ଅକୁହା କଥା
ଅକୁହା କଥା
ରେଜିଷ୍ଟ୍ରି ଅଫିସ୍ ରୁ ନାତି ନାମରେ ଘର ରେଜେଷ୍ଟ୍ରି କରି ବାହାରକୁ ଆସିଲେ ପ୍ରଶ୍ନ କଲି ସରିଲା ଘରକୁ ଯିବା ଆଖିରୁ ଦୁଇ ବୁନ୍ଦା ଲୁହ ଅଜାଣତରେ ଝରି ଯାଇଛି । ମନରେ ଆନନ୍ଦ ପରିବର୍ତ୍ତେ ବିଷାଦର ଛାୟା ।
ମୁଖ ମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ପଡୁଥାଏ ଅକୁହା ବେଦନା । ବୁଝି ପାରୁଥାଏ କିନ୍ତୁ ପ୍ରଶ୍ନ କରିବାକୁ ଇଚ୍ଛା ହେଉ ନ ଥାଏ । ପ୍ରଶ୍ନ କଲେ କଟା ଘା ରେ ଚୂନ ଦେଲାଭଳି ଲାଗିବ ବୋଲି ସେଥିପାଇଁ ପ୍ରଶ୍ନ କଲି ନାହିଁ ।
କିନ୍ତୁ ଆଖିର ଲୁହକୁ ପୋଛି ଦେବାକୁ ଚାହୁଁଥିଲେ ମଧ୍ୟ ପୋଛି ପାରି ନାହାଁନ୍ତି । ମନର କଥା, ମନର ବେଦନା କାହାକୁ କହିବେ ? ଯାହାକୁ ଜନ୍ମ କରିଛନ୍ତି ସେ ତ ଭଗାରି ଭଳି କାର୍ଯ୍ୟ କଲା । କାହାକୁ କହିବେ କିଏ ବା ବୁଝି ପାରିବ ମନର କଥା
ସ୍ବାମୀଙ୍କ ଚାକିରୀର ଅବସର ପରେ ମୋ ପାଇଁ ଜୀବନରେ କିଛି କରିନାହଁ ବୋଲି ବାରମ୍ବାର କହିବା ପରେ ନିଜ ନାମରେ
ଘରଟିଏ କିଣେଇ ଦେଇଥିଲେ । ନିଜର ପୈତୃକ ବାସସ୍ଥାନକୁ ପୁଅ ସହରରେ ଘର କରିବ ବୋଲି ବ୍ୟାଙ୍କରେ ଘରଟି ବନ୍ଧା ପକାଇ ଦେଇଛି ।
ବ୍ୟାଙ୍କରୁ କେତେଥର ନାଲି ନୋଟିସ୍ ଆସିଲାଣି ସେଥିପାଇଁ ଏବେ ପୁଣି ନାତି କ'ଣ ଗୋଟେ ଫ୍ୟାକ୍ଟ୍ରି କରିବ ବୋଲି ଏ ଘରଟି ନିଜ ନାମରେ କରିନେଲା । ଆମେ ବୁଢାବୁଢୀ ଘର ଥାଉ ଥାଉ ନି ଘରିଆ ହୋଇଗଲୁ ।
ଗୋଟିଏ ବୋଲି ପୁଅ । ସବୁ ତକ ତ ତାର । ତଥାପି ମିଛ ମାୟା ସଂସାରରେ ବୁଡି ରହିଛୁ ଦୁଃଖ ଲାଗୁଛି ଗୋଟିଏ ବୋଲି ହୋଇ ମଧ୍ୟ ଆମ ସାଥିରେ ବୈମାତୃକ ଭାବ ।
ଯେ ଏ ସମୟରେ ଆମର ସମସ୍ତ କଥା ବୁଝିଥାନ୍ତା ସେ ତ ନିଜର ସ୍ବାର୍ଥରେ ବୁଡି ରହିଲା । କଣ କରିବୁ ଆଖିର ଦି ବୁନ୍ଦା ଲୁହ ସୁଖି ନ ଥାଏ
ତଥାପି ମଣିଷ ଜୀବନ ଯାହା ହେଉନା କାହିଁକି ଆଗକୁ ବଢିବାକୁ ପଡିବ। ଆଖିର ଲୁହ ଆଖିରେ ଥାଏ ଘର କାର୍ଯ୍ୟ କରିବାକୁ ଆଗେଇ ଗଲେ ନହେଲେ କିଏ ମୋର ଘର କାମ କରିବ କହି କାମରେ ଲାଗିଲେ