Gayatri Singh

Romance Tragedy

3  

Gayatri Singh

Romance Tragedy

ତୋ ପ୍ରେମରେ

ତୋ ପ୍ରେମରେ

4 mins
6



ଏମିତି ଲେଖା ଲେଖିରୁ ଦୁହିଁଙ୍କ ମଧ୍ୟରେ ପରିଚୟ ହୋଇଥିଲା । ତାପରେ ପେନ ଫ୍ରେଣ୍ଡ ଧୀରେ ଧୀରେ ବନ୍ଧୁତା । ସାରସ୍ଵତ ଆଲୋଚନା ରେ ଅନେକ ସମୟ ଦୁହେଁ କଟାନ୍ତି । ଏମିତି ବନ୍ଧୁତା ରୁ ଶୁଭମ ଦୁଇପାଦ ଆଗେଇ ଯାଇଥିଲେ । ସୁଚିତ୍ରା କୁ ନିଜ ମନର କଥା କହିଥିଲେ । ନିଜ ଭଲ ପାଇବାକୁ ତା ଆଗରେ ପ୍ରକାଶ କରିଥିଲେ । ସୁଚିତ୍ରା କିଛି ସମୟ ପାଇଁ ଚୁପ୍ ହୋଇ ଯାଇଥିଲା । ଉତ୍ତର ରଖିବା ପାଇଁ  କିଛି ସମୟ ମାଗିଥିଲା ଶୁଭମକୁ । ହେଲେ ଘରେ କଣ ରାଜି ହେବେ । କେମିତି କହିବ ଶୁଭମ କୁ । ତାପରେ ଶୁଭମ କୁ ସେ ଯେତେ ଥର ଭେଟିଛି ତା ଆଖିରେ ଭଲ ପାଇବା ହିଁ ଦେଖିଛି । 


ଧିରେ ଧିରେ ଶୁଭମ ବି ତାକୁ ଭଲ ଲାଗିଲେ । ଭଲ ଲାଗୁ ଲାଗୁ କେତେବେଳେ ତା ଅଜାଣତେ ସେ ଶୁଭମକୁ ଭଲ ପାଇ ବସିଛି ।  ଭଲ ପାଇବା ଆଉ ଭଲ ଲାଗିବା ଦୁଇଟି ଶବ୍ଦ ର କାହାଣୀ । ସେ କାହାଣୀ ର ସେ ନାୟିକା ହୋଇ ସାରିଛି   ସେ ସେତେବେଳେ ଅନୁଭବ କଲା ଯେତେବେଳେ ଶୁଭମର ଅନୁପସ୍ଥିତି ରେ ତାକୁ କିଛି କିଛି ଲାଗିଲା । ଦିନ ସାରା ଶୁଭମ ର କଥା ଶୁଭମ ର ଚେହେରା ଖାଲି ହୃଦୟ ଭିତରେ ଫେଣ୍ଟି ହେଲା । ତାହେଲେ ସତରେ କଣ ସେ ପ୍ରେମ ଘେରରେ ? ସେ ଅଦେଖା ଯନ୍ତ୍ରଣା, ସେ ଅଲେଖା ଅକ୍ଷର ସେ ଅର୍ଥହୀନ ଅପେକ୍ଷା ବୋଧେ ଭଲ ପାଇବା । ଭଲ ପାଇବା କୁ ପ୍ରକାଶ କରିବା ଭାରୀ ଗୋଟେ କାଠିକର କଥା । କେମିତି କହିବ କାହାକୁ କହିବ ମନର କଥାକୁ । ଶୁଭମ କୁ ବି କହିବାକୁ  ଅନେକ ଦିନ ଲାଗିଯାଇଥିଲା । ମୋତେ ଭଲ ପାଅ ଶୁଭମ ର  ପ୍ରଶ୍ନରେ ସୁଚିତ୍ରା ତଳକୁ ମୁଣ୍ଡ ପୋତି କେବଳ ହଁ ମାରିଥିଲା । ସତରେ ଗୋଟେ ଝିଅ ପାଇଁ ଭାରୀ ଲାଜ ର କଥା ।


କିଛି ଦିନ ପରେ ଶୁଭମ ବାହାଘର ପାଇଁ ସୁଚିତ୍ରାକୁ ପ୍ରସ୍ତାବ ଦେଇଥିଲେ । ହେଲେ ସୁଚିତ୍ରା ମନା କରିଦେଇଥିଲା । କାରଣ ସେ ଭଲ ଭାବେ ଜାଣେ ଏ ପ୍ରସ୍ତାବକୁ ଘରେ କେବେ ରାଜି ହେବେନାହିଁ । ପ୍ରଥମେ ତ ଶୁଭମର ଚାକିରୀ ନାହିଁ ତା ଉପରେ ପୁଣି ସୁଚିତ୍ରା ଘର ପରି ତାଙ୍କ ଘରର ଆଭିଜାତ୍ୟ ନାହିଁ । ତ କଣ ହେଲା ସେଠୁ । ପ୍ରେମ କଣ ଜାତି ଅଜାତି ଧନୀ ଗରିବ ଏ ସବୁ ଦେଖେ । ପ୍ରେମ ର ପ୍ରଥମ ସର୍ତ୍ତ ହେଲା ନିଃସର୍ତ୍ତ । ସବୁ ପରେ ବି ସୁଚିତ୍ରା, ଶୁଭମକୁ ଭଲ ପାଏ । ଆଉ ତାକୁ ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛି । ହେଲେ ଘରେ ସେଇ ଗୋଟିଏ କଥା । ଶୁଭମ ସହିତ ତୋର ବାହାଘର ହୋଇପାରିବନି । ସେ ଭିକାରୀ ସହିତ ତୁ କଣ ଭିକାରୁଣୀ ହୋଇ ରହିବୁ । ତାର କଣ ଅଛି । ନା ରୋଜଗାର ନା ବଂଶ ମର୍ଯ୍ୟାଦା  । ଭଲ ହୃଦୟ ଟେ ଅଛି  ମନେ ମନେ ଭାବି ଚୁପ୍ ରୁହେ ।


ଦିନକୁ ଦିନ ତାର ଭଲ ପାଇବା ଓ ବାହାଘର କୁ ନେଇ ଘରେ ଅଶାନ୍ତି ବଢ଼ିବାରେ ଲାଗିଛି ।  ୟା ଭିତରେ ତାକୁ ଶୀଘ୍ର ବାହାଘର କରିଦେବା ପାଇଁ ଅନେକ ପ୍ରସ୍ତାବ ଦେଖା ଦେଖି କରିବା ସହିତ ବାହାଘର ର ପ୍ରସ୍ତୁତି ଚାଲିଛି । ଘର ର ପରିସ୍ଥିତି ଦେଖି ସେ ଶୁଭମ କୁ ମନା କରି ଦେଇଛି ।ତୁମେ ମତେ ଭୁଲି ଯାଇ ଅନ୍ୟ କୋଉଠି ବିବାହ କରିନିଅ । ଶୁଭମର ସେଇ ଗୋଟିଏ ଜିଦି  । ତୁମ ଛଡା ଅନ୍ୟ କାହା କଥା ମୁଁ ଜୀବନ ଥିବା ପର୍ଯ୍ୟନ୍ତ ଚିନ୍ତା କରି ପାରିବିନି । ତୁମକୁ ହିଁ ବାହା ହେବି । ଘର ଲୋକଙ୍କ ଉପସ୍ଥିତିରେ ବାହାବେଦୀରେ ତୁମକୁ ବାହାହୋଇ ଆଣିବି । ଏପଟେ ଘର ଲୋକ ଙ୍କ ଜିଦି କଦାପି  ତା ସହିତ ବାହାଘର ହୋଇ ପାରିବନି । ଏପଟେ ଘର ଲୋକ ଙ୍କ ଜିଦି ସେପଟେ ଶୁଭମ  ର ଜିଦି ସେ ଖାଲି ମଝିରେ ସନ୍ତୁଳି ହେଉଛି ।  ଏମିତି ନିଜ ନିଜ ଜିଦ୍ଦିରେ ଅଟଳ ରହି ସମୟ ଗଡି ଚାଲିଲା ତା ସହିତ ବୟସ ବି ବଢି ଚାଲିଲା । ଶୁଭମର ସେଇ ଗୋଟିଏ କଥା ସୁଚିତ୍ରାକୁ ବାହା ହୋଇ ଘରକୁ ଆଣିବି । ହେଲେ ସୁଚିତ୍ରା ଘର ଲୋକଙ୍କର ନା ବ୍ୟତୀତ ହଁ ହେଇ ପାରିଲା ନାହିଁ ।


ସବୁଦିନ ବିବାହ କୁ ନେଇ ଘରେ ଝଡ ବହିଲା । ସମସ୍ତେ ସମସ୍ତଙ୍କ ଜିଦି ରେ ଅଟଳ । ଘରେ ସୁଚିତ୍ରା ବାହାଘର କୁ ନେଇ ତା ଉପରେ ଦିନକୁ ଦିନ ଅତ୍ୟାଚାର ବଢି ଚାଲିଲା । କେତେ ଆଉ ସହିବ ? ଶେଷରେ ସୁଚିତ୍ରା ପାଟି ଖୋଲିଲା । ଦିନେ ସେ ଶୁଭମ କୁ ମନା କରୁଥିଲା ଏମିତି କୌଣସି ପଦକ୍ଷେପ ନେବା ନାହିଁ ଯାହା ପାଇଁ ଘର ର ସମ୍ମାନ ହାନି ହେବ । ହେଲେ ଘରେ ଅତ୍ୟାଚାରିତ ହେବା ପରେ ଶୁଭମ କୁ ବାଧ୍ୟ ହୋଇ କହିଲା ଏ ଘରୁ ତାକୁ ନେଇ ଯିବା ପାଇଁ । ଆଉ ସହି ହେଉନି । ଭଲ ପାଇବା ଟା ଯେମିତି ଗୋଟିଏ ବଡ ପାପ ଆଉ ଅପରାଧ। ସେପରି ବ୍ୟବହାର ତା ପ୍ରତି ହେଉଛି । ସବୁ ପ୍ରେମିକ ପ୍ରେମିକା ପରି ସେ ପ୍ରେମିକ ସହିତ ଲୁଚି ପଳାଇ ନଥିଲା  ।  ଶୁଭମର ଘର ଲୋକ ଆସି ତା ପରିବାର କୁ ଅନେକ ବୁଝାଇବା ପରେ ମଧ୍ୟ ସେଇ ଗୋଟିଏ ନା ତା ସହିତ ବିବାହ ହେଇ ପାରିବନି । ଶେଷରେ ଶୁଭମ  ର ଘର ଲୋକ ଙ୍କ ଉପସ୍ଥିତିରେ ସେ ଘର ଛାଡିଲା କାନ୍ଦି କାନ୍ଦି ବାପା ମାଆ ଙ୍କୁ ଅନେକ ବିନତି କରିଥିଲା ତା ପ୍ରେମ କୁ ପାଇବା ପାଇଁ । ହେଲେ ସୁଚିତ୍ରା ଘରଲୋକ ତାକୁ ସହଯୋଗ କଲେ ନାହିଁ । ଶୁଭମର ପରିବାର ସୁଚିତ୍ରା କୁ ସସମ୍ମାନେ ଆଣି ବୈଦିକ ରିତୀ ନିତି ଅନୁଯାୟୀ ଦୁହିଁଙ୍କ ବିବାହ କାର୍ଯ୍ୟ ସମାପନ କଲେ । ଭଲ ବର ଭଲ ଘର ଭଲ ପରିବାର ପାଇଲା ସୁଚିତ୍ରା ହେଲେ ବାପ ଘର ଲୋକ ତା ଠାରୁ ଦୂରେଇ ଗଲେ । ପ୍ରେମ ରେ ଏମିତି ହୁଏ । କିଛି ପାଇଲେ କିଛି ହରେଇବାକୁ ହୁଏ । 



Rate this content
Log in

Similar oriya story from Romance