ଅଣ ଦେଖା
ଅଣ ଦେଖା


ଜୀବନ ଓ ଲତା।ଦୁହେଁ ପରସ୍ପର କୁ ବହୁତ ଭଲ ପାଉଥିଲେ।ଜୀବନ ପିଲା ବେଳୁ ଅନାଥ ଆଶ୍ରମରେ ରହି ବଢିଛି , ତେଣୁ ସେ ରକ୍ତର ସମ୍ପର୍କଟା ବୁଝିନି । କିନ୍ତୁ ଲତା ଗରିବ ହେଲେ ବି ସଂସାରର ଭଲ ମନ୍ଦ ଆଉ ସମ୍ପର୍କର ମାନେ ବୁଝିଛି।ବହୁତ ଥର ସେ ଜୀବନକୁ ବୁଝାଇବାକୁ ଚେଷ୍ଟା କଲାଣି ।କିନ୍ତୁ ସେ ବୁଝେନି।
ଦୁହିଁଙ୍କର କଲେଜରେ ପ୍ରତିଦିନ ଦେଖା ହୋଉଥିଲା। କିନ୍ତୁ ଏବେ ପାଠ ପଢା ସରିବା ପରେ ସପ୍ତାହକୁ ଥରେ ଅଧେ ଦେଖା ହୁଏ ପୁଣି ଖୁବ କମ ସମୟ ପାଇଁ। ଆଶ୍ରମ ପାଖରେ ଥିବା ଗୋଟିଏ ନଦୀ ପଠାରେ ଯାଇ ବସନ୍ତି । ପାଣିର କୁଳୁକୁଳୁ ନାଦ ଆଉ ପକ୍ଷୀ ମାନଙ୍କ ଗୁଞ୍ଜରଣ ଶୁଣୁ ଶୁଣୁ କେତେ ବେଳେ ଯେ ସେ ସନ୍ଧ୍ୟା ତା ଆସିଯାଏ ଜଣ ପଡେନି ।ପକ୍ଷୀ ମାନେ ନିଜ ନିଜ ନିଡ଼କୁ ଫେରନ୍ତି ଖାଦ୍ୟ ନେଇ। ସେମିତି ଦୁହେଁ ଭି ନିଜ ନିଜ ବାସକୁ ଚାଲି ଯାଆନ୍ତି।ଲତାର ସବୁବେଳେ ସୁର୍ଯ୍ୟ ଉପରେ ରାଗ । ସେ ଟିକିଏ ବି ଅପେକ୍ଷା କରେନି ।ତାର ଇଚ୍ଛା ଏମିତି ସବୁବେଳେ ସେଠି ବସି ଜୀବନ ସହ ହଜି ଯିବାକୁ ।ହେଲେ ଜୀବନ ଟିକେ ଅଲଗା ପ୍ରକାର ପିଲା ବୁଦ୍ଧିମାନ ଆଉ ଶ୍ରେଣୀରେ ସବୁ ବଳେ ପ୍ରଥମ ହୋଉଥିଲା ହେଲେ ଭାରି ଶାନ୍ତ , ଅଭିମାନୀ , ଆଉ ରାଗି ଭି । କାରଣ ସମାଜରେ ତାର ପରିଚୟ ନାହିଁ ସେ ଗୋଟେ ଅନାଥ । ପିଲା ଟିଏ ହେଇଥିଲା ବାପା ମା ଡକା ଡକି ହୋଇ ଚାଲିଗଲେ , ତା ପରେ କିଏ ଯେ ଆଣି ଏଇ ଆଶ୍ରମରେ ଛାଡ଼ି ଦେଇଛି ସେ ନିଜେ ଜାଣିନି।ହଁ ଶୁଣିଛି ଆଶ୍ରମର ଦିଦିଙ୍କ ଠୁ ସେ କୁଆଡେ ସମ୍ଭ୍ରାନ୍ତ ଘରର ପୁଅ , କିନ୍ତୁ କାଇଁ ଆଜି ଯାଏଁ କିଏ ତା ଆସିନି ଥରେ ଭି ଦେଖୀବାକୁ ତାକୁ । ତେଣୁ ସମ୍ପର୍କର ନା ଟା ଶୁଣିଲେ ସେ ଖୁବ ଚିଡ଼େ ।ଲତା ତାକୁ ବହୁତ ବୁଝାଇବାକୁ ଚେଷ୍ଟା କରିଛି କିନ୍ତୁ ସବୁ ବିଫଳ। ଲତା ଏବେ ଟିକେ ଡରିଯାଇଛି କାରଣ ତା ଜୀବନ ତାଠୁ ଦୁରେଇଯିବ , ସେ ଏବେ ନୂଆ ଚାକିରୀ ପାଇଛି ।ସେଥିରେ ପୁଣି କୋ ଗୋଟେ ସହରରେ ଥାନା ର ବଡ଼ବାବୁ ହବ।
ଜୀବନ ପ୍ରଥମେ ପ୍ରଥମେ ସପ୍ତାହକୁ ଥରେ ଗାଁ କୁ ଆସୁଥି
ଲା l ଦୁହେଁ ନଈ ପଠାକୁ ଯାଇ ଗପୁଥିଲେ l ଧିରେ ଧିରେ ଜୀବନର ଦାୟିତ୍ଵ ବଢିଲା l ଆଉ ସେ ଆସିପରିଲାନି l ଏପଟେ ଲତା ର ସନ୍ଦେହ ଜାତ ହେଲା ଜୀବନ ଉପରେ । ଗାଁ ଲୋକଙ୍କ ଟାହି ଟାପରା ଆଉ ସହ୍ୟ ହେଉନି lଏଥର ଜୀବନ ଆସିଲେ ଲତା ସହ ଝଗଡା କରିବ ଆଉ ସହରକୁ ଚାଲିଯିବା । ମାସେ ପରେ ଜୀବନ ଆସିଲା , ଲତାର ଏକ ଜିଦ୍ ତ ସହ ସହରକୁ ଯିବ ହେଲେ ଜୀବନ କିନ୍ତୁ ନାରାଜ । ତାର ପ୍ରମୋସନ୍ ହେଲାପରେ ସେ ତାକୁ ନେଇଯିବ।ଶେଷରେ ବୁଝି ବୁଝାଇ ଚାଲିଗଲା ସହରକୁ ।ଲତାକୁ ରାତିରେ ନିଦ ଆଉ ହେଉନି।
ପୁଣି କିଛି ଦିନ ପରେ ଜୀବନ ଆସିଛି ଗାଁ କୁ, ହେଲେ ଏକ ନୁହଁ ତା ସାଥିରେ ଅଛନ୍ତି ଜଣେ ସହରୀ ମହିଳା । ଏହା ଦେଖି ଲତାର ମନଟା ଖାଲି ଚିରି ହେଇଯାଉଛି । ଏଥର ଜୀବନ ଆଶ୍ରମକୁ ନଯାଇ ସିଧା ଲତା ଘରକୁ ଆସିଛି।ଲତା ମନର ରାଗ ମନରେ ରଖି ଖାଇବା ପରସିଦେଲା। ସୂର୍ଯ୍ୟଟା ନଇଁଲା ବେଳକୁ ଜୀବନ ଡାକିଲା,ଏ .... ଆଜି କାହିଁକି ମୋ ଲତା ଝାଉଁଳି ଯାଇଛି । ହଠାତ୍ ଜୀବନ୍ କୁ ଧରି ଲତା କଇଁ କଇଁ କାନ୍ଦିବାକୁ ଲାଗିଲା ।ଜୀବନ ଏଥର ସବୁ ବୁଝିଗଲା।ଶେଷରେ ଆରମ୍ଭ କଲା ସହରୀ ମହିଳାଙ୍କ କାହାଣୀ ।ଯାହାଙ୍କ ନା ଥିଲା ବର୍ଷା।କିନ୍ତୁ ସେ କେବେ କାହା ଅଗଣାରେ ବରଷି ପାରିବେନି।କାହିଁକି ନା ଏ ସମାଜ ତାଙ୍କୁ ଗୋଟେ ଉଆଁସୀକନ୍ୟା ର ଆଖ୍ୟା ଦେଇଛି।ଧୀରେ ଧୀରେ ଲତାର କୋଳରେ ମୁଣ୍ଡ ରଖି ଜୀବନ ଶୋଇଯାଇଛି। ଲତା ତାର ମୁଣ୍ଡକୁ ଆଉଁସୁ ଆଉଁସୁ ସେ ଭି ନିଦରେ ଶୋଇଯାଇଛି।ପଛପଟୁ ବର୍ଷା ମେଡମ୍ ଡାକ ଦେଲେ ଏଥର ଆସନ୍ତୁ ଯିବା ଜହ୍ନ ବା ଆଁ ଟା କରି ଅନାଇଛି।ସମସ୍ତେ ଚେଇଁ ଉଠିଲେ ।ରାତିରେ ଖାଇବା ପରେ ସମସ୍ତେ ଶୋଇବାକୁ ଗଲେ ଆଉ ଶୋଇଭି ଗଲେ ହେଲେ ବର୍ଷାକୁ ନିଦ ହେଉନି।ସବୁ କଥା ସେ ଶୁଣିଛି ଗଛ ଆଢୁଆଳରେ । ତା ମନରେ ଜୀବନ ପ୍ରତି ଦୁର୍ବଳତା ଧୀରେ ଧୀରେ ବଢ଼ିବାକୁ ଲାଗିଲା ।କିନ୍ତୁ କେବେ ପରିପ୍ରକାଶ କରିପାରେ ନା କାହିଁକି ନା ସେ ହେଉଛି ସେହି ଥାନାର ଗୋଟେ ସାଧାରଣ କନେଷ୍ଟବଳ ଆଉ ସେ ହେଉଛନ୍ତି ବଡ଼ବାବୁ
......... କ୍ରମଶଃ