ଅଲିଭା ଦାଗ
ଅଲିଭା ଦାଗ
ସେଦିନ ସୋମେଶ ନୂଆ ନୂଆ କଲେଜ କୁ ଯାଇଥାଏ। ସେଇଟା ଥିଲା ଗୋଟେ କଟକ ଫ୍ରେଣ୍ଡସ କଲୋନୀ ସ୍ଥିତ ରେସିଡେନ୍ସିଆଲ କଲେଜ। ୨ବିଜ୍ଞାନ ରେ ଗାନ୍ଧୀ ଡିଭିଜନ ପାଇବାରୁ ଭଲ କଲେଜ ରେ ଆଡ଼ମିଶନ ମିଳିନଥିଲା। ହଁ ଇଂଜିନିଅରିଙ୍ଗି ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିଲା, ହେଲେ ଭଲ ସ୍ଥାନ ନମିଳିବାରୁ, ବାଧ୍ୟ ହୋଇ ବି.ସି.ଏ କରିଲା। ଛାଡ଼ନ୍ତୁ ସେ ଯାହା ହଉ,
ସେଦିନ ସେ କଲେଜ କୁ ପ୍ରଥମ ଥର ଯାଇଥାଏ । ସମୟ ର ଯଥେଷ୍ଟ ଆଗରୁ ଯାଇ କ୍ଲାସ ରେ ଏମିତି ବସିଥାଏ, ପ୍ରଥମ ଦିନ ପ୍ରଥମ କ୍ଲାସ, ହଠାତ ଗୋଟେ ଅପରୁପା ସୁନ୍ଦରୀ ଝିଅଟିଏ ନାମ ତାର(ଅଲିଭା) କ୍ଲାସ ଭିତରେ ପ୍ରବେଶ କରେ।ସେ ଝିଅକୁ ପ୍ରଥମ ଥର ଦେଖୁ ଦେଖୁ ତାକୁ ମନେ ମନେ ପସନ୍ଦ କରିବାକୁ ଲାଗେ। ଅଲିଭା ଯାଇ ତାର ସ୍ଥାନ ବାଛିନିଏ। କିଛି ସମୟ ଉଭୟ ଏମିତି ଚୁପ ଚାପ ବସିଥାନ୍ତି। ହଠାତ ସୋମେଶ ଅଲିଭା କୁ କହିବାକୁ ଲାଗେ,।
ସୋମେଶ:ତୁମକୁ କୋଉଠି ଦେଖିଲା ଭଳିଆ ଲାଗୁଛି। ଆଛା ତୁମ ଘର କୋଉଠି?
ଅଲିଭା: କୋଉଠି ଦେଖିଛ?
ସୋମେଶ:ଆରେ ମନେ ପଡୁନି ବୋଲି ତ ପଚାରୁଛି, ଘର କୋଉଠି।
ଅଲିଭା: ତୁମକୁ ବୋଧେ ପରିଚୟ ଆଦାନ ପ୍ରଦାନ କରିବାର ତରିକା ଜଣା ନାହିଁ।
ସୋମେଶ: କଣ କହିବାକୁ ଚାହଁ ତୁମେ?
ଅଲିଭା: ପ୍ରଥମେ ନାମ ପଚାରନ୍ତି, ତାପରେ ଅଲଗା କିଛି।
ସୋମେଶ: ଆଛା ହଉ ତୁମ ନାମ ଟା ପ୍ରଥମେ କୁହ। ତାପରେ ଅଲଗା କିଛି।
ଅଲିଭା:କୁହେ ମୁ ଅଲିଭା ସାହୁ, ମୋ ଘର ବାଲେଶ୍ୱର। ଏବେ ତୁମ ବିଷୟରେ କୁହ।
ସୋମେଶ: ମୁ ସୋମେଶ ରାଉତ। ମୋ ଘର ପୁରୀ। ହେଲେ ତୁମକୁ କୋଉଠି ଗୋଟେ ଆଗରୁ ଦେଖିଛି।
ଅଲିଭା: କୋଉଠି କଣ ମ ୱେଲକମ ସେରିମୋନି ରେ ଦେଖିଥିବ, କାହିଁକି ନା ମୁ ସିନିଅର ମାନଙ୍କ ସିଲିଡ଼ କ୍ଲାସ ନେଇଥିଲି।
ସୋମେଶ: ଆରେ ହଁ ହଁ ମନେପଡିଲା। ସେ ସୌମ୍ୟ ଭାଇ ଙ୍କୁ ଭଲସେ ଧୁଲେଇ କରିଥିଲ।
ଅଲିଭା: ସମସ୍ତେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମୋର ଏମିତି ରୂପ ଦେଖିକି। ସେଥିପାଇଁ ମତେ ବହୁତ ସମୟ ଟିଉସନ କରିଥିଲେ।
ସୋମେଶ: ହଉ ଛାଡ ସେ କଥା, ଗୋଟେ କଥା ପଚାରିବି।
ଅଲିଭା: ହଁ ପଚାର, କଣ ପଚାରିବ।
ସୋମେଶ: ତୁମେ ବି ସି ଏ କଣ ପାଇଁ ପସନ୍ଦ କଲ।
ଅଲିଭା: ଆରେ ମୁ ବି ସି ଏ କୁ ପସନ୍ଦ କରିନି, ବି ସି ଏ ପସନ୍ଦ କରିଛି।
ସୋମେଶ: ମାନେ, ବୁଝିହେଲାନି।
ଅଲିଭା: ଆରେ ବୋକା ୨ରେ ଫେଲ ହଉ ହଉ ବଞ୍ଚି ଯାଇଛି, ଅଲଗା କୋଉଠି ସିଟ ମିଳିଲାନି, ତେଣୁ ବାଧ୍ୟ ହୋଇ ଏଇଠିକୁ ଆସିବାକୁ ପଡିଲା।
ସୋମେଶ: ଆରେ ମୋର ବି ସେମ ଅବସ୍ଥା।
ଏତିକିରେ ଦୁହେଁ ହସିବାକୁ ଲାଗନ୍ତି। ଏହିଭିତରେ ଅଲଗା ପିଲା ବି ଆସିଯାନ୍ତି,ତାପରେ ସାର କ୍ଲାସ ରେ ପ୍ରବେଶ କରିବା ସହ ସମସ୍ତଙ୍କ ପରିଚୟ ନେବା ସହିତ, ନିଜର ବି ପରିଚୟ ଦିଅନ୍ତି। ଉତ୍କଳ ସାହୁ। ଅଲିଭା ଉତ୍କଳ ସାରଙ୍କୁ ଦେଖି ଟିକେ ଟିକେ ହସୁଥାଏ। ସାର ଙ୍କ ଆଖି ପଡିଯିବାରୁ ସେ ଆନମନା ହୋଇଯାଏ। ଏହିଭିତରେ କ୍ଲାସ ସରିଲା ପରେ ଉଭୟ ଯାଆନ୍ତି (ସୋମେଶ ଓ ଅଲିଭା) ପାଖରେ ଥିବା ଏକ ଜଳଖିଆ ଷ୍ଟଲ କୁ, ସେଠି ଖାଇବା ପିଇବା କରନ୍ତି, ପୂର୍ବରୁ ସେଠି ସୌମ୍ୟ ଜଳଖିଆ କରୁଥାଏ, ହଠାତ ସେଠି ଅଲିଭା କୁ ଦେଖି ସୌମ୍ୟ ତାକୁ ଚାହେଁ, ଏହି ଭିତରେ ଅଲିଭା ର ଆଖି ବି ମିଶିଯାଏ ସୌମ୍ୟ ଆଖିରେ। ପ୍ରଥମ ଥର ସୌମ୍ୟ ସହ ଆଖିର ଲଢ଼େଇ ଚାଲେ। ସେଦିନ ର ପରିଚୟ ଲଢ଼େଇପରେ।
ହଠାତ ସୋମେଶ ଦେଖେ ଅଲିଭା ଏକା ଲୟରେ ଚାହିଁ ରହିଛି ସୌମ୍ୟ ଭାଇଙ୍କୁ ଓ ସୌମ୍ୟ ଭାଇ ବି ସେମିତି ଚାହିଁଥାନ୍ତି। ହଠାତ ସୋମେଶ ର ସ୍ପର୍ଶ ରେ ଅଲିଭା ଚମକି ପଡେ ଓ ତାର ଡ୍ରେସ ରେ ବରା ଘୁଗୁନି ପଡ଼ିଯାଏ। ଏହିସମୟ ରେ ସୌମ୍ୟ ମୁଚକୁନ୍ଦି ହସ ଟିଏ ଦେଇ ସେଠୁ ଚାଲିଯାଏ। ଅଲିଭା ଚିଡି ଚିଡ଼ ହୁଏ ସୋମେଶ ଉପରେ, ସୋମେଶ ସଂଗେ ସଂଗେ ପାଣି ଆଣି ଅଲିଭା ର ଡ୍ରେସ ଧୋଇବାକୁ ଲାଗେ। ଏପଟେ ଅଲିଭା ଏମିତି ସୌମ୍ୟ କଥା ଭାବି ହସୁଥାଏ।
ବରା ଦୋକାନୀ ସୂର୍ଯ୍ୟ ବି ଥିଲା ୟଙ୍ଗ, ଓ ଦେଖିବାକୁ ସୁନ୍ଦର। ସେ ବି ରେଭେନ୍ସା କଲେଜ ରେ ପଢେ 3 କଳା। ଗରିବ ଥିବାରୁ ବାପାଙ୍କ ଦୋକାନରେ ଆସି ବେଳେ ବେଳେ କାମରେ ସାହାଯ୍ୟ କରେ। ସେଦିନ ତାର ବାପା କୌଣସି ଏକ କାରଣରୁ ଆସିନଥାନ୍ତି। ଅଲିଭା ର ଏମିତି ହସ ଦେଖି ସୂର୍ଯ୍ୟ ଭାବିନେଇଛି ଯେ ଅଲିଭା ତାକୁ ଦେଖି ହସୁଛି,ବୋଧେ ତାକୁ ସେ ପସନ୍ଦ କରୁଛି। ପୋଛା ପୋଛି ସରିବା ପରେ ସୋମେଶ ପଇସା ଦିଏ, ଓ ଦୁହେଁ ସେଠୁ ଚାଲିଯାନ୍ତି।
ଏମିତି କିଛିଦିନ ଚାଲେ। ପରୀକ୍ଷା ପାଖେଇ ଆସୁଥିବାରୁ, ସାର ମାନେ ଏକ୍ସଟ୍ରା କ୍ଲାସ ନେଉଥାନ୍ତି। ଅଲିଭା ତାର ଗୋଟେ ବର୍ଷ ପୁରା ଏମିତି ନଷ୍ଟ କରିଦେଇଥାଏ, ତେଣୁ ସେ ବହୁତ ଟେନ୍ସସନ ରେ ଥାଏ। ଉତ୍କଳ ସାର ଅଲିଭା କୁ ମାର୍କ କରୁଥାନ୍ତି, ସବୁଦିନ ଭଳି ଚପଲତା ତାର ମୁହଁରେ ନାହିଁ। ତେଣୁ ସାର କହିଲେ, ଅଲିଭା, କ୍ଲାସ ପରେ ମତେ ତୁମେ ଦେଖା କରିବ।
କ୍ଲାସ ସରିଲା, ସବୁ ପିଲା ଚାଲିଗଲେ, ହେଲେ ସୋମେଶ ଯାଇନଥାଏ। ସେ ବାହାରକୁ ନଯାଇ କମ୍ପୁଟର ଲାବ ରେ ଲୁଚିକି ରୁହେ। ଅଲିଭା ଯାଏ ଷ୍ଟାଫ କମନ ରୁମ କୁ ସେଠି ଉତ୍କଳ ସାର ଅକେଲା ବସିଥାନ୍ତି। ଯେହେତୁ ଏକ୍ସଟ୍ରା କ୍ଲାସ ଥିଲା କୌଣସି ସାର ବି ଆସିନଥାନ୍ତି। ଅଲିଭା ଯାଇ ସାର ଙ୍କୁ କୁହେ,
ଅଲିଭା: ସାର ମତେ ଡାକିଲେ କଣ ପାଇଁ?
ଉତ୍କଳ: ଆରେ ଆସ ଆସ ଏଠି ବସ।
ଅଲିଭା ଯାଇ ବସିଯାଏ, ଉତ୍କଳ ସାର ସବୁ ବିଷୟରେ ପଚାରନ୍ତି, ଅଲିଭା ବି ତାର ପଢା ବିଷୟରେ ସବୁ ସତ ସତ କହିଦିଏ। ସାର କୁହନ୍ତି ମୁ ତତେ ପାସ କରିବାରେ ସାହାଯ୍ୟ କରିବି, ତତେ ସିଲେକଟେଡ଼ ପ୍ରଶ୍ନ କିଛି ଦେଇଦେବି, ହେଲେ ତତେ ସେତିକି ପଢିବାକୁ ପଡିବ। ଅଲିଭା କୁହେ ହଁ ସାର ପଢ଼ିଦେବୀ। ଆପଣ ଦିଅନ୍ତୁ ମୁ ପଢ଼ିଦେବି।
ଉତ୍କଳ: ହେଲେ ମତେ କଣ ମିକିବ?
ଅଲିଭା:ସାର ଆପଣ ଯାହା ଚାହିଁବେ ସେୟା ମିଳିବ।
ଉତ୍କଳ: ଆଛା ଯାହା ଚାହିଁବି, ସେୟା ମିଳିବ।
ଅଲିଭା: ହଁ ସାର ଆପଣ ଥରେ ମାଗିକି ଦେଖନ୍ତୁ ନା।
ଉତ୍କଳ: ଆଛା ହଉ, ମତେ ଗୋଟେ ପ୍ରଶ୍ନ ର ଉତ୍ତର ଦେଲୁ, ତୁ ସେ ସୋମେଶ ସହ ଏତେ ମିସୁଛୁ କଣ ପାଇଁ?
ଅଲିଭା: ସେ ମୋର ସାଙ୍ଗ, ଭଲ ପିଲା ଟା।ତାପରେ ସେ ବି ଭଲ ପଢୁଛି।
ଉତ୍କଳ: ହେଲେ ପୁରା କଲେଜ ରେ ତତେ ଆଉ ସେ ସୋମେଶ କୁ ନେଇ ବହୁତ ଚର୍ଚା ହଉଛି।
ଅଲିଭା: ସାର ଆପଣ ଯାହା ଚାହୁଁଛନ୍ତି, ସିଧା ସିଧା କହିଲେ ଭଲ ହୁଅନ୍ତା।
ଉତ୍କଳ: ତୁ ସେ ସୋମେଶ ସହ ଯାହା କରୁଛୁ, ଏଇଠି ଏବେ ମି ସହ କରିକି ମତେ ଖୁସି କରିଦେ।
ଅଲିଭା: ମୁଁ କଣ କରୁଛି ସୋମେଶ ସହ? କିଛିତ କରୁନି। ହେଲେ ଆପଣ ଯାହା ଚାହୁଁଛନ୍ତି ମୁ ସେସବୁ ବୁଝିସାରିଲିଣି।
ଉତ୍କଳ: କଣ ବୁଝିଲୁ, ଏତିକି କଥା ସରିନି, ଅଲିଭା ଆସି ଉତ୍କଳ କୋଳରେ ବସିଗଲା।
କିଛି ସମୟ ଉଭୟ ତାଙ୍କ କାମରେ ଲିପ୍ତ ରୁହନ୍ତି। ଏପଟେ ସୋମେଶ ସେସବୁ ଶୁଣିବା ଓ ଦେଖିବା ପରେ ତାର ସବୁ ସ୍ୱପ୍ନ ଭାଙ୍ଗିଯାଏ। ଅଲିଭା ଠୁ ବଦଲା ନେବାପାଇଁ ,ତାର ଫୋନ ରେ ସେ ସବୁ ରେକର୍ଡ କରିଦିଏ। ସେମାନେ ଦୁହେଁ ଅଲଗା ହେବା ପୂର୍ବରୁ ସୋମେଶ ସେଠୁ ଚାଲିଯାଏ। ଅଲିଭା ଏପଟେ ପ୍ରଶ୍ନ ଧରି ଖୁସିରେ ରୁମକୁ ଫେରେ। ଘରକୁ ଆସି ସୋମେଶ କୁ କଲ କରେ ଓ ତାକୁ କୁହେ
ଅଲିଭା: ସୋମେଶ, ମତେ ଟିକେ ସାହାଯ୍ୟ କରିବୁ?
ସୋମେଶ: ହଁ ନିଶ୍ଚିତ କରିବି, ତୁ ମୋର ଭଲ ସାଙ୍ଗ, ତତେ ନକରିକି ଆଉ କାହାକୁ କରିବି।
ଅଲିଭା: ତୋର ସବୁ ନୋଟ ମତେ ଟିକେ ଦବୁ, ମୁ ଜେରକ୍ସ କରି ତତେ କାଲି ଦେଇଦେବି।
ସୋମେଶ: ହେଲେ ମତେ କଣ ମିଳିବ?
ଅଲିଭା: ମାନେ? କଣ ତୁ କହିବାକୁ ଚାହୁଁ?
ସୋମେଶ: ମାନେ ଟା ହେଲା, ଯାହା ଉତ୍କଳ ସାର ଙ୍କୁ ମିଳିଲା ସେୟା ମତେ ଦରକାର।
ଅଲିଭା: ତୁ କଣ ୟାଡୁ ସ୍ୟାଡୁ ବକୁଛୁ।
ସୋମେଶ: ମୁ ବକୁନି, ଯାହା ଦେଖିଛି ନିଜ ଆଖିରେ ସେୟା କହୁଛି, ଆଉ ସେ କାରନାମା ସବୁ ମୋ ଫୋନ ରେ କଏଦ ହୋଇଅଛି।
ଏମିତି କଥା ଶୁଣି ଚମକି ପଡେ, ଆଉ ନେହୁରା ହୋଇ କୁହେ,
ଅଲିଭା: ପ୍ଲିଜ ସୋମେଶ ତୁ ସେ ଭିଡିଓ ଟା ଡିଲିଟ କରିଦେ।
ସୋମେଶ: ହଁ ଡିଲିଟ କରିଦେବି, ଆଉ ନୋଟ ବି ଦେବୀ ହେଲେ ଆଜି ତତେ ମୋ ସହ ଆସିବାକୁ ପଡିବ, ଆଉ ମତେ ଖୁସି କରିବାକୁ ପଡିବ।
ଅଲିଭା: ହେଲେ କୋଉଠିକି? ଆଉ କେମିତି?
ସୋମେଶ: ତୁ ତମ ହଷ୍ଟେଲ ଗେଟ ବାହାରେ ଛିଡ଼ା ହୋଇଥିବୁ, ମୁ ବାଇକ ନେଇଯିବି, ତାପରେ ଯିବା oyo ହୋଟେଲ କୁ ରାତିରେ ସେଠି ରହି ସକାଳୁ ଆସିବା।
ଅଲିଭା: ରାଜି ହୋଇଯାଏ, ଓ କୁହେ ଏମିତି କଲେ ତୁ ଡିଲିଟ କରିଦେବୁ ତ?
ସୋମେଶ: ହଁ ତୁ ଆସ, ତୋ ସାମ୍ନାରେ ଡିଲିଟ କରିଦେବି।
କଥା ଅନୁସାରେ ଉଭୟ ହୋଟେଲ କୁ ଯାଆନ୍ତି, ସେଠି ଗୋଟେ ରାତି ପୁରା ବିତାନ୍ତି,ହେଲେ ସୋମେଶ ସେ ଭିଡିଓ କୁ ଡିଲିଟ କରେନି। ତାକୁ ନୋଟ ଜେରକ୍ସ ଦେଇ ସେଠୁ ପଳେଇଆସେ।
ଏମିତି କିଛିଦିନ ଅଲିଭା କୁ ଶୋଷଣ କରନ୍ତି ଉଭୟ ଉତ୍କଳ ଓ ସୋମେଶ।
ଏମିତି ଗୋଟେଦିନ ସୌମ୍ୟ ଯାଇଥାଏ, ସୋମେଶ ରୁମ କୁ, ଏକା ଏରିଆ ର ପିଲା ହୋଇଥିବାରୁ,ସୋମେଶ କୁ ସୌମ୍ୟ ମାଗେ ତାର ଫୋନ ଟା, ଗୋଟେ କଲ କରିବା ପାଇଁ। କଲ କରିସାରି, ତାର ଫୋନ ଖେଳଉ ଖେଳଉ ଦେଖିନିଏ, ଉତ୍କଳ ଓ ଅଲିଭା ର ଭିଡିଓ। ଏସବୁ ଦେଖି ସେ ପୁରା ଆଶ୍ଚର୍ଯ୍ୟ। ସଂଗେ ସଂଗେ ସେ ଭିଡିଓ ଟିକୁ ନିଜ ଫୋନକୁ ଟ୍ରାନ୍ସଫର କରିନେଇଯାଏ। ଓ ସୋମେଶ ଫୋନ ରୁ ଡିଲିଟ କରିଦିଏ।ଏହିଭିତରେ ପ୍ରଥମ ବର୍ଷ ପରୀକ୍ଷା ଶେଷ ହୋଇଯାଇଥାଏ। ସମସ୍ତେ ଭଲରେ ଭଲରେ ଉତ୍ତୀର୍ଣ୍ଣ ହୁଅନ୍ତି।
ଗୋଟେ ଦିନ ସୌମ୍ୟ ହଠାତ କଲେଜ ରେ ଅଲିଭା ର ହାତ ଧରିନିଏ, ଆଉ କୁହେ,ଆଜି କ୍ଲାସ ପରେ ମତେ କଲେଜ ବାହାରେ ଦେଖା କର, ତୁମକୁ ଗୋଟେ ଭଲ ଜିନିଷ ଦେଖେଇବି। କ୍ଲାସ ସରେ, କଥା ଅନୁସାରେ ସୌମ୍ୟ ଅପେକ୍ଷା କରିଥାଏ, ଅଲିଭା ଆସି ପହଂଚିଯାଏ। କଲେଜ ର ଗଛ ମୂଳରେ ଉଭୟ ବସନ୍ତି,ବସିବା ପରେ ତାକୁ ସେ ଭିଡିଓ ଟା ଦେଖାଏ, ସେସବୁ ଦେଖି ଅଲିଭା କାନ୍ଦିବାକୁ ଲାଗେ, ଆଉ ନେହୁରା ହୁଏ, ଦୟାକରି ସେଗୁଡା ଡିଲିଟ କରିଦିଅନ୍ତୁ। ମୁ ତୁମକୁ ଭଲପାଏ, ସେହି ୱେଲକମ ଦିନଠୁ। ହେଲେ ସେ ଉତ୍କଳ ଓ ସୋମେଶ ମତେ ବ୍ଲାକମେଲିଙ୍ଗ କରୁଛନ୍ତି,୪ମାସ ହୋଇଗଲାଣି।
ସୌମ୍ୟ:ଆଛା ହଉ ଠିକ ଅଛି,ମୁ ତୁମକୁ ଏଥିରେ ସାହାଯ୍ୟ କରିବି, ଏବେ ତୁମେ କାନ୍ଦନୀ।
ଅଲିଭା: ତୁମେ ସେ ଭିଡିଓ କୋଉଠୁ ପାଇଲ?
ସୌମ୍ୟ: ସୋମେଶ ଫୋନ ରୁ, ଆଉ ସୋମେଶ ଫୋନ ରୁ ଦିଲିଟ କରିଦେଇଛି।
ଅଲିଭା: ଓଃ ଆଛା, ସେଥିପାଇଁ ତାହେଲେ ସୋମେଶ ମତେ ୨ଦିନ ହେଲା ଆଉ କିଛି ଜୋରଦେଇ କହୁନି। ଭଲ କରିଛ। ସତରେ ସୌମ୍ୟ ତୁମେ ମତେ ବଞ୍ଚେଇଦେଲ। କେବଳ ପରୀକ୍ଷା ପାଇଁ ଏମିତି ସବୁ ଭୋଗିଲି।
ସୌମ୍ୟ: ଆଉ କିଛି ଅସୁବିଧା ନାହିଁ, ମୁଁ ନୋଟ ଦେବୀ, ତୁମେ ସେମାନଙ୍କ ଠୁ ଦୂରରେ ରୁହ।
ଅଲିଭା: ହଁ ନିଶ୍ଚିତ। ଏତିକି କହି ଉଭୟ ବାଇକ ରେ ବସି ସେଠୁ ଚାଲିଆଶନ୍ତି।
ପ୍ରାୟ ସବୁଦିନ ସୌମ୍ୟ ସହ ଗୋଟେ ବର୍ଷ ବୁଲା ବୁଲି କରିଲା ଅଲିଭା, ଆଉ କେତେଥର ତାସହ ଖରାପ ସମ୍ପର୍କ ରଖିଥିବ ତାର କିଛି ଠିକଣା ନଥିବ। କଲେଜ ସାରା ଚର୍ଚ୍ଚା ସୌମ୍ୟ, ସୋମେଶ ଓ ଉତ୍କଳ ସହ ଅଲିଭା ର ସମ୍ପର୍କ କୁ ନେଇ। ଏହିଭିତରେ ଉତ୍କଳ କୁ କଲେଜ ରୁ ବାହାର କରିଦିଆଯାଏ। ହେଲେ ଅଲିଭା ତାସହ ବାହାରେ ବି ଟଚ ରେ ଥାଏ, ଏସବୁ ସୌମ୍ୟ ଓ ସୋମେଶ ଜାଣିନଥାନ୍ତି। କଲେଜ କର୍ତ୍ତୃପକ୍ଷ କଡା ନଜର ରଖିଥାନ୍ତି ସେମାନଙ୍କ ଉପରେ।
ସୌମ୍ୟ ବି ଜାଣିନଥାଏ ଯେ ଅଲିଭା ପୁଣି ସୋମେଶ ସହ ମିଶୁଛି ବୋଲି। ସୌମ୍ୟ ର ସେସବର୍ଷ ଥିବାରୁ ସେଦିନ କଲେଜ ର ପାଇଖାନା ଘରେ ଉଭୟ ବସି ଗପୁଥାନ୍ତି, ଏହିଭିତରେ ଖରାପ କାମରେ ଲିପ୍ତ ଥାନ୍ତି। ହଠାତ ଜଣେ ସାର ସେଇ ବାଟ ଦେଇ ଯିବା ବେଳେ, ଅଜବ ଶବ୍ଦ ଶୁଣି ସେଠି ରହିଗଲେ, ଆଉ ଡାକିଲେ, ଭିତରେ କିଏ, କଣ କରୁଛ, ବାହାରକୁ ଆସ। ସେମାନେ ଧାରା ପଡିଯାଇଥିଲେ, ବାହାରକୁ ଆସି ସାର ଙ୍କ ଗୋଡତଳେ ଲମ୍ବ ହୋଇ ପଡିଗଲେ, ଆଉ କହିଲେ ସାର ଆମେ ଦୁହେଁ ଦୁହିଁଙ୍କୁ ଭଲ ପାଉ, ଆଉ ବିବାହ କରିବାକୁ ଚାହୁଁ।
ସାର ଚୁପ ଚାପ ସେମାନଙ୍କ ଘରେ ଜଣେଇଦିଅନ୍ତି, ସମସ୍ତେ ଆସିଲାପରେ ,ସାର ସବୁ କଥା ସେମାନଙ୍କୁ କୁହନ୍ତି। ତାପରେ ଉଭୟଙ୍କ ବିବାହ ହୋଇଯାଏ। ହେଲେ ଆଉ ସେମାନେ କଲେଜ ଆସନ୍ତିନି। ତଥାପି ଅଲିଭା ସେ ଉତ୍କଳ, ସୋମେଶ ଓ ବରା ଦୋକାନୀ ସୂର୍ଯ୍ୟ ସହ ସମ୍ପର୍କ ରେ ଥାଏ, ସମୟ ସୁବିଧା ଦେଖି ସେମାନଙ୍କ ସହ ସମ୍ପର୍କ ରଖେ, ଏସବୁ ସୌମ୍ୟ ହିସାବ ବାହାରେ ଥାଏ।
ଅଲିଭା ଭଳି ଝିଅର ସେଇଟା ପ୍ରେମ ନଥିଲା, ଥିଲା ଶାରୀରିକ ସମ୍ପର୍କ ରଖିବାର ଗୋଟେ ମାଧ୍ୟମ, ସେ ଜାଣି ଜାଣି ସେ ସମସ୍ତଙ୍କ ସହ ସମ୍ପର୍କ ରଖିଥିଲା, ନିଜ ସ୍ୱାର୍ଥ ପାଇଁ, ନିଜର ବାଜେ ଖର୍ଚ୍ଚ ପାଇଁ, ଖାଲିଯାହା ମିଛରେ ସେମାନଙ୍କ ସହ ସତିତ୍ୱ ର ଅଭିନୟ କରୁଥିଲା। ଏମିତି ପରିସ୍ଥିତି ରେ ପଡି ବିବାହ କରିଥିଲା ସୌମ୍ୟକୁ, ହେଲେ ସେ ସୌମ୍ୟକୁ କେବେ ବି ଭଲ ପାଇନଥିଲା। କାରଣ ଘରେ ସେସବୁ ଜାଣିସରିଥିଲେ, ତେଣୁ ତାର ଜୀବନ ଦୁର୍ବୁସହ ହେବା ଆଗରୁ ଚାଲାକ ଅଲିଭା ଏକ ଅଲିଭା ଦାଗ ହୋଇ ସୌମ୍ୟ ଜୀବନରେ ରହିଗଲା।

