STORYMIRROR

Madhusmita Gaikwad

Children Stories Tragedy Inspirational

3  

Madhusmita Gaikwad

Children Stories Tragedy Inspirational

ମୁଠାଏ ମୁଢ଼ି

ମୁଠାଏ ମୁଢ଼ି

2 mins
189

ଆନି ଆନି କିଲୋ... କଣ କରୁଛୁ ?

ଆଲୋ ଚା ଟିକେ ଆଣି ଦେ ମତେ । ଜେଜେ ଡାକ ପକେଇଲେଣି ସକାଳ 7 ଟା ବାଜିଲାଣି, ହେଲେ କାହାର ଦେଖା ନାହିଁ । ମାଟି ପିଣ୍ଡା ଉପରେ ଜେଜେ ବସି ନାତୁଣୀ ଆନିକୁ ଟିକେ ଚା ଆଉ ମୁଠାଏ ମୁଢ଼ି ପାଇଁ ରଡି ଛାଡୁଛନ୍ତି । ହେଲେ ଆନି ଏଯାଏ ଉଠିନି । ଜେଜେଙ୍କ ପାଟି ଶୁଣି ନାତୁଣୀ ଉଠି ଆସି ନାଲି ଚା ଆଉ ମୁଢ଼ି ଦେଇଦେଲା ଗୋଟିଏ ତାଟିଆରେ । ଜେଜେ ପାକୁଆ ପାଟିରେ ମୁଢ଼ିକୁ ବତୁରାଇ ଖାଆନ୍ତି ।

ଆନି- ଜେଜେ ଜଲଦି ଜଲଦି ଖାଅ ମୁଁ ବାସନ ମାଜି ଟ୍ୟୁସନ୍ ଯିବି ।

ଜେଜେ- ଆଲୋ ମୋର କଣ ତୋରି ଭଳିଆ ଦାନ୍ତ ଅଛି କିଲୋ ! ବୁଢ଼ା ହେଲିଣି ଦାନ୍ତ ସବୁ ଗଳି ପଡିଛି ।

କେମିତି ଖାଇବି.. ହଉ ନେ ତାଟିଆ !

ଜେଜେ ଟିକେ ଗେହ୍ଲାରେ ଡାକିଲେ ନାତୁଣୀକୁ ପାଖରେ ବସାଇ କହିଲେ, ଆଲୋ ଆନି ତୁ ମୋର ଗୋଟିଏ ବୋଲି ନାତୁଣୀ ! ମୁଁ ତୋରି ହାତରେ ପାଣି ପିଇ ମଶାଣିକୁ ଯିବି ଲୋ ମା, ତୁ ଯେତିକି ସେବା ମୋର କରୁଛୁ ଭଗବାନଙ୍କୁ ଡାକୁଚି ହେ ଜଗନ୍ନାଥ ମୋ ନାତୁଣୀକୁ କୋଟି ପରମାୟୁ ଦିଅ..। ଏତିକି କହି ଆନି କିଛି କହିବା ପୂର୍ବରୁ ଜେଜେ ନିଶ୍ଵାସ ତ୍ୟାଗ କରି ସାରିଥିଲେ, ଆନି ଆଖିରୁ ଠପ୍ ଠପ୍ କରି ଦୁଇ ଆଖିରୁ ଅମାନିଆ ଲୁହ ଖସି ପଡିଲା ଜେଜେଙ୍କ ସେଇ ସଙ୍କୁଚିତ ମୁହଁର ଚର୍ମ ଉପରେ ॥ ସେଇଦିନ ଥିଲା ଜେଜେଙ୍କର ଆନି ହାତରୁ ଶେଷ ମୁଢ଼ି ଆଉ ନାଲି ଚା ଖାଇବା ଯୋଉ କଥାକୁ ଆଜି ଯାଏ ଆନି ଭୁଲିପାରି ନାହିଁ ।

ସେଇ ମୁହୂର୍ତ୍ତ କିଛି ଅବିସ୍ମରଣୀୟ ! ସତରେ ସମୟ କେମିତି ବଦଳିବାରେ ଲାଗିଛି, ନା ଅଛନ୍ତି ସେମିତିକା ଜେଜେ ନା ଅଛି ମାଟି ପିଣ୍ଡା ନା ଅଛି ମୁଢ଼ି ନା ଅଛି ନାଲି ଚା, ନା ଅଛି ସେଇ ଗେହ୍ଲ ବସର ନାତି ନାତୁଣୀ ମାନେ ।

ଜେଜେଙ୍କର ସେଇ ମୁଠାଏ ମୁଢ଼ି଼ର ଜୀବନ ଆଜି ଆନି ପାଖରେ ଆଉ ନାହିଁ । ବୋଧେ ଜେଜେ ଆନିର ସେଇ ମୁଠାଏ ମୁଢ଼ି ଉପରେ ଆଶା ଥିଲା ଯାହାକୁ ଖାଇ ସେ ଶେଷ ନିଶ୍ଵାସ ମାରିଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍