STORYMIRROR

Gyanendriya Dash

Children

3  

Gyanendriya Dash

Children

ଅନୁତାପ୍

ଅନୁତାପ୍

2 mins
177

ଗୁଟେ ଗାଁରେ ସମାରୁ ବଲିଁ ଲୋକଟେ ଥିଲା । ଗରିବ୍ ଘରର୍ ଆଏ । ଦୁଃଖଭୁତି କରି ତାର୍ କୁଟୁମ୍ ଚଲାସି କଷ୍ଟେମଷ୍ଟେ ।ଗୁଟେ ସାଉକାର୍ ପାସେ ଗୁତି ରହିକରି ତାର୍ କାମ୍ ବୁତା କରସି ଖରା ମାସର୍ ସମିଆ । ସାଉକାରର୍ ଆମ୍ ବୁରେଇ ନ ଖଟ୍ ପକେଇ କରି ଆମ୍ ଜଗିଛେ । ଇ ସମିଆଥି ଚାଏର୍ ଝନ୍ ବଦମାସ୍ ପିଲା ଆମ୍ ଚୁରାବାର୍ ଲାଗି ଆସଲେ । ସମାରୁ ଜାନି ପକାଲା ଯେନ୍ତା ସେମାନକୁଁ ଦଉଡେଇ କରି ଭଗାଲା । ପିଲାମାନେ ତାକେ ଇଆଡ଼ୁ ସେଆଡ଼ୁ କଥା କହିକରି ବିର୍ଝାତେଲ୍ ପଲାଲେ । ଆଉର୍ ସେଦିନୁ ସମାରୁକେ ଯେନ ଦେଖଲେ ଅକାଡିଆ କଥା କହିକରି ବିର୍ଝାବାରକେ ଲାଗଲେ ।ବାଟେଘାଟେ ଯେନ ଦେଖଲେ ତାହାକେ ଖାଲି ବିର୍ଝାସନ୍ ଆଉର୍ ମଜା ଉଠାସନ୍ । ସମାରୁ ବିଚରା କିଛି ନାଇଁ କହେ । ତାକର୍ ବିର୍ଝାବାର୍ କେ ବିଲକୁଲ୍ ଧିଆନ୍ ନାଇଁ ଦିଏ ।ତାର୍ ବାଟେବାଟେ ଯାଉଥିବା ଆଉର୍ କାମ୍ କରୁଥିବା । ଦିନକର୍ ଦିନେ କାଣା ହେଲା କି ସମାରୁ ସେ ଆମ୍ ବୁରେଇ ନ ଜଗିଛେ, ଆଉର୍ ସେ ଚାରହି ପିଲା ଫେର୍ ଘାଏ ଆମ୍ ଚୁରାବାର୍ କେ ଆଏଲେ । ସମାରୁ ଯେନ୍ତା ଦେଖିଦେଲା, ତାକେ ବିରଝାଲେ । ସମାରୁ ଖଟୁ ଉଠଲା, ଠିଆ ହେଲା । ଗଦେଇ ଥିବାର୍ ଆମ୍ ଦଶ୍ ବାରଟା ଧାଏଲା ଆଉର୍ ସେ ପିଲା ମାନକୁଁ ଡାକଲା ଆମ୍ ଦେବାର୍ ଲାଗିଁ । ପିଲାମାନେ ଡରି କରି ତାର୍ ପାସକେ ନାଇଁ ଆସଲେ । ନାଇଁ ମାରେଁ ନାଇଁ ପିଟେଁ ବଲି ଯେତେ କହେଲେ ଭିଲ୍ ସେମାନେ ନାଇଁ ଆସଲେ । ସମାରୁ ଆମ୍ ଧରିକରି ତାଁକର୍ ପାସକେ ଗଲା । ପିଲାମାନେ ଡରୁଥିଲେ ଭିଲ୍ ସମାରୁର୍ ହାଵ୍ ଭାବ୍ ଦେଖିକରି ନାଇଁ ପଲାଲେ । ସମାରୁ ସେମାନକୁ ଆମ୍ ଯାଁଚଲା ।ପିଲାମାନେ ନାଇଁ ନେଲେ । ତେଥର ସମାରୁ ସେମାନକୁଁ କହେଲା, "ଇ ଆମ୍ ମୁଇଁ ତୁମକୁ ଦେଲି ଯେ ତୁମେ ନାଇଁ ନେଲ ତ ଆମ୍ କାର୍ ପାସେଁ ରହେଲା ?" ପିଲାମାନେ ଏକା ସାଏର୍ କହେଲେ, "ତୁମର୍ ପାସେଁ ରହେଲା ।" ସମାରୁ ତାର୍ପରେ କହେଲା, "ତୁମେମାନେ ଯେନ୍ ବିର୍ଝାସ ଆଉର୍ ମତେ ଗାଲି ଦେସ,ମୁଇଁ କେଭେଁ ନାଇଁ ନିଏଁ, ମୋର ବାଟେ ବାଟେ ଯାଉଥିସିଁ । ତ ସେ ଗାଲିଗୁଲଜଟା କାର୍ ପାସେ ରହେଲା ?" ଚାରହି ପିଲା ଚୁପଚାପ ରହିଗଲେ ଆଉର ଉତର ଦେଇ ନାଇଁ ପାର୍ଲେ ।ଦୁଇ ତିନ ଥର ପଚରାଲା ପରେ, "ଆମର୍ ଭୁଲ ହେଇଗଲା, ଆଉର କେଭେଁ ନାଇଁ ବିରଝାଉଁ" କହେଲେ, ଅନୁତାପ୍ କଲେ, ମୁଁହୁ ତଲ୍ କରିଦେଲେ ।ସମାରୁ ଖୁସି ହେଇକରି ସେମାନକୁଁ ବନେ ଗୁଡ଼ାଦୁ ଆମ୍ ଦେଲା, ପିଲାମାନେ ଭିଲ୍ ଖୁସି ହେଇକରି ପଲାଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children