KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-19

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-19

2 mins
169



ବିଶ୍ଵାସ, ଆତ୍ମ-ବିଶ୍ଵାସ, ଅନ୍ଧ-ବିଶ୍ଵାସ ଏବଂ ଈଶ୍ଵର ବିଶ୍ଵାସ ମଧ୍ୟରୁ କେବଳ ଅନ୍ଧ-ବିଶ୍ଵାସ ହେଉଛି, ସବୁଠାରୁ କ୍ଷତିକାରକ ବିଶ୍ଵାସ । ଯାହା ସମାଜରେ କୁସଂସ୍କାରକୁ ସମୃଦ୍ଧ କରିଥାଏ । ବିଚରା ଗରିବ ଓ ଅସହାୟ ମଣିଷକୁ ନିମ୍ନଗାମୀ କରିଦେଇଥାଏ । ତାଙ୍କର ଦୁଃଖ ଓ ଅସହାୟତା ଦିନକୁ ଦିନ ବଢିଚାଲେ । ଭାଗ୍ୟ ଭଲଥିଲେ, କେବେକେବେ ମଣିଷର ରୋଗ ବଳେବଳେ ଭଲ ହେଇଯାଏ, ସେହି ସୁସ୍ଥରୋଗୀକୁ ନମୁନା ହିସାବରେ ଧରି ଗୁଣିଆ, ଭଣ୍ଡ ବାବାଜୀ ଓ ତାନ୍ତ୍ରିକମାନେ ତାଙ୍କୁ ଅନ୍ଧଭକ୍ତ ଓ ଠକ ଚେଲାମାନଙ୍କ ମାଧ୍ୟମରେ ପ୍ରଚାର କରି ସାଧାରଣ ଲୋକଙ୍କୁ ଭ୍ରମିତ କରି ଦିଅନ୍ତି । ଅସହାୟ ଓ ଧୈର୍ଯ୍ୟହୀନ ଦୁର୍ବଳ ମାନସିକ ଲୋକମାନେ ନିରୂପାୟ ହୋଇ ଠକ ଓ ଭଣ୍ଡମାନଙ୍କର ଶରଣାପନ୍ନ ହୁଅନ୍ତି । ନିଜର ସର୍ବସ୍ଵ ହରାଇ ଶେଷରେ ଭାଗ୍ୟକୁ ନିନ୍ଦନ୍ତି ।

ଅତି ଉଚ୍ଚଶିକ୍ଷିତ, ସଚେତନ ନାଗରିକମାନେ ମଧ୍ୟ ବିଭିନ୍ନ କାରଣରୁ ଅନ୍ଧ-ବିଶ୍ୱାସର ବଶବର୍ତ୍ତୀ ହେଇଯାଆନ୍ତି । ଠକ, ମୂର୍ଖ ଭଣ୍ଡବାବାଙ୍କର ଶିଷ୍ୟହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇ ରହିଯାଆନ୍ତି । ଫଳରେ ଅନ୍ଧ-ବିଶ୍ୱାସର ବହୁଳ ପ୍ରଚାର ପ୍ରସାର ହୋଇଚାଲେ । ଅନାଦି କାଳରୁ ଏହି ଅନ୍ଧ-ବିଶ୍ଵାସ ଆମ ସାମାଜକୁ କାବୁକରି ରଖିଛି । ଚିକିତ୍ସା ବିଜ୍ଞାନର ଅପହଞ୍ଚ, ଶିକ୍ଷାର ଅଭାବ, ନେତୃସ୍ଥାନୀୟ ଗ୍ରାମବାସୀମାନଙ୍କର ସହଭାଗିତା ଏହି ଅନ୍ଧ-ବିଶ୍ୱାସକୁ ଆଗେଇ ନେଇ ଚାଲିଥିଲେ । ପରବର୍ତ୍ତୀ ସମୟରେ ଏହି ଧାରା ଭୀଷଣ ରୂପ ଧାରଣ କରିଥିଲା । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଅନ୍ଧ ବିଶ୍ୱାସ ଅତି ଉଗ୍ରରୂପ ଧାରଣ କରିଥିଲା ।

ଆମ ଦେଶ ସ୍ଵାଧୀନ ହେବାପରେ, ବିଜ୍ଞାନର ଅଗ୍ରଗତି, ଚିକିତ୍ସା ବିଜ୍ଞାନର ଉନ୍ନତି ହେବା ସତ୍ଵେ ଆମ ଦେଶରେ ଅନ୍ଧ-ବିଶ୍ୱାସ ଓ କୁସଂସ୍କାର ଆଜିଯାଏ ଲୋପହେଇ ପାରିନାହିଁ । ଫଳରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ହଜାର ହଜାର ସଂଖ୍ୟାରେ ନିରୀହ ଜନତା ଦୁଃଖ ଭୋଗକରି ଚାଲିଛନ୍ତି ।

2020 ମସିହାର କରୋନା ତାଣ୍ଡବ ସମୟରେ ଏହି ଭଣ୍ଡବାବା, ପୂଜକ, ତାନ୍ତ୍ରିକ, ଧର୍ମ ନାମରେ ବେପାର ଖୋଲିଥିବା ଭଣ୍ଡଗୁରୁମାନେ କେଉଁଠି ଲୁଚିଗଲେ, ତାଙ୍କୁ କେହି ଖୋଜି ପାଇଲେ ନାହିଁ । ସେମାନେ ଅନ୍ୟ ରୋଗୀମାନଙ୍କୁ ଝଡ଼ା-ଫୁଙ୍କା ମାଧ୍ୟମରେ, ଚେର-ମୂଳି ଓ ମିଛ ଔଷଧ ଦେଇ ଅଧିକରୁ ଅଧିକ ଭକ୍ତ ଓ ଶିଷ୍ୟ ସଂଗ୍ରହ କରି ପାରୁଥିଲେ । କିନ୍ତୁ ଠିକ ବିପଦ ସମୟରେ ତାଙ୍କର ତନ୍ତ୍ର-ମନ୍ତ୍ର ଓ ଔଷଧ କିଛି କାମ କଲାନାହିଁ । ସେମାନଙ୍କର ଅସଲ ମୁଖା ଏବଂ ମୂର୍ଖତା ସମସ୍ତଙ୍କୁ ଜଣା ପଡ଼ିଗଲା । ଅସହାୟ ଜନତା କେହି ବି ବାବା, ଗୁରୁ, ବୈଦ୍ୟ ବା ପୂଜକଙ୍କ ଶରଣ ନେଲେନାହିଁ । ବରଂ ଆଧୁନିକ ଚିକିତ୍ସା ପଦ୍ଧତିକୁ ଅପେକ୍ଷା କରି ରହିଥିଲେ ।

ପ୍ରତ୍ୟେକ ବିପଦ କିଛି ସମ୍ପତ୍ତି ଧରି ଆସିଥାଏ । ଉଲକାପାତ ହେଲେ ମୂଲ୍ୟବାନ ଧାତୁ ବି ପ୍ରାପ୍ତ ହୋଇଥାଏ । ବନ୍ୟା ସମୟରେ ଜମିରେ ପଟୁମାଟି ପଡ଼ିଯାଏ । କୁଡ଼ିଆ ଘର ପୋଡ଼ିଗଲେ, ତାଙ୍କର ଘର ପକ୍କା ହେବାର ବାଟ ଫିଟିଯାଏ । ଠିକ ସେହିପରି କରୋନା ସଙ୍କଟ ଆମ ମନରେ ଥିବା ଅନ୍ଧ ବିଶ୍ୱାସକୁ କିଛି ପରିମାଣରେ କମେଇ ଦେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ମୋର ବିଶ୍ୱାସ ।


Rate this content
Log in

Similar oriya story from Inspirational