Durgaprasad Panda

Drama


3.7  

Durgaprasad Panda

Drama


🌹 ସାଉଣ୍ଟା ପ୍ରେମ 🌹

🌹 ସାଉଣ୍ଟା ପ୍ରେମ 🌹

6 mins 39 6 mins 39

କିଛି ଦିନ ହେଲା ରେଖା ପରିଲକ୍ଷିତ କରିଛି ସଶାଙ୍କ ଙ୍କ ଆଉ ସେ ଭଲପାଇବା ନାହିଁ ତା ପ୍ରତି । ଅଫିସ୍ ରୁ ଆସିଲେ ନୀରବ ରହୁଛନ୍ତି। ।କିଛି କହିଲେ ରାଗୁଛନ୍ତି । କାହା ସହ ରାତି ରେ ଫୋନ ରେ ଗପୁଛନ୍ତି । ରେଖା କେତେ ଥର କହିଲାଣୀ ବାହାର କୁ ବୁଲିଯିବା ପାଇଁ। ବାବୁ ସୁଣୀ ନସୁଣିଲା ପରି ରହୁଛନ୍ତି।


       ଥରେ ଏହାର କାରଣ ଜାଣିବା ପାଇଁ ସେ ବାହାନା କରି ମୁଁ ବୋଉକୁ ଦେଖିବାକୁ ଯିବି କହି ଚାଲିଗଲା । ସେ ଦିନ ସନ୍ଧ୍ୟା ରେ ସଶାଙ୍କ ନିଜର ନୂତନ ପ୍ରେମିକା କୁ ନେଇ କ୍ୱାଟର କୁ ଆସିଛନ୍ତି । ରାତି ୧୨ ଟା ରେ କବାଟ ଠକ୍ ଠକ୍ ଶବ୍ଦ ଶୁଣି ନିଶା ଡରିଗଲା। ସଶାଙ୍କ କବାଟ ଖୋଲି ଦେଖେତ ରେଖା ଆଗରେ ଛିଡ଼ା ହୋଇଛି। ରେଖା ପାରିପାର୍ଶିକ ପରିସ୍ଥିତି ଦେଖି ସବୁ ବୁଝିପାରିଲା।


         କିନ୍ତୁ ଗୋଟେ କଥା ବୁଝପାରୁନାହିଁ ତାର ଭୂଲ୍ କୋଠୀ । ଦିନ ଥିଲା ଏଇ ସଶାଙ୍କ ତା ପାଇଁ ପାଗଳ ଥିଲେ । କଲେଜ୍ ସରିବା ପରେ ହଷ୍ଟେଲ ଆଗରେ ରାତି ରାତି ଯାଏଁ ଅପେକ୍ଷା କରୁଥିଲେ ଟିକେ ଦେଖା ହେବାପାଇଁ। ହଷ୍ଟେଲ ୱାର୍ଡେନ କୁ ପଇସା ଦେଇ ପୁରା ନିଜର କରୁଥିଲେ।ରାତି ୧୧ ଟା ପରେ ରେଖା ତଳକୁ ଆସୁଥିଲା ମିଶିବା ପାଇଁ। ଆଉ ସେଥି ଦୁହେଁ ନିଜ ନିଜ ଭିତ ରେ ହଜି ଯାଉଥିଲେ। ବେଳେ ବେଳେ ରାତି ପାହି ଯାଉଥିଲା କଥା ହଉ ହଉ।


            ମନେ ଅଛି କଲେଜ ରୁ ହଷ୍ଟେଲ ଆସିବା ବାଟ ରେ ଏକ ନଈ ପଡେ।ବେଳେ ବେଳେ ନଈ ଧାର ରେ ବସିବସି ସନ୍ଧ୍ୟା ହେଇଯାଇଥିଲା। ଆଉ ସନ୍ଧ୍ୟା ହବା ପରେ ହଷ୍ଟେଲ ରେ ତାଲା , ଆଉ ପୁଣି ୱାର୍ଡେନ ଠାରୁ ଗାଳି । ଖାଲି ଏତି କି ନୁହେଁ , ଦିନେ ରେଖା କୁ ସନ୍ଧ୍ୟା ରେ ଜ୍ଵର ହବା ଖବର ପାଇ ସଶାଙ୍କ ଆସନ୍ତି ଶୀଘ୍ର ହଷ୍ଟେଲ କୁ । ଏଠି ପୁଅ ମାନଙ୍କୁ ପ୍ରବେଶ ମନା । ଶେଷରେ ନିରୁପାୟ ହେଇ ଜଣେ ବାଟୋଇ କୁ ପଇସା ଦେଇ ରେଖା ର ଅଙ୍କଲ କହି ରେଖା କୁ ହଷ୍ଟେଲ ରୁ ମେଡିକାଲ୍ ଆଉ ମେଡିକାଲ୍ ରୁ ନିଜ ରୁମ୍ କୁ । ରାତି ସାରା ପାଖ ରେ ବସି ଓଦା ପଟି ଚେଇଞ୍ କରୁଥାନ୍ତି ଓ ଥର୍ମୋମିଟର ରେ ବାରମ୍ବାର ଟେମ୍ପ୍ରେଚର୍ ମାପୁଥାନ୍ତି । ସକାଳ ହଉ ହଉ ପୁଣି ରଙ୍ଗ ନନା ହୋଟେଲ୍ ରୁ ଚା ଆଉ ବିସ୍କୁଟ ଆଣି ଦେଲେ। ରେଖା ସେତକ ଖାଇ ମେଡିସିନ ଖାଇନେଲା। ତା ପରଠୁ ରେଖା ଆଉ କେବେ ପଛକୁ ଚାହିଁନି।


      ସେ ମନ ପ୍ରାଣ ଦେଇ ସଶାଙ୍କ କୁ ନିଜର କରିନେଲା । ଏତେ ଭଲପାଇବା ହଠାତ୍ ଆଜି କେମିତି ବଦଳିଗଲା । ସତ ରେ କଣ୍ ସେ ପ୍ରେମ ରେ କିଛି ସ୍ବାର୍ଥ ଥିଲା ସଶାଙ୍କ ର ?

          ଏବେ ଭି ମନେ ଅଛି ତାକୁ ତା ମାମା ବହୁତ ବୁଝାଇଥିଲା , ଦେଖ୍ ଏ ସବୁ ରେ ନପଡିବାପାଇଁ । ପାଞ୍ଚ ପୁରୁଷ ପରେ ସେ ଘରେ ଏକ ମାତ୍ର ଝିଅ , ବାପା , ଜେଜେ , ଜେଜେମା ସଭିଙ୍କ ସେ ଅତି ଗେହ୍ଲା ଥିଲା। 


ଏଇ ସଶାଙ୍କ ଯିଏ କି ତା ପାଇଁ ନିଜର ପରୀକ୍ଷାଫିସ ଦେଇଥିଲା।ଆଉ ନିଜେ ଲେଟ୍ ଫି ଦେଇଥିଲା। ଆଉ ଥରେ ନିଜର ହଷ୍ଟେଲ ଫି ଦେବାକୁ ଲେଟ୍ ହେବାରୁ ହଷ୍ଟେଲ ରୁ ବାହାରିଯିବା ପାଇଁଁ କୁହାଗଲା । ସେଦିନ ତା ମାମା ର ଶେଷ ସନ୍ତକ୍ ଚେନ୍ ଟିକୁ ବିକିି ହଷ୍ଟେଲ ଫିସ ଦେଇଥିଲା ।


      ପଢା ସରିବା ପରେ ହଷ୍ଟେଲ ରୁ ଘର କୁ ଚାଲି ଗଲା ।ଦିନେ ହଠାତ୍ ତାର ବାହାଘର ପ୍ରସ୍ତାବ ନେଇ ଜଣେ ନନା ଆସିଲେ ତାଙ୍କ ଘରକୁ ।ଘରେ ସମସ୍ତେ ରାଜି । କାରଣ ପୁଅ ଟି ଆମେରିକା ରେ ଗୋଟେ ମଲ୍ଟି ନେସନାଲ କମ୍ପାନୀ ରେ ମେନେଜର୍ ଅଛି ।ମାସକୁ ୪୦୦୦୦୦ ଦରମା।


       ଘରେ ସେ ସମସ୍ତଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲା ସେ ଗୋଟେ ପୁଅ କୁ ଭଲ ପାଏ ଏବଂ ମିଛ ଭି କହିଲା ଦୁହିଁଙ୍କ ମନ୍ଦିର ରେ ବାହା ଘର ହୋଇସାରିଛି। କିନ୍ତୁ କେହି ବୁଝିବା ପାଇଁ ନାରାଜ। ଶେଷ ରେ ନିଜ ବାପା,ମାମା,ଭାଇ ,ଜେଜେ ଓ ଜେଜେମା ଙ୍କୁ ଛାଡି କି ରାତା ରାତି ଘରୁ କିଛି ସୁନା ଗହଣା ଓ ଟଙ୍କା ଚୋରି କରି ଆସିଯାଇଥିଲା ଏ ରାଜଧାନୀକୁ । 


   ସଶାଙ୍କ ରୁମ୍ ପାଖରେ ରାତି ୯ ଟା ରେ । କିନ୍ତୁ ଏହା ଦେଖି ସଶାଙ୍କ ଡରି ଯାଇଥିଲା।କାରଣ ସେ ଚାହୁଁଥିଲା ସମସ୍ତଙ୍କ ସହମତି ରେ ବାହାଘର ହଉ। ତାକୁ କେହି ଭୁଲ୍ ନବୁଝନ୍ତୁ।ବାସ୍ ଏତିକି ତାର ଭୁଲ୍ ସେ କାହାକୁ କିଛି ନଜଣେଇ ହଠାତ୍ ଆସିଗଲା । ତା ପରେ ସଶାଙ୍କ ବହୁତ ବୁଝାଇଛି ଘରକୁ ଫେରିବା ପାଇଁ । କିନ୍ତୁ ରେଖା ନାଚାର। ସେ କୋ ମୁହଁ ନେଇ ଘର କୁ ଫେରିବ । 


    ହଁ ସଶାଙ୍କ ଟିକେ ସ୍ଵାଭିମାନୀ । ଯଦି ପାଖ ରେ କିଛି ନଥିବ ତେବେ ଭୋକ ଉପାସ ରେ ମରିଯିବ , କିନ୍ତୁ କାହା ଆଗରେ ମୁଣ୍ଡ ନୁଆଁଇବା ତା ଦ୍ଵାରା ହବନି। ମୁଁ ଗାଁ ରୁ ଆଣିଥିବା ଗହଣା ଓ ଟଙ୍କା ସେମିତି ସେ ଆଟାଜ୍ ରେ ଅଛି । ଘର ଛାଡ଼ି ଆସିବାର ୫ ବର୍ଷ ହେଲାଣି କିନ୍ତୁ ପୁଣି ଘର କୁ କେବେ ଫେରିନି । 


   ସଶାଙ୍କ କୁ ୧୫ ବର୍ଷ ହେଇଥାଏ। ବାପାବୋଉ ସହର କୁ ଆସିଥିଲେ ପୁଅ କୁ ଦେଖିବା ପାଇଁ । ଫେରିବା ବେଳେ ହଠାତ୍ କାର୍ ଦୁର୍ଘଟଣା ରେ ବାପା ବୋଉ ଦୁହେଁ ଚାଲିଗଲେ ଆରପାରିକୁ। ସେବେଠୁ ଗାଁ ଘର ଜମିବାଡ଼ି ସମ୍ପର୍କିତ ମାମଲା ଗୋମସ୍ତା ଦେଖନ୍ତି ।ମଝିରେ ମଝିରେ ସଶାଙ୍କ ଯାଏଁ ହିସାବ କିତାବ୍ ଦେଖି କି ଆସେ ।


ପ୍ରାୟ ୧ ବର୍ଷ ମିଶି କି ରହିବା ପରେ ବୋଧହୁଏ ସଶାଙ୍କ ବାଧ୍ୟ ହେଇଥିଲା ବାହା ହବାପାଇଁ। ଦୁହେଁ ପ୍ରଥମେ ମନ୍ଦିର ଆଉ ତାପରେ କୋର୍ଟ ରେ ବାହା ହେଇଥିଲେ। ବାହାଘର କୁ କିଏ ଆସିନଥିଲେ କେବଳ କେଇ ଜଣ କଲେଜ ପଢା ସାଙ୍ଗ ଙ୍କୁ ଛାଡି କି। ସମସ୍ତ ଙ୍କ ପାଇଁ ମନ୍ଦିର ରେ ହିଁ ଖାଇବା ବ୍ୟବସ୍ଥା ହୋଇଥିଲା । ତା ପର ଠୁ ନୂଆ ଜୀବନ ପାଇଛି ରେଖା । ସମାଜ ରେ ଗୋଟେ ସିକୃତି ତାକୁ ମିଳିଛି ସଧବା ନାରୀ ର ।


   ବାହାଘର ର ଏତେ ବର୍ଷ ପରେ ଭି ତା କୋଳ ରେ ଗୋଟେ ଛୁଆ ନାହାନ୍ତି। ସେ ଆଜିଭି କୁଆଁରୀ। ଅନେକ ଥର ଅନୁରୋଧ କରିଛି। କିନ୍ତୁ ସଶାଙ୍କ ର ଗୋଟିଏ ଜିଦ୍ ଯୋ ପର୍ଯ୍ୟନ୍ତ ତାଙ୍କ ଘରେ ଶିକୃତି ନ ମିଳିଛି ସେ ପର୍ଯ୍ୟନ୍ତ ସେ ରେଖା କୁ ହାତ ଲଗାଇବନି। 


      ଆଜି ସେ ବୁଝି ପାରୁନି ତା ପାଖ ରେ ଏମିତି କଣ ଅଭାବ ରହିଗଲା ଯେ ସଶାଙ୍କ ଅନ୍ୟ ଗୋଟେ ଝିଅ କୁ ଘରକୁ ଆଣିଛି।ପୁଣି ନିଜ ସ୍ତ୍ରୀ ଥାଉ ଥାଉ। 

     ଶେଷ ରେ ରେଖା ନିଶା ର ପିଛା କଲା ସେ କୋଉଠୀ ରହେ କଣ କରେ ।ଦିନେ ଦେଖିଲା ସେ ଅନ୍ୟ ଏକ ପୁଅ ସହ ଏକ ହୋଟେଲ୍ କୁ ଯାଉଛି। ରେଖା ଭି ତା ପଛେ ପଛେ ଗଲା। ସେ ଭିତର କୁ ଯାଇ ଦେଖେ ତ ଆଶ୍ଚର୍ଯ୍ୟ।ନିଶା ଆଗରେ ଯିଏ ବସିଚି ସିଏ ଆଉ କିଏ ନୁହେଁ ବରଂ ରେଖା ସହ ୫ ବର୍ଷ ତଳେ ବାହାଘର ପାଇଁ ଠିକ୍ ହୋଇଥିବା ଆମେରିକା ପୁଅ ରାକେଶ।ତାଙ୍କ କଥାବାର୍ତ୍ତା ରୁ ଜାଣିପାରିଲା ଯେ ସଶାଙ୍କ ତାଙ୍କ ଅଫିସ୍ ରେ କାମ କରେ । ଆଉ ରାକେଶ ତାଙ୍କ କମ୍ପାନୀ ର ବୋଷ ଅଟେ । ତେଣୁ ରାକେଶ ର ଈଶାରା ରେ ନିଶା କାମ କରୁଛି।ଆଉ ଗୋଟେ ବଡ଼ କଥା ହେଲା ରାକେଶ ଏ ପରଯ୍ୟନ୍ତ ବାହା ହୋଇନି କେବଳ ରେଖା କୁ ପାଇବା ଆସା ରେ । ସେଥି ପାଇଁ ରାକେଶ ନିଶା କୁ ମୋହରା କରାଇ ରେଖା ଓ ସଶାଙ୍କ କୁ ଅଲଗା କରିବା ପାଇଁ ଚେଷ୍ଟା ଚାଲିଛି। ଏବଂ ଏ ବିଷୟ ରେ ସଶାଙ୍କ କୁ ମଧ୍ଯ ଧମକ୍ ଦିଆଯାଇଛି । ଯଦି ସେ କଥା କାହାକୁ କୁବେ ତେବେ ତାକୁ ଚାକିରି ରୁ ବାହାର କରିବା ସହ ରେଖା କୁ ମାରିଦିଆଯିବ।


        ଏ ସବୁ ଶୁଣିବା ପରେ ରେଖା କୁ ପାଦ ତଳ ର ମାଟି ଖସିଗଲାପରି ଲାଗିଲା। ସେ କଣ କରିବ କିଛି ଭାବି ପାରିଲାନି।ଶେଷ ରେ କିଛି ଉପାୟ ନପାଇ ଦିନେ ଏକା ଦେଖି ନିଶା ର ଘର କୁ ଗଲା । ସେଠି ତାର ଗୋଡ଼ ହାତ ଧରି କାନ୍ଦିବାକୁ ଲାଗିଲା ।ଓ ସେ ସବୁ କଥା ଜାଣିଛି କହିଲା । ଏଵଂ ଅନୁରୋଧ କଲା ସଶାଙ୍କ କୁ ବଞ୍ଚାଇବା ପାଇଁ ।ବହୁତ କାକୁତି ମିନତି ହୋଇ କାନ୍ଦିବା ପରେ ରାଜିହେଲା ।ଦୁହେଁ ମିଶି ପ୍ଲାନ୍ କରି ରାକେଶ କୁ ନିଶା ଘର କୁ ଡାକିଲେ।ରେଖା ବେଡ୍ ରୁମ୍ ରେ ଲୁଚି କି ରହିଲା। ରାକେଶ ଆସି ସୋଫା ରେ ବସିଥିଲା । ଏ ସମୟ ରେ ନିଶା ପଚାରିଲା କିଛି ନେବେ ।କଫି ନ ଚାହା । ରାକେଶ ଉତ୍ତର ଦେଲା କଫି । ଏଥର ନିଶା ଭିତର କୁ ଚାଲିଗଲା ଆଉ ସେପଟୁ ରେଖା ଚାହା ନେଇ ରାକେଶ ସାମ୍ନା ରେ । ହଠାତ୍ ନିଜ ସାମ୍ନା ରେ ରେଖା କୁ ଦେଖି ରାକେଶ ଡରିଗଲା। ଟିକେ ବ୍ୟତିବ୍ୟସ୍ତ ହେଲା।     


         ରେଖା ନିଜ ଶରୀର ରୁ ଶାଢ଼ୀ ଟି ଖୋଲି ଦେଇ କହିଲା ଆସ ତୁମ ମନା ର ଭୋକ ମେଣ୍ଟାଇ ନିଅ । ଆଉ ମୋ ସିନ୍ଦୁର କୁ ଛାଡ଼ିଦିଅ। ରାକେଶ ପୁରା ଲଜ୍ଜିତ। କଣ କହିବ କିଛି ବୁଝପାରୁନାହିଁ।ଶେଷ ରେ ନିଜ ର ଭୂଲ ବୁଝିପାରିଲା। ଓ କ୍ଷମା ମାଗିନେଲା । ଓ ଶପଥ କଲା ଆଉ ଆଜିଠୁ କେବେ ଭି ସେ ତା ଜୀବନ ରେ ଆସିବ ନାହିଁ। ରେଖା ଶେଷରେ ଅନୁରୋଧ କଲା ଯେ ମୋର ଗୋଟେ ଶେଷ କଥା ରଖିବ। ନିଶା ଭଳି ଏକ ଗରିବ ଝିଅ କୁ ବାହା ହବା ପାଇଁ । ଯିଏ କି ଜାଣେ ନିଷ୍କଳଙ୍କିନି । କେବଳ ରାକେଶ ର କଥା ଆଉ ପଇସା ଲୋଭ ରେ ପଡି ସଶାଙ୍କ ସହ ମିଶିଥିଲା ସତ କିନ୍ତୁ ଆଜିବି ସେ କୁଆଁରୀ । ସଶାଙ୍କ କେବେ ଭି ନିଶା କୁ ସ୍ପର୍ଶ କରିବା ତା ଦୂର କଥା ତ ଚାଇ ଭି ପଡ଼ିବ କୁ ଦେଇନି ନିଶା ଉପରେ । କେବଳ ଚାପ ରେ ବଶବର୍ତ୍ତୀ ହୋଇ ସେ ଭି ଏ ରଙ୍ଗ ମଞ୍ଚ ରେ ଏକ ଅଭିନେତା ସାଜିଥିଲା ।


        ରାକେଶ ନିଜ ଭୁଲ୍ ବୁଝି ପରି ନିଶାକୁ ସବୁଦିନ ପାଇଁ ନିଜର କରିନେଲା ।ସେପଟେ ରେଖା ବି ସଶାଙ୍କ କୁ ନେଇ ନୂଆ ଜୀବନ ଗଢିଲା। ଆଜି ଦୁଇ ପରିବାର ବହୁତ ଖୁସି ରେ ଅଛନ୍ତି । ସଶାଙ୍କ ଭି ରେଖା ଭଳି ଝିଅକୁ ପାଇ ନିଜ କୁ ଧନ୍ୟ ମନେ କରୁଛି।


Rate this content
Log in

More oriya story from Durgaprasad Panda

Similar oriya story from Drama