲିଣି । ଦିନେ ରୀମା ଆସି କହିଲା ଅପା ମୁଁ ଦୀପକୁ ଭଲ ପାଉଛି ଆଉ ତା ସହ ବାହା ହେବି । ସତରେ ବହୁତ କଷ୍ଟ ହେଲା ଆଉ ଆଖିରୁ ଲୁହ ଦି ଠୋପା ଗଡି ଗଲା । ଦୀପକ ବହୁତ ଖରାପ ପିଲା କେମିତି ବୁଝେଇବି ନିଜେ ବି ଜାଣିପାରୁନଥିଲି । କିନ୍ତୁ ଯୌବନର ଏହି ସମୟରେ ରୀମା ଠିକ ,ଭୂଲ କିଛି ବିଚାର କରିବାର କ୍ଷମତା ନଥିଲା । ଆଉ ମୁଁ ଯେତେ ବୁଝେଇଲେ ବି ରୀମା ମୋ କଥା ଶୁଣିବାକୁ ନାରାଜ ଥିଲା । ଗୋଟିଏ ଜିଦ ଦୀପକ । ଶେଷରେ ତାର ଜିଦ ଆଗରେ ମୁଁ ମୁଣ୍ଡ ନୁଆଁଇ ଥିଲି । ଦୀପକ ସହ ରୀମାର ବାହାଘର ଠିକ ହେଲା । ରୀମା ବହୁତ ଖୁସି ଥିଲା । ବୋଧେ ଏମିତି ଖୁସି ରୀମାକୁ ମୁଁ ଆଗରୁ କେବେ ଦେଖିନଥିଲି ।


ବାହାଘର ପରେ ରୀମା ଆଉ ଦୀପକ ବହୁତ ଖୁସି ଥିଲେ । ମତେ ଲାଗିଲା ଦୀପକ ବିଷୟରେ ମୁଁ ଭୁଲ ଥିଲି । ମୁଁ ବି ବହୁତ ଖୁସି ଥିଲି ଆଉ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲି । ଧୀରେ ଧୀରେ ସବୁ କିଛି ବଦଳିବାରେ ଲାଗିଲା । ଯେବେ ବି ରୀମା ସହ କଥା ହୁଏ ତା କଥାରେ ଆଗ ପାରି ଚମକ ନଥିଲା । ମତେ ଲାଗିଲା ରୀମା ଖୁସିରେ ନାହିଁ । ମୁଁ ଏତେଟା ଧ୍ୟାନ ଦେଇନଥିଲି ଅଫିସ କାମରେ ବିଜି ରହି ଯାଉଥିଲି କେବେ ସମୟ ମିଳୁନଥିଲା ତା ଘରକୁ ଯାଇ ତାକୁ ଟିକେ ଦେଖା କରିବାକୁ । ଦିନେ ସମୟ ବାହାର କରି ରୀମାକୁ ଦେଖା କରିବାକୁ ଗଲି । ଯେବେ ଯାଇ ଦେଖିଲି ରୀମାର ମୁଣ୍ଡ ରେ ପଟି ପଡିଛି । ମୁଁ କିଛି ପଚାରିବା ଆଗରୁ ରୀମା କହି ଉଠିଲା ଅପା ତୁ କେତେବେଳେ ଆସିଲୁ??କହି ମତେ କୋଳେଇ ନେଲା । କହି ଉଠିଲା କିଛି ନାଇଁ ଲୋ ଅପା ଏମତି ବାଥ ରୁମରେ ଗୋଡ ଖସିଗଲା କିନ୍ତୁ,ମତେ କିଛି ଠିକ ଲାଗୁନଥିଲା । କିଛି ତ ଭୁଲ ଅଛି । ଅନେକ ପ୍ରଶ୍ନ ଥିଲା କିନ୍ତୁ ଉତ୍ତର ନଥିଲା ।


   ହଠାତ ରୀମା ମତେ ଦିନେ ଫୋନ କରି କହିଲା ଅପା, ଦୀପକର ବିଜିନେସ ପାଇଁ ଟଙ୍କା ଦରକାର । ଆଉ ତାଙ୍କୁ ଦଶ ଲକ୍ଷ ଟଙ୍କା ଦରକାର ଅଛି । ତୁ ଦବୁନା?ନା ଅପା ହଁ ଦେବି ଲୋ ରୀମା ସବୁକିଛି ତ ତୋର କହି ମୁଁ ବି ଟଙ୍କା ଦେଇଦେଲି । ଆସ୍ତେ ଆସ୍ତେ କିଛି ନା କିଛି ବାହାନାରେ ରୀମା ଦୀପକ ପାଇଁ ଟଙ୍କା ମାଗିବାରେ ଲାଗିଲା । କଣ ହେଲା କେଜାଣି ଦିନେ ମୋ ପାଟିରୁ ନା ବାହାରି ପଡ଼ିଲା । ମୋର ନା ଶବ୍ଦ ଶୁଣି ରୀମା କଲ କାଟିଦେଲା । ମୁଁ ଯେବେ ଅଫିସରୁ ଘରକୁ ଫେରିଲି ରୀମାକୁ ବହୁତ ଥର କଲ କଲି କିନ୍ତୁ ସେ ରିସଭି କଲାଣି । ଦି ଦିନ ଯାଇଁ ମୋ ସହ କଥା ହେଲନି । ମନରେ ପାପ ଛୁଇଁଲା । ସମୟ ବାହାର କରି ରୀମା ଘରକୁ ଗଲି କିନ୍ତୁ ଯାହା ଦେଖିଲି ସେଠାରେ ମୋ ପାଦ ତଳୁ ମାଟି ଖସିଗଲା । ମୋ ରୀମାର ଫୋଟରେ ଫୁଲ ହାର । ବହୁତ କାନ୍ଦିଥିଲି । ଯାହା ପାଇଁ ଆଜି ବଞ୍ଚିଥିଲି । ସେ ମତେ ଛାଡି ଚାଲିଗଲା । ଦୀପକ ମୋ ସମନାରେ ମନ ଇଚ୍ଛା କଥା କହିଲା ଆଉ ଘରୁ କାଢି ଦେଲା । ଘରୁ ଯେବେ ବାହାରକୁ ଆସୁଥିଲି ରୀମାର ପଡ଼ିଶା ଘର ଜଣେ ବୁଢ଼ୀ ମତେ କହିଲେ ତୁ ରୀମାର ଭଉଣୀ ସୀମା ନା??ତୋ ଭଉଣୀ କୁ ଏମାନେ ମରିଦେଇଛନ୍ତି ଲୋମା । ରୀମା ଦିନେ ଟଙ୍କା ଦେବାରୁ ମନା କଲା ଆଉ ସେଥିପାଇଁ କୁଆଡେ ସେମାନେ ତାକୁ ମାରିଦେଲେ । ମୋ ପାଖରେ ଦୀପକ ବିରୁଦ୍ଧରେ କିଛି ପ୍ରମାଣ ନଥିଲା ଆଉ ସେ ଦୀପକ ଆଜି ପର୍ଯ୍ୟନ୍ତ ଖୋଲା ବୁଲୁଛି । ଦୋଷ କରି ବି ସେ ଆଜି ଖୋଲା ବୁଲୁଛି ।


Rate this content
Log in

More oriya story from suchitra pradhan

Similar oriya story from Crime