STORYMIRROR

Salila Sarangi

Others

3  

Salila Sarangi

Others

ମୋ ଦୃଷ୍ଟି ଭଙ୍ଗୀରେ ନାରୀ

ମୋ ଦୃଷ୍ଟି ଭଙ୍ଗୀରେ ନାରୀ

2 mins
181

ସୃଷ୍ଟିର କଲ୍ୟାଣ ପାଇଁ ନାରୀର ଜନ୍ମ।ସେ ଏକା ଧାରାରେ ଜନନୀ,ଜାୟା, ଭଗିନୀ, ବନ୍ଧୁ ଇତ୍ୟାଦି,,,,,,,,

ଜନନୀ---

 ‌ ସୁଖର ଅମୃତକୁ ତାର ସନ୍ତାନ ମାନଙ୍କୁ ବିତରଣ କରି ଆନନ୍ଦରେ ପାନ କରିଥାଏ ସାରା ସଂସାର ର ହଳାହଳ ବିଷ। ସନ୍ତାନର ସୁଖରେ ସେ ପରମ ଐଶ୍ୱର୍ଯ୍ୟ ପାଏ ଓ ସନ୍ତାନର ଦୁଃଖରେ ବୁହାଇ ଦିଏ ଶୋକର ମନ୍ଦାକିନୀ।ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକଟିଏ ସେ।ଦୟା, କ୍ଷମା, ସହନଶୀଳତା ଓ ଉଦାରତା ଆଦି ଗୁଣରେ ଧରିତ୍ରୀ ଠାରୁ ମଧ୍ୟ କମ୍ ନୁହେଁ।

ଜାୟା----

    ସ୍ଵାମୀର ସୁଖରେ ଓ ଦୁଃଖରେ ସାରା ଜୀବନକୁ ତ୍ୟାଗ କରି ଦେଇଥାଏ। ରାମାୟଣ ହେଉ କି ମହାଭାରତ ହେଉ ନାରୀର ତ୍ୟାଗ ପୂର୍ଣ୍ଣ ଜୀବନ ଏହାର ଜ୍ଵଳନ୍ତ ଉଦାହରଣ।

  ଜନକ ନନ୍ଦିନୀ ମାଆ ଵୈଦେହୀ ଅଯୋଧ୍ୟାର ରାଜସୁଖ ପରିତ୍ୟାଗ କରି ପ୍ରଭୁ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ସହିତ ଚଉଦ ବର୍ଷ ବନବାସ ଆଦରି ନେଇଥିଲେ।

 କୁରୁସଭାରେ ପଞ୍ଚୁପାଣ୍ଡବ କୈ।ରଵ ମାନଙ୍କ ସହିତ ପଶାପାଲି ରେ ସମସ୍ତ ସମ୍ପତ୍ତି ହାରିବା ପରେ ଦ୍ରୈ।ପଦୀଙ୍କୁ ଵାଜି ରଖି ଶେଷରେ ହାରି ଯିବାରୁ ଯାଜ୍ଞସେନୀଙ୍କୁ

କୁରୁସଭା ମଧ୍ୟ ରେ ଵିଵସ୍ତ୍ର ହେବାକୁ ପଡ଼ିଥିଲା। ଏହା ଗୋଟିଏ ନାରୀର ତ୍ୟାଗ ପୂର୍ଣ୍ଣ ଜୀବନ କାହାଣୀ ନୁହେଁ କି?

ଭଗିନୀ----

      ଭାଇ ଓ ଭଉଣୀ ଗୋଟିଏ ଫୁଲର ଦୁଇଟି ପାଖୁଡ଼ା ସଦୃଶ।ଭାଇ ପ୍ରତି ଭଉଣୀର ଅନାବିଳ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ମଧ୍ୟ କିଛି କମ୍ ନୁହେଁ।ଭାଇର ସମସ୍ତ ମଙ୍ଗଳ ଓ ଶୁଭ କାମନା କରି ରାକ୍ଷୀ ପୂର୍ଣ୍ଣିମା ରେ ତା ହାତରେ ବାନ୍ଧି ଦେଇ ଥାଏ ମମତାର ଵନ୍ଧନ ସ୍ଵରୁପ ସୁତାଖିଅଟିଏ।

  ଭାରତୀୟ ସଂସ୍କୃତି ରେ ନାରୀକୁ ଶୀର୍ଷସ୍ଥାନ ଦିଆଯାଇଛି। ମାତ୍ର ପରିବର୍ତ୍ତୀତ ସମାଜରେ ଓ ଲୋକ ଚରିତ୍ରର ଅବକ୍ଷୟ ରେ ନାରୀ ଆଜି ନିର୍ଯାତିତା। ମନ୍ଦିର, ମଣ୍ଡପ ରେ ନାରୀର ପ୍ରତିମୂର୍ତ୍ତି କୁ ପୂଜା କରାଯାଉଛି କିନ୍ତୁ ନିଜ ଘରେ ସେ ଅଵହେଳିତା, ଯନ୍ତ୍ରଣାରେ ଜର୍ଜରିତା। କେହି ତା ହୃଦୟର ବ୍ୟଥା ବୁଝନ୍ତି ନାହିଁ। ସମ୍ମାନ ପାଇବା ତ ଦୂରର କଥା, ଆଜିର କାମନା ଚରିତାର୍ଥ ପୁରୁଷ ପାଖରେ ଯେମିତି ଭୋଗର ବସ୍ତୁ ଟିଏ।ତାର ଅସ୍ତିତ୍ବ ନାହିଁ।

  ନାରୀ ବିନା ଘର ଘର ନୁହେଁ। ନାରୀର ସମ୍ମାନ ଥିବା ଭୂମି ଦେବଭୂମି।ନାରୀ ନାରାୟଣୀ ଓ ସୃଷ୍ଟିର ଜନନୀ। ନାରୀର ଅପମାନରେ ସମାଜ ହୁଏ କଳୁଷିତ ଓ ଧ୍ବଂସାଭିମୁଖୀ। ନାରୀ ମା ସ୍ଵରୁପ। ମାତୃଜାତି ର ମର୍ଯ୍ୟାଦା ରକ୍ଷା କଲେ ଦେଶ ତଥା ଜାତିର ମଙ୍ଗଳ ହେବ।

.ଏସ ଷଡ଼ଙ୍ଗୀ

     


Rate this content
Log in