STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଛଅ)

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଛଅ)

3 mins
186


ଆମେରିକାରେ ରହୁଥିବା ସମୟରେ ମୁଁ ୟୁନିକୋଡ଼ ମାଧ୍ୟମରେ କେତୋଟି କବିତା ଓ ଦୁଇଟି ନାଟକର ପାଣ୍ଡୁଲିପିକୁ ଟାଇପ କରି ସଫଳ ହୋଇଥିଲି । ମୋର ଆତ୍ମବିଶ୍ୱାସ ଦୃଢ଼ହୋଇ ଯାଇଥିଲା । ଦିର୍ଘଦିନରୁ ଥିବା ମୋ ମନର ବିଷାଦ ଦୂର ହୋଇଯାଇଥିଲା । ଘରକୁ ଫେରିବା ପରେ ମୁଁ ସେହି ୟୁନିକୋଡ଼ ପଦ୍ଧତିରେ ଟାଇପ କାମ କରିଚାଲିଲି । ସେହି ଲେଖାଗୁଡ଼ିକ ଭବିଷ୍ୟତରେ ଆମର ପାରମ୍ପରିକ ଢ଼ଙ୍ଗରେ ପୁସ୍ତକ ଆକାରରେ ସ୍ଥାନୀୟ ପ୍ରେସରେ ଛାପା ହେଇପାରିବ କି ନାହିଁ ? ପଚାରିବାରୁ ପ୍ରେସର କର୍ମଚାରୀମାନେ ସିଧା ସଳଖ ମନା କରି କହିଲେ- “ଏ ପଦ୍ଦତିରେ ଟାଇପ ଅକ୍ଷର ଗୁଡ଼ିକ ପାରମ୍ପରିକ ରୀତିରେ ପ୍ରକାଶ ପାଇ ପାରିବ ନାହିଁ । ଏହି ଅକ୍ଷରକୁ କନଭର୍ଟ କରି ହେବନାହିଁ । ଏହା ଫଳରେ ଅନେକ ଗୁଡ଼ିଏ ପାଣ୍ଡୁଲିପି ପ୍ରସ୍ତୁତ ହୋଇ ରହିଥିଲେ ବି ତାହା ପୁସ୍ତକ ଆକାରରେ ଆଉ ପ୍ରକାଶ ପାଇ ପାରୁନାହିଁ ।


ଆଧୁନିକ ଟେକ୍ନୋଲୋଜିକୁ ଆମର ପ୍ରେସ କର୍ମଚାରୀ ବା ମାଲିକମାନେ ଆଜିଯାଏ ସହଜରେ ଗ୍ରହଣ କରି ପାରି ନାହାନ୍ତି । ଫଳରେ ଆମ ରାଜ୍ୟର ପ୍ରେସ ଗୁଡ଼ିକ ପଛୁଆ ହେଇ ରହିଯାଇଛନ୍ତି । ସମଗ୍ର ବିଶ୍ୱରେ ଯେଉଁ ୟୁନିକୋଡ଼ ପଦ୍ଧତିରେ ପୁସ୍ତକ ପ୍ରକାଶ ପାଉଛି, ତାହା ଆମ ରାଜ୍ୟର ଅଧିକାଂଶ ପ୍ରେସ କରିପାରୁ ନାହାନ୍ତି ।

ନିକଟରେ ମୁଁ ଭୁବନେଶ୍ବରର କେତେଜଣ ପ୍ରେସ ମାଲିକଙ୍କୁ ପଚାରିଲି, ସେମାନେ କହୁଛନ୍ତି, ୟୁନିକୋଡ଼ ଅକ୍ଷର ପାରମ୍ପରିକ ଶ୍ରୀଲିପି ବା ଆକୃତି ଅକ୍ଷର ଫଣ୍ଟରେ କନଭର୍ଟ କରିହେଉଛି । ଦେଖାଯାଉ ଏହା କେତେଦୂର ସତ୍ୟ । ଏହା ମଧ୍ୟରେ ମୁଁ ଚାରି /ପାଞ୍ଚ ପ୍ରକାର ପଦ୍ଧତିରେ ଟାଇପ କରିବା ଶିଖି କାମ କରିଛି, ଏବେ ମୁଁ ଅନୁଭବ କରୁଛି-ୟୁନିକୋଡ଼ ପଦ୍ଧତିରେ ଟାଇପ କରିବା ସବୁଠାରୁ ସହଜ ।

ପୁସ୍ତକ ପ୍ରାକାଶ କରି ବଜାରକୁ ଛାଡ଼ିବା ବା ଲୋକମାନଙ୍କ ପାଖକୁ ପଠାଇବା ଆଜିକାଲି ଏକ ଦୁରୁହ ବ୍ୟାପାର ହେଇଗଲାଣି ।

ଶେଷରେ ମୁଁ ଠିକ କଲି, ପୁସ୍ତକ ଛାପିବା ଅପେକ୍ଷା କମ୍ପୁଟର ମାଧ୍ୟମରେ ଫେସବୁକରେ ବା ୱାଟ୍ସପରେ ପୋଷ୍ଟିଂ କରିବା ଅଧିକ ଫଳପ୍ରଦ ଓ ସହଜ ହେବ । କାରଣ ଆମେ ସମସ୍ତେ ଜାଣିଛୁ, ଚାଳିଶ/ପଚାଶ ହଜାର ଟଙ୍କା ଖର୍ଚ୍ଚକରି ଖଣ୍ଡେ ଭଲ ପୁସ୍ତକ ଛପାଇ ସାରିଲେ, ପୁସ୍ତକ ବ୍ୟବସାୟୀ/ପାଠକ ମାନଙ୍କଠାରୁ ମୂଳଦାମର 10% ଲେଖକ/କବିଙ୍କ ପାଖକୁ ଫେରି ପାରେନାହିଁ ।


ଆଜିକାଲି ପ୍ରକାଶକମାନେ ଲେଖକମାନଙ୍କୁ ଯେଭଳି ଶୋଷଣ କରନ୍ତି, ତାହା ସମସ୍ତେ ଅଳ୍ପେ ବହୁତ ଜାଣିଛନ୍ତି । ସତରେ ଓଡ଼ିଶାରେ ଜଣେ ଲେଖକ ବା କବିହେଇ ଜନ୍ମହେବା ଏକ ଦୁର୍ଭାଗ୍ୟ ବୋଲି ମନେହୁଏ । ସରକାରୀ ସହଯୋଗ ବା ଆନୁଷ୍ଠାନିକ ସାହାଯ୍ୟ ତ ମିଳେନାହିଁ, ବରଂ ପୁସ୍ତକ ଛାପା ହେଇସାରିଲେ, ସରକାରୀ ବେସରକାରୀ ସଂସ୍ଥା ଓ ମାଗଣା ଖିଆ କିଛି ପାଠକ ମାଗଣାରେ ବହି ନେବାକୁ ବିକଳହୋଇ ଚାହିଁ ରହିଥା'ନ୍ତି । ତେଣୁ ଅନେକ ଲେଖକ/କବି ନିଜର ବିଡ଼ାବିଡ଼ା ପାଣ୍ଡୁଲିପିକୁ ପେଡ଼ିରେ ରଖି ନିଜେ ହଜି ଯାଉଛନ୍ତି । କେତେକ ଧନ୍ୟାଢ୍ୟ ତଥା ଉଚ୍ଚପଦ-ପଦବୀଧାରୀ ନିଜର ଅନୀତିରେ ରୋଜଗାର କରିଥିବାରେ ଅର୍ଥ ବଳରେ କେତେଖଣ୍ଡ ବୃହତ ପୁସ୍ତକ ସହଜରେ ପ୍ରକାଶ କରି ପାରୁଛନ୍ତି । ନିଜ ପେଟକୁ କାଟି ନିଜ ଦରମାରେ ଅଳ୍ପ କେତେଜଣ ଲେଖକ/କବି ନିଜର ପୁସ୍ତକ ପ୍ରକାଶ କରି ଘରେ ଜମା କରି ରଖିଥା’ନ୍ତି । ତାଙ୍କର କେହି ସାହା ଭରସା ନାହାନ୍ତି । ଚିହ୍ନା-ପରିଚୟ ବନ୍ଧୁ-ବାନ୍ଧବଙ୍କୁ ନିଜର ପୁସ୍ତକ ଖଣ୍ଡିଏ ଦାନକାରି ନିଜକୁ ଧନ୍ୟ ମନେ କରନ୍ତି ।


ସରକାରଙ୍କର ଅବଶ୍ୟ କିଛି ଯୋଜନା ତ ରହିଛି, କିନ୍ତୁ ସେ ସବୁ ଗୋଲକ ଧନ୍ଦାରେ ବା ଚକ୍ରବ୍ୟୁହ ଭିତରେ ନିରୀହ ଲେଖକ/ କବି ସହଜରେ ପ୍ରବେଶ କରି ପାରେନାହିଁ । ଭାଗ୍ୟରେ ଥିଲେ ବା ଠିକ ସମୟରେ କାହାର ସହଯୋଗ ପାଇଥିଲେ ସେ ଲେଖକଙ୍କର ଖଣ୍ଡିଏ ପୁସ୍ତକରୁ 300 କପି ପ୍ରାୟ 40% ଛାଡ଼ରେ ରାଜା ରାମ ମୋହନ ରାୟ ଲାଇବ୍ରେରୀ ଯୋଜନାରେ ପୁସ୍ତକ ବିକ୍ରୟ କରିପାରେ । ଏଭଳି ପରିସ୍ଥିତିରେ ପ୍ରକାଶନ ଦୁନିଆରେ ପୁଣି ମାଫିଆଙ୍କର ରାଜୁତି ଅତି ଭୟଙ୍କର ରୂପ ଧାରଣ କରିଛି । ଅଜ୍ଞ ଅନଭିଜ୍ଞ ଲେଖକ/କବିମାନଙ୍କୁ ସେହି ମାଫିଆମାନେ ଚଟୁଳ କଥା ଏବଂ ରଙ୍ଗୀନ ସ୍ୱପ୍ନ ଦେଖାଇ ନାମମାତ୍ର ପ୍ରକାଶକ ମାଫିଆମାନେ ଜାଲରେ ଫସାଇ ତାଙ୍କର କଷ୍ଟାର୍ଜିତ ଧନକୁ ହରଣ କରି ନିଅନ୍ତି । ଆଜିକାଲି 200/ 500 ଟଙ୍କାରେ ଦୁଇ-ଚାରିକପି ପୁସ୍ତକ ଡିଜିଟାଲ ପୁସ୍ତକ ପ୍ରକାଶ କରିହେଉଛି । ସେତେକ ଦେଖାଇଦେଇ ମାଫିଆମାନେ ଭଲ ନିରୀହାଙ୍କୁ ଶୋଷଣ କରି ପାରୁଛନ୍ତି । ଏସବୁ କ୍ଷେତ୍ରରେ କ'ଣ କିପରି ଚାଲିଛି, ସେହି ବିଷୟରେ ମୋର ଅନୁଭୂତି ଅଭିଜ୍ଞତା ଥିବାରୁ ମୁଁ କୌଣସି ପ୍ରକାଶକ ଜାଲରେ ଆଜିଯାଏ ଫସି ଯାଇନାହିଁ । ତେଣୁ ୟୁନିକୋଡ଼ ମାଧ୍ୟମରେ ପୁସ୍ତକ ପ୍ରକାଶକୁ ପ୍ରାଥମିକତା ଦେଇଚାଲିଛି ।



Rate this content
Log in

Similar oriya story from Inspirational