Salila Sarangi

Abstract

4  

Salila Sarangi

Abstract

ଅକୁହା କଥା

ଅକୁହା କଥା

4 mins
276



  " ଅକୁହା କଥା" ନା କାହାକୁ କହିହୁଏ ନା ସହି ହୁଏ। ସେହି ଅସହ୍ୟ ପୀଡାକୁ ବୋଝ ପରି ଵୋହି ଜୀବନ ପଥରେ ଅଗ୍ରସର ହେବାକୁ ପଡିଥାଏ ନିଜ ପାଇଁ ଓ ନିଜର ପିଲାର ଭବିଷ୍ୟତ ପାଇଁ। ଏହି ଦୁନିଆ ରଙ୍ଗମଞ୍ଚ ରେ ଅଭିନୟ କରୁକରୁ ଅଜାଣତରେ କାହାର ପାଦ ଦ୍ଵୟ ଏତେ ତଳକୁ ଖସି ଯାଏ ଯେ ନା ଉପରକୁ ଉଠି ହୁଏ ନା ସେହି ରସାତଳ ଖାଇ ଭିତରେ ନିଜ ଜୀବନ ଲୀନ ହୋଇଯାଏ ସବୁଦିନ ପାଇଁ।

       ମଙ୍ଗରାଜ ପୁର ଗ୍ରାମର ଦୀପା ଏକ କୃଷକ ପରିବାରରେ ଜନ୍ମ। ପିଲାଟି ଦିନରୁ ମାଆ ବାପା ଖୁବ୍ ଆଦର ଯତ୍ନରେ ଲାଳନପାଳନ କରିଛନ୍ତି।ଦୀପା ଦେଖିବାକୁ ବହୁତ ସୁନ୍ଦର।ସତେ କି ପୂର୍ଣ୍ଣିମା ଚାନ୍ଦ ଉଇଁ ଆସିଛି ସେହି ପରିବାରରେ। ମାର୍ଜିତ ବ୍ୟବହାର, ଖୁବ୍ ଶାନ୍ତ ଶିଷ୍ଟ ଓ ମେଳାପି ପିଲାଟିଏ। ଗୋଟିଏ ମୁହୁର୍ତ୍ତରେ ପରକୁ ଆପଣାର କରି ନେଵ। ଗାଆଁ ସ୍କୁଲରେ ପାଠ ପଢୁଥାଏ।ଭଲ ପାଠ ପଢେ ବୋଲି ସ୍କୁଲର ଶିକ୍ଷକମାନେ ବହୁତ ଭଲ ପାଆନ୍ତି।ତା ଵାପା ଗାଆଁ ଜମିଦାର ବଳବନ୍ତ ରାୟଙ୍କ ଘରେ କୋଠିଆ କାମ କରନ୍ତି। ସେହି ଜମିଦାରଙ୍କର ଗୋଟିଏ ବୋଲି ପୁଅ ଆଲୋକ ସହରରେ ରହି ପାଠ ପଢୁଥାଏ। ଛୁଟିରେ ପ୍ରାୟ ଘରକୁ ଆସେ।ଦୀପା ତା ବାପାଙ୍କ ସାଙ୍ଗରେ କେତେ ବେଳେ କେମିତି ଜମିଦାରଙ୍କ ଘରକୁ ଯାଏ। ଜମିଦାରଙ୍କ ପତ୍ନୀ ଦୀପାକୁ ଖୁବ୍ ଶ୍ରଦ୍ଧା କରନ୍ତି। କେତେବେଳେ ଭାବନ୍ତି ନାହିଁ ଯେ ଦୀପା ତାଙ୍କ ଘରେ କାମ କରୁଥିବା ଏକ ମୂଲିଆର ଝିଅ ବୋଲି। ଏହି ପରି ଭାବରେ ସମୟ ଅତିକ୍ରାନ୍ତ କରି ଯାଉଥାଏ।

  ‌ ଦୀପା ଏଵେ ପ୍ରାପ୍ତ ବୟସ୍କା।ଷୋଳଟି ଫଗୁଣ ଅତିକ୍ରମି ସାରିଥାଏ।ଯେ କେହି ଦେଖିବ ଆଖି ଫେରାଇ ପାରିଵ ନାହିଁ।ହରିଣୀ ଆଖି ଦୁଇଟି ତାର ଯେପରି ଅନେକ କଥା କହିଦେଉ ଥାଏ। ଫଗୁଣ ପୂନେଇ ଗାଆଁ ରେ ଦୋଳ ମେଳଣ ଯାତ୍ରା ହୁଏ।ଦୀପା ତାର ମାଆ ବାପାଙ୍କ ସହିତ ଦୋଳ ଯାତ ଦେଖିଵା ପାଇଁ ଯାଇଥାଏ। ସେହି ଯାତ୍ରାରେ ଆଲୋକ ସହିତ ଦୀପା ବାପାଙ୍କର ଦେଖା ହୁଏ। ଏବଂ ଆଲୋକ ଦୀପାକୁ ଦେଖି କେଉଁ ଏକ ପରୀ ରାଇଜରେ ପାଦ ଦେଇଥିବା ପରି ତାକୁ ଲାଗେ। ଯାତ୍ରା ଦେଖି ଯିଏ ଯାହା ଘରକୁ ଫେରି ଯାଆନ୍ତି। କିନ୍ତୁ ଆଲୋକ ଶୟନେ ସପନେ ଜାଗରଣେ ଭାଵୁଥାଏ ଦୀପାକୁ। କିପରି ତା ସହିତ ଦେଖା ହୋଇ ଦି ପଦ କଥା ହେଵ ସେହି ସୁଯୋଗର ଅପେକ୍ଷାରେ ଥାଏ।

     ଏ ମନ ଭାବୁଥାଏ ଯାହା କାଳେ ପ୍ରାପତ ହୁଏ ତାହା।ଦୈବାତ ଦିନେ ଗାଆଁ ଠାକୁରାଣୀ ମନ୍ଦିର ରେ ଦୀପା ସହିତ ଆଲୋକର ଦେଖା ହୋଇଗଲା।ଦୀପା ହଠାତ୍ ଆଲୋକ କୁ ଦେଖି ଲାଜକୁଳୀ ଲତା ପରି ଲାଜରେ ଝାଉଁଳି ପଡି ସେଠାରୁ ଚାଲିଗଲା। କିନ୍ତୁ କାହାର ଦୀପା ଡାକରେ ହଠାତ୍ ତା ପାଦ ଦୁଇଟି ଅଟକି ଗଲା। ପଛକୁ ଚାହିଁ ଦେଖିଲା ଆଲୋକ ବାବୁ ଡାକୁଛନ୍ତି।ଯେତେ ହେଲେ ଵଡ ଲୋକର ପୁଅ ଡାକ ନ ଶୁଣି ଚାଲିଗଲେ କାଳେ କିଛି ମନରେ ଭାବିବେ ଏହି କଥା ଭାବି ଅଟକି ଗଲା।ଆଲୋକ ତା ପାଖକୁ ଆସି ତା ଭଲ ମନ୍ଦ ଵିଷୟରେ କଥା ଆରମ୍ଭ କଲେ।ଦୀପାକୁ ଖୁବ୍ ଅଡ଼ୁଆ ଲାଗୁଥିଲେ ମଧ୍ୟ କିଛି କହି ପାରୁ ନ ଥାଏ। ତିନି ତୁଣ୍ଡରେ ଛେଳି କୁକୁର ପରି କିଏ ଯଦି ଦେଖି ଦେଵ ମାନ ଇଜ୍ଜତ ତା ବାପାର ମାଟିରେ ମିଶିଯିଵ। ଅନିଚ୍ଛାକୃତ ଭାବେ ଆଲୋକ କଥାର ଉତ୍ତର ହଁ ନାହିଁ ରେ ଦେଇ କିପରି ସେ ସ୍ଥାନ ପରିତ୍ୟାଗ କରିଵ ସେହି ଭାବନାରେ ଦୀପା ଥାଏ।ତାର ଅନ୍ୟମନସ୍କ ଭାବ ଆଲୋକ ଠିକ୍ ଜାଣି ପାରୁଥାଏ। ଏହି ପରି ଭାବରେ କ୍ରମାନ୍ୱୟରେ ଦେଖା ସାକ୍ଷାତ ଭିତରେ ଦୁଇ ଜଣଙ୍କ ଭିତରେ ଆତ୍ମୀୟତା ଭାଵ ଗଢି ଉଠିଲା। ଦୁହେଁ ଦୁହିଁଙ୍କୁ ଗୋଟିଏ ଦିନ ନ ଦେଖିଲେ ପାଗଳ ପାୟ ହୋଇ ଯାଉଥିଲେ। ପ୍ରେମ ପକ୍ଷୀ ଦୁଇଟି ଏକାଠି ଗୋଟିଏ ନୀଡ ତିଆରି କରିବା ପାଇଁ ମନ ଭିତରେ ଦୃଢ଼ ଆଶା ବାନ୍ଧିଥିଲେ। ହେଲେ କାହିଁ ରାଣୀ କାହିଁ ଚନ୍ଦ୍ର କାଣି ଏହା ହୁଏତ ଏ ଜନ୍ମରେ ସଫଳ ହୋଇ ପାରିବ ନାହିଁ। ହଠାତ୍ ଦିନେ ଆଲୋକ ଗାଆଁ ମନ୍ଦିର କୁ ଦୀପାକୁ ଡ଼ାକି ତା ମୁଣ୍ଡରେ ସିନ୍ଦୂର ପିନ୍ଧାଇଦେଲା। ଏବଂ କହିଲା ସମୟ ଦେଖି ବାପାଙ୍କୁ ବୁଝାଇ ବାହାଘର ଧୁମ୍ ଧାମରେ କରି ତାକୁ ତାଙ୍କ ଘରକୁ ନେଇ ଯିଵ।ସେତେ ଦିନ ପର୍ଯ୍ୟନ୍ତ ଏ କଥା କେହି ନ ଜାଣିଵା ଭଲ ହେବ। ଦୁଇ ଜଣଙ୍କ ଭିତରେ ଅବାଧ ମିଳାମିଶା ଚାଲିଲା। ଆଲୋକ ତାର ବାପାଙ୍କୁ କ'ଣ କହିଵ ବାପା ଯେଉଁ ଆଭିଜାତ୍ୟ ସମ୍ପନ୍ନ ଲୋକ ସେ କ'ଣ ରାଜି ହେଵେ କ'ଣ ହେବ ଭବିଷ୍ୟତ ତା ମୁଣ୍ଡ କିଛି କାମ କରୁ ନଥାଏ। କିଛି ଦିନ ଵାହାରେ କାମ ଅଛି ଦୀପାକୁ କହି ସହରକୁ ପଳାଇଗଲା।

          ଦୀପା ଏଵେ ଅନ୍ତସତ୍ତ୍ବା। କାହାକୁ କହିବ। କିଏ ତା କଥା ଵିଶ୍ଵାସ କରିବ।ଗରୀଵର ଇଜ୍ଜତ ତ ସବୁସମୟରେ ନିଲାମ ହୁଏ। ଆଲୋକ ଅନୁପସ୍ଥିତ।ତା ବାପାଙ୍କର ଭବିଷ୍ୟତରେ କିଛି ଅସୁବିଧା ନ ହେଉ ଏହା ଭାବି ସେ ଗାଆଁ ଛାଡି ଅନ୍ୟତ୍ର ଚାଲିଯିବା ପାଇଁ ନିଷ୍ପତ୍ତି ନେଲା ଓ ରାତିରେ ସମସ୍ତେ ଶୋଇ ଥିବା ଅବସ୍ଥାରେ ଘର ଛାଡ଼ି ଷ୍ଟେସନ ଆସି ଗୋଟିଏ ଚଳନ୍ତି ଟ୍ରେନ ରେ ଵସି ପଡ଼ିଲା। ଟ୍ରେନର ଗତି ଆଗକୁ ଵଢିବା ସହ ମନର ଗତି ମଧ୍ୟ ଵଢି ବଢ଼ି ଯାଉଥାଏ। ଗୋଟିଏ ରାତି ପରେ ଟ୍ରେନ ଟି ଦିଲ୍ଲୀ ଷ୍ଟେସନ ରେ ପହଞ୍ଚିଲା। ଟ୍ରେନରୁ ଓହ୍ଲାଇ କୁଆଡେ ଯିବ କିଛି ସ୍ଥିର କରି ପାରୁ ନଥାଏ। ହଠାତ୍ ତା ମୁଣ୍ଡ ଵୁଲାଇ ଦେଲା ଓ ସେ ସେଠାରେ ପଡି ଯିବା ସମୟରେ ଜଣେ ବ୍ୟକ୍ତି ତାକୁ ଧରି ନେଲେ ଓ ତା ମୁଣ୍ଡରେ ପାଣି ଛାଟି ତାକୁ ସାଷ୍ଟମ କଲେ ଓ ନିଜ ସହିତ ତାଙ୍କ କୁଡିଆକୁ ନେଇ ଆସିଲେ।ସକାଳ ହେଲା ନିଜକୁ ଟିକିଏ ସୁସ୍ଥ ମନେ କଲା ଦୀପା। ତାପରେ ସେହି ବ୍ୟକ୍ତି ଜଣକ ତାକୁ କିଛି ଖାଇବାକୁ ଦେଲେ। ଏବଂ ତାର ନାମ ଏବଂ ଠିକଣା ପଚାରିଲେ ତାକୁ ତା ଘରେ ପହଞ୍ଚାଇ ଦେଵା ପାଇଁ।ଦୀପା ନିଜ ପରିଚୟ ଗୋପନ ରଖି କହିଲା ମୁଁ ଏବେ ଅନ୍ତସତ୍ତ୍ବା ଅଛି ଏବଂ ମୋର ସ୍ଵାମୀ ମୋତେ ଛାଡ଼ି କେଉଁ ଆଡେ ଚାଲି ଯାଇଛନ୍ତି। ମୁଁ ତାଙ୍କୁ ଖୋଜିବା ପାଇଁ ଘରୁ ଗୋଡ଼ କାଢି ଥିଲି। ହେଲେ କୁଆଡେ ଯିଵି କେଉଁଠି ଖୋଜିବି।ପାରୁଛ ଯଦି ମୋତେ କିଛି ଦିନ ପାଇଁ ଏଠାରେ ଆଶ୍ରୟ ଟିକେ ଦେଇ ପାରିଵ।ସେ ବ୍ୟକ୍ତି ଜଣକ ଏକ ରିକ୍ସା ଚାଳକ।ଦୀପା କଥା ଶୁଣି କହିଲେ ମାଆ ରେ ଏ ଗରୀଵ ବାପ ସିନା ତୋତେ ଧନ ରତନ ଦେଇ ପାରିଵ ନାହିଁ କିନ୍ତୁ ଶାଗ ପଖାଳ ଗଣ୍ଡେ ନିଶ୍ଚିତ ଦେଇ ପାରିବ। ସେହି ପଦକ କଥାରେ ଯେପରି ତାକୁ କୋଟି ନିଧି ପାଇଲା ପରି ଲାଗିଲା।ସେ ଏବଂ ତାର ସନ୍ତାନ ଭବିଷ୍ୟତ ପାଇଁ ସୁରକ୍ଷିତ ଭାଵି ଭଗବାନ ଙ୍କୁ ଅଶେଷ ଧନ୍ୟବାଦ ଦେଉଥାଏ।

       କିଛି ଦିନ ପରେ ସେ ଏକ ପୁତ୍ର ସନ୍ତାନ ଲାଭ କଲା।ଵୁଢା ବାପ ନାତିକୁ ପାଇ ବହୁତ ଖୁସି। କିନ୍ତୁ ଦୀପା ଆଗାମୀ ଭବିଷ୍ୟତ ଚିନ୍ତା ରେ ସର୍ବଦା ଚିନ୍ତିତ। ଆଜି ପୁଅ ଛୋଟ କାଲି ଯେତେବେଳେ ଵଡ ହୋଇ ଵାପ କଥା ପଚାରିବ କ'ଣ ସେ ଉତ୍ତର ଦେବ। ଯେଉଁ ଅକୁହା କଥା ସବୁ ହୃଦୟ ଭିତରେ ସାଇତି ରଖିଛି ପୁଅ ଆଗରେ ବର୍ଣ୍ଣନା କରି ପାରଵ ତ?

ନା ଚିରଦିନ ପାଇଁ ସେହି ହୃଦୟ ଭିତରେ ରହିଯିଵ।ସମୟକୁ ଅପେକ୍ଷା କରିବା ଛଡା ଅନ୍ୟ ଉପାୟ କିଛି ନାହିଁ ତା ପାଖରେ ।

     

       


Rate this content
Log in

Similar oriya story from Abstract