STORYMIRROR

Gyanendriya Dash

Children Stories Inspirational

4  

Gyanendriya Dash

Children Stories Inspirational

ସ୍ୱର୍ଗ

ସ୍ୱର୍ଗ

2 mins
299


      ବହୁତ ଦିନ ତଳର କଥା, ସେତେବେଳେ ବିଜ୍ଞାନର ଅଗ୍ରଗତି ଆଜିକା ପରି ନ ଥିଲା । ବହୁତ କମ ବା ଅଳ୍ପକିଛି ଜିନିଷ ବିଜ୍ଞାନ ବଳରେ ଉଦ୍ଭାବନ ହୋଇଥିଲା । ଗାଁ ଓ ସହର ଥିଲେ ମଧ୍ୟ ଅଧିକାଂଶ ଲୋକ ଗାଁ ରେ ରହୁଥିଲେ । ସହରରେ ପାଦ ମାଡ଼ି ପାରୁ ନ ଥିଲେ । ଅନେକ ଲୋକ ବଣ ଜଙ୍ଗଲରେ ମଧ୍ୟ ବସବାସ କରୁଥିଲେ ।ମୋଟାମୋଟି ଭାବରେ ଦୁନିଆଁରେ ଶିକ୍ଷିତ ସମାଜର ଅଭାବ ପରିଲକ୍ଷିତ ହେଉଥିଲା ସେତେବେଳେ ।

     ଗୋଟିଏ ନିପଟ ମଫସଲ ଗାଁ ରେ ମାତ୍ର ଦଶଟା ପରିବାର ରହୁଥିଲେ । ବଣ ଜଙ୍ଗଲରୁ ଫଳମୂଳ ତଥା ଜୀବଜନ୍ତୁଙ୍କର ଶିକାର କରି ପେଟ ପୋଷୁଥିଲେ । ପୂର୍ଣ୍ଣ ଭାବରେ ସାମାଜିକ ନ ଥିଲେ ସେମାନେ କହିଲେ ଅତ୍ୟୁକ୍ତି ହେବ ନାହିଁ ।

     ଦିନକର କଥା । ସେହି ଗାଁ ର ଶଙ୍କରିଆ ଆଉ ତା' ସ୍ତ୍ରୀ କରୁଣା ଜଙ୍ଗଲକୁ ଯାଇଥିଲେ । କିଛି ଜଙ୍ଗଲଜାତ ଦ୍ରବ୍ୟ ଓ କାଠ ଆଣିବାକୁ ବୋଧହୁଏ ସେମାନେ ବଣରେ ବୁଲୁଥିଲେ ।

    ହଠାତ କିଛି ଶବ୍ଦ ଶୁଣି ଅଟକି ଗଲେ । ସେମାନେ ଶବ୍ଦ ଶୁଣି ଡରି ଯାଇଥିଲେ । କିଛି ସମୟ ପରେ ଚାରି ପାଞ୍ଚ ଜଣ ଲୋକଙ୍କୁ ଦେଖିଲେ । ସହରରୁ ଜଙ୍ଗଲକୁ ଆସି ବନ୍ୟଜନ୍ତୁ ଶିକାର କରୁଥିଲେ । ବନ୍ଧୁକରୁ ଗୁଳି ଫୁଟିବା ଶବ୍ଦ ଶୁଣି ଶଙ୍କରିଆ ଆଉ କରୁଣା ଚକିତ ହୋଇ ଯାଇଥିଲେ । କାରଣ ବନ୍ଧୁକ କଣ ସେମାନେ ଜାଣି ନ ଥିଲେ । ଧନୁ ଆଉ ଶରରେ ଶିକାର କରିବା ସେମାନେ ଜାଣିଥିଲେ । ଦୁହେଁ ବୁଦା ଭିତରେ ଲୁଚି ସବୁ ଦେଖୁଥିଲେ । ସେମାନେ ଯେତେବେଳେ ବନ୍ଧୁକରୁ ଗୁଳି ଫୁଟାଇବାର ନିଜ ଆଖିରେ ଦେଖିଲେ, ବହୁତ ଡରିଗଲେ । ଭାବିଲେ ଏମାନେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଦେବତା ମାନେ ଆସିଛନ୍ତି । ତାଙ୍କୁ କିଛି ବୁଦ୍ଧିବାଟ ଦିଶିଲା ନାହିଁ । ଅତି ନିକଟରେ ଯେତେବେଳେ ବନ୍ଧୁକରୁ ଗୁଳି ଫୁଟିଲା, ସେମାନେ ଅତିଶୟ ଭୟରେ ସେଇଠି ମୂର୍ଚ୍ଛା ଯାଇ ଟଳି ପଡିଲେ ।

      ଯେତେବେଳେ ଦୁଇ ଜଣଙ୍କର ଚେତା ଆସିଲା, ସେମାନେ ସହରର ଏକ ଡାକ୍ତରଖାନାରେ ଅଛନ୍ତି । ଲାଇଟ ଜଳୁଛି ।ପାଖ ପାଖ ଦୁଇଟି ଖଟଉପରେ ଶୋଇଛନ୍ତି । ଆମେ ଦୁହେଁ ସ୍ୱର୍ଗକୁ ପଳାଇ ଆସିଛୁ ବୋଲି ଭାବିଲେ । ଭୟରେ ବାରମ୍ବାର ମୂର୍ଚ୍ଛା ଯାଉଥାନ୍ତି, ପୁଣି ଡାକ୍ତର ତାଙ୍କୁ ଔଷଧ ଦେଇ ଭଲ କରି ଦେଉଥାନ୍ତି ।ଚେତା ଆସିଲା ପରେ ଦୁହେଁ କାନ୍ଦିଲେ । ବହୁତ କାନ୍ଦିବାରୁ ଡାକ୍ତର ତାଙ୍କୁ କାରଣ ପଚାରିଲେ । ଆଉ ବୁଝାଇଲେ, ଏଇଟା ଡାକ୍ତରଖାନା, ତୁମକୁ ଚିକିତ୍ସା କରିବା ପାଇଁ ଅଣାଯାଇଛି । ତୁମକୁ ପୁଣି ସେହି ତୁମ ଜଙ୍ଗଲରେ ଛାଡ଼ି ଦିଆଯିବ । ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ମଲାପରେ ଲୋକେ ସ୍ୱର୍ଗକୁ ଆସନ୍ତି, ପୁଣି ଆମେ ମର୍ତ୍ତ୍ୟକୁ ଫେରିବୁ କେମିତି ? ଏଇ ପ୍ରଶ୍ନର ଉତ୍ତରରେ ଡାକ୍ତର କହିଲେ, "ଏଇଟା ହିଁ ମର୍ତ୍ତ୍ୟ । ବିଜ୍ଞାନର ଅଗ୍ରଗତି ହୋଇଛି । ଏଇଟା ଡାକ୍ତରଖାନା । ତୁମେ ଜଙ୍ଗଲ ଭିତରେ ରହୁଛ, ସହରକୁ କେବେ ଆସିନ କି ଦେଖିନ । ସେଥିପାଇଁ ତୁମକୁ ଏଇଟା ସ୍ୱର୍ଗ ପରି ଲାଗୁଛି । ଏବେ ତୁମକୁ ଜଙ୍ଗଲରେ ଥିବା ତୁମର ଛୋଟିଆ ଗାଁ ରେ ଛାଡ଼ି ଦିଆଯିବ ।

     କିଛି ସମୟ ପରେ ଶଙ୍କରିଆ ଆଉ କରୁଣାକୁ ବୋହି ଆଣିଥିବା ସହରୀ ବାବୁମାନେ ଜଙ୍ଗଲର ସେହି ଜାଗାରେ ଛାଡ଼ି ଦେଲେ, ଯେଉଁଠୁ ସେମାନଙ୍କୁ ବୋହି ନେଇଥିଲେ । ଦୁଇ ସ୍ୱାମୀସ୍ତ୍ରୀ ଖୁସି ହୋଇଗଲେ ଆଉ ବିଜ୍ଞାନର ଅଗ୍ରଗତି କେମିତି ମର୍ତ୍ତ୍ୟକୁ ସ୍ୱର୍ଗ ରୂପରେ ପରିଣତ କରିପାରିଛି, ସେହି କଥା ହିଁ ଭାବୁଥିଲେ ।

       


Rate this content
Log in