STORYMIRROR

Gyanendriya Dash

Children Stories Thriller

3  

Gyanendriya Dash

Children Stories Thriller

ଏକ ଅଭୁଲା ମୁହୂର୍ତ୍ତ

ଏକ ଅଭୁଲା ମୁହୂର୍ତ୍ତ

2 mins
147


    ୧୯୮୪ ମସିହାର କଥା । ମୁଁ ସେତେବେଳେ ସ୍ନାତକ ଶେଷବର୍ଷର ଛାତ୍ର । ମୋର ଗୋଟିଏ ସାଙ୍ଗ ରାଘବ ଆଉ ମୁଁ ହଷ୍ଟେଲର ଗୋଟିଏ କୋଠରୀରେ ରହୁଥିଲୁ । ରାଘବ କହିଲା, ଦଶହରା ଛୁଟିରେ ମୁଁ ତାଙ୍କ ଗାଁକୁ ଯିବି । ତାର ଆଗ୍ରହକୁ ଉପେକ୍ଷା କରି ପାରିଲି ନାହିଁ, ନିଶ୍ଚିତ ଯିବି କହିଲି ।

    ଦଶହରା ଛୁଟି ଆସିଲା, ତାଙ୍କ ଗାଁକୁ ଗଲି ମଧ୍ୟ । ଦିନସାରା ଗୁଳିଗପ, ରାଘବର ପରିବାର ସହ ହସଖୁସିରେ କଟିଲା । ସନ୍ଧ୍ୟାରେ ସାଙ୍ଗ କହିଲା, ନଦୀକୁ ମାଛ ମାରିଯିବା, ଖୁବ ମଜା ହେବ ପେଟ୍ରୋମାକ୍ସ ଲାଇଟ ଧରି ଛୋଟ ଥପ୍ପାରେ ମାଛ ମାରିବାକୁ ହୁଏ । କୁଆଡ଼େ ସେହି ଆଲୁଅରେ ମାଛମାନେ କୁଆଡ଼େ ନ ଯାଇ ସେହି ଯାଗାରେ ରହିଯାନ୍ତି, ତାପରେ ଥପ୍ପାରେ ମାଛ ଧରାଯାଏ । ମୁଁ ଉତ୍ସୁକତାର ସହ ବାହାରି ପଡ଼ିଲି । ସାଙ୍ଗ, ସାଙ୍ଗର ଭାଇ, ମୁଁ ଆଉ ତାଙ୍କ ଗାଁର ଜଣେ ପିଲା ବାହାରି ପଡ଼ିଲୁ ପେଟ୍ରୋମାକ୍ସ, ଥପ୍ପା, ବ୍ୟାଗ ଓ ଟର୍ଚ୍ଚ ଟେ ଧରି ।

    ତାଙ୍କ ଗାଁରୁ ନଦୀ ପ୍ରାୟ ଦେଢ଼ କିଲୋମିଟର ଦୂର । ମଝିରେ ଛୋଟ ଜଙ୍ଗଲ ପରି ଜାଗାଟିଏ ପଡ଼େ, ତାପରେ ନଦୀ । ସନ୍ଧ୍ୟା ସମୟରେ ଗଲୁ । ପେଟ୍ରୋମାକ୍ସ ଧରି ନଈ କୂଳେକୂଳେ ମାଛ ଧରିଲୁ । ମୋତେ ବହୁତ ମଜା ଲାଗୁଥାଏ । ପ୍ରାୟ ନଅଟା ପର୍ଯ୍ୟନ୍ତ ମାଛ ଧରିଲୁ, ଛୋଟବଡ଼ କରି ବ୍ୟାଗ ଭରିଗଲା । ଫେରିବାକୁ ଲାଗିଲୁ ।

     ବାଟରେ ସେହି ଜଙ୍ଗଲରେ ଗୋଟିଏ ଗଛରୁ ଖସ ଖସ ଶବ୍ଦ ହେଲା, ଜୋରରେ । କିଛି ପତ୍ର ବି ପଡ଼ିଲା । ତିନିଜଣ ଯାକ ପଛକୁ ଜୋରରେ ଘୁଞ୍ଚିଗଲେ । ମୁଁ ବି ତାଙ୍କୁ ଦେଖି ଘୁଞ୍ଚିଗଲି । କଣ ହେଲା ବୋଲି ପଚାରିଲି । ସେମାନେ ତିନିହେଁ ଭୂତ ଭୂତ କହିଲେ । ସେ ଗଛରେ କୁଆଡ଼େ ଭୂତଟିଏ ଅଛି । ସେମାନେ ତ ସେହି ଗାଁର, ଜାଣିଥିବେ ଭାବିଲି ।

    କିଛି ସମୟ ପରେ କହିଲି, ଚାଲ ଯିବା କିଛି ହେବ ନାହିଁ । ବହୁ କଷ୍ଟରେ ସେମାନେ ରାଜି ହେଲେ । ଧୀରେ ଧୀରେ ପାଦ ଆଗକୁ ବଢ଼ିଲା । ଠିକ ଗଛ ପାଖ ହେଲାରୁ ମୁଁ ସେହି ଗଛ ଉପରକୁ ଟର୍ଚ୍ଚ ମାରିଦେଲି । ଦୁଇଟି ମାଙ୍କଡ଼ ବସିଥିଲେ । ତାଙ୍କୁ ଦେଖାଇଲି, ହେଇ ଦେଖ ଭୂତ । ସେମାନେ ମାଙ୍କଡ଼ ଦେଖି ଜୋରରେ ହସିଲେ । ତାପରେ ଘରକୁ ଗଲୁ, ମାଛ ଭାଜି ହାତ ଧୋଇ ପଖାଳ ମାଛଭଜା ଖାଇ ଶୋଇପଡିଲୁ ସେଦିନ ।

     


Rate this content
Log in