Salila Sarangi

Tragedy

4.3  

Salila Sarangi

Tragedy

ଭୋକ

ଭୋକ

2 mins
358



  ‌ଶରୀର ଅଛି ଯେହେତୁ ଭୋକ ମଧ୍ୟ ଲାଗିଥାଏ। ଏହି ଭୋକ ମେଣ୍ଟେଇବାକୁ କାହା ପାଖରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଥାଇ ମଧ୍ୟ ତାକୁ ରୁଚିକର ହୋଇ ନ ଥାଏ। ପୁଣି ଆଉ କିଏ ଏହି ଭୋକ ସମ୍ଭାଳି ନ ପାରି ଅନ୍ୟ ପାଖରେ ହାତ ପତାଇ ଥାଏ କିଛି ପାଇଵା ଆଶା ନେଇ। କିନ୍ତୁ ସମସ୍ତେ କ'ଣ ଵୁଝି ଥାଆନ୍ତି ଭୋକର ଜ୍ଵାଳା। ଏହି ଭୋକ କାହାକୁ ଚୋର ସଜାଇ ଦେଉଛି ତ କିଏ ଏହି ଭୋକ ସମ୍ଭାଳି ନ ପାରି ଜୀଵନ ହାରି ଦେଉଛି।


 ‌ ତିନି ଦିନ ହେବ ଝଡ଼ି ଵରଷା ଲାଗି ରହିଛି।ରଘୁଆ ମାଆ କାମକୁ ଯାଇ ପାରୁନି।ଚାଳ ଛପର ଘର ଭିତରେ ଆଣ୍ଠିଏ ପାଣି।କଣ କରିଵ ଵିଚାରି।ପର ଘରେ ଝାଡୁ ପୋଛା ଵାସନ ମଜା କାମ କରି ଯାହା ଵଳକା ଖାଦ୍ୟ ଥାଏ ସାଥିରେ ନେଇ ଆସେ।ମାଆ ପୁଅଙ୍କର ଦିନ କର ଆହାର। କିନ୍ତୁ ଏ ନିଆଁ ଲଗା ଵରଷା କଣ ଥମୁଛି ଯେ ସେ କାମକୁ ଯିଵ।ରଘୁଆ ଭୋକ ଉପାସରେ ପଡ଼ି ରହିଛି।ମାଆ ଭୀଷଣ ଭୋକ କଣ ଟିକେ ଖାଇବାକୁ ଦେ।ପୁଅର ବିକଳ ଦେଖି ମାର ଛାତି ଫାଟି ଯାଉଛି। ଭଗବାନଙ୍କୁ କହୁଛି ହେ ପ୍ରଭୁ ଗରୀଵ ଘରେ ଜନ୍ମ ଦେଲ ସତ ଯେ ହେଲେ ପେଟରେ ଭୋକ ଦେଇ ନଥିଲେ କଣ ଅସୁବିଧା ହୋଇ ଯାଇଥାଆନ୍ତା।ରଘୁଆ ଵାପା ମରିଯାଇନି ଯେ ତରି ଯାଇଛି।ଏ ହିନିମାନୀକୁ ଵଞ୍ଚାଇ ରଖି କାହିଁକି ଏତେ କଷ୍ଟ ଦେଉଛ ପ୍ରଭୁ।ଚାରିକୋଣ ଦରାଣ୍ଡି ଆଣିଲେ ମୁଠାଏ କି ପୋଷେ ଦାନା ନାହିଁ। କ'ଣ କହି ପିଲାକୁ ସାନ୍ତ୍ଵନା ଦେଵି। ପାଣି ଟୋପେ ପିଇ ଦେଇଥାଆ ଵାପା ମୁଁ ଯାଉଛି।ଵାଵୁ ଘରୁ ବାବୁଆଣୀଙ୍କୁ କହି କିଛି ଖାଦ୍ୟ ତୋ ପାଇଁ ନେଇ ଆସିଵି।ରଘୁଆର ଵାରଣ ସତ୍ତ୍ବେ ତାର ମାଆ ଵାଵୁ ଘରକୁ ଧାଇଁ ଯାଇଛି କିଛି ଖାଦ୍ୟ ମାଗି ଆଣିବା ପାଇଁ।


    କିଟିମିଟି ଅନ୍ଧାର।ରାସ୍ତା ଘାଟ ଭଲ ଭାବରେ ଦେଖା ଯାଉନଥାଏ। କିଛି ଵାଟ ଗଲା ପରେ ଵାଵୁଙ୍କର ଘର ଅଳ୍ପ ଦୂରରେ ଥାଏ। ହଠାତ୍ ଗୋଟିଏ ଗଛ ଝଡରେ ଉପୁଡ଼ି ପଡ଼ିଗଲା ରଘୁଆ ମାଆ ଉପରେ ।ଚାପି ହୋଇ ରହିଗଲା ସେହି ଗଛ ତଳେ।ସଵୁ ନିସ୍ତବ୍ଧ।ତାର ଡାକ ଶୁଣିବାକୁ ପାଖରେ କେହି ନଥିଲେ। ଶୂନ୍ୟ ରେ ମିଳାଇ ଯାଉଥିଲା ତାର ଵିକଳ ଚିତ୍କାର।


     ଝଡ ଚାଲି ଯାଇଥାଏ। ବାତାବରଣ ଖୁବ୍ ଶାନ୍ତ।ସକାଳର ପହିଲି କିରଣ ବର୍ଷା ଭିଜା ପତ୍ର ଉପରେ ପଡ଼ି ଚିକ୍ ଚିକ୍ କରୁଥାଏ।ସ୍ଵେଚ୍ଛାସେବୀ ଅନୁଷ୍ଠାନ ରାସ୍ତା ଉପରୁ ଗଛ ଗୁଡ଼ିକୁ ହାଣି ରାସ୍ତା ପରିଷ୍କାର କରିବାରେ ଲାଗି ପଡିଥାନ୍ତି।ରଘୁଆ ମାଆକୁ ଖୋଜି ଖୋଜି ଚାଲିଥାଏ।ଦେଖିଲା କିଛି ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଛନ୍ତି। ଉତ୍ସୁକତାର ସହ ଧାଇଁ ଗଲା କିଛି ମିଳିଯିଵା ଆଶାରେ।ଭିଡ ଠେଲି ଭିତରକୁ ଯାଇ ମାଆର ମୃତ ଶରୀର ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲା ମାଆର ଶରୀର ଉପରେ ମଥା ପିଟି। ତତ୍ କ୍ଷଣାତ୍ ପେଟର ଭୋକ କୁଆଡେ ମିଳାଇ ଗଲା। ଚିତ୍କାର କରି କହୁଥାଏ ମାଆ ଉଠ ଉଠ ମାଆ ମୁଁ ତୋତେ ଆଉ କେବେ ଭୋକ ହେଉଛି ଖାଇବାକୁ ଦେ ବୋଲି କହିବିନି ।ତୁ ମୋତେ ଛାଡ଼ ଯାଆନା ମାଆ...ମାଆ....ମାଆ

ଦେଖୁଥିବା ଲୋକ ମାନଙ୍କ ମୁହଁରେ ଭାଷା ନ ଥାଏ ଏ ଅବୋଧ ବାଳକ ଟିକୁ କଣ କହି ସାନ୍ତ୍ଵନା ଦେଵେ।


Rate this content
Log in

Similar oriya story from Tragedy