ଅକୁହା କଥା
ଅକୁହା କଥା
ପ୍ରେମ........ ଏହି ଶବ୍ଦଟି ଆମ ପାଇଁ ସେହି ବୟସରେ ଏକ ବହୁତ ବଡ ବିସ୍ମୟ ବାଚକ ଶବ୍ଦ ଥିଲା । କାରଣ ବୟସ ଥିଲା ଆମର ସତର ଅଠର । ନୂଆ ନୂଆ ଯୁକ୍ତ ଦୁଇ ପାସ କରି ଇଂଜିନିରିଂ ପାଠ ପଢିବା ପାଇଁ କଲେଜ ରେ ନାମ ଲେଖାଇ ଥାଉ । ସେତବେଳେ ବୟସ ଆଉ ଭାବନା ଏମିତି ହିଁ କିଛି ଥାଏ । ଆଉ ସେତ ବେଳର ଭାବନା ବିଷୟରେ ତ ନକହିବା ଆହୁରି ଭଲ । ହେଲେ ଏହାରି ଭିତରେ ଦୀର୍ଘ ସତ ବର୍ଷ ବିତି ଯାଇଛି । ଜୀବନର ମୋଡ ବଦଳି ଯାଇଛି.... ଆଜି ପର୍ଯ୍ୟନ୍ତ ମୋ ମନ ଭିତରେ ଥିବା ଅକୁହା ପ୍ରେମ ବିଷୟରେ କିଛି କହିବା ପାଇଁ ମୋତେ ସୁଯୋଗ ମିଳିଛି । ତେବେ ଚାଲନ୍ତୁ ଜାଣିବା ମୋର ସେଇ ଅକୁହା କଥା ଯୋଉ କଥା କି ଦିନେ ମୋ ନୀରବ ହୃଦୟ ରେ ହିଁ ରହି ଯାଇ ଥିଲା ।
ନାଁଟି ତାର ଭାଗ୍ୟଶ୍ରୀ
ସତରେ ନାଁ ଟି ତାହାର ମନ ମୋହି ନେଲା ଭଳି, ତାର କଥା ବାର୍ତା ବି ସେମିତି ବହୁତ ଚିତାକର୍ଶକ ଥିଲା । ତା ସହ କଥା ହେଲା ବେଳେ ଏମିତି ଲାଗୁ ଥିଲା ଯେମିତିକି ମୁଁ ନିଜେ ନିଜକୁ ହଜେଇ ସାରିଛି । ଆଜକୁ ସାତ ବର୍ଷ ପୂର୍ବେ ତା ସହ ମୋର ଫେସବୁକ ମାଧ୍ୟମରେ ବନ୍ଧୁତା ସୃଷ୍ଟି ହେଇଥିଲା । ବେଶ କିଛି ଦିନର ବନ୍ଧୁତା ଆମର ଚାଲିଲା ଧୀରେ ଧୀରେ ଆମର ବନ୍ଧୁତରୁ କିଛି ଅଚିନ୍ହା ଅଜଣା ପରିଚୟ ସୃଷ୍ଟି ହେଇ ଯାଇଥିଲା । ପରେ ସେଇ ବାର୍ତାଳାପ ମଝିରେ କେତବେଳେ ଯେ ତା ପ୍ରତି ଦୁର୍ବଳତା ଆସିଯାଇଥିଲା ସେଇଟା ମୁଁ ନିଜେ ମଧ୍ୟ ଜାଣି ପରି ନଥିଲି କାରଣ ସେତ ବେଳେ ମୁଁ ସମ୍ପୂର୍ଣ ନିର୍ବୋଧ ଥିଲି ।ଲାଗୁଥିଲା ତାର ସେଇ ମିଠା ମିଠା କଥା ମୋତେ ଆକର୍ଷଣ କରୁଛି ତା ଆଡକୁ.. ସେହି ସମୟରେ ମୁଁ ମୋର ମନର କଥାକୁ ତାକୁ ବହୁତ ଥର କହିବା ପାଇଁ ଚେଷ୍ଟା ମଧ୍ୟ କରିଛି ହେଲେ ସାହସ କରି ପରି ନଥିଲି । ମୋ ମନରେ ଏକ ଅଜଣା ଡର ଥାଏ କାଳେ ମୋର ଏହି ଭୁଲ ପାଇଁ ଆମର ବନ୍ଧୁତା ଉପରେ କିଛି କୁ ପ୍ରଭାବ ପଡି ନଯାଉ । ହେଲେ ସେଦିନ ବହୁତ ସାହସ କରି ତାକୁ ଫୋଟୋ ଟିଏ ମାଗି ଥିଲି, ସେଇ ବାହାନାରେ କାଳେ ତାକୁ ମନର କଥା ଜଣେଇ ପାରିବି ।
ହେଲେ ଭଗବାନଙ୍କର କି ଅଜବ ଖେଳ ଦେଖ ସବୁ କିଛି ଓଲଟ ପଲଟ ହେଇଗଲା । ସେଇ ପିଲାଳିଆମୀ ମୂର୍ଖାମୀ ପାଇଁ ଆମର ଝଗଡା ହେଇଗଲା ଆଉ ତା ସହ ବନ୍ଧୁତା ବି ହରେଇ ବସିଲି । ପରେ ମୁଁ ବହୁତ ଥର ଖୋଜିବା ପାଇଁ ଚେଷ୍ଟା କରିଛି ମଧ୍ୟ ହେଲେ ସବୁ ଥର ନିରାଶ ହୋଇ ଫେରିଛି । ସେଇ ସବୁ ଅକୁହା କଥା କୁ ମୋ ନୀରବ ହୃଦୟ ଭିତରେ ସାଇତି ରଖିଲି.।
ତାହାରି ଭିତରେ ଆଜକୁ ସାତ ବର୍ଷ ବିତି ଯାଇଛି ଆଉ ଏହାରି ଭିତରେ ଅନେକ କିଛି ବଦଳି ଯାଇଛି । ଆଜି ଆଉ ନା ଅଛି ସେ ପିଲାଳିଆମୀ ନ ଅଛି ସେ ପାଗଳାମି କର୍ମ ମୟ ସଂସାର ଭିତରେ ଆମେ ଦୁହେଁ ବା କେମିତି ପଛରେ ରହି ଯାଇଥାନ୍ତୁ । ସେ ଆଜି ସେଇ ହଷ୍ଟେଲ ଛାଡିକି ଚାଲି ଯାଇଛି ପର ରାଇଜକୁ, ସେଠାରେ ସେ ତାର ଛୋଟ ପରିବାର ସହ ବେଶ ଖୁଶିରେ ଅଛି ଆଉ ନିଜ ପରିବାରର ଭାର ଉଠାଇବାରେ ତା ପତିଙ୍କୁ ସାହାଯ୍ୟ କରିବା ପାଇଁ ନିଜେ ମଧ୍ୟ ଗୋଟେ ଛୋଟ ଚାକିରୀ ଟିଏ କରିଛି । ଆଉ ମୁଁ ମଧ୍ୟ ଅଜଣା ଦୁନିଆରେ ଆସି ନିଜର କିଛି ଅଲଗା ପରିଚୟ ସୃଷ୍ଟି କରି ପାରିଛି । ଦୁହିଁଙ୍କର କର୍ମ ବ୍ୟସ୍ତତା ମଧ୍ୟରେ ଦୁହେଁ ଦୁହିଁଙ୍କୁ ସମ୍ପୂର୍ଣ ଭାବରେ ଭୁଲି ସାରି ଥିଲୁ ।
ହେଲେ ହଠାତ ସେଦିନ ମୁଁ ସମ୍ପୂର୍ଣ ରୂପେ ଆଶ୍ଚର୍ଯ୍ୟ ହେଇ ଯାଇଥିଲି ଯୋଉଦିନ କି ସଖାଳୁ ସଖାଳୁ ଉଠୁ ଉଠୁ ତାକୁ ମୁଁ ହଜେଇ ଦେଇ ଥିବା ସେହି ଜାଗାରୁ ପୁଣି ଥରେ ତାର ଠିକଣା ଆଉ ତାକୁ ଫେରି ପାଇଥିଲି । ସେଦିନ ତା ପ୍ରୋଫାଇଲେ ଦେଖିଲା ପରେ ମୁଁ ଭାବି ପାରୁ ନଥିଲି ଯେ ମୁଁ ଖୁଶି ହେବି ନା ଦୁଖୀ । ଖୁଶି ଏଥି ପାଇଁ ଲାଗୁ ଥାଏ ଜେ ସିଏ ଏବେ ବହୁତ ଖୁଶିରେ ଅଛି ବହୁତ ଭଲରେ ଅଛି ଏବଂ ଏତେ ଦିନ ପରେ ମଧ୍ୟ ମୋତେ ଚିନ୍ହି ପାରିଲା । ହେଲେ ଅଳ୍ପ ଟିକେ ଦୁଃଖ ଏଥି ପାଇଁ ଲାଗିଲା ଯେ ମୁଁ ଯାହାକୁ ଜୀବନ ସାଥି କରିବା ପାଇଁ ମାନେ ମାନେ ଭାବି ବସିଥିଲି ସିଏ ଆଜି ଆଉ କାହାର ହେଇ ସାରିଥିଲା , ଆଜି ତା ପାଖରେ ତାର ସମ୍ପୂର୍ଣ ପରିବାର ଅଛି । ଏମିତି ଭାବି ଭାବି ଶେଷରେ ଏଇଆ ହିଁ ଭଗବାନଙ୍କର ଇଛା ଭାବି ମୁଁ ପୁଣି ଥରେ ତା ସହ ସେଇ ପୁରୁଣା ବନ୍ଧୁ ଟିଏ ହେଇ ଚିର ଜୀବନ ରହିବା ପାଇଁ ନିଷ୍ପତି ନେଇଛି । ଆଉ ଯୋଉ କଥା ମୁଁ ଦିନେ କାହାଣୀରେ ଶୁଣି ଥିଲି ଯେ ପାଇବା ରେ ସବୁ କିଛି ନଥାଏ, ବେଳେ ବେଳେ ପାଇବା ଠାରୁ ହରେଇବାରେ ଅଧିକ ଆନନ୍ଦ ଥାଏ, ସେଇ ଘଟଣାଟିକୁ ଆଜି ମୁଁ ନିଜେ ଅଙ୍ଗେ ଲିଭୋଉଛି । ସିଏ ଯାହା ବି ହେଉନା କାହିଁକି ମୁଁ ଆଜି ପୁଣି ଥରେ ମୋର ସେଇ ପୁରୁଣା ବାନ୍ଧବୀକୁ ପାଇ ପରି ଥିବାରୁ ବହୁତ ଖୁଶି ଅଛି । ସମସ୍ତେ ପଚାରନ୍ତି ଫେସବୁକ ତୁମକୁ କଣ ଦେଇଛି,ମୁଁ କହୁଛି ଫେସବୁକ ମୋତେ ମୋର ସେଇ ହଜି ଯାଇଥିବା ପୁରୁଣା ବାନ୍ଧବୀକୁ ପୁଣି ଥରେ ମୋତେ ଫେରେଇ ଦେଇଛି ।
ହେଲେ ସେଇ ଆକର୍ଷଣ, ସେଇ ନୀରବ ହୃଦୟ ର କଥା କୁ ପ୍ରକାଶିତ କରିବାକୁ ଆଜି ମୋ ପାଖେ ନା ଅଛି ସେ କଲେଜ ଜୀବନ ନା ଅଛି ସେ ପିଲାଳିଆମୀ...। ଆସି ସାରିଛି ବହୁତ ଆଗକୁ ଜୀବନର ବାଟରେ, ଫେରିବାକୁ ଚାହିଁଲେ ବି ଯାଇ ପାରୁନି...।
ତୁମରି ଭାବନାରେ,