Gyanendriya Dash

Others

4.0  

Gyanendriya Dash

Others

କେଣ୍ଟିନ୍ ବବା

କେଣ୍ଟିନ୍ ବବା

2 mins
152


  ୧୯୮୪ ମସିଆର୍ କଥା । ମୁଇଁ ସେତେବେଲେଁ କଲେଜ୍ରେ ବିଏ ସେସ୍ ବଛର୍ ନ ପଢ଼ୁଥିଲିଁ, ହଷ୍ଟେଲ୍ ନ ରହୁଥିଲିଁ । ହଷ୍ଟେଲର୍ ପାସକେ ଲାଗିକରି ଗୁଟେ କେଣ୍ଟିନ୍ ଥିଲା । ସେ କେଣ୍ଟିନର୍ ମାଲିକ୍ କେ ଆମେ ସଭେଁ କେଣ୍ଟିନ୍ ବବା ବଲିଁ ଡାକୁଥିଲୁଁ । ବହୁତ୍ ଭଲ୍ ଲୋକ୍ ଟେ । ଆମେ ସବୁବେଲେଁ ତାଁକର୍ କେଣ୍ଟିନ୍ କେ ଟିଫିନ୍ ପତର୍ ଖାଇ ଯାଉଥିଲୁଁ । କେଣ୍ଟିନ୍ ବବା ଆମକୁ ପୁଓ ପୁଓ ବଲିଁ ଉସତ୍ ହେଇକରି ଦିଅନ୍ । ପଏସା ପତର୍ ନାଇଁନ ବେଲେଁ ପଛେ ଦେବୁ କହନ୍ । ବବା ପର୍ ଉପକାରି ଥିଲେ, ହାତୁଁ ଖର୍ଚ୍ଚା ହେଇଗଲେ ଭିଲ୍ ଚିନ୍ତା ନାଇଁ କରନ୍ ।

   ଦିନକର୍ ଦିନେ କାଣା ହେଲାକି, ସେସ୍ ପରିକ୍ଷାର୍ ଫରମ୍ ପକାବାର୍ ଥିଲା, ଅଢେସ ଟଁକା ଦରକାର୍ । ଆମର୍ କୁଠିରେ ଜେନ୍ ପାଁଚ ଝନ୍ ମୋର୍ ସାଁଗେ ରହୁଥିଲେ, ସଭେଁ ଘର୍ ମାନକୁଁ ପଏସା ନେଇ ଯାଇଛନ୍, ସଖାଲେଁ ଆଏବେ, ଫରମ୍ ପକାବେ । ମୁଇଁ ତ ଆଗରୁ ଆନିଥିଲିଁ ବେଲେଁ ନାଇଁ ଯାଇଁ । ଏକଲା ସୁଇଛେଁ । ରାତିଁ କେନ୍ତା ଲାଗଲା ଯେ, ଦେଖସିଁ ତ ମୋର୍ ପଏସା ବଏଲିଁ ଆଉର୍ ବାକସ୍ ଖୁଲି ଦେଲିଁ ବଏଲେ ନାଇଁ ନ, ଚୁରି ହେଇ ଜାଇଛେ ।

   ମୋର୍ ଚାରହି କୁତିଁ ଅଁଧାର୍ ଦିସିଗଲା, ଭୋ ଭୋ କାଁଦଲି, କେନ୍ତା କର୍ମି, ମୋର୍ ବୁଧିବାଟ୍ ବନା ହେଇଗଲା । ସେ ସମିଆ ନ ଫୋନ୍ ପତର୍ କିଛି ନାଇଁ ଥାଇଁ । କାଁଦୁଛେ କାଁଦୁଛେ, ଇ ସମିଆ ଥି ଝର୍କା ବାଟୁଁ ଠକ୍ ଠକ୍ ଆବାଜ୍ ଆସଲା । ମୁଇଁ ଡରିକରି ଚୁପ୍ ହେଇଗଲି । ବେଲେଁ ମୁଇଁ କେଣ୍ଟିନ୍ ବବା ଖୁଲ୍ କହେଲେ, ତେଥର ଖୁଲି ଦେଲି । ବବା ତାଁକର୍ ବାଏର୍ କେ ଗାଏ ଗୁଟେ ପସି ଆସିଥିଲା ଯେ ଖେଦି ଆସିଥିଲେ, ହଷ୍ଟେଲ୍ ପଛ୍ ଆଡ଼କେ, ତାଁକର ବାଏରକେ । ମୋର୍ କାଁଦି ସୁନିକରି ଦଉଡ଼ି ଆଏଲେ । ତେଥର ସବୁକଥା କହେଲିଁ ଆଉର୍ ଜୋର୍ ଜୋର୍ କାଁଦଲି । କେଣ୍ଟିନ୍ ବବା ଇଥିର୍ ଲାଗିଁ କାଁଦୁଛୁ । ମତେ ସଖାଲେ ନାଇଁ କହେତୁ, ଚିନ୍ତା ନାଇଁ କର୍, ମୁଇଁ ସଖାଲୁଁ ତୋର୍ ଲାଗିଁ ଆନିଦେମି ପଏସା, ଫରମ୍ ଭରବୁ । ସୁଇପଡ଼୍, ମୁଇଁ ଯାଉଛେଁ କହେଲେ । 

    ସଖାଲୁଁ ମୁଇଁ ନାଇଁ ଉଠିଥାଇ ଆଉର୍ ମୋର୍ କେଣ୍ଟିନ୍ ବବା ଅଢେସ ଟଁକା ଆନିକରି ମୋର୍ ହାଥେଁ ଧରେଇ ଦେଲେ । ମୁଇଁ ଠିକ୍ ଭାବେଁ ଫରମ୍ ପକାଲିଁ । ମୋର୍ କେଣ୍ଟିନ୍ ବଵା ଆଏଜ୍ ନାଇଁ ନ, ହେଲେଁ ମୁଇଁ ସବୁଦିନ୍ ତାଁକୁ ମନେ ପକଉଥିସିଁ ।

    


Rate this content
Log in