Kamal Kumar Dash

Romance

3  

Kamal Kumar Dash

Romance

ଅଫର( ଶେଷ ଭାଗ )

ଅଫର( ଶେଷ ଭାଗ )

2 mins
450



         (ସେତେବେଳେ ମୋବାଇଲ ଆସି ନଥିଲା )ରାମ ଆଉ ସିଲିର ସବୁ ରବିବାର ସନ୍ଧ୍ୟା ରେ ଦେଖା ହେଉଥିଲା ସେଇ ପାର୍କରେ । ଦି ଜଣ ଏକାଠି ବସି ଅନେକ କଥାହେଉଥିଲେ ଖୁସିରେ । ଜୀବନ ବିଷୟରେ ସିଲି ବହୁତ ସିରିଅସ ଥିଲା ବେଳେ ରାମ ଥିଲା ଏକଦମ ବିନଦାସ । କିଛି ଚିନ୍ତା ନ ଥିଲା ତାର ଆଗତ ଭବିଷ୍ୟତକୁ ନେଇ ସିଲି କିନ୍ତୁ ଅନେକ ସ୍ୱପ୍ନ ଦେଖୁଥିଲା ସୁନେଲି ସକାଳ ପାଇଁ । କିଛି ଦିନ ଏମିତି ଗଡ଼ିଗଲା ଖୁସିରେ । ଗୋଟେ ରବିବାର ସିଲି ଏକଲା ବସି ବସି ଫେରିଲା ପାର୍କରୁ , ରାମ ଆସିଲାନି । ସିଲି ଚିନ୍ତାରେ ପଡିଗଲା ଭାବିଲା ତା ଠିକଣା ରେ ଯାଇ ଖୋଜିବ ତାକୁ । ଦି ଦିନ ପରେ ସିଲିକୁ ଗୋଟେ ସୁନ୍ଦର ଲଫାପା ମିଳିଲା ,ସେଥିରେ ଲେଖା ଥିଲା , ତୁମ ପାଇଁ ଗୋଟେ ଖୁସିର ଖବର ଅଛି ....କିନ୍ତୁ ଆଉ କିଛି ଲେଖା ନଥିଲା । ତା ପର ଦିନ ସିଲି ବାହାରିଲା ରାମ ଠିକଣା ରେ ତାକୁ ଖୋଜିବା ପାଇଁ । ସେ ରାମ ଭଡା ଘରକୁ ଯାଇ ଦେଖିଲା ରାମ ସେଠୁ ଛାଡି ଚାଲି ଯାଇଛି । କିଏ ଜଣେ କହିଲା କି ତାର ଆସାମ ରେ ପୋଷ୍ଟିଂ ଆସିଲା, ଚିଠି ଡେରିରେ ମିଳିଲା ତେଣୁ ସେ ଜଏନ କରିବା ପାଇଁ ଅଚାନକ ବାହାରି ଯାଇଛି । ଟିକେ ଖୁସି ହୋଇ ଫେରି ଆସିଲା ସିଲି । ପ୍ରାୟ 10 ଦିନ ପରେ ରାମର ଚିଠି ମିଳିଲା ସିଲିକୁ , ସେଥିରେ ଲେଖାଥିଲା କି ସେ ଗୋଟେ ସେଣ୍ଟ୍ରାଲ ଗଭମେଣ୍ଟ ଚାକିରୀରେ ଯୋଗ ଦେଇଛି ଚାରି ମାସ ତାକୁ ସେଇଠି କାମ କରିବାକୁ ପଡିବ ଓ ଛୁଟି ମିଳିବ ନାହିଁ ।


      ଏହା ଭିତରେ ସିଲିକୁ 1/2ଟା ଚିଠି ମିଳିଛି ସେବି କିଛି ଚିଠି ଲେଖିଛି ରାମକୁ । ପ୍ରଥମ ଦରମା ପାଇଲା ପରେ ରାମ ଲେଖିଥିଲା ତୁମ ପାଇଁ କଣ ଗିଫ୍ଟ ପଠେଇବି କୁହ ? ସିଲି ଲେଖିଲା ତୁମେ ଚାଲି ଆସ ଆଉ ମୋର କିଛି ଦରକାର ନାହିଁ । ଅନେକ ଦିନ ପରେ ସିଲିକୁ ପୋଷ୍ଟରେ ଗୋଟେ ଇନ ଭେଟେସନ କାର୍ଡ ମିଳିଲା ସେଥିରେ ଲେଖାଥିଲା ରାମ ୱେଡ୍ସ ସୀତା ଅନ ଡିସେମ୍ବର 25 । କିଏ ପଠାଇଥିଲା ଜଣI ନଥିଲା । ସିଲି ଟିକେ ଡରି ଗଲା ,କଣ କରିବ ଭାବିଲା କାରଣ ଡିସେମ୍ବର 25 ତାରିଖ ଆଉ ପାଞ୍ଚ ଦିନ ବାକି ଥିଲା । ସେ ଟିକେ ହସିଲା ଭାବିଲା ତାର ସାଙ୍ଗ ମାନେ କିଏ ମଜାରେ ଚିଠି ପଠାଇ ଛନ୍ତି । ସେ ରବିବାର ସନ୍ଧ୍ୟା ରେ ପାର୍କ ବୁଲି ବାହାରିଲା । ପାର୍କ ର ଗେଟ୍ ରେ ପଶିଲା ପରେ ତାକୁ ଲାଗିଲା କିଏ ଜଣେ ତାକୁ ଫଲୋ କରୁଛି ସେ ପଛକୁ ଚାହିଁଲେ  ସେ ଲୋକଟା ଠିଆ ହୋଇଯାଉଛି । ସିଲି କୁ ଟିକେ ଡର ଲାଗିଲା କାରଣ ସନ୍ଧ୍ୟା ହେଉଥିଲା ,ସେ ପଛକୁ ଫେରି ଆସିଲା ଓ ତା ଗାଡି ଷ୍ଟାର୍ଟ କରି ବାକୁ ଯାଇ ଦେଖେତ ଗାଡି ଆଗରେ ଗୋଲାପ ଫୁଲର ଗୋଟେ ବଡ଼ ତୋଡ଼ା ରଖା ହୋଇଛି । ସେ ଚାରି ଆଡ଼କୁ ଚାହିଁଲା ହେଲେ କାହାରିକୁ ଦେଖି ପାରିଲାନି । ଭାବିଲା କିଏ ଗୋଟେ ପାଗଳ ଏ ପରି କରିଥିବ ,ସେ ସ୍କୁଟି ଷ୍ଟାର୍ଟ କଲା ହେଲେ ତା ସ୍କୁଟି ଆଗକୁ ଗଡ଼ିଲାନି । ସେ ପଛକୁ ଫେରି ଚାହିଁଲା ,ପଛରେ ଠିଆ ହୋଇଥିଲା ରାମ । ସିଲି ରାଗି କି କହିଲା ତାହେଲେ ସବୁ ବଦମାସୀ ତୁମେହିଁ କରୁଥିଲା ନା ? ରାମ ଶାନ୍ତ ପିଲାଟେ ପରି ଚୁପ ଚାପ ଠିଆ ହୋଇଥିଲା ହାତରେ ସିଲି ପାଇଁ ମୁଦିଟିଏ ଧରି ।



Rate this content
Log in

Similar oriya story from Romance