Gayatri Singh

Children Stories Drama Tragedy

4  

Gayatri Singh

Children Stories Drama Tragedy

ହିରୋ

ହିରୋ

2 mins
295



ସେ ତ ନିଜକୁ ବୁଝାଇ ନେଇଛି । ଅମାନିଆ ଲୁହ କୁ ବି ଅଟକାଇ ଦେଇଛି । କେମିତି ବୁଝାଇବ ବୃଦ୍ଧ ଶାଶୁ ଶ୍ୱଶୁର ଙ୍କୁ ଆଉ ଚାରି ବର୍ଷର କୁନି ପୁଅ ପ୍ରତୀକକୁ । ଯିଏ ପ୍ରତି ମୁହୁର୍ତରେ ତାର ଖନି ଖନି ପାଟିରେ ପଚାରୁଛି ପାପା କେବେ ଆସିବେ । ପୁଅ ସଞ୍ଜିବ କୁ ଝୁରି ଝୁରି ଶାଶୁ ଙ୍କ ଆଖିରୁ ଲୁହ ଏ ଯାଏଁ ଶୁଖିନି । ଶ୍ୱଶୁର ଖଟ ଧରି ସାରିଲେଣି । ସାହି ପଡିଶା ବନ୍ଧୁ ବାନ୍ଧବ ସମସ୍ତେ ସହାନୁଭୁତି ର ବାର୍ତା ଦେଇ ଯାଉଛନ୍ତି । ଘରେ ଶୁଦ୍ଧକ୍ରିୟା କାମ ପାଇଁ ଲୋକଙ୍କ ଯିବା ଆସିବା ଲାଗି ରହିଛି । ଏତେ ଗହଳି ଭିତରେ ବି ସେ ନିଜକୁ ଖୋଜି ପାଉନାହିଁ । କାହା ଡାକ ତା କାନ କୁ ଶୁଭୁ ନାହିଁ । କେବଳ ପୁଅ ପ୍ରତୀକ ଡାକରେ ହୁଁ ହଁ ରେ ମୁଣ୍ଡ ହଲାଉଛି । କାହା ସହିତ ତାର କଥା ହେବାକୁ ଇଚ୍ଛା ନାହିଁ । ତାର ଖାଲି ଆଖି ଆଗରେ ନାଚି ଯାଉଛି ସେହି ଅଶୁଭ କ୍ଷଣ,ସେହି ଛାତିଥରା ମୁହୁର୍ତ୍ତ । ଫୋନ ରିସିଭ କରି ସାରିବା ପରେ,ଫୋନ ଟା ହାତରୁ ଖସି ପଡିଲା । ସେ ଲଥ୍ କରି ବସି ପଡିଲା ସୋଫା ଉପରେ । ପୁଅ ପ୍ରତୀକ ପାଖକୁ ଧାଇଁ ଆସି କହିଲା ମାମା କଣ ହେଲା ତୁମର । ସେ କିଛି କହି ପାରୁନି,ପାଟି ତାର ଖନି ବାଜିଯାଉଛି । ଶ୍ୱଶୁର ପାଖକୁ ଆସି ପଚାରିଲେ ମା ଲତା କଣ ହେଇଛି । ସେ ଶ୍ୱଶୁର ଙ୍କ ମୁହଁକୁ ବଲ ବଲ କରି ଚାହିଁ ରହିଥାଏ । ଶାଶୁ ପଚାରିଲେ ଆରେ କଣ ହେଇଛି କହୁନୁ କାହିଁକି । କାହାକୁ କିଛି ନକହି ଟି.ଭି ସୁଇଚ ଅନ କରିଦେଲା । ଘଡଘଡି ବିଜୁଳି ହେଉଥିବାରୁ ସନ୍ଧ୍ୟା ବେଳୁ ଟି.ଭି ବନ୍ଦ ଥିଲା । ଟି.ଭି ରେ ନିଉଜ ଚାଲିଛି । ସବୁ ଚ୍ୟାନେଲ ରେ ସେଇ ଗୋଟିଏ ନ୍ୟୁଜ । ମାଓବାଦୀ ଙ୍କ ସହିତ ଗୁଳି ବିନିମୟରେ ଓଡିଶା ର ସଞ୍ଜିବ ଜେନା ନିହତ । ଶାଶୁ ଭୁଇଁରେ ଲୋଟିପଡି ମଥା ପିଟି ପିଟି କାନ୍ଦି ଚାଲିଲେ । ଶ୍ୱଶୁର କହିଲେ ଆରେ ବାପା ଜୀବନରେ ସବୁ କାମ ଠିକ କରୁ କରୁ ଆଜି କେମିତି ଭୁଲ ହୋଇଗଲୁ । ବାପା ସିନା ପୁଅ କାନ୍ଧରେ ଶ୍ମଶାନ କୁ ଯାଏ, ଆଜି ତୁ ଏ ଜୀବିତ ଅବସ୍ଥାରେ ବାପକୁ ଶ୍ମଶାନ ଦେଖାଇଦେଲୁ । ଏ ଅଧମ ବାପ କେମିତି ସହିବ । କାହିଁକି ଏମିତି କଲୁରେ ବିଧାତା କହି ଶ୍ୱଶୁର ପିଲା ଙ୍କ ପରି ଭୋ ଭୋ କାନ୍ଦି ଚାଲିଲେ । ପୁରା ପୁରି ପ୍ୟାକ କରାଯାଇଥିବା ଶବାଧାର ପାଖରେ ସମସ୍ତେ କାନ୍ଦୁଥିବାର ଦେଖି ପୁଅ ପଚାରିଲା ଏଇଟା କଣ ମା । ସମସ୍ତେ କାହିଁକି କାନ୍ଦୁଛନ୍ତି । କଣ କହି ବୁଝାଇବ ତାକୁ । ସବୁବେଳେ ତାର ସେଇ ଗୋଟିଏ ପ୍ରଶ୍ନ । ପାପା କେବେ ଆସିବେ? ଲତା ସେଇ ଗୋଟିଏ କଥା ବୁଝାଇ ଚାଲିଛି । ତୋ ପାପା ଜଣେ ହିରୋ । ଯେତେ ସବୁ ଭିଲିଆନ ଅଛନ୍ତି ସେମାନଙ୍କୁ ମାରି ସାରିଲେ ଆସିବେ । ତୁ ବଡ ହୋଇଯା ପାପା ଙ୍କ ସହିତ ମିଶି ଭିଲିଆନ ମାନଙ୍କ ସହିତ ଲଢି ପାପା ଙ୍କୁ ନେଇ ଶୀଘ୍ର ଫେରିବୁ । କେତେ ଆଉ ମିଛ କହିବ । ଏଥର କିନ୍ତୁ ତା ପ୍ରଶ୍ନର ସଠିକ ଉତ୍ତର ଦେବାକୁ ପଡିବ କାରଣ ପ୍ରତୀକ ଧିରେ ଧିରେ ବଡ ହେଉଛି । 



Rate this content
Log in