STORYMIRROR

Gayatri Singh

Abstract Classics Inspirational

3  

Gayatri Singh

Abstract Classics Inspirational

ଅଲୋଡ଼ା

ଅଲୋଡ଼ା

2 mins
277


ଡିସେମ୍ବର ମାସ ର ଶିଶିର ଭିଜା ସକାଳ। କରୋନା ଚାଦର ଘୋଡେଇ ହେଇଛି ସାରା ପୃଥିବୀ । କୁହୁଡ଼ିରେ ବାଟ ସବୁ ହଜି ଯାଇଛି । ସବୁ ଅଦୃଶ୍ୟ ମନେ ହେଉଛି । ପାଖକୁ ଆସିଲେ ବି କାହାକୁ ଚିହ୍ନି ହେଉନି ମାସ୍କ ଆଉ ଶୀତ ବସ୍ତ୍ର ପରିଧାନରେ। ଅବଶ୍ୟ କିଛିଟା ସଂକ୍ରମଣ ର ଭୟ କମିଯାଇଛି । ତଥାପି କାହା ସଂସ୍ପର୍ଶରେ ଆସିବାକୁ ଭୟ ଲାଗୁଛି । କୁହୁଡି ଭିତରୁ କିଛି ଲୋକଙ୍କ ଯିବା ଆସିବା ବାରି ହେଇ ପଡୁଛି । ରାସ୍ତା ପାର୍ଶ୍ଵ ଗଛ ମୂଳରେ କେହି ଜଣେ ବସିଥିବାର ଝାପ୍ସା ଦେଖା ଯାଉଛି। ହେଲେ କୁହୁଡି ପାଇଁ ଏତେ ସ୍ପଷ୍ଟ ଦେଖାଯାଉନି କି ଏତେ ଲୋକ ଯିବା ଆସିବା ଭିତରେ କାହାର ବି ସେ ଆଡକୁ ନିଘା ନାହିଁ। ନିଜେ ପାଖକୁ ଯାଇ ଦେଖିଲେ ଜଣେ ବୃଦ୍ଧ । ବୟସ ପାଖାପାଖି ସତୁରୀ ଭିତରେ ହେବ । ଗୋଟିଏ ପାଖକୁ ଢଳି ପଡିଛି ସେଇ ବାଟ ଦେଇ ଯିବା ଆସିବା କରୁଥିବା ଲୋକଙ୍କ ସହାୟତାରେ ତାକୁ ପାଖରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଗଲେ । କରୋନା ସମୟ ରେ ହିଁ ତାଙ୍କର ଏଇଠି ପୋଷ୍ଟିଂ ହେଇଥିଲା। ରୋଗୀ ସେବା କରି କରି ସେ ଅଭ୍ୟସ୍ତ ହେଇଗଲେଣି । ସବୁ ପ୍ରକାର କେସ କୁ ହ୍ୟାଣ୍ଡେଲ କରିବା ସେ ସମୟ ଠାରୁ ଶିଖି ଗଲେଣି। ଯେ କୋୖଣସି ସିରିଅସ କେସ ଆସିଲେ ମଧ୍ୟ ସେ ବିଚଳିତ ହେଉ ନାହାନ୍ତି। ସାଙ୍ଗେ ସାଙ୍ଗେ ରୁମହିଟର ଲଗାଇ ଲୋକ ଟିର ଚିକିତ୍ସା ଆରମ୍ଭ କରିଦେଲେ। କିଛି ସମୟ ତା ପାଖରେ ବସି ରହିବାପରେ ଲୋକ ଟିର ଚେତା ଆସିଲା । ସେ ଉଠିବାକୁ ଚେଷ୍ଠା କରୁଥିଲା । ହେଲେ ତାଙ୍କ ଇଙ୍ଗିତ ରେ ପୁଣି ଶୋଇ ରହିଲା। ରୁମ ଟା ଗରମ ହେବା ପରେ ତାକୁ ଭଲ ଲାଗିଲା । ସେ ନିଜେ ଉଠି ବସିଲା । ଏବେ ସେ ସୁସ୍ଥ ଅନୁଭବ କରୁଛି ବୋଲି କହିବା ପରେ ଏଠିକି କିପରି ଆସିଲା ପ୍ରଶ୍ନ କଲା ।ମୁଁ ଆଣିଛି । ହେଲେ ମତେ କୁହ ଏମିତି ଶୀତ ରାତିରେ ତମେ ସେଠିକି ଆସିଲ କେମିତି । ତା ଆଖି କୋଣ ରୁ ଲୁହ ଝରି ଆସିଲା। ଲକଡାଉନ ପାଇଁ ଜୀବନ ଜୀବିକା ସଂକଟରେ । ସେ ବି କାମ ଧନ୍ଦା ହରାଇଲା । ପରିବାର ର ବୋଝ ବୋହୁଥିବା ମଣିଷ ଆଜି ପରିବାର ପାଇଁ ବୋଝ ହୋଇଗଲା । ପୁଅ ବୋହୂ ବୁଢା ବାପକୁ ଗଣ୍ଡେ ଖାଇବାକୁ ଦେବାକୁ ଅମଙ୍ଗ ହେଲେ । ସବୁ ବେଳେ ଘରେ ପାଟି ତୁଣ୍ଡ ଲାଗି ରହିଲା । ହେଲେ ଗତ ରାତି ସବୁ ସୀମା ପାର ହୋଇଗଲା । ଏ ନିଅଣ୍ଟିଆ ସମୟରେ ସେମାନେ ତାକୁ ଖାଇବାକୁ ଦେଇପାରିବେନି କହି ଘରୁ ବାହାର କରିଦେଲେ ପ୍ରତିଵାଦ କରିବାରୁ ମାଡ଼ ଦେବାକୁ ମଧ୍ୟ ପଛାଇ ନଥିଲେ । ଶୀତରେ ସେ ଆଉ ବେଶୀ ବାଟ ଚାଲି ପାରି ନଥିଲା । ଏଇ ଗଛ ତଳେ ବସିପଡିଥିଲା । ହେଲେ ଏବେ ଯିବି କୁଆଡେ । ଏଇଠି ରହିବ କହି ଡାକ୍ତର ବାବୁ ତା ହାତ କୁ ଗରମ ଗରମ ଚା ସହିତ ବିସ୍କୁଟ କେଇ ଖଣ୍ଡ ଧରେଇଦେଲେ। ବୁଢା କେବଳ ଡାକ୍ତର ବାବୁଙ୍କ ମୁହଁ କୁ ବଲ ବଲ କରି ଚାହିଁ ରହିଥାଏ । ସେ ଶୁଣିଥିଲା ଡାକ୍ତର ମାନେ ରୋଗୀ କୁ ନୂଆ ଜୀବନ ଦେଇଥହାନ୍ତି ବୋଲି ଲୋକେ ତାଙ୍କୁ ଦ୍ଵିତୀୟ ଭଗବାନ ବୋଲି କହିଥାନ୍ତି । ପାଖରେ ସେ ଭଗବାନ ଙ୍କୁ ପାଇ ଅନୁଭବ କଲା ବାସ୍ତବିକ ମାନବିକତା ଏବେ ବି ବଞ୍ଚିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract